Posted inଜାତୀୟ

ଆସୁଛି ଏସ୍‌-୪୦୦ ମିଶାଇଲ୍‌ ସିଷ୍ଟମ୍‌

ନୂଆଦିଲ୍ଲୀ,୧୬।୪: ରୁଷିଆ ଭାରତକୁ ଏସ୍‌-୪୦୦ ମିଶାଇଲ୍‌ ସିଷ୍ଟମ୍‌ ଦ୍ୱିତୀୟ ପର୍ଯ୍ୟାୟ ଯୋଗାଣ ଆରମ୍ଭ କରିଛି। ୟୁକ୍ରେନ୍‌ରେ ଯୁଦ୍ଧ ଚାଲିଥିବାବେଳେ ମସ୍କୋ ଉପରେ ନାଟୋ ପକ୍ଷରୁ କଟକଣା ସତ୍ତ୍ୱେ ଏହି କ୍ଷେପଣାସ୍ତ୍ର ଯୋଗାଣ ପ୍ରକ୍ରିୟା ଚାଲିଥିବା ନୂଆଦିଲ୍ଲୀ ସୂତ୍ରରୁ ଜଣାପଡ଼ିଛି। ଏଥିରେ ବ୍ୟବହୃତ ଉପକରଣଗୁଡ଼ିକ ବିମାନ ଓ ଜାହାଜରେ ଅଣାଯାଉଛି। ୨୦୨୧ ଡିସେମ୍ବରରେ ଏହି ମିଶାଇଲ୍‌ ସିଷ୍ଟମ୍‌ର ପ୍ରଥମ ୟୁନିଟ୍‌ ଯୋଗାଣ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇଥିଲା। ପ୍ରତିରକ୍ଷା ବିଶ୍ଳେଷକ ମେଜର ଜେନେରାଲ ଏସ୍‌.ବି. ଅସ୍ଥାନା କହିଛନ୍ତି, ଆମେରିକା ଯାହା କହିଲେ ବି ଡିଲ୍‌ର ଡେଲିଭରି ପ୍ରକ୍ରିୟା ଚାଲିବ। ଭାରତର ଜାତୀୟ ଓ ସାମରିକ ସ୍ବାର୍ଥ ପାଇଁ କେଉଁ ଦେଶରୁ ପ୍ରତିରକ୍ଷା ସାମଗ୍ରୀ କିଣାଯିବ ତାହା ନିଷ୍ପତ୍ତି ନେବା ନୂଆଦିଲ୍ଲୀର ସାର୍ବଭୌମ ଅଧିକାର। ପ୍ରକାଶ ଯେ, ରୁଷିଆଠାରୁ ୫ଟି ଦୂରଗାମୀ ଡିଫେନ୍ସ ମିଶାଇଲ୍‌ ସିଷ୍ଟମ୍‌ ଏସ୍‌-୪୦୦ କିଣିବା ପାଇଁ ୨୦୧୮ ଅକ୍ଟୋବରରେ ଭାରତ ଚୁକ୍ତିବଦ୍ଧ ହୋଇଥିଲା। ଡିଲ୍‌ ଅନୁସାରେ ଏହାର ମୋଟ ମୂଲ୍ୟ ହେଉଛି ୩୫,୦୦୦ କୋଟି ଟଙ୍କା। ଏହି ସିଷ୍ଟମ୍‌ ଜରିଆରେ ୪ ପ୍ରକାର କ୍ଷେପଣାସ୍ତ୍ର ମୁତୟନ କରାଯାଇପାରିବ। ଶତ୍ରୁପକ୍ଷର ୬୦୦ କି.ମି. ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ଏହାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ…

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର, ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ…

ମହାକାଳପଡ଼ା,୬ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମ୍ମୁଖରେ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ, କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୪ ଦଫା ଦାବି…

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ‘ତେହେଲକା’ ସମ୍ପାଦକ: ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୬।୮: ୨୦୧୩ ମସିହାର ବହୁଚର୍ଚ୍ଚିତ ବଳାତ୍କାର ମାମଲା ସମ୍ପର୍କରେ ପୂର୍ବତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ…

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ…

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri