ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ ସମସ୍ତେ ଧରି ନେଇଥାନ୍ତି। ବିଷ୍ଣୁ ପୁରାଣ କେବେ ଲେଖା ହୋଇଥିଲା, ତା’ ବିଷୟରେ ଐତିହାସିକଙ୍କ ଭିତରେ ମତୈକ୍ୟ ନଥାଏ। କେତେକଙ୍କ ମତରେ ଏହା ପ୍ରାୟ ଅଢ଼େଇ ହଜାରରୁ ତିନି ହଜାର ବର୍ଷ ତଳେ ରଚିତ ହୋଇଥିବା ବେଳେ ଅନ୍ୟମାନେ ଏହା ପ୍ରାୟ ପାଞ୍ଚ ହଜାର ବର୍ଷର ପୁରାତନ ବୋଲି ଦାବି କରନ୍ତି। ଦୀର୍ଘଦିନ ଧରି ଏହି କଥାଟି ଭାରତୀୟ ଜନଜୀବନରେ ଆଲୋଚିତ ହେବା ଫଳରେ ସମସ୍ତେ ଧରି ନେଇଥାନ୍ତି ତାହା ଏକ ଅବଧାରିତ ସତ୍ୟ। ସଂକ୍ଷେପରେ କହିଲେ- ‘ବିଦ୍ୟା ହିଁ ତାହା, ଯାହା ମୁକ୍ତିର ମାର୍ଗ ଦେଖାଏ।’ ମୋଟାମୋଟି ଭାବରେ କହିଲେ ବିଦ୍ୟା ଆମକୁ ଅଜ୍ଞାନରୁ ମୁକ୍ତିଦିଏ, କେହି କହିବେ ଅନ୍ଧବିଶ୍ୱାସରୁ ମୁକ୍ତି ଦିଏ, ପୁଣି ଆଉ କେହି କହିବେ ଆମର ଅବଚେତନରେ ଥିବା ବହୁ ଆବିଳତା ଓ ଦୁର୍ବଳତାରୁ ଏହା ମୁକ୍ତି ଦେଇଥାଏ। ୟେ ସବୁ ଯେ ଆପାତତଃ ଭାବରେ ସତ୍ୟ, ତା’ର କେହି ବିରୋଧ କରିବେ ନାହିଁ।
ଯଦି ପ୍ରଶ୍ନ ଉଠିବ ବିଦ୍ୟା କ’ଣ? ସେତେବେଳେ ଆମେ ଆଗରୁ ଯାହାସବୁ ଆଲୋଚନା କଲେ ତାହା ଉପରେ ପ୍ରଶ୍ନଚିହ୍ନ ଲାଗିଯିବ। ପ୍ରଶ୍ନଟି ହେଲା ବିଦ୍ୟା କହିଲେ ଗୋଟିଏ କଥାକୁ ବୁଝାଏ ନାହିଁ। ବସ୍ତୁତଃ ବିଦ୍ୟା ହେଉଛି ଦୁଇ ପ୍ରକାର। ଗୋଟିଏ ହେଲା ପରା ବିଦ୍ୟା ଏବଂ ଆରଟି ହେଲା ଅପରା ବିଦ୍ୟା। ପରା ବିଦ୍ୟା କହିଲେ ବୁଝାଯାଏ ଉଚ୍ଚତର ବିଦ୍ୟା ବା ଜ୍ଞାନ, ଯାହା ଆତ୍ମଜ୍ଞାନ ସମ୍ପର୍କିତ ଏବଂ ଜୀବନର ଉଚ୍ଚତମ ଅଭିଳାଷ ପୂରଣ କରିବାରେ ତାହା ସମକକ୍ଷ । ଜୀବନର ଉଚ୍ଚତମ ଅଭିଳାଷ ହେଲା ମୋକ୍ଷ ପ୍ରାପ୍ତି। ଅତଏବ ପରା ବିଦ୍ୟା ହେଉଛି ବ୍ରହ୍ମ ବିଦ୍ୟା, ଯାହାର ଜିଜ୍ଞାସା ମଣିଷକୁ ଦର୍ଶନର ଏକ ତାତ୍ତ୍ୱିକସ୍ତରକୁ ନେଇ ଆତ୍ମବୋଧ ଚେତନାରେ ପହଞ୍ଚାଏ ଏବଂ ଶେଷରେ ମୋକ୍ଷପ୍ରାପ୍ତି ଦ୍ୱାର ଉନ୍ମୁକ୍ତ କରାଏ। ଅପରା ବିଦ୍ୟା କହିଲେ ବୁଝାଯାଏ ନୀଚ ବିଦ୍ୟା, ଯାହା ଦକ୍ଷତା ବୃଦ୍ଧିକରେ, ମଣିଷକୁ କୁଶଳୀ କରେ, ଜୀବନ ଧାରଣ ମାନ ବୃଦ୍ଧି କରେ ଏବଂ ମଣିଷର ପ୍ରତିଷ୍ଠା କଥା ସମ୍ମାନ ଅର୍ଜନରେ ସହାୟକ ହୁଏ।
ଏହି ଦୁଇ ପ୍ରକାର ବିଦ୍ୟା ବିଷୟରେ ସୂଚନା ପାଇବା ପରେ ଆପଣଙ୍କ ଭିତରୁ ଧାରଣା ହୋଇପାରେ ମୋକ୍ଷର କ’ଣ ବା ଆବଶ୍ୟକତା। ଯଦି କେହି ବିଶ୍ୱକବି ରବୀନ୍ଦ୍ରନାଥଙ୍କର ପଦେ ଅଧେ କବିତା ମନେରଖିଥାନ୍ତି, ତା’ହେଲେ ତାକୁ ଆବୃତ୍ତି କରିବାକୁ ପଛେଇବେ ନାହିଁ। ଯେମିତି ‘ମରିତେ ଚାଇନୋ ଆମି ସୁନ୍ଦର ଭୁବନେ, ମାନବର ମାଧ୍ୟେ ଆମି ବଞ୍ଚତ୍ବାର ଚାହୀ’ ମୋକ୍ଷ ପ୍ରାପ୍ତି ହୁଏତ କେଉଁ ସାଧକ ବା ସନ୍ନ୍ୟାସୀଙ୍କ ଜୀବନର ଲକ୍ଷ୍ୟ ହୋଇଥାଇପାରେ, ମାତ୍ର ଜଣେ ସଂସାରୀ ଲୋକ ପାଇଁ ବେଶି ଗୁରୁତ୍ୱପୂର୍ଣ୍ଣ ହେଲା ଜୀବନର ବଞ୍ଚତ୍ବାର କଳା ଶିଖିବା। ହୁଏତ ଗୋଟିଏ ସମୟରେ ଜୀବନର ଲକ୍ଷ୍ୟ କହିଲେ ଯାହା ବୁଝାଯାଉଥିଲା, ବିଦ୍ୟାର ବ୍ୟବସାୟୀକରଣ ହେଲା ପରେ ଜୀବନର ସଂଜ୍ଞା ଓ ଲକ୍ଷ୍ୟ ବଦଳିଯାଇଛି ପୂରା ମାତ୍ରାରେ।
ମନେପଡ଼େ କାହାଣୀଟିଏ। ଗୋଟିଏ ସ୍ଥାନରେ ରାମ ଚରିତ ମାନସ ପାରାୟଣ ହେଉଥାଏ। ସଭା ସରି ସରି ଆସୁଥାଏ। କଥାବାଚକ କହିଲେ, ଆଜିର ଦର୍ଶକଙ୍କ ପାଇଁ ଆୟୋଜକମାନେ ଦୁଇ ରକମର ପୁରସ୍କାର ରଖିଛନ୍ତି ଏବଂ ପ୍ରତି ଦର୍ଶକଙ୍କ ପାଇଁ ପୁରସ୍କାର ରହିଛି। ଏକା ଭଳି ଦିଶୁଥିବା ମୂର୍ତ୍ତି ରହିଛି ପ୍ରସ୍ଥାନ ପଥରେ, ଗୋଟିଏ ରାମଙ୍କର ଓ ଆରଟି ହେଉଛି ରାବଣଙ୍କର। ଆପଣ କାହାର ମୂର୍ତ୍ତି ନେଇ ଫେରିବେ, କ’ଣ ରାମଚନ୍ଦ୍ରଙ୍କର? ଶତପ୍ରତିଶତ ହାତ ଉପରକୁ ଉଠିଗଲା। କଥାବାଚକ କହିଲେ, ଏବେ ଯାହା କରିବେ ସାହସ ରଖି କରିବେ, ମିଛ କହିବେ ନାହିଁ। ପ୍ରକୃତରେ ରାମଚନ୍ଦ୍ରଙ୍କ ମୂର୍ତ୍ତି ମାଟିରେ ଆଉ ରାବଣଙ୍କ ମୂର୍ତ୍ତି ସୁନାରେ ତିଆରି। ଏଥର କୁଣ୍ଠିତ କେତୋଟି ହାତ ଉପରକୁ ଉଠିଲା। ଏଇ ହେଉଛି ଆମ ସମାଜର ଆଜିର ପରିଚୟ। ଭାଷଣ ଶୁଣିବା ବେଳେ ଆମର ଗୋଟିଏ ରୂପ, ମାତ୍ର ତାକୁ ଆହରଣ କଲାବେଳେ ଆମେ ଆଉ ଗୋଟିଏ ଗୋଟିଏ ଚରିତ୍ର।
ଆମେ ଯଦି ଏଇ ଧାରାକୁ ଆପଣେଇ ନେଇଛନ୍ତି, ତା’ହେଲେ ସତରେ ବିଦ୍ୟା କ’ଣ ଆମ ପାଇଁ ମୋକ୍ଷ ପ୍ରଦାୟିନୀ ହେଉ ତାହା ଆମେ ଛାତିରେ ହାତରଖି କହିପାରିବା? ଆମ ପାଇଁ ଏବର ସ୍ଲୋଗାନ୍‌ ପାଲଟିଛି ‘ସା ବିଦ୍ୟା ଯା ନିଯୁକ୍ତୟେ’ ଅର୍ଥାତ୍‌ ଯେଉଁ ବିଦ୍ୟା ଆମକୁ ଚାକିରି ଦେଇପାରିବ, ଆମକୁ ପ୍ରତିପୋଷଣ କରିପାରିବ। ଆମର ନିୟୋଜନର ମାର୍ଗ ଦେଖେଇପାରିବ, ଆମେ ସେଇ ବିଦ୍ୟା ଆଡ଼କୁ ଆକର୍ଷିତ ହେଉଛନ୍ତି। ଆଜିକାଲି ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଦେଖୁଛନ୍ତି ସିଭିଲ ଇଞ୍ଜିନିୟରିଂ ବା ମେକାନିକାଲ ବିଭାଗ ବନ୍ଦ ହେବାକୁ ବସିଲାଣି, ଖାଲି ଚାକିରି ମିଳୁଛି ବୋଲି ହଜାର ହଜାର ସିଟ୍‌ ଖୋଲିଦିଆ ହୋଇଛି କମ୍ପ୍ୟୁଟର ସାଇନ୍ସ ନଁାରେ। ଏହା କ’ଣ ନିଯୁକ୍ତିର ପ୍ରାଥମିକତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁନାହିଁ? ମଣିଷ ତା’ହେଲେ ପାଠ ପଢ଼ୁଛି ଚାକିରି କରିବା ପାଇଁ। ଯାହାର ପାଠ ଯେତେ ଗୁରୁତ୍ୱପୂର୍ଣ୍ଣ ତା’ର ଚାକିରିରେ ସେତେ ଅଧିକ ପାଉଣା। ମାତ୍ର ଆମେ ଶୁଣୁଛନ୍ତି ଯେ ଚାକିରି ପାଉଛନ୍ତି ଖୁବ୍‌ କମ୍‌ ଲୋକ। ଲକ୍ଷ ଲକ୍ଷ ଚାକିରି ଆଶାୟୀଙ୍କର ଭିଡ଼ ସରକାରୀ ନିୟୋଜନ ପାଇଁ, ଯେଉଁ ଚାକିରି ପାଇଁ ସର୍ବନିମ୍ନ ଯୋଗ୍ୟତା ମାଟ୍ରିକ୍‌ ସେଠାରେ ଏମ୍‌.ଏ., ଏମ୍‌.ଏସ୍‌ସି, ପିଏଚ୍‌.ଡି.ଙ୍କର ଭିଡ଼।
ମାତ୍ର ଅପରା ବିଦ୍ୟାରେ ଆମେ ମଜ୍ଜିଯାଇଥିବାରୁ ଆମକୁ ଲାଗୁଛି ଆମେ ପ୍ରଚାରିତ ହେଉଛନ୍ତି। ଆମେ ନ୍ୟାୟ ପାଉନାହାନ୍ତି। ସାରା ଦୁନିଆରେ ରାଜସିକ ପ୍ରଭାବ ଏତେ ବଢ଼ିଯାଇଛି ଯେ ପ୍ରଗତି ନଁାରେ ଯାହା ଚାଲିଛି, ତାହା ଯେମିତି ଗୋଟାଏ ଗୋଟାଏ ଭେଳିକି। ସମସ୍ତେ ସମସ୍ତଙ୍କୁ ପ୍ରତିଯୋଗିତା କରୁଛନ୍ତି ବୁଦ୍ଧିରେ ଅତିକ୍ରମ କରିବା ପାଇଁ, ଯୁକ୍ତିରେ ଅତିକ୍ରମ କରିବା ପାଇଁ, କ୍ଷମତା ଓ ପରାକ୍ରମରେ ପରାହତ କରିବା ପାଇଁ। ସୁଭାଷିତାନିରେ ମାଧ୍ୟମିକ ଶ୍ରେଣୀରେ ଅଧ୍ୟୟନ କରିଥିଲେ- ସାଧୁଲୋକଙ୍କ ପାଖରେ ବିଦ୍ୟା ଜ୍ଞାନ ଅର୍ଜନ ଓ ବିତରଣରେ ବ୍ୟବହୃତ ହୁଏ । ସେ ବିଦ୍ୟା ଖଳ ଲୋକକୁ ପ୍ରାପ୍ତ ହେଲେ ତାହାକୁ ସେ ଯୁକ୍ତି ବଳରେ ଅନ୍ୟକୁ ପରାଭୂତ କରିବାକୁ ଚେଷ୍ଟା କରେ, ବିଦ୍ୟାର ଅହଂକାର ତାକୁ ବିବାଦୀୟ କରେ। ଅନୁରୂପ ଭାବରେ ସାଧୁଶ୍ରେଣୀୟ ବ୍ୟକ୍ତି ନିକଟରେ ଧନ ଆସିଲେ ତାକୁ ସେ ସତ୍‌ପାତ୍ରରେ ଦାନ କରିଥିବା ବେଳେ ଖଳ ବ୍ୟକ୍ତି ତାକୁ ମଦ୍ୟପାନ ବା ତଜ୍ଜନିତ କୁକର୍ମରେ ଅପବ୍ୟୟ କରିଥାନ୍ତି। ସାଧୁଲୋକ ଶକ୍ତିର ଅଧିକାରୀ ହେଲେ ତାହାକୁ ସେ ଦୁର୍ବଳକୁ ସୁରକ୍ଷା ପ୍ରଦାନ କରନ୍ତି, ମାତ୍ର ଖଳଲୋକ ସେଇ ଶକ୍ତିର ଅପଚୟ କରି ଦୁର୍ବଳ ଉପରେ ଅତ୍ୟାଚାର କରନ୍ତି । ଅର୍ଥାତ୍‌ ସେଇ ବିଦ୍ୟା ବାହାରକୁ ଗୋଟିଏ ଜଣାଯାଉଥିଲେ ମଧ୍ୟ ଅପରା ବିଦ୍ୟା ତା’ର ଅମୂଲ୍ୟ ରୂପ ଦେଖାଉଛି ଆମ ଭିତରେ। ଆମର ଦକ୍ଷତା କରାଉଛି। ଆମ ଭିତରେ ଶିଳ୍ପ ନିପୁଣତା ବଢ଼ାଉଛି, ମାତ୍ର ଆମଠାରୁ କୌଶଳରେ ମଣିଷପଣିଆ ଅପହରଣ କରିନେଉଛି କୌଶଳରେ । ଅର୍ଥାତ୍‌ ପରାବିଦ୍ୟା ହିଁ ଆମକୁ ସାଧୁ ବାଟରେ ନେଇଯିବ। ଆମେ ଅପରାବିଦ୍ୟା ଅଧ୍ୟୟନ କରିବାର ଯେଉଁ ପ୍ରଭାବ, ତାହା ଆଉ କାହାରିକୁ ଅଜଣା ନାହିଁ। ଆମ ଆଖି ଆଗରେ କେତେ ବଡ଼ ବଡ଼ ସ୍କୁଲ କଲେଜରେ କୋଠାଘର, ହେଲେ ସେଇଠି ପାଠ ନାହିଁ। ବହୁ ଆଡ଼ମ୍ବର ଡାକ୍ତରଖାନା, ମାତ୍ର ସେବାନାହିଁ। ବହୁ ଦାମୀ ଖଟ ପଲଙ୍କ ଆମ ଘରମାନଙ୍କରେ, ମାତ୍ର ନିଦ ହେଉନି। ବହୁତ ପଇସା ଆମେ ରୋଜଗାର କରୁଛନ୍ତି, ମାତ୍ର ସତ୍‌କର୍ମରେ ତାକୁ ବିନିଯୋଗ କରିବାକୁ ପଛାଉଛନ୍ତି । ୟେ ସବୁର ମୂଳରେ ରହିଛି ପରାବିଦ୍ୟା ପ୍ରତି ଆମର ବିମୁଖତା ପରାଂମୁଖତା । ଆମେ କେବେ ବି ଭାବିବା କଥା ନୁହେଁ ନୀତିଶିକ୍ଷାରେ ଯେଉଁ ବିଦ୍ୟା ଆମକୁ ଶିଖାଉଥିଲା, ଯାହା ଆମର ଚେତନା ଉଦ୍ରେକ କରାଉଥିଲା କେବେ ବି ତାହା ଅନାବଶ୍ୟକ ହୋଇଯିବ ନାହିଁ। ତେଣୁ ଅପରାବିଦ୍ୟା ଅଧ୍ୟୟନ ହେଉଥାଉ, ମନାନାହିଁ । ମାତ୍ର ପରାବିଦ୍ୟାକୁ ସତରେ ଛାଡ଼ିବା ଅନୁଚିତ। ଏଇ ଦୁଇ ବିଦ୍ୟା ଭିତରେ ସମନ୍ବୟର ଅଭାବରେ ଆଜିର ପୃଥିବୀ ପାତିତ ଓ ଜର୍ଜରିତ – ତାକୁ ହେଜିବାର ସମୟ ଆସିଛି।

ଡ. ନିରଞ୍ଜନ ସାହୁ
ମୋ: ୯୪୩୮୪୮୨୯୧୧
(ଲେଖକ ଭାରତୀୟ ପ୍ରଶାସନିକ ସେବାର ପୂର୍ବତନ ଅଧିକାରୀ)

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ରେ ବିତୁଛି ନୀଳାଚଳଙ୍କ ଜୀବନ, ଘର ଖଣ୍ଡିଏ ପାଇଁ ସରକାରଙ୍କୁ କଲେ ନିବେଦନ

ଗଞ୍ଜାମ,୫।୮ (ବିଦ୍ୟାଧର ସାହୁ ): ଗରିବ ଜନ ସାଧାରଣଙ୍କ ପାଇଁ ସରକାର କେତେ କଣ ଯୋଜନା କରିଛନ୍ତି । କିନ୍ତୁ କିଛି ଯୋଜନା ଲୋକଙ୍କ ପାଖରେ ପହଞ୍ଚି…

୨୦୨୭ ବିଶ୍ୱକପ ପାଇଁ ସୁନୀଲ ଗାଭାସ୍କର ବାଛିଲେ ଭାରତୀୟ ଦଳ; ବାଦ ପଡ଼ିଲେ ବଡ଼ ବଡ଼ ନାମ

ନୂଆଦିଲ୍ଲୀ,୫।୮: ଆସନ୍ତା ବର୍ଷ (୨୦୨୭) ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଭାରତୀୟ ଦଳରେ କିଏ ସ୍ଥାନ ପାଇବ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ…

NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ, ସୁପ୍ରିମକୋର୍ଟରେ ଯୋଜନାର ରୂପରେଖା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ,୫।୮: ଜାତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UGର ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟକୁ ଏହା ଜଣାଇ…

ଆନନ୍ଦପୁର ରିଂ ରୋଡ଼ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ପଞ୍ଚାୟତରାଜ ମନ୍ତ୍ରୀ, ଦାବି ଜଣାଇଲେ ସ୍ଥାନୀୟ ଲୋକେ

ବଞ୍ଚୋ, ୫।୮:(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ନିର୍ବାଚନମଣ୍ଡଳୀର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ତଥା ଆନନ୍ଦପୁର ରିଂ ରୋଡ଼କୁ ଆଜି ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଏବଂ ପାନୀୟ ଜଳ…

‘ବନ୍ଦେ ମାତରମ୍‌ ନ ଗାଇଲେ କ’ଣ ଆକାଶ ଛିଣ୍ଡି ପଡିବ?’ ରୋକ୍‌ଠୋକ୍‌ ଶୁଣାଇଦେଲେ କୋଲକାତା ହାଇକୋର୍ଟ

କୋଲକାତା,୫।୮: କୋଲକାତା ହାଇକୋର୍ଟ ମଙ୍ଗଳବାର ଦିନ ମଦ୍ରାସାଗୁଡ଼ିକରେ ‘ବନ୍ଦେ ମାତରମ୍’ର ଛଅଟିଯାକ ପଦ ଗାଇବା ବାଧ୍ୟତାମୂଳକ କରିବା ବିରୋଧରେ ଦାୟର ଏକ ଜନସ୍ୱାର୍ଥ ମାମଲା (PIL)ର ଶୁଣାଣି…

ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ତାତିଲେ Gen-G: ଏହି ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

କେନ୍ଦୁଝର,୫।୮ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଐତିହ୍ୟ ସମ୍ପନ୍ନ ଧରଣୀ ଧର ସୟଂ ଶାସିତ ମହାବିଦ୍ୟାଳୟର ସୁରକ୍ଷା ଦାବି ଜୋର୍‌ ଧରିଛି। ଜିଲାର ଏକ ମାତ୍ର ସାଧାରଣ…

୭୫ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ପାଇଁ ରହିଛନ୍ତି ଜଣେ ମହିଳା ସୂପରଭାଇଜର-ସିଡ଼ିପିଓ: ଖାଲି ପଦବୀ ପୂରଣ ଦାବି

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ରହିଛି ୬୨ଟି ରାଜସ୍ବ ଗ୍ରାମ। ଶିଶୁ, ଗର୍ଭବତୀ, ପ୍ରସୂତୀ, କିଶୋରୀ ବାଳିକାମାନଙ୍କ ପାଇଁ ସରକାରଙ୍କ…

ଉପନିର୍ବାଚନରେ ପରାଜୟ ପରେ ଆକ୍ସନ ମୋଡକୁ ଆସିଲେ ପିଏମ୍‌ ମୋଦି: ନୀତୀଶ କୁମାର-ଶିବରାଜ ସିଂହଙ୍କୁ…

ନୂଆଦିଲ୍ଲୀ,୫।୮: ମଧ୍ୟପ୍ରଦେଶର ଦତିଆ ଏବଂ ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ କଡ଼ା ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହାକୁ ନେଇ ଦଳ ଭିତରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri