ଜାଣନ୍ତି କି ପ୍ଲାଜମା ଥେରାପି କ’ଣ, କାହିଁକି କରାଯାଏ ଏହି ଚିକିତ୍ସା

କରୋନା ମହାମାରୀ ସମୟରେ ପ୍ଲାଜମା ଥେରାପି ବେଶ୍‌ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ କରୋନା ମହାମାରୀର ଚିକିତ୍ସା ପାଇଁ ଏହା ଏକ ପ୍ରଭାବଶାଳୀ ଉପାୟ ବୋଲି ପ୍ରମାଣ ମିଳିସାରିଛି। ପ୍ଲାଜମା ଥେରାପି ମାଧ୍ୟମରେ କରୋନା ଭାଇରସ୍‌ର ଚିକିତ୍ସା ସମ୍ଭବ କି ନାହିଁ ତାହା ଜାଣିବା ପାଇଁ ଆଜିକାଲି ଏହା ଉପରେ ଅନେକ ଅନୁସନ୍ଧାନ କରାଯାଉଛି। ତେବେ ଏହି ପ୍ଲାଜମା ଥେରାପି କ’ଣ, ଏହା କିପରି ଏବଂ କେମିତି ବ୍ୟବହାର ହେଉଛି ସେନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ। ଯଦିଓ ଏହି ପ୍ରଶ୍ନଗୁଡ଼ିକର ଉତ୍ତର କିଛି ଲୋକ ଜାଣିଛନ୍ତି, ତଥାପି ସନ୍ତୁଷ୍ଟ ନୁହନ୍ତି। ତେବେ ଏ ସମ୍ପର୍କରେ ଅଧିକ ଜାଣନ୍ତୁ…

ପ୍ଲାଜମା ଥେରାପି କ’ଣ?
ଚିକିତ୍ସା ବିଜ୍ଞାନ ଭାଷାରେ ପ୍ଲାଜମା ଥେରାପି ପ୍ଲାଜମାଫେରେସିସ୍‌ ଭାବରେ ଜଣାଶୁଣା। ପ୍ଲାଜମା ଥେରାପି ଏକ ପ୍ରକ୍ରିୟା। ଯେଉଁଥିରେ ରକ୍ତର ତରଳ ପଦାର୍ଥ ବା ପ୍ଲାଜମାକୁ ରକ୍ତ କଣିକାଠାରୁ ଅଲଗା ହୋଇଯାଏ। ଏହା ପରେ ଯଦି ଜଣେ ବ୍ୟକ୍ତିଙ୍କ ପ୍ଲାଜାମାରେ ଅସ୍ବାସ୍ଥ୍ୟକର ଟିସୁ ମିଳିଥାଏ। ତେବେ ଚିକିତ୍ସା ଠିକ୍‌ ସମୟରେ ଆରମ୍ଭ ହୁଏ।

କାହିଁକି କରାଯାଏ ପ୍ଲାଜମା ଥେରାପି:

ପ୍ଲାଜାମା ଥେରାପି ଏକ ଆଧୁନିକ ଚିକିତ୍ସା। ଯାହା ଅନେକ ଲୋକଙ୍କ ଜୀବନକୁ ବଦଳାଇ ଦେଇଥାଏ। ଏହା ସତ୍ତ୍ୱେ ଏହା ସାଧାରଣ ଅବସ୍ଥାରେ ନୁହେଁ, କିଛି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ କରାଯାଇଥାଏ। ପ୍ଲାଜମା ଥେରାପି ମୁଖ୍ୟତଃ ସଂକ୍ରମଣ ଚିହ୍ନଟ, ଖେଳରେ ଆଘାତ ପାଇବା, ଗୁଲିଆନ ବେରୀ ସିଣ୍ଡ୍ରୋମର ଚିକିତ୍ସା, ମାଇଷ୍ଟେନିଆ ଗ୍ରାଭିସ୍‌ ଚିକିତ୍ସା ଆଦିରେ କରାଯାଇଥାଏ।

ସଂକ୍ରମଣ ଚିହ୍ନଟ: ପ୍ଲାଜମା ଥେରାପି ମୁଖ୍ୟତଃ ସଂକ୍ରମଣ ଚିହ୍ନଟ ପାଇଁ କରାଯାଏ। ଯେହେତୁ ସଂକ୍ରମଣ ଦ୍ୱାରା ଅନେକ ରୋଗ ହୁଏ। ପ୍ଲାଜମା ଥେରାପି ଏହିପରି ରୋଗର ଚିକିତ୍ସାରେ ଏକ ପ୍ରଭାବଶାଳୀ ପ୍ରତିକାର ଭାବେ ପ୍ରମାଣିତ ହୋଇଛି।

ଖେଳରେ ଆଘାତ ଲାଗିଲେ:
ବେଳେବେଳେ ଫ୍ଲାଜମାଫେରେସିସ୍‌ ଖେଳରେ ଆଘାତ ପାଇଥିବା ଖେଳାଳିଙ୍କଠାରେ ବ୍ୟବହୃତ ହୁଏ।
ମାଇଷ୍ଟେନିଆ ଗ୍ରାଭିସ୍‌ ଚିକିତ୍ସା: ଯେତେବେଳେ ଜଣେ ବ୍ୟକ୍ତି ମାଇଷ୍ଟେନିଆ ରୋଗରେ ପୀଡ଼ିତ ଥାନ୍ତି ସେତେବେଳେ ଡାକ୍ତରମାନେ ଚିକିତ୍ସା ପାଇଁ ପ୍ଲାଜମା ଥେରାପିର ସାହାଯ୍ୟ ନେଇଥାନ୍ତି। ଏହା ଏକ ମାନସିକ ରୋଗ। ଯେଉଁଥିରେ ପୀଡ଼ିତଙ୍କ ମାଂସପେଶୀ ଦୁର୍ବଳ ହୋଇଯାଇଥାଏ। ପ୍ଲାଜମା ଥେରାପି ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ଭଲ ହୋଇଥାଏ।

ଗୁଲିଆନ୍‌ ବେରୀ ସିଣ୍ଡ୍ରୋମ୍‌:

ଏହା ଏମିତି ଏକ ରୋଗ ଯାହା ରୋଗପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଇଥାଏ। ତେଣୁ ପ୍ଲାଜମା ଥେରାପି ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।

କେମିତି କରାଯାଏ ପ୍ଲାଜମା ଥେରାପି:
ଲୋକଙ୍କ ବାହୁରେ ଇଞ୍ଜେକ୍ସନ୍‌ ଛୁଞ୍ଚି ଲଗାଯାଇ ପ୍ଲାଜମା ଥେରାପି ଆରମ୍ଭ ହୁଏ। ଏହା ସାହାଯ୍ୟରେ ରକ୍ତ ଟଣାଯାଏ। ଯେଉଁଥିପାଇଁ ସେଣ୍ଟ୍ରିଫଗ୍‌ ମେଶିନ୍‌ର ବ୍ୟବହାର କରାଯାଏ। ପ୍ଲାଜମା ଥେରାପି ନେଉଥିବା ବ୍ୟକ୍ତିଙ୍କ ଶରୀରରୁ ରକ୍ତ ବାହାର କରିବା ପରେ ଡାକ୍ତର ପ୍ଲାଜମା ପ୍ରସ୍ତୁତ କରନ୍ତି। ପ୍ଲାଜମା ଉତ୍ପନ୍ନ ହେବା ମାତ୍ରେ ଏହାର ଇଞ୍ଜେକ୍‌ସନ ଲୋକଙ୍କ ଶରୀରରେ ରଖାଯାଏ। ଏହା ପରେ ଇଞ୍ଜେକ୍‌ସନ ଦିଆଯାଇଥିବା ସ୍ଥାନ ସଫା କରାଯାଇଥାଏ। ଏହି ପ୍ରକ୍ରିୟା କେବଳ ଲୋକଙ୍କ ଶରୀରରେ ପ୍ଲାଜମା ଇଞ୍ଜେକ୍‌ସନ ଦେବା ପରେ ହିଁ ସମାପ୍ତ ହୋଇଥାଏ। ପରବର୍ତ୍ତୀ ସମୟରେ ଇଞ୍ଜେକ୍‌ସନ ଦିଆଯାଇଥିବା ସ୍ଥନା ସଫା କରି ବ୍ୟାଣ୍ଡେଜ୍‌ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri