Posted inଖେଳ

ଭାରତକୁ ମିଳିଲା ଚତୁର୍ଥ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୩୦ା୭:ଚାଇନାର ଚେଙ୍ଗ୍‌ଡୁଠାରେ ଚାଲିଥିବା ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ଅମନ ସଇନି ଓ ପ୍ରଗତିଙ୍କୁ ନେଇ ଭାରତର ମିକ୍ସଡ କମ୍ପାଉଣ୍ଡ ତୀରନ୍ଦାଜୀ ଦଳ ଏକ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେମାନେ ଫାଇନାଲରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୧୫୬-୧୫୬ରେ ହରାଇ ଦେଇଛନ୍ତି। ଭାରତ ବର୍ତ୍ତମାନ ପଦକ ତାଲିକାରେ ୧୦ ପଦକ (୪ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୪ ବ୍ରୋଞ୍ଜ) ସହ ଚତୁର୍ଥ ସ୍ଥାନରେ ରହିଛି।

ଭାରତ ପୁରୁଷ ଓ ମହିଳା କମ୍ପାଉଣ୍ଡ ଇଭେଣ୍ଟ ଟିମ୍‌ ଇଭେଣ୍ଟରେ ମଧ୍ୟ ଆହୁରି ଦୁଇ ପଦକ ହାସଲ କରିଛି। ସଙ୍ଗମପ୍ରୀତ ବିସ୍‌ଲା, ଅମନ ସଇନି ଓ ରିଷଭ ଯାଦବ କୋରିଆ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୨୨୯-୨୨୫ରେ ପରାସ୍ତ କରି ଏକ ବ୍ରୋଞ୍ଜ ପଦକ ପାଇଥିବା ବେଳେ ପୂର୍ଭାଷା, ପ୍ରଗତି ଓ ଅଭନିତ ଫାଇନାଲରେ କୋରିଆଠାରୁ ପରାଜିତ ହୋଇ ରୌପ୍ୟ ପଦକ ପାଇଛନ୍ତି। ତୀରନ୍ଦାଜୀକୁ ଛାଡ଼ିଦେଲେ ଭାରତ ଶୁଟିଂରେ ମଧ୍ୟ ଦୁଇ ପଦକ ଲାଭ କରିଛି। ଉଦୟବୀର ସିନ୍ଧୁ ଓ ଆଦର୍ଶ ସିଂ ରାପିଡ୍‌ ଫାୟାର ପିସ୍ତଲ ଟିମ୍‌ ଇଭେଣ୍ଟରେ ୧୭୨୯ ପଏଣ୍ଟ ସ୍କୋର କରି ଏକ ରୌପ୍ୟ ଜିତିଛନ୍ତି। ସୂର୍ଯ୍ୟପ୍ରତାପ, ସର୍ତାଜ ସିଂ ଓ ଐଶ୍ୱରି ତୋମାର ୫୦ମିଟର ରାଇଫଲ ଟିମ୍‌ କାଟେଗୋରିରେ ବ୍ରୋଞ୍ଜ ପାଇଛନ୍ତି। ଅନ୍ୟପକ୍ଷରେ ୫୮୩ ପଏଣ୍ଟ ସହ ବିଜୟବୀର ବ୍ୟକ୍ତିଗତ ୨୫ମିଟର ରାପିଡ୍‌ ଫାୟାର ପିସ୍ତଲ ଇଭେଣ୍ଟରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଐଶ୍ୱରୀ ମଧ୍ୟ ବ୍ୟକ୍ତିଗତ ୫୦ ମିଟର ରାଇଫଲ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri