Posted inଖେଳ

ପ୍ରଥମ ଟେଷ୍ଟ: ଓ୍ବିଲିୟମସନଙ୍କ ଦ୍ୱିଶତକ

ହାମିଲଟନ,୫।୧୨(ଏପି): ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ଦମ୍‌ଦାର ଦ୍ୱିଶତକ ବଳରେ ନୁଜିଲାଣ୍ଡ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ତା’ର ସ୍ଥିତି ଦୃଢ କରିଛି। ଶୁକ୍ରବାର ଦ୍ୱିତୀୟ ଦିନରେ ଓ୍ବିଲିୟମସନ ହିରୋ ସାବ୍ୟସ୍ତ ହୋଇଛନ୍ତି। ୪୧୨ଟି ବଲ୍‌ ଖେଳି ୬୨୪ ମିନିଟ୍‌ ଅର୍ଥାତ ୧୦ ଘଣ୍ଟା ୪୦ ମିନିଟ୍‌ କ୍ରିଜ୍‌ରେ ରହି ୩୪ ଚୌକା ଓ ୨ ଛକା ସହ ଓ୍ବିଲିୟମସନ ୨୫୧ ରନର ଲଢୁଆ ଦ୍ୱିଶତକୀୟ ପାଳି ଖେଳି ଭ୍ରମଣକାରୀ ଦଳକୁ ନିରାଶ କରିଥିଲେ। ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୧୪୫ ଓଭରରେ ୭ ଉଇକେଟ ହରାଇ ୫୧୯ ରନ କରି ପାଳି ଘୋଷଣା କରିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ ଆରମ୍ଭ କରି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୨୬ ଓଭରରେ କୌଣସି ଉଇକେଟ ନ ହରାଇ ୪୯ ରନ ସଂଗ୍ରହ କରିଛି। ଫଳରେ ୧୦ ଉଇକେଟ ହାତରେ ରଖି ୪୭୦ ରନ ପଛରେ ପଡିଛି। ଦୁଇ ଓପନର କ୍ରେଗ୍‌ ବ୍ରାଥଓ୍ବେଟ୍‌ ୨୦ ଓ ଜନ କ୍ୟାମ୍ପବେଲ ୨୨ ରନ କରି ଅପରାଜିତ ରହିଛନ୍ତି।
ଅସମାପ୍ତ ସ୍କୋର ୨୪୩/୨ରୁ ନୁଜିଲାଣ୍ଡ ଖେଳ ଆରମ୍ଭ କରିଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ଓ୍ବିଲିୟମସନ ୯୭ରୁ ଖେଳ ଆରମ୍ଭ କରି ଆଉ ୩ ରନକରି ଶତକ ଅର୍ଜନ କରିଥିଲେ ଓ କ୍ୟାରିୟରର ତୃତୀୟ ଦ୍ୱିଶତକ ଅର୍ଜନ କରିଥିଲେ। ୨୫୧ ରନର ପାଳି ଖେଳି ଜୋଶେଫ୍‌ ଅଲଜାରୀଙ୍କ ବଲ୍‌ରେ ମିଡ୍‌ଉଇକେଟରେ ରୋଷ୍ଟନ ଚେଜ୍‌ଙ୍କୁ କ୍ୟାଚ୍‌ ଦେଇ ଆଉଟ ହେବା ପରେ ସେ ଟେଷ୍ଟରେ ନିଜର ବ୍ୟକ୍ତିଗତ ସର୍ବାଧିକ ସ୍କୋର କରିଥିଲେ। ସେହିପରି ୩୧ରନରୁ ଖେଳ ଆରମ୍ଭ କରି ଅଭିଜ୍ଞ ରସ୍‌ ଟେଲର ୩୮ ରନକରି ପ୍ୟାଭିଲିୟନ ଫେରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହେନେରୀ ନିକୋଲ୍ସ ୭, ଉଇକେଟକିପର ବ୍ୟାଟ୍ସମ୍ୟାନ ଟମ୍‌ ବ୍ଲଣ୍ଡେଲ ୧୪, ଡାରିଲ ମିଚେଲ ୯ ରନକରି ଆଉଟ ହୋଇଥିଲେ। କାଏଲ ଜେମିଶନ ୫୧ ଓ ଟିମ୍‌ ସୌଦି ୧୧ ରନକରି ଅପରାଜିତ ରହିଥିଲେ। ନିଲ ଓ୍ବାଗନର ଓ ଟ୍ରେଣ୍ଟ ବୋଲ୍ଟ ବ୍ୟାଟିଂ କରି ନ ଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ କେମର ରୋଚ ଓ ସାନନ ଗାବ୍ରିଏଲ୍‌ ୩ଟି ଲେଖାଏ, ଅଲଜାରି ଜୋଶେଫ୍‌ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ ୧୪୫ ଓଭରରେ ୫୧୯/୭ ଇନିଂସ ଘୋଷଣା (ଓ୍ବିଲିୟମସନ- ୨୫୧, ଲଥାମ- ୮୬, ଜେମିସନ- ୫୧*, ସୌଦି- ୧୧*, ଟେଲର- ୩୮, ବ୍ଲଣ୍ଡେଲ- ୧୪, ରୋଚ- ୩/୧୧୪, ଗାବ୍ରିଏଲ- ୩/ ୮୯, ଜୋଶେଫ୍‌- ୧/୯୯)।
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୨୬ ଓଭରରେ ୪୯/୦ (ବ୍ରାଥ୍‌ଓ୍ବେଟ- ୨୦, କ୍ୟାମ୍ପବେଲ- ୨୨)।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଛି କି? ଯଦି ହଁ, ତେବେ…

ବ୍ୟାୟାମ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏହାପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ…

ଇରାନ ଉପରେ ଆକ୍ରମଣ କଲା ଆମେରିକା, ହେଲେ ଛାଡିଲାନି ତେହରାନ

ତେହରାନ,୩୧।୮: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ ଜଳି ଉଠିଛି। ରବିବାର (ଅଗଷ୍ଟ ୩୦) ରେ, ଆମେରିକୀୟ ସେନା ଇରାନର ଲାରାକ ଦ୍ୱୀପରେ…

ପୋତାଗଲା ଚିହ୍ନଟ ହୋଇ ନ ଥିବା ମୃତଦେହ

କାଠମାଣ୍ଡୁ,୩୧ା୮: ନେପାଳ ବନ୍ୟାଜନିତ ମୃତ୍ୟୁସଂଖ୍ୟା ରବିବାର ସନ୍ଧ୍ୟା ସୁଦ୍ଧା ୭୯୪ରେ ପହଞ୍ଚତ୍ଛି। ମୃତଦେହ ରଖିବା ପାଇଁ ହସ୍ପିଟାଲଗୁଡ଼ିକରେ ସ୍ଥାନାଭାବ ଦେଖାଦେଇଛି। ସେପଟେ ମୃତଦେହଗୁଡ଼ିକ ଚିହ୍ନଟ ହୋଇ ନ…

ଆର୍‌ଏସ୍‌ଏସ୍‌ ମୁଖ୍ୟ ଭୁଆଁ ବୁଲାଉଛନ୍ତି: ବିରୋଧୀ

ନୂଆଦିଲ୍ଲୀ,୩୧ା୮(ପି.ଟି.): ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଆମେରିକାରେ ବିବିଧତା ଉପରେ ଦେଇଥିବା ମନ୍ତବ୍ୟ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ବୋଲି ବିରୋଧୀ ନେତାମାନେ…

ୟୁରୋପର ସର୍ବୋଚ୍ଚ ଶୃଙ୍ଗରେ ଭାରତୀୟ ମହିଳା

ଲକ୍ଷ୍ନୌ, ୩୧ା୮ (ପି.ଟି.) : ଲକ୍ଷ୍ନୌର ୪୩ ବର୍ଷୀୟା ଶିବାନୀ ମେହରୋତ୍ରା ସାଂସାରିକ ବନ୍ଧନରେ ଥାଇ ମଧ୍ୟ ବିଶ୍ୱର ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଚଢ଼ି ନିଜର ଦୃଢ଼ ଇଚ୍ଛାଶକ୍ତିର…

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri