‘ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା’

ମସ୍କୋ/କିଭ୍‌,୧୬।୪: ପାଖାପାଖି ଦୁଇମାସ ପୂରିବାକୁ ଯାଉଛି ମସ୍କୋର ୟୁକ୍ରେନ୍‌ ଆକ୍ରମଣକୁ। ରୁଷୀୟ ସୈନ୍ୟଙ୍କ ଘନଘନ ରକେଟ୍‌ ମାଡ଼ରେ କିଭ୍‌ ସମେତ ଅନେକ ସହର ଶ୍ମଶାନ ପାଲଟିବାକୁ ଯାଉଛି। ଏଭଳି ସମୟରେ କୃଷ୍ଣସାଗରରେ ରୁଷଆର ଯୁଦ୍ଧଜାହାଜ ‘ମସ୍କଭା’କୁ ୟୁକ୍ରେନୀୟ ସୈନ୍ୟ କ୍ଷେପଣାସ୍ତ୍ର ମାଡ଼ କରି ଧ୍ୱସ୍ତବିଧ୍ୱସ୍ତ କରିଦେଇଛନ୍ତି। ଉକ୍ତ ଜାହାଜରେ ଆଣବିକ ଅସ୍ତ୍ରଶସ୍ତ୍ର ବୋଝେଇ ହୋଇଥିବାରୁ ‘ନେପ୍‌ଚ୍ୟୁନ୍‌’ କ୍ରୁଜ୍‌ ମିଶାଇଲ୍‌ ମାଡ଼ ହେବା ପରେ ସେଥିରେ ନିଅଁା ଲାଗିଯାଇଥିଲା। ମସ୍କୋଭା ଜାହାଜ ବୁଡ଼ିବାରେ ଲାଗିଥିବାବେଳେ ରୁଷିଆର ଏକ ସରକାରୀ ଟିଭି ଚ୍ୟାନେଲ ଧମକ ଦେଇଛି, ‘ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଛି।’
ଗଲେ ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆକ୍ରମଣ ଘୋଷଣା କରିବା ପରଠାରୁ ୟୁକ୍ରେନୀୟ ସୈନ୍ୟ କେବଳ ଆମତ୍ରକ୍ଷା କରୁଥିଲେ। କିନ୍ତୁ ଏପ୍ରିଲ ୧୩ ରାତିରେ ରୁଷୀୟ କୃଷ୍ଣସାଗର ଫ୍ଲିଟ୍‌ରେ ସେମାନେ ଶକ୍ତି ଦେଖାଇଛନ୍ତି। ଏହି ଆକ୍ରମଣକୁ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରଥମେ ଖଣ୍ଡନ କରି ଅଗ୍ନିକାଣ୍ଡ ଯୋଗୁ ଜାହାଜର କିଛି ଅଂଶ ନଷ୍ଟ ହୋଇଯାଇଥିବା କହିଥିଲା। କିନ୍ତୁ ଜାହାଜକୁ ବନ୍ଦରକୁ ଟାଣିନେବା ପାଇଁ ଉଦ୍ୟମ ବିଫଳ ହେବାରୁ ଏହା ବୁଡ଼ିଯିବା ପରେ କ୍ରେମ୍‌ଲିନ୍‌ ସତ ମାନିବାକୁ ବାଧ୍ୟ ହେଲା। ଏହାର ସରକାରୀ ଟିଭି ଚ୍ୟାନେଲ ‘ରୁଷିଆ ଓ୍ବାନ୍‌’ ଉପସ୍ଥାପକ ଓଲ୍‌ଗା ସ୍କାବେୟେଭା ଚକିତ କରିଦେବା ଭଳି ମନ୍ତବ୍ୟ ଦେଇଛନ୍ତି। ଦର୍ଶକମାନଙ୍କୁ ସେ କହିଛନ୍ତି, ୟୁକ୍ରେନ୍‌ ପକ୍ଷରୁ ଯାହା କରାଯାଇଛି ତାକୁ ତୃତୀୟ ବିଶ୍ୱଯୁଦ୍ଧ ବୋଲି କୁହାଯାଇପାରିବ। ଆମେ ଯଦି ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ସହ ଯୁଦ୍ଧ କରୁନାହୁଁ ତେବେ ନିଶ୍ଚିତ ରୂପେ ଏହାର ଭିତ୍ତିଭୂମି ବିରୋଧରେ ଲଢ଼େଇ କରୁଛୁ। ଏକଥା ଆମକୁ ସ୍ବୀକାର କରିବାକୁ ପଡ଼ିବ। କାର୍ଯ୍ୟକ୍ରମରେ ଭାଗନେଇଥିବା ଜଣେ ଗେଷ୍ଟ କହୁଥିଲେ, ଏହାକୁ ଯୁଦ୍ଧ ନ କହି ସରକାରଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ ବାକ୍ୟାଂଶ ‘ସ୍ପେଶାଲ ମିଲିଟାରି ଅପରେଶନ୍‌’ ବ୍ୟବହାର କରନ୍ତୁ। ସୋସିଆଲ ମିଡିଆରେ ଏହି କ୍ଲିପ୍‌ ଭାଇରାଲ ହେବାରେ ଲାଗିଛି।

*ୟୁକ୍ରେନ୍‌ ଭୂଖଣ୍ଡକୁ ରୁଷୀୟ ସୈନ୍ୟ ଟାର୍ଗେଟ ଆରମ୍ଭ କରିବା ପରଠାରୁ ଅଦ୍ୟାବଧି ୫ ନିୟୁତ ଲୋକ ଦେଶାନ୍ତରିତ ହୋଇଥିବା ଜାତିସଂଘ ପକ୍ଷରୁ କୁହାଯାଇଛି। ଶରଣାର୍ଥୀଙ୍କ ପାଇଁ ଜାତିସଂଘ ଉଚ୍ଚାୟୁକ୍ତ (ୟୁଏନ୍‌ଏଚ୍‌ସିଆର୍‌) କହିଛି ଯେ, ବିଗତ ୫୦ ଦିନ ମଧ୍ୟରେ ୪,୭୯୬,୨୪୫ ୟୁକ୍ରେନୀୟ ବିଭିନ୍ନ ସୀମା ଦେଇ ପଡ଼ୋଶୀ ଦେଶଗୁଡ଼ିକୁ ପଳାୟନ କରିଛନ୍ତି।
*ୟୁକ୍ରେନ୍‌ ରାଜଧାନୀ କିଭ୍‌ ନିକଟସ୍ଥ ଯୁଦ୍ଧବିମାନ ଓ ଯୁଦ୍ଧଜାହାଜ ନିରୋଧୀ ମିଶାଇଲ୍‌ ନିର୍ମାଣ କରାଯାଉଥିବା ଏକ ପ୍ଲାଣ୍ଟ ଉପରେ ଶୁକ୍ରବାର ରୁଷିଆ ଆକ୍ରମଣ କରିଛି।
*ୟୁକ୍ରେନୀୟ ସୈନ୍ୟଙ୍କ କ୍ଷେପଣାସ୍ତ୍ର ମାଡ଼ରେ ମସ୍କଭା ଯୁଦ୍ଧବିମାନ ଧ୍ୱସ୍ତବିଧ୍ୱସ୍ତ ହୋଇ ସମୁଦ୍ରରେ ବୁଡ଼ିବାରେ ଲାଗିଥିବାବେଳେ ମସ୍କୋ ପକ୍ଷରୁ ଉପରୋକ୍ତ ବିବୃତି ଜରି କରାଯାଇଛି।
*କୃଷ୍ଣସାଗରରେ ବୁଡ଼ିଯାଇଥିବା ଯୁଦ୍ଧବିମାନରେ ରୁଷୀୟ ସୈନ୍ୟ ବିପୁଳ ଆଣବିକ ଅସ୍ତ୍ର ଗଚ୍ଛିତ ରଖିଥିଲେ ବୋଲି ୟୁକ୍ରେନ୍‌ ପକ୍ଷରୁ କୁହାଯାଇଛି।
*ଧ୍ୱସ୍ତବିଧ୍ୱସ୍ତ ସହର ମାରିଉପୋଲକୁ ଦଖଲ କରିଥିବା ରୁଷୀୟ ସୈନ୍ୟମାନେ ଯୁଦ୍ଧ ଅପରାଧର ପ୍ରମାଣ ନଷ୍ଟ ପାଇଁ ପଚାଶଢ଼ା ମୃତଦେହଗୁଡ଼ିକୁ ଲୁଚାଇବାକୁ ଉଦ୍ୟମ କରୁଥିବା ୟୁକ୍ରେନ୍‌ ଅଭିଯୋଗ ଆଣିଛି।
*ୟୁକ୍ରେନ୍‌ର ପୂର୍ବାଞ୍ଚଳରେ ସୁରକ୍ଷା ବଳ ରୁଷିଆ ପ୍ରତିପକ୍ଷଙ୍କଠାରୁ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ଯାଉଛନ୍ତି ବୋଲି ସିଆଇଏର ପୂର୍ବତନ ନିର୍ଦ୍ଦେଶକ ଡାଭିଡ୍‌ ପେଟ୍ରେଅସ୍‌ ସତର୍କ କରାଇଛନ୍ତି।
*ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଣ ଲାଗି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ପାଶ୍ଚାତ୍ୟକୁ ପୁଣି ଥରେ ଅନୁରୋଧ କରିଛନ୍ତି। ରୁଷିଆଠାରୁ ତେଲ କିଣୁଥିବା ଦେଶଗୁଡ଼ିକୁ ସେ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri