କରୋନା ଆରମ୍ଭରୁ ସୂଚନା ଦେବ ହାତ ବ୍ୟାଣ୍ଡ: ମୂଲ୍ୟ ମାତ୍ର ୩, ୫୦୦ ଟଙ୍କା

ନୂଆ ଦିଲ୍ଲୀ, ୨୫।୭: କରୋନା ବିିଷୟରେ ସୂଚନା ଦେବ ହାତ ବ୍ୟାଣ୍ଡ। ଆଇଆଇଟି ମାଡ୍ରାସ କରୋନା ଜୀବାଣୁ ସଂକ୍ରମଣ ଚିହ୍ନଟ ପାଇଁ ଏପରି ଏକ ବ୍ୟାଣ୍ଡ ତିଆରି କରିଛି। ଏହା ସଂକ୍ରମଣ ଆରମ୍ଭ ହେବାମାତ୍ରେ ସୂଚନା ଦେବ। ଆଗାମୀ ମାସ ସୁଦ୍ଧା ଏହା ବଜାରକୁ ଆସିବ। ଯାହାର ମୂଲ୍ୟ ମାତ୍ର ୩ହଜାର ୫ଶହ ଟଙ୍କା ରହିଛି।
ଆଇଆଇଟି ମାଡ୍ରାସର ପୂର୍ବ ଛାତ୍ରଙ୍କ ଏକ ଟିମ୍‌ ଏନ୍‌ଆଇଟି ବାରଙ୍ଗଲର ପୂର୍ବ ଛାତ୍ରଙ୍କ ସହ ମିଶି ଏହି ବ୍ୟାଣ୍ଡ ତିଆରି କରିଛନ୍ତି। ୭୦ଟି ଦେଶରେ ଏହାକୁ ଲଞ୍ଚ କରିବାକୁ ଯୋଜନା ରହିଛି। ହ୍ୟାଣ୍ଡ ଟ୍ରାକରରେ ଶରୀରର ତାପମାତ୍ରା, ହୃଦସ୍ପନ୍ଦନ ଏବଂ ଏସ୍‌ପିଓ ୨ ମାପିବା ପାଇଁ ସେନ୍ସର ଲାଗିଛି। ଏହା ବ୍ୟବହାରକାରୀଙ୍କ ଉପରେ ନିରନ୍ତର ନଜର ରଖିବ। ଫଳରେ ସଂକ୍ରମଣର ପ୍ରଥମ ସ୍ତରରେ ଚିହ୍ନଟ କରିବାରେ ସାହାଯ୍ୟ କରିବ। ଏହି ଟ୍ରାକର୍‌ ବ୍ଲୁଟୁଥ୍‌ ମାଧ୍ୟମରେ ଚାଲିବ। ମ୍ୟୁଜ୍‌ ହେଲ୍‌ଥ ଆପ୍‌ ମାଧ୍ୟମରେ ମଧ୍ୟ ମୋବାଇଲ ସହିତ ସଂଯୋଗ ହୋଇପାରିବ। ବ୍ୟବହାରକାରୀଙ୍କ ଶରୀର ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ସମ୍ବନ୍ଧୀୟ ସୂଚନା ଫୋନ୍‌ ଏବଂ ରିମୋଟ୍‌ ସର୍ଭେରେ ସଂଗୃହୀତ ହେବ। ବ୍ୟବହାରକାରୀ ଯଦି କୌଣସି ନିଷିଦ୍ଧାଞ୍ଚନ ସ୍ଥାନକୁ ଯାଆନ୍ତି ତେବେ ଆରୋଗ୍ୟ ସେତୁ ମାଧ୍ୟମରେ ସେମାନେ ସୂଚନା ପାଇପାରିବେ। ଆଇଆଇଟି ମାଡ୍ରାସର ପୂର୍ବତନ ଛାତ୍ର କେ ଏଲ୍‌ ଏନ୍‌ ସାଇ ପ୍ରଶାନ୍ତ କୁହନ୍ତି, ଚଳିତ ବର୍ଷ ୨ ଲକ୍ଷ ଉତ୍ପାଦ ବିକ୍ରି ପାଇଁ ଲକ୍ଷ୍ୟ ରଖାଯାଇଛି। ୨୦୨୦ ସୁଦ୍ଧା ୧ ବିଲିୟନ୍‌ ଟ୍ରାକର ବିକ୍ରି କରିବାର ଯୋଜନା ରହିଛି। ଆସନ୍ତା ଅଗଷ୍ଟ ସୁଦ୍ଧା ଏହା ୭୦ଟି ଦେଶରେ ଉପଲବ୍ଧ ହେବ। ଏହି ବ୍ୟାଣ୍ଡ ତିଆରି କରିବାର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରଥମରୁ ରୋଗୀଙ୍କୁ ଚିହ୍ନଟ କରିବା। ଯାହା ଫଳରେ ଉପଯୁକ୍ତ ସମୟରେ ସେମାନଙ୍କ ଚିକିତ୍ସା କରାଯାଇପାରିବ ବୋଲି ଅନ୍ୟ ଜଣେ ଛାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri