ବିଶ୍ୱ ଶିକ୍ଷକ

ବିଶ୍ୱର ସର୍ବଶ୍ରେଷ୍ଠ ଅସାଧାରଣ ଶିକ୍ଷକ ସମ୍ମାନ ପାଇବା ଲାଗି ଯୋଗ୍ୟତା କୌଣସି ଶିକ୍ଷାର ଡିଗ୍ରୀରେ ମପାଯାଇପାରି ନ ଥାଏ। ଅନ୍ୟମାନଙ୍କଠାରୁ ଅନନ୍ୟ ହେବାକୁ ହେଲେ ଜଣଙ୍କ ଚିନ୍ତାଧାରା ଓ ଆଦର୍ଶ ତାହା ଦର୍ଶାଇଦିଏ। ନିକଟରେ ଗ୍ଲୋବାଲ ଟିଚର ପ୍ରାଇଜ୍‌ ପାଇଥିବା ରଣଜିତ୍‌ସିଂ ଦିସାଲେ ଏଭଳି ଉଦାହରଣ ସୃଷ୍ଟି କରିଥିବାରୁ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣିବା ଲାଗି ସମସ୍ତଙ୍କ ଆଗ୍ରହ ରହିବା ସ୍ବାଭାବିକ। ଉଲ୍ଲେଖଯୋଗ୍ୟ, ଗ୍ଲୋବାଲ ଟିଚର ପ୍ରାଇଜ୍‌ ବା ବିଶ୍ୱ ଶିକ୍ଷକ ସମ୍ମାନ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଭାର୍କି ଫାଉଣ୍ଡେଶନ ପକ୍ଷରୁ ୫ ବର୍ଷ ହେବ ଦିଆଯାଇଆସୁଅଛି। ଏଥିଲାଗି ପୁରସ୍କାର ରାଶି ୧ ମିଲିୟନ ଆମେରିକୀୟ ଡଲାର ରଖାଯାଇଛି। ଶିକ୍ଷା କ୍ଷେତ୍ରରେ ଏହି ସମ୍ମାନକୁ ନୋବେଲ ସହ ତୁଳନା କରାଯାଇଥାଏ। ଶିକ୍ଷକମାନଙ୍କୁ ତାରକା ସ୍ତରରେ ରଖିବା ସହ ଗୁଣାତ୍ମକ ଶିକ୍ଷାର ପ୍ରସାର କରିବା ଦିଗରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଭାର୍କି ଫାଉଣ୍ଡେଶନ ପକ୍ଷରୁ କୁହାଯାଇଛି। ଅନ୍ତର୍ଜାତୀୟ ସ୍ତରରେ ଶିକ୍ଷାଦାନକୁ ସର୍ବଶ୍ରେଷ୍ଠ ବୃତ୍ତିର ମାନ୍ୟତା ଦିଆଯିବା ସହିତ ଶିକ୍ଷକମାନଙ୍କୁ ଯଥୋଚିତ ସମ୍ମାନ ଦିଆଯିବା ଦରକାର ବୋଲି ଫାଉଣ୍ଡେଶନ ଦୃଢ଼ ଆଶା ପୋଷଣ କରେ।
୩୨ ବର୍ଷୀୟ ଦିସାଲେ ଅଧାରୁ ଇଞ୍ଜିନିୟରିଂ ଛାଡ଼ିଥିଲେ। ଶିକ୍ଷକ ହେବା ଲାଗି ପିତା କହିବା ପରେ ସେ ଟ୍ରାକ୍‌ ବଦଳାଇଥିଲେ। ଶିକ୍ଷକ ପ୍ରଶିକ୍ଷଣ ପାଠ୍ୟକ୍ରମ ଶେଷ କରିବା ପରେ ବିଧିବଦ୍ଧ ଭାବେ ହୋଇଥିଲେ ମାଷ୍ଟର। ମହାରାଷ୍ଟ୍ରର ସୋଲାପୁରସ୍ଥିତ ପରିତଓ୍ବୋଡିର ଜିଲା ପରିଷଦ ପ୍ରାଥମିକ ସ୍କୁଲରେ ଯୋଗଦେବା ପରେ ଅଭିନବ ଉପାୟରେ ପିଲାଙ୍କୁ ପାଠ ପଢ଼ାଇ ଚାଲିଲେ। ଦୁର୍ଭିକ୍ଷ ଅଞ୍ଚଳ ପରିତଓ୍ବୋଡିରେ ସେ ୧୧ ବର୍ଷ ଧରି ଶିକ୍ଷକତା କରି ଆସୁଛନ୍ତି। ସେଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ୧୧୦ ଛାତ୍ରଙ୍କୁ ୫ ଜଣ ଶିକ୍ଷକ ପଢ଼ାଉଛନ୍ତି। ଶିକ୍ଷାଦାନ ବେଳେ ଦିସାଲେ ବାଳିକା ଶିକ୍ଷାର କିଭଳି ବିକାଶ ହୋଇପାରିବ, ତା’ ଉପରେ ଧ୍ୟାନ ଦେଲେ। ଏଥିସହିତ କ୍ୱିକ୍‌ ରେସ୍‌ପନ୍ସ (କ୍ୟୁଆର୍‌) କୋଡ୍‌ ଟେକ୍ଟବୁକ୍‌ ରିଭୋଲ୍ୟୁଶନ ବା ପାଠ୍ୟପୁସ୍ତକ ବିପ୍ଳବ ଆରମ୍ଭ କଲେ, ଯାହା ଜିଲା, ରାଜ୍ୟ ଏବଂ ଶେଷରେ ସମଗ୍ର ଭାରତରେ ପହଞ୍ଚିଗଲା। ଡିଜିଟାଲ ମାଧ୍ୟମରେ ପାଠକୁ ସହଜ ଓ ସୁଗମ କରିବା ଲକ୍ଷ୍ୟରେ ସେ କାର୍ଯ୍ୟ କଲେ। ପାଠ୍ୟପୁସ୍ତକକୁ ମାତୃଭାଷାରେ ସେ ଅନୁବାଦ କରି ସେଥିରେ ଏକକ କ୍ୟୁଆର୍‌ କୋଡ୍‌କୁ ସନ୍ନିବେଶିତ କରିଦେଲେ। ପିଲାମାନେ ସେହି କୋଡ୍‌କୁ ଦେଖି ସଙ୍ଗେ ସଙ୍ଗେ ଅଡିଓରେ କବିତା ଶୁଣିବା, ଭିଡିଓରେ ଶିକ୍ଷା ଗ୍ରହଣ କରିବା ସହଜ ହୋଇଗଲା। ଏହା କରିବା ପଛରେ ଦିସାଲେଙ୍କ ଚିନ୍ତା ରହେ ଯେ, ପିଲାମାନେ ଖୁସି ମିଜାଜରେ ପାଠ ପଢ଼ିପାରିବେ। ଏଭଳି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା ଛାତ୍ରୀଛାତ୍ର ଆଗ୍ରହର ସହ ସ୍କୁଲକୁ ଆସିଥିବା ଦେଖାଯାଉଛି। ଫଳରେ ଦିସାଲେଙ୍କ ସ୍କୁଲରେ ଶତ ପ୍ରତିଶତ ଉପସ୍ଥାନ ହେବାରୁ ଜିଲାରେ ଶ୍ରେଷ୍ଠ ବିଦ୍ୟାଳୟର ମାନ୍ୟତା ପାଇଛି। କେବଳ ସେତିକି ନୁହେଁ, ତାଙ୍କ ଅଭିନବ ଚିନ୍ତାଧାରାକୁ ୨୦୧୭ରେ ମହାରାଷ୍ଟ୍ର ସରକାର ଗ୍ରହଣ କରି ସବୁ ଗ୍ରେଡ୍‌ର ପାଠ୍ୟପୁସ୍ତକରେ କ୍ୟୁଆର୍‌ କୋଡ୍‌ ସଂଲଗ୍ନ କରିବା ଯୋଜନା କାର୍ଯ୍ୟକାରୀ କରିଥିଲେ। ୨୦୧୮ରେ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ମନ୍ତ୍ରଣାଳୟ ଏହାକୁ ଅନୁକରଣ କରି ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ସମସ୍ତ ପାଠ୍ୟକ୍ରମରେ କ୍ୟୁଆର୍‌ କୋଡ୍‌ ଲଗାଇବାକୁ ଘୋଷଣା କରିଥିଲେ।
ଏହିଭଳି ନୂଆ ଚିନ୍ତାଧାରା ଆପଣାଇବା ସହ ଛାତ୍ରୀଛାତ୍ରଙ୍କ ପାଇଁ ପଢ଼ା ସହଜ କରିବାରେ ଦିସାଲେଙ୍କ ଉଲ୍ଲେଖନୀୟ ଅବଦାନ ରହିବାରୁ ସେ ବିଶ୍ୱ ଶିକ୍ଷକ ହେବାର ଗୌରବ ଅର୍ଜନ କରିଛନ୍ତି। ଗ୍ଲୋବାଲ ଟିଚର ପ୍ରାଇଜ୍‌ ଏକାଡେମୀରେ ବିଚାରକ ଆସନରେ ବିଭିନ୍ନ ଦେଶର ପ୍ରଧାନ ଶିକ୍ଷକ, ଶିକ୍ଷା ବିଶେଷଜ୍ଞ, ଭାଷ୍ୟକାର, ସାମ୍ବାଦିକ, ସରକାରୀ ଅଧିକାରୀ, ବୈଷୟିକ ଉଦ୍ୟୋଗୀ, କମ୍ପାନୀ ନିର୍ଦ୍ଦେଶକ ଏବଂ ବୈଜ୍ଞାନିକମାନେ ରହିଥାଆନ୍ତି। ଗ୍ଲୋବାଲ ଟିଚର ପ୍ରାଇଜ୍‌ ୨୦୨୦ ଲାଗି ତାଲିକାରେ ୧୦ ଜଣଙ୍କୁ ବଛାଯାଇଥିଲା। ସେମାନଙ୍କ ମଧ୍ୟରୁ ଦିସାଲେ ଶ୍ରେଷ୍ଠ ବିବେଚିତ ହୋଇଥିଲେ। ତାଙ୍କୁ ୧ ମିଲିୟନ ଆମେରିକୀୟ ଡଲାର ମିଳିଥିଲା। କିନ୍ତୁ ସେ ପୁରସ୍କାର ରାଶିର ଅଧା ଅନ୍ୟ ୯ ଶିକ୍ଷକଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ। ପୁରସ୍କାର ରାଶି ଭାଗ କରିବା ନେଇ ସେ ମତ ଦିଅନ୍ତି ଯେ, ଜଣେ ଏକାକୀ ସବୁକିଛି କରିପାରିବ ନାହିଁ। ଶିକ୍ଷକମାନେ ସମାଜରେ ବାସ୍ତବ ପରିବର୍ତ୍ତନ ଆଣିପାରିବେ। ସେଥିଲାଗି ସମସ୍ତଙ୍କ ସହଯୋଗ ଲୋଡ଼ା। ପୁଣି ମନେପକାଇଛନ୍ତି, ଏହି ସମ୍ମାନ ପାଇବା ପୂର୍ବରୁ ସେ କିଭଳି ଲମ୍ବା ପ୍ରକ୍ରିୟା ଦେଇ ଗତି କରିଥିଲେ। ପ୍ରଥମେ ଟପ୍‌ ୧୦୦ ଭିତରେ ରହିଥିଲେ। ସାକ୍ଷାତ୍‌କାର ଓ ବିଭିନ୍ନ ପ୍ରକାର ତନଖିର ସାମ୍ନା କରିବା ବେଳେ ବହୁ ମାସ ଅତିକ୍ରାନ୍ତ ହୋଇଥିଲା। ନିକଟରେ ଯେତେବେଳେ ସେ ପୈତୃକ ଗୃହରୁ ଅନ୍‌ଲାଇନ୍‌ରେ ଉତ୍ସବରେ ଭାଗ ନେଇ ଶ୍ରେଷ୍ଠ ଶିକ୍ଷକର ସମ୍ମାନ ପାଇଲେ, ଖୁସିରେ ଆତ୍ମହରା ହୋଇ କାନ୍ଦି ପକାଇଥିଲେ। ମାତାପିତାଙ୍କୁ ପ୍ରଥମେ କୁଣ୍ଢେଇ ପକାଇବା ସହ ତାଙ୍କ ମାସକର ଶିଶୁକୁ ସ୍ନେହରେ କୋଳେଇ ନେଇଥିଲେ।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri