Posted inଜାତୀୟ

ଆସୁଛି ଏସ୍‌-୪୦୦ ମିଶାଇଲ୍‌ ସିଷ୍ଟମ୍‌

ନୂଆଦିଲ୍ଲୀ,୧୬।୪: ରୁଷିଆ ଭାରତକୁ ଏସ୍‌-୪୦୦ ମିଶାଇଲ୍‌ ସିଷ୍ଟମ୍‌ ଦ୍ୱିତୀୟ ପର୍ଯ୍ୟାୟ ଯୋଗାଣ ଆରମ୍ଭ କରିଛି। ୟୁକ୍ରେନ୍‌ରେ ଯୁଦ୍ଧ ଚାଲିଥିବାବେଳେ ମସ୍କୋ ଉପରେ ନାଟୋ ପକ୍ଷରୁ କଟକଣା ସତ୍ତ୍ୱେ ଏହି କ୍ଷେପଣାସ୍ତ୍ର ଯୋଗାଣ ପ୍ରକ୍ରିୟା ଚାଲିଥିବା ନୂଆଦିଲ୍ଲୀ ସୂତ୍ରରୁ ଜଣାପଡ଼ିଛି। ଏଥିରେ ବ୍ୟବହୃତ ଉପକରଣଗୁଡ଼ିକ ବିମାନ ଓ ଜାହାଜରେ ଅଣାଯାଉଛି। ୨୦୨୧ ଡିସେମ୍ବରରେ ଏହି ମିଶାଇଲ୍‌ ସିଷ୍ଟମ୍‌ର ପ୍ରଥମ ୟୁନିଟ୍‌ ଯୋଗାଣ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇଥିଲା। ପ୍ରତିରକ୍ଷା ବିଶ୍ଳେଷକ ମେଜର ଜେନେରାଲ ଏସ୍‌.ବି. ଅସ୍ଥାନା କହିଛନ୍ତି, ଆମେରିକା ଯାହା କହିଲେ ବି ଡିଲ୍‌ର ଡେଲିଭରି ପ୍ରକ୍ରିୟା ଚାଲିବ। ଭାରତର ଜାତୀୟ ଓ ସାମରିକ ସ୍ବାର୍ଥ ପାଇଁ କେଉଁ ଦେଶରୁ ପ୍ରତିରକ୍ଷା ସାମଗ୍ରୀ କିଣାଯିବ ତାହା ନିଷ୍ପତ୍ତି ନେବା ନୂଆଦିଲ୍ଲୀର ସାର୍ବଭୌମ ଅଧିକାର। ପ୍ରକାଶ ଯେ, ରୁଷିଆଠାରୁ ୫ଟି ଦୂରଗାମୀ ଡିଫେନ୍ସ ମିଶାଇଲ୍‌ ସିଷ୍ଟମ୍‌ ଏସ୍‌-୪୦୦ କିଣିବା ପାଇଁ ୨୦୧୮ ଅକ୍ଟୋବରରେ ଭାରତ ଚୁକ୍ତିବଦ୍ଧ ହୋଇଥିଲା। ଡିଲ୍‌ ଅନୁସାରେ ଏହାର ମୋଟ ମୂଲ୍ୟ ହେଉଛି ୩୫,୦୦୦ କୋଟି ଟଙ୍କା। ଏହି ସିଷ୍ଟମ୍‌ ଜରିଆରେ ୪ ପ୍ରକାର କ୍ଷେପଣାସ୍ତ୍ର ମୁତୟନ କରାଯାଇପାରିବ। ଶତ୍ରୁପକ୍ଷର ୬୦୦ କି.ମି. ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ଏହାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଭୟା ମାମଲା: ଫାଶୀ ତାରିଖ ଘୁଞ୍ଚିବାରୁ କିନ୍ନରଙ୍କ ବିରୋଧ ପ୍ରଦର୍ଶନ

ବଲିୟା,୩।୨: ନିର୍ଭୟା ଗଣବଳାତ୍କାର ମାମଲରେ ଦୋଷୀଙ୍କୁ ଫେବୃୟାରୀ ୧ରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ କେତେକ ନ୍ୟାୟିକ କାରଣ ଯୋଗୁ ଏବେ ଏହା...

ସାଧାରଣ ନିର୍ବାଚନ ତଥ୍ୟରେ ଅମେଳ: ସୁପ୍ରିମକୋର୍ଟ ଗଲା ଏଡିଆର୍‌

ନୂଆଦିଲ୍ଲୀ,୨୧।୧୧(ଆଇଏଏନ୍‌ଏସ୍‌): ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ସମ୍ପର୍କିତ ତଥ୍ୟରେ ତାଳମେଳ ନ ଥିବା ଦର୍ଶାଇ ବେସରକାରୀ ସଙ୍ଗଠନ (ଏନ୍‌ଜିଓ) ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆସୋସିଏଶନ୍‌...

ଅନ୍ନଦାତା ଖଲିସ୍ତାନୀ କିନ୍ତୁ ପୁଞ୍ଜିପତି ଶ୍ରେଷ୍ଠ ବନ୍ଧୁ: ରାହୁଲ

ନୂଆଦିଲ୍ଲୀ,୧୫।୧୨: କୃଷି ଆଇନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଂଗ୍ରେସ ପକ୍ଷରୁ ଲଗାତାର ଟାର୍ଗେଟ୍‌ କରାଯାଉଛି। ମଙ୍ଗଳବାର ରାହୁଲ ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି...

୩ ବର୍ଷର ଝିଅକୁ ବଳାତ୍କାର ପରେ ହତ୍ୟା କରି ଫିଙ୍ଗିଦେଲେ ଜେଜେମା’ଙ୍କ ବୟଫ୍ରେଣ୍ଡ

ନୋଏଡ଼ା,୩।୧: ୩ ବର୍ଷୀୟା ଶିଶୁକନ୍ୟାକୁ ବଳାତ୍କାର ଓ ହତ୍ୟା ଘଟଣାରେ ନୋଏଡ଼ା ପୋଲିସ ସୋମବାର ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ...

ଜମ୍ମୁ-କଶ୍ମୀରରେ ଦେଶଦ୍ରୋହ-ଆତଙ୍କବାଦ ବିରୋଧୀ ଆଇନର ହୋଇଛି ଅପବ୍ୟବହାର,ଅବସରପ୍ରାପ୍ତ ବିଚାରପତି-ସରକାରୀ କର୍ମଚାରୀଙ୍କ ଅଭିଯୋଗ…

ନୂଆଦିଲ୍ଲୀ, ୮।୮ : ଉପରାଜ୍ୟପାଳଙ୍କ ଶାସନ ଅଧୀନରେ ଜମ୍ମୁ-କଶ୍ମୀରରେ ନାଗରିକଙ୍କ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ବିଚାରପତି ତଥା ପୂର୍ବତନ ସରକାରୀ କର୍ମଚାରୀଙ୍କ ପକ୍ଷରୁ...

ଦିବ୍ୟାଙ୍ଗଙ୍କ ପାଇଁ ବିଚାର ସର୍ଚ୍ଚ ପୋର୍ଟାଲ…

ନୂଆଦିଲ୍ଲୀ, ୨୪।୯ : ଦିବ୍ୟାଙ୍ଗଙ୍କ ପାଇଁ ନ୍ୟାୟିକ ବ୍ୟବସ୍ଥାରେ ଡିଜିଟାଲ ଭିତ୍ତିଭୂମିକୁ ଅଧିକ ସୁଗମ ତଥା ସହଜ କରିବାକୁ ସୁପ୍ରିମକୋର୍ଟର ଇ-କମିଟି କାର୍ଯ୍ୟ କରୁଛି। ସୁପ୍ରିମକୋର୍ଟର...

ଜମ୍ମୁ-କଶ୍ମୀରରେ ସୁରକ୍ଷା କର୍ମୀଙ୍କୁ ମିଳିଛି ବଡ ସଫଳତା

ଶ୍ରୀନଗର,୨୬।୧: ଅଓ୍ବନ୍ତିପୋରାରେ ଶନିବାର ହୋଇଥିବା ଏନ୍‌କାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ଏଥିରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଆତଙ୍କବାଦୀ...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୩୧।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ...

Advertisement
Archives

Model This Week