ଭତ୍ତାକୁ ନେଇ ବିଧାନସଭାରେ ଝଡ଼, ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର,୨୪।୧୧(ରବିନାରାୟଣ ଜେନା): ରାଜ୍ୟ ସରକାର ଗରିବ, ଅସହାୟ ଓ ଦିବ୍ୟାଙ୍ଗଙ୍କ ଦୁଃଖ ବୁଝିଲେ ନାହିଁ। ସେଥିପାଇଁ ସଂଖ୍ୟାଧିକ ଲୋକ ଭତ୍ତା ନ ପାଇ ମୃତ୍ୟୁବରଣ କଲେଣି। ୬ମାସ ଧରି ସରକାର ଭତ୍ତା ନ ଦେବାରୁ ସୁନ୍ଦରଗଡ଼ଠାରୁ ପରଜଙ୍ଗ ପର୍ଯ୍ୟନ୍ତ ଲୋକେ ଆତ୍ମହତ୍ୟା ପର୍ଯ୍ୟନ୍ତ କଥା ଗଲା। ଅସହାୟଙ୍କୁ ସରକାର ଅସମ୍ମାନ କରୁଛନ୍ତି, ୩,୫୦୦ଟଙ୍କାର ଭତ୍ତା ଦେବାକୁ ପ୍ରତିଶ୍ରୁତି ଦେଇ ପାଳନ କରୁନାହାନ୍ତି। ଏ ସରକାର ଲୋକଙ୍କ ସରକାର କହୁଥିଲେ ହେଁ ବାସ୍ତବକ୍ଷେତ୍ରରେ ଲୋକଙ୍କ ହିତରେ ନୁହେଁ ବୋଲି କହି ବିରୋଧୀ ବିଜେଡି ଓ କଂଗ୍ରେସ ସରକାରଙ୍କୁ ସୋମବାର ମୁଲତବୀ ଆଲୋଚନା କାଳରେ ଅକଳରେ ପକାଇବାକୁ ଉଦ୍ୟମ କରିଥିଲେ। ଏହାର ଜବାବ ରଖି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ, ମୋହନ ମାଝୀ ସରକାର ଅସହାୟ, ବିଧବା ଓ ଗରିବଙ୍କ ପ୍ରତି ସମ୍ବେଦନଶୀଳ ରହିଛନ୍ତି। ଏବେ ଆଉ ମଲା ପରେ ନୁହେଁ, ୬୦ବର୍ଷ ହେବା କ୍ଷଣି ଆବେଦନ କରିବାର କିଛିଦିନ ମଧ୍ୟରେ ଭତ୍ତା ମିଳିବ। ମୋହନ ସରକାର କଥାରେ ନୁହେଁ, କାମରେ ବିଶ୍ୱାସ କରେ ବୋଲି ମନ୍ତ୍ରୀ ଗଣ୍ଡ କହିଥିଲେ। ଉଭୟ ଦଳର ଆଲୋଚନା ଶୁଣିବା ପରେ ବାଚସ୍ପତି ସୁରମା ପାଢ଼ୀ ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ। ଏହାକୁ ନେଇ ବିଜେଡି ଓ କଂଗ୍ରେସ ସଦସ୍ୟ ଅସନ୍ତୋଷ ପ୍ରକାଶ କରି କକ୍ଷ ତ୍ୟାଗ କରିଥିଲେ। ବାଚସ୍ପତି ଗୃହକୁ ଅପରାହ୍ନ ୨ଟା ୧୦ମିନିଟରୁ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ।
ଗୃହରେ ମୁଲତବୀ ଆଲୋଚନା ଆରମ୍ଭ କରି ବିଜେଡି ସଦସ୍ୟ ଧ୍ରୁବଚରଣ ସାହୁ କହିଥିଲେ, ରାଜ୍ୟରେ ଲକ୍ଷାଧିକ ଅସହାୟ, ବୃଦ୍ଧା/ବୃଦ୍ଧ, ବିକଳାଙ୍ଗ ଓ ବିଧବାମାନେ ଭତ୍ତା ଅପେକ୍ଷାରେ ଚାହିଁ ବସିଛନ୍ତି। ୨୫ ଅକ୍ଟୋବର ୨୦୨୬ରେ ଢେଙ୍କାନାଳର ଘନଶ୍ୟାମ ସାହୁଙ୍କର ଭତ୍ତା ନ ପାଇବା ଯୋଗୁ ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମର ଜଣେ ୬୬ ବର୍ଷ ବୟସ୍କା ବିଷ ପିଇ ମୃତ୍ୟୁବରଣ କରିଛନ୍ତି। ଏଭଳି ଅନେକ ଘଟଣା ଏହି ଅଢ଼େଇ ବର୍ଷରେ ସାମ୍ନାକୁ ଆସିଛି। ଏମାନେ କହିଥିଲେ, ସରକାରକୁ ଆସିଲେ ୩ ହଜାର ଟଙ୍କା ଲେଖାଏ ଭତ୍ତା ଦେବେ। ହେଲେ ୬ମାସ ଧରି ଯାନ୍ତ୍ରିକ ଦୋଷ ଦେଖାଇ ଭତ୍ତା ଗଣ୍ଡାକ ଦେଇପାରିଲେ ନାହିଁ। ଲୋକେ ଯେତେବେଳେ ଆତ୍ମହତ୍ୟା କଲେ ସରକାରଙ୍କ ଚେତା ପଶିଲା। ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ଭତ୍ତା ଦେବାକୁ ବାହାରିଛନ୍ତି। ଜାତୀୟ ସାମାଜିକ ସହାୟତା ରାଶି ଯୋଜନାରେ ଭତ୍ତାକୁ ୨ ଭାଗ କରାଯାଇଛି। ରାଜ୍ୟର ୮୦୦ ଟଙ୍କା, ଆଉ କେନ୍ଦ୍ର ଦେବ ୨୦୦ ଟଙ୍କା। ମନ୍ତ୍ରୀ କମ୍ପୁଟରକୁ ଦୋଷ ଦେଉଛନ୍ତି। ହେଲେ ଭତ୍ତା ଦେବାରେ ସରକାର ବିଫଳ ହୋଇଛନ୍ତି। ତୁରନ୍ତ ସରକାର ଅପେକ୍ଷାରତ ହିତାଧିକାରୀଙ୍କୁ ଭତ୍ତା ଦିଅନ୍ତୁ ବୋଲିି ଧ୍ରୁବ୍‌ ଦାବି କରିଥିଲେ। ଆଲୋଚନାରେ ଭାଗ ନେଇ ସଦସ୍ୟ ଗୌତ୍ତମବୁଦ୍ଧ ଦାସ ଓ ସାରଦା ପ୍ରସନ୍ନ ଜେନା କହିଥିଲେ, ୭ଲକ୍ଷ ଆବେଦନ କରିଥିଲେ ମଧ୍ୟ ୫ ଲକ୍ଷ ଲୋକ ପାଇଲେ। ଅବଶିଷ୍ଟ ହିତାଧିକାରୀଙ୍କ ଘରକୁ ଯାଇ ସରକାର ଭତ୍ତା ପ୍ରଦାନ କରନ୍ତୁ।
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଥିଲେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଗରିବ ଲୋକଙ୍କୁ ଭତ୍ତା ଦେବା ନିଷ୍ପତ୍ତି ଏବେ ବରଦାନ ସଦୃଶ ହୋଇଛି। କୋଇଡ଼ାରେ ୪୦ପ୍ରତିଶତ ଆଦିବାସୀ ଅଛନ୍ତି। ଏ ସରକାର ସାମାଜିକ ସୁରକ୍ଷା ଦେବାରେ ବିଫଳ। ନିର୍ବାଚନ ପୂର୍ବରୁ ଯେଉଁ ଇସ୍ତାହାର ଦେଇଥିଲେ ତାକୁ ପୂରଣ କରନ୍ତୁ। ନ ହେଲେ ବୟସ୍କ ଲୋକଙ୍କ ଅଭିଶାପ ପଡ଼ିବ। ସେହିପରି କଂଗ୍ରେସ ସଦସ୍ୟ ଅଶୋକ ଦାସ ଗଞ୍ଜାମର ସାବିତ୍ରୀ ଦେବୀ, ବାସୁଦେବପୁର ବ୍ଲକର ୯୦ବର୍ଷୀୟ ରଘୁନାଥ ପାଢ଼ୀ କିପରି ଘୁଷୁରି ଘୁଷୁରି ଆସି ଭତ୍ତା ନେଇଥିଲେ ତାହା ଗୃହକୁ ଜଣାଇଥିଲେ।
ଅନ୍ୟପକ୍ଷରେ ଭାଜପା ସଦସ୍ୟ ବାବୁ ସିଂ କହିଥିଲେ, ବିରୋଧୀ ଏହି ପ୍ରସଙ୍ଗକୁ ନିର୍ବାଚନ ମୁଦ୍ଦା କରିବା ଉଚିତ ନୁହେଁ। ମଧୁବାବୁ ପେନ୍‌ସନ ଯୋଜନାରେ ପୂର୍ବ ସରକାର ପ୍ରଥମେ ୨୦୦୮ରେ ୨୦୦ ଟଙ୍କା ଦେଉଥିଲେ। ପ୍ରତ୍ୟେକ ନିର୍ବାଚନ ସମୟରେ ପୂର୍ବ ସରକାର ୨୦୦ ଟଙ୍କା ଲେଖାଏ ବଢ଼ାଇ ନିର୍ବାଚନ ବୈତରଣୀ ପାର୍‌ ହେଉଥିଲେ। ମାତ୍ର ଭାଜପା ସରକାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସମ୍ମାନର ସହ ଭତ୍ତା ଦେବାକୁ ଯାଉଛନ୍ତି। ନଭେମ୍ବର ୧୦ରେ ନୂତନ ୫ଲକ୍ଷ ୫ହଜାର ୮୧୭ଜଣଙ୍କୁ ଅକ୍ଟୋବରରୁ ଭତ୍ତା ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିପରି ସଦସ୍ୟ ଇରାଶିଷ ଆଚାର୍ଯ୍ୟ କହିଥିଲେ, ପୂର୍ବ ସରକାର ଦଳୀୟ ଭିତ୍ତିରେ ଭତ୍ତା ଦେଉଥିଲେ। ମାତ୍ର ଏବର ସରକାରରେ ପୋର୍ଟାଲରେ ଆବେଦନ କଲେ ହିତାଧିକାରୀ ଭତ୍ତା ପାଇବେ। ରାଜ୍ୟରେ ୨୮ବର୍ଷ ଧରି ଲୋକେ ଭତ୍ତା ପାଇ ନ ଥିଲେ। ଏବେ ସେମାନଙ୍କୁ ମୋହନ ସରକାର ସାମାଜିକ ସୁରକ୍ଷା ବଳୟ ଭିତରକୁ ଆଣି ଭତ୍ତା ଦେଇଛନ୍ତି।
ଏହି ଅବସରରେ ମନ୍ତ୍ରୀ ଗଣ୍ଡ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଥିଲେ, ସୁନ୍ଦରଗଡ଼ର କୋଇଡ଼ା ଅଞ୍ଚଳରେ ଭତ୍ତା ନ ମିଳିବା ଯୋଗୁ ଦିବ୍ୟାଙ୍ଗ ଆତ୍ମହତ୍ୟା କରିବା ପ୍ରସଙ୍ଗ ଅସତ୍ୟ। ଦିବ୍ୟାଙ୍ଗ ବିକାଶ ରଞ୍ଜନ ପାତ୍ର ୮୦% ଅକ୍ଷମ। ସେ ମେ’ରେ ୩,୫୦୦ଟଙ୍କା ଭତ୍ତା ପାଇଥିଲେ। ମାତ୍ର ଜୁନ୍‌ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଯାନ୍ତ୍ରିକ ତ୍ରୁଟି ପାଇଁ ପାଇ ନ ଥିଲେ। ଆମ ସରକାର ତାଙ୍କ ଘରକୁ ଯାଇ ୧୪ହଜାର ଟଙ୍କା ଦେଇଛନ୍ତି। ପୂର୍ବ ସରକାର ଯୋଗ୍ୟ ହିତାଧିକାରୀମାନଙ୍କୁ ଭତ୍ତା ଦେଉ ନ ଥିଲେ। ଏ ବିଭାଗକୁ ଗୋଳିଆ କରି ରଖିଥଲେ। ମୋହନ ସରକାର ଆସିବା ପରେ ସବୁ ଠିକ୍‌ ହୋଇଛି। ରାଜ୍ୟରେ ଅବଶିଷ୍ଟ ହିତାଧିକାରୀଙ୍କୁ ଚଳିତମାସ ୨୫ ସୁଦ୍ଧା ଭତ୍ତା ବଣ୍ଟନ କରାଯିବ ବୋଲି ମନ୍ତ୍ରୀ କହିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ କଟକ ବାଲିଯାତ୍ରା, ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ,୨୪।୧୧(ଶିଳ୍ପା ପ୍ରିୟଦର୍ଶିନୀ): ଐତିହାସିକ ବାଲିଯାତ୍ରା କଟକ-୨୦୨୬ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚିଛି । ବାଲିଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହେବ। ପ୍ରାରମ୍ଭରେ ଗଡଗଡିଆ ଘାଟରେ ମହାନଦୀ ଆଳତି…

ମାତ୍ର ୧୩ ବର୍ଷ ବୟସରେ ଘର ଛାଡ଼ିଥିଲେ ଏହି କ୍ରିକେଟର୍‌ : ଟି-୨୦ ଡେବ୍ୟୁରେ ରଚିଲେ ଇତିହାସ

ନୂଆଦିଲ୍ଲୀ,୨୩।୧୧: ସୟଦ ମୁସ୍ତାକ ଅଲି ଟ୍ରଫିରେ ଚମତ୍କାର ବୋଲିଂ କରି ଇତିହାସ ରଚିଛନ୍ତି ଜମଶେଦ ଆଲମ। ଲଗାତାର ୪ଟି ଉଇକେଟ ନେଇ ସେ ଏକ ବିରଳ ରେକର୍ଡର…

ଘର ଲୋକଙ୍କୁ କୋଠରିରେ ବନ୍ଦ କରି ଚୋରି, ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟ୍:ଫ୍ରିଜ୍‌ରୁ କ୍ଷୀର ବାହାର କରି ଚା’ କରି ପିଇଲେ…

ଭଞ୍ଜନଗର, ୨୩/୧୧ (ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ…

ଧନୁଯାତ୍ରା ସ୍ଥଗିତ: ମାହୁନ୍ତକୁ ହାତୀ ଦଳି ଦେବା ପରେ ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ବଲାଙ୍ଗୀର,୨୩।୧୧( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡାରେ ହେଉଥିବା ୪୦ତମ ଧନୁଯାତ୍ରା ମହୋତ୍ସବକୁ ସ୍ଥଗିତ କରିଛି ପ୍ରଶାସନ। ଧନୁଯାତ୍ରା ମହୋତ୍ସବ ସମୟରେ ଏକ ଦୁଃଖଦ ଘଟଣା…

ପାକିସ୍ତାନଠାରୁ ପରାଜୟର ପ୍ରତିଶୋଧ ନେବ ଭାରତ: ଏହି ଦିନ ପୁଣି ହେବେ ମୁହାଁମୁହିଁ! ଜବାବ ଦେବେ ବୈଭବ-ହର୍ଷିତ

ନୂଆଦିଲ୍ଲୀ,୨୩।୧୧: ଏସିଆ କପ ରାଇଜିଂ ଷ୍ଟାର୍ସରେ ରବିବାର ଖେଳାଯାଇଥିବା ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ପାକିସ୍ତାନଠାରୁ ପରାସ୍ତ ହୋଇଛି ଭାରତ। ଏହି ବିଜୟ ସହ ପାକିସ୍ତାନ ସେମିଫାଇନାଲ ଟିକେଟ…

ସେବାଶ୍ରମରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଖଇରପୁଟ/ମାଲକାନଗିରି,୨୩।୧୧ (ଜଗନ୍ନାଥ ମାଝୀ/ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ପରକନମାଳା (ସୁନା ନଗର) ସେବାଶ୍ରମରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।…

କୋଟିଆରେ ନାଲକୋ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନକୁ ବିରୋଧ: ନିରାଶ ହୋଇ ଫେରିଲେ ଅଧିକାରୀ-ରାଜନେତା

ପଟ୍ଟାଙ୍ଗି, ୨୩।୧୧ (ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ଟାଉପଦର ତଥା ଥୁରିଆ ଛକରେ ନାଲକୋ ପକ୍ଷରୁ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ଉଦ୍ୟମକୁ…

ବିଶ୍ରାମଗାରରେ କୁଢକୁଢ ଅଳିଆ ଆବର୍ଜନା: ହନ୍ତସନ୍ତ ଯାତ୍ରୀ

ମୋହନା, ୨୩।୧୧(ମନ୍ମଥ ମିଶ୍ର):ଯାତ୍ରୀଙ୍କ ସୁବିଧା ପାଇଁ ନିର୍ମିତ ବିଶ୍ରାମଗାର ଏବେ ଅଳିଆ ଆବର୍ଜନା ଓ ଖାଲି ମଦ ବୋତଲରେ ଭର୍ତ୍ତି। ଗଜପତି ଜିଲା ମୋହନା ସହରର ହିଲଟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?