Posted inଫୁରସତ

୧୨୮ତମ ଜନ୍ମଦିନରେ ସୁସ୍ଥ ରହିବାର ରାଜ୍‌ ଖୋଲିଲେ ବୃଦ୍ଧା

ଦକ୍ଷିଣ ଆଫ୍ରିକାର ଉତ୍ତର ପଶ୍ଚିମ ପ୍ରଦେଶର ବାସିନ୍ଦା ଜୋହାନା ମାଜିବୁକୋ ମେ ୧୧ରେ ତାଙ୍କର ୧୨୮ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ ଏବେ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ରହିବାର ରାଜ୍‌ ଖୋଲିଛନ୍ତି।
ଜୋହାନା ଏକ ମକା କ୍ଷେତରେ ଜନ୍ମଗ୍ରହଣ କରିଥିଲେ। ସେ ୧୨ ଭାଇଭଉଣୀଙ୍କ ମଧ୍ୟରୁ ଜ୍ୟେଷ୍ଠ ଥିଲେ, ସେମାନଙ୍କ ମଧ୍ୟରୁ ୩ ଜଣ ଜୀବିତ ଅଛନ୍ତି। ସେ ଶିକ୍ଷିତ ନ ଥିଲେ। ସେ ନିଜ ପିଲାଦିନକୁ ଭଲ ଭାବରେ ଆଉ ମନେ ରଖିନାହାନ୍ତି। ଜୋହାନା କୁହନ୍ତି, ଆମେ କ୍ଷେତରେ ବହୁତ ଭଲ ଜୀବନଯାପନ କରୁଥିଲୁ। କୌଣସି ଅସୁବିଧା ନ ଥିଲା। ପ୍ରାୟତଃ ଆମେ ତାଜା କ୍ଷୀର ଏବଂ ପାଳଙ୍ଗ ଖାଇ ଆମେ ସୁସ୍ଥ ଥିଲୁ। ଏବେ ଆଧୁନିକ ଖାଦ୍ୟ ଯେତେ ଖାଇଲେ ମଧ୍ୟ ସେ ଖାଦ୍ୟ ଏବେ ବି ମନେ ଅଛି।
ଷ୍ଟାଭାନା ମାଜିବୁକୋ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ ଜୋହାନା। ସ୍ବାମୀଙ୍କ ବିଷୟରେ ଅଧିକ କିଛି ତାଙ୍କର ମନେ ନାହିଁ। ସେ କେବଳ କୁହନ୍ତି, ମୁଁ ଜଣେ ବୟସ୍କ ବ୍ୟକ୍ତିଙ୍କୁ ବିବାହ କରିଥିଲି। ତାଙ୍କର ପ୍ରଥମ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ସେ ଜଣେ ସ୍ବତନ୍ତ୍ର ବ୍ୟକ୍ତି ଥିଲେ। ତାଙ୍କର ଏକ ଘୋଡା ଗାଡି ଏବଂ ଗାଈ ଥିଲା। ସେ ମୋତେ ବହୁତ ଭଲ ପାଉଥିଲେ।
ଜୋହାନାଙ୍କର ୭ ସନ୍ତାନ ଥିଲେ, ସେମାନଙ୍କ ମଧ୍ୟରୁ ୨ ଜଣ ଆଜି ମଧ୍ୟ ଜୀବିତ ଅଛନ୍ତି। ତାଙ୍କ ଦୁଇ ସନ୍ତାନଙ୍କ ବ୍ୟତୀତ ଜୋହାନାଙ୍କ ପ୍ରାୟ ୫୦ ନାତି ଏବଂ ନାତି ନାତୁଣୀ ଅଛନ୍ତି। ଜୋହାନା ଆଜିକାଲି ଶୁଣିବାରେ କିଛି ଅସୁବିଧା ହେଉଛି, କିନ୍ତୁ ଏବେ ବି ସେ ଦେଖିପାରୁଛନ୍ତି। ଜୋହାନାଙ୍କ ଯତ୍ନ ଥାଣ୍ଡିୱେ ଭେସିୟାନା ନାମକ ଜଣେ ମହିଳା ନେଉଛନ୍ତି। ସେ ତାଙ୍କ ସହ ୨୦୦୧ ମସିହାରୁ ରହିଆସିଛନ୍ତି।
ମ୍ୟାଟଲୋସାନା ମେୟର ଜେମ୍ସ ସୋଲେଲା କହିଛନ୍ତି ଯେ, ପୌରସଂସ୍ଥା ତାଙ୍କୁ ବିଶେଷ ଜନ୍ମଦିନରେ ଏକ ସୋଫା ଉପହାର ଦେଇଛି। ତାଙ୍କ ନାମ ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଁ ଆମେ ଚେଷ୍ଟା କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

ଏମ୍‌କେସିଜି ଚିକିତ୍ସକଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ସ୍ନାୟୁ ଶଲ୍ୟ ବିଭାଗ ମୁଖ୍ୟ ଚିକିତ୍ସକଙ୍କ ସମେତ ଅନ୍ୟସମସ୍ତ ଚିକିତ୍ସକଙ୍କୁ ଖେମୁଣ୍ଡି ଓକିଲ ସଂଘ…

କାଳବୈଶାଖୀ ତାଣ୍ଡବ: ଅନ୍ଧାରରେ ୪ଗାଁ

ଗଞ୍ଜାମ,୯।୬(ବିଦ୍ୟାଧର ସାହୁ): କାଳବୈଶାଖୀ ପ୍ରଭାବରେ ଝଡତୋଫାନ ଘଟି ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ଝଡ଼ତୋଫାନ ବର୍ଷା ଯୋଗୁ ଅଞ୍ଚଳର…

ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୯।୬:ଭାରତରେ ଖାଦ୍ୟ, ଫଳ ଓ ପନିପରିବା ଆଦି ଉପରେ ଅତ୍ୟଧିକ ପରିମାଣରେ କେମିକଲ୍ସ ସ୍ପ୍ରେ ଓ ମିଶ୍ରଣ ଯୋଗୁ ଏସବୁ ନେଇ ଲୋକଙ୍କ ଭରସା ଏକପ୍ରକାର ଉଠିଗଲାଣି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri