ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ ସମସ୍ତେ ଧରି ନେଇଥାନ୍ତି। ବିଷ୍ଣୁ ପୁରାଣ କେବେ ଲେଖା ହୋଇଥିଲା, ତା’ ବିଷୟରେ ଐତିହାସିକଙ୍କ ଭିତରେ ମତୈକ୍ୟ ନଥାଏ। କେତେକଙ୍କ ମତରେ ଏହା ପ୍ରାୟ ଅଢ଼େଇ ହଜାରରୁ ତିନି ହଜାର ବର୍ଷ ତଳେ ରଚିତ ହୋଇଥିବା ବେଳେ ଅନ୍ୟମାନେ ଏହା ପ୍ରାୟ ପାଞ୍ଚ ହଜାର ବର୍ଷର ପୁରାତନ ବୋଲି ଦାବି କରନ୍ତି। ଦୀର୍ଘଦିନ ଧରି ଏହି କଥାଟି ଭାରତୀୟ ଜନଜୀବନରେ ଆଲୋଚିତ ହେବା ଫଳରେ ସମସ୍ତେ ଧରି ନେଇଥାନ୍ତି ତାହା ଏକ ଅବଧାରିତ ସତ୍ୟ। ସଂକ୍ଷେପରେ କହିଲେ- ‘ବିଦ୍ୟା ହିଁ ତାହା, ଯାହା ମୁକ୍ତିର ମାର୍ଗ ଦେଖାଏ।’ ମୋଟାମୋଟି ଭାବରେ କହିଲେ ବିଦ୍ୟା ଆମକୁ ଅଜ୍ଞାନରୁ ମୁକ୍ତିଦିଏ, କେହି କହିବେ ଅନ୍ଧବିଶ୍ୱାସରୁ ମୁକ୍ତି ଦିଏ, ପୁଣି ଆଉ କେହି କହିବେ ଆମର ଅବଚେତନରେ ଥିବା ବହୁ ଆବିଳତା ଓ ଦୁର୍ବଳତାରୁ ଏହା ମୁକ୍ତି ଦେଇଥାଏ। ୟେ ସବୁ ଯେ ଆପାତତଃ ଭାବରେ ସତ୍ୟ, ତା’ର କେହି ବିରୋଧ କରିବେ ନାହିଁ।
ଯଦି ପ୍ରଶ୍ନ ଉଠିବ ବିଦ୍ୟା କ’ଣ? ସେତେବେଳେ ଆମେ ଆଗରୁ ଯାହାସବୁ ଆଲୋଚନା କଲେ ତାହା ଉପରେ ପ୍ରଶ୍ନଚିହ୍ନ ଲାଗିଯିବ। ପ୍ରଶ୍ନଟି ହେଲା ବିଦ୍ୟା କହିଲେ ଗୋଟିଏ କଥାକୁ ବୁଝାଏ ନାହିଁ। ବସ୍ତୁତଃ ବିଦ୍ୟା ହେଉଛି ଦୁଇ ପ୍ରକାର। ଗୋଟିଏ ହେଲା ପରା ବିଦ୍ୟା ଏବଂ ଆରଟି ହେଲା ଅପରା ବିଦ୍ୟା। ପରା ବିଦ୍ୟା କହିଲେ ବୁଝାଯାଏ ଉଚ୍ଚତର ବିଦ୍ୟା ବା ଜ୍ଞାନ, ଯାହା ଆତ୍ମଜ୍ଞାନ ସମ୍ପର୍କିତ ଏବଂ ଜୀବନର ଉଚ୍ଚତମ ଅଭିଳାଷ ପୂରଣ କରିବାରେ ତାହା ସମକକ୍ଷ । ଜୀବନର ଉଚ୍ଚତମ ଅଭିଳାଷ ହେଲା ମୋକ୍ଷ ପ୍ରାପ୍ତି। ଅତଏବ ପରା ବିଦ୍ୟା ହେଉଛି ବ୍ରହ୍ମ ବିଦ୍ୟା, ଯାହାର ଜିଜ୍ଞାସା ମଣିଷକୁ ଦର୍ଶନର ଏକ ତାତ୍ତ୍ୱିକସ୍ତରକୁ ନେଇ ଆତ୍ମବୋଧ ଚେତନାରେ ପହଞ୍ଚାଏ ଏବଂ ଶେଷରେ ମୋକ୍ଷପ୍ରାପ୍ତି ଦ୍ୱାର ଉନ୍ମୁକ୍ତ କରାଏ। ଅପରା ବିଦ୍ୟା କହିଲେ ବୁଝାଯାଏ ନୀଚ ବିଦ୍ୟା, ଯାହା ଦକ୍ଷତା ବୃଦ୍ଧିକରେ, ମଣିଷକୁ କୁଶଳୀ କରେ, ଜୀବନ ଧାରଣ ମାନ ବୃଦ୍ଧି କରେ ଏବଂ ମଣିଷର ପ୍ରତିଷ୍ଠା କଥା ସମ୍ମାନ ଅର୍ଜନରେ ସହାୟକ ହୁଏ।
ଏହି ଦୁଇ ପ୍ରକାର ବିଦ୍ୟା ବିଷୟରେ ସୂଚନା ପାଇବା ପରେ ଆପଣଙ୍କ ଭିତରୁ ଧାରଣା ହୋଇପାରେ ମୋକ୍ଷର କ’ଣ ବା ଆବଶ୍ୟକତା। ଯଦି କେହି ବିଶ୍ୱକବି ରବୀନ୍ଦ୍ରନାଥଙ୍କର ପଦେ ଅଧେ କବିତା ମନେରଖିଥାନ୍ତି, ତା’ହେଲେ ତାକୁ ଆବୃତ୍ତି କରିବାକୁ ପଛେଇବେ ନାହିଁ। ଯେମିତି ‘ମରିତେ ଚାଇନୋ ଆମି ସୁନ୍ଦର ଭୁବନେ, ମାନବର ମାଧ୍ୟେ ଆମି ବଞ୍ଚତ୍ବାର ଚାହୀ’ ମୋକ୍ଷ ପ୍ରାପ୍ତି ହୁଏତ କେଉଁ ସାଧକ ବା ସନ୍ନ୍ୟାସୀଙ୍କ ଜୀବନର ଲକ୍ଷ୍ୟ ହୋଇଥାଇପାରେ, ମାତ୍ର ଜଣେ ସଂସାରୀ ଲୋକ ପାଇଁ ବେଶି ଗୁରୁତ୍ୱପୂର୍ଣ୍ଣ ହେଲା ଜୀବନର ବଞ୍ଚତ୍ବାର କଳା ଶିଖିବା। ହୁଏତ ଗୋଟିଏ ସମୟରେ ଜୀବନର ଲକ୍ଷ୍ୟ କହିଲେ ଯାହା ବୁଝାଯାଉଥିଲା, ବିଦ୍ୟାର ବ୍ୟବସାୟୀକରଣ ହେଲା ପରେ ଜୀବନର ସଂଜ୍ଞା ଓ ଲକ୍ଷ୍ୟ ବଦଳିଯାଇଛି ପୂରା ମାତ୍ରାରେ।
ମନେପଡ଼େ କାହାଣୀଟିଏ। ଗୋଟିଏ ସ୍ଥାନରେ ରାମ ଚରିତ ମାନସ ପାରାୟଣ ହେଉଥାଏ। ସଭା ସରି ସରି ଆସୁଥାଏ। କଥାବାଚକ କହିଲେ, ଆଜିର ଦର୍ଶକଙ୍କ ପାଇଁ ଆୟୋଜକମାନେ ଦୁଇ ରକମର ପୁରସ୍କାର ରଖିଛନ୍ତି ଏବଂ ପ୍ରତି ଦର୍ଶକଙ୍କ ପାଇଁ ପୁରସ୍କାର ରହିଛି। ଏକା ଭଳି ଦିଶୁଥିବା ମୂର୍ତ୍ତି ରହିଛି ପ୍ରସ୍ଥାନ ପଥରେ, ଗୋଟିଏ ରାମଙ୍କର ଓ ଆରଟି ହେଉଛି ରାବଣଙ୍କର। ଆପଣ କାହାର ମୂର୍ତ୍ତି ନେଇ ଫେରିବେ, କ’ଣ ରାମଚନ୍ଦ୍ରଙ୍କର? ଶତପ୍ରତିଶତ ହାତ ଉପରକୁ ଉଠିଗଲା। କଥାବାଚକ କହିଲେ, ଏବେ ଯାହା କରିବେ ସାହସ ରଖି କରିବେ, ମିଛ କହିବେ ନାହିଁ। ପ୍ରକୃତରେ ରାମଚନ୍ଦ୍ରଙ୍କ ମୂର୍ତ୍ତି ମାଟିରେ ଆଉ ରାବଣଙ୍କ ମୂର୍ତ୍ତି ସୁନାରେ ତିଆରି। ଏଥର କୁଣ୍ଠିତ କେତୋଟି ହାତ ଉପରକୁ ଉଠିଲା। ଏଇ ହେଉଛି ଆମ ସମାଜର ଆଜିର ପରିଚୟ। ଭାଷଣ ଶୁଣିବା ବେଳେ ଆମର ଗୋଟିଏ ରୂପ, ମାତ୍ର ତାକୁ ଆହରଣ କଲାବେଳେ ଆମେ ଆଉ ଗୋଟିଏ ଗୋଟିଏ ଚରିତ୍ର।
ଆମେ ଯଦି ଏଇ ଧାରାକୁ ଆପଣେଇ ନେଇଛନ୍ତି, ତା’ହେଲେ ସତରେ ବିଦ୍ୟା କ’ଣ ଆମ ପାଇଁ ମୋକ୍ଷ ପ୍ରଦାୟିନୀ ହେଉ ତାହା ଆମେ ଛାତିରେ ହାତରଖି କହିପାରିବା? ଆମ ପାଇଁ ଏବର ସ୍ଲୋଗାନ୍‌ ପାଲଟିଛି ‘ସା ବିଦ୍ୟା ଯା ନିଯୁକ୍ତୟେ’ ଅର୍ଥାତ୍‌ ଯେଉଁ ବିଦ୍ୟା ଆମକୁ ଚାକିରି ଦେଇପାରିବ, ଆମକୁ ପ୍ରତିପୋଷଣ କରିପାରିବ। ଆମର ନିୟୋଜନର ମାର୍ଗ ଦେଖେଇପାରିବ, ଆମେ ସେଇ ବିଦ୍ୟା ଆଡ଼କୁ ଆକର୍ଷିତ ହେଉଛନ୍ତି। ଆଜିକାଲି ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଦେଖୁଛନ୍ତି ସିଭିଲ ଇଞ୍ଜିନିୟରିଂ ବା ମେକାନିକାଲ ବିଭାଗ ବନ୍ଦ ହେବାକୁ ବସିଲାଣି, ଖାଲି ଚାକିରି ମିଳୁଛି ବୋଲି ହଜାର ହଜାର ସିଟ୍‌ ଖୋଲିଦିଆ ହୋଇଛି କମ୍ପ୍ୟୁଟର ସାଇନ୍ସ ନଁାରେ। ଏହା କ’ଣ ନିଯୁକ୍ତିର ପ୍ରାଥମିକତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁନାହିଁ? ମଣିଷ ତା’ହେଲେ ପାଠ ପଢ଼ୁଛି ଚାକିରି କରିବା ପାଇଁ। ଯାହାର ପାଠ ଯେତେ ଗୁରୁତ୍ୱପୂର୍ଣ୍ଣ ତା’ର ଚାକିରିରେ ସେତେ ଅଧିକ ପାଉଣା। ମାତ୍ର ଆମେ ଶୁଣୁଛନ୍ତି ଯେ ଚାକିରି ପାଉଛନ୍ତି ଖୁବ୍‌ କମ୍‌ ଲୋକ। ଲକ୍ଷ ଲକ୍ଷ ଚାକିରି ଆଶାୟୀଙ୍କର ଭିଡ଼ ସରକାରୀ ନିୟୋଜନ ପାଇଁ, ଯେଉଁ ଚାକିରି ପାଇଁ ସର୍ବନିମ୍ନ ଯୋଗ୍ୟତା ମାଟ୍ରିକ୍‌ ସେଠାରେ ଏମ୍‌.ଏ., ଏମ୍‌.ଏସ୍‌ସି, ପିଏଚ୍‌.ଡି.ଙ୍କର ଭିଡ଼।
ମାତ୍ର ଅପରା ବିଦ୍ୟାରେ ଆମେ ମଜ୍ଜିଯାଇଥିବାରୁ ଆମକୁ ଲାଗୁଛି ଆମେ ପ୍ରଚାରିତ ହେଉଛନ୍ତି। ଆମେ ନ୍ୟାୟ ପାଉନାହାନ୍ତି। ସାରା ଦୁନିଆରେ ରାଜସିକ ପ୍ରଭାବ ଏତେ ବଢ଼ିଯାଇଛି ଯେ ପ୍ରଗତି ନଁାରେ ଯାହା ଚାଲିଛି, ତାହା ଯେମିତି ଗୋଟାଏ ଗୋଟାଏ ଭେଳିକି। ସମସ୍ତେ ସମସ୍ତଙ୍କୁ ପ୍ରତିଯୋଗିତା କରୁଛନ୍ତି ବୁଦ୍ଧିରେ ଅତିକ୍ରମ କରିବା ପାଇଁ, ଯୁକ୍ତିରେ ଅତିକ୍ରମ କରିବା ପାଇଁ, କ୍ଷମତା ଓ ପରାକ୍ରମରେ ପରାହତ କରିବା ପାଇଁ। ସୁଭାଷିତାନିରେ ମାଧ୍ୟମିକ ଶ୍ରେଣୀରେ ଅଧ୍ୟୟନ କରିଥିଲେ- ସାଧୁଲୋକଙ୍କ ପାଖରେ ବିଦ୍ୟା ଜ୍ଞାନ ଅର୍ଜନ ଓ ବିତରଣରେ ବ୍ୟବହୃତ ହୁଏ । ସେ ବିଦ୍ୟା ଖଳ ଲୋକକୁ ପ୍ରାପ୍ତ ହେଲେ ତାହାକୁ ସେ ଯୁକ୍ତି ବଳରେ ଅନ୍ୟକୁ ପରାଭୂତ କରିବାକୁ ଚେଷ୍ଟା କରେ, ବିଦ୍ୟାର ଅହଂକାର ତାକୁ ବିବାଦୀୟ କରେ। ଅନୁରୂପ ଭାବରେ ସାଧୁଶ୍ରେଣୀୟ ବ୍ୟକ୍ତି ନିକଟରେ ଧନ ଆସିଲେ ତାକୁ ସେ ସତ୍‌ପାତ୍ରରେ ଦାନ କରିଥିବା ବେଳେ ଖଳ ବ୍ୟକ୍ତି ତାକୁ ମଦ୍ୟପାନ ବା ତଜ୍ଜନିତ କୁକର୍ମରେ ଅପବ୍ୟୟ କରିଥାନ୍ତି। ସାଧୁଲୋକ ଶକ୍ତିର ଅଧିକାରୀ ହେଲେ ତାହାକୁ ସେ ଦୁର୍ବଳକୁ ସୁରକ୍ଷା ପ୍ରଦାନ କରନ୍ତି, ମାତ୍ର ଖଳଲୋକ ସେଇ ଶକ୍ତିର ଅପଚୟ କରି ଦୁର୍ବଳ ଉପରେ ଅତ୍ୟାଚାର କରନ୍ତି । ଅର୍ଥାତ୍‌ ସେଇ ବିଦ୍ୟା ବାହାରକୁ ଗୋଟିଏ ଜଣାଯାଉଥିଲେ ମଧ୍ୟ ଅପରା ବିଦ୍ୟା ତା’ର ଅମୂଲ୍ୟ ରୂପ ଦେଖାଉଛି ଆମ ଭିତରେ। ଆମର ଦକ୍ଷତା କରାଉଛି। ଆମ ଭିତରେ ଶିଳ୍ପ ନିପୁଣତା ବଢ଼ାଉଛି, ମାତ୍ର ଆମଠାରୁ କୌଶଳରେ ମଣିଷପଣିଆ ଅପହରଣ କରିନେଉଛି କୌଶଳରେ । ଅର୍ଥାତ୍‌ ପରାବିଦ୍ୟା ହିଁ ଆମକୁ ସାଧୁ ବାଟରେ ନେଇଯିବ। ଆମେ ଅପରାବିଦ୍ୟା ଅଧ୍ୟୟନ କରିବାର ଯେଉଁ ପ୍ରଭାବ, ତାହା ଆଉ କାହାରିକୁ ଅଜଣା ନାହିଁ। ଆମ ଆଖି ଆଗରେ କେତେ ବଡ଼ ବଡ଼ ସ୍କୁଲ କଲେଜରେ କୋଠାଘର, ହେଲେ ସେଇଠି ପାଠ ନାହିଁ। ବହୁ ଆଡ଼ମ୍ବର ଡାକ୍ତରଖାନା, ମାତ୍ର ସେବାନାହିଁ। ବହୁ ଦାମୀ ଖଟ ପଲଙ୍କ ଆମ ଘରମାନଙ୍କରେ, ମାତ୍ର ନିଦ ହେଉନି। ବହୁତ ପଇସା ଆମେ ରୋଜଗାର କରୁଛନ୍ତି, ମାତ୍ର ସତ୍‌କର୍ମରେ ତାକୁ ବିନିଯୋଗ କରିବାକୁ ପଛାଉଛନ୍ତି । ୟେ ସବୁର ମୂଳରେ ରହିଛି ପରାବିଦ୍ୟା ପ୍ରତି ଆମର ବିମୁଖତା ପରାଂମୁଖତା । ଆମେ କେବେ ବି ଭାବିବା କଥା ନୁହେଁ ନୀତିଶିକ୍ଷାରେ ଯେଉଁ ବିଦ୍ୟା ଆମକୁ ଶିଖାଉଥିଲା, ଯାହା ଆମର ଚେତନା ଉଦ୍ରେକ କରାଉଥିଲା କେବେ ବି ତାହା ଅନାବଶ୍ୟକ ହୋଇଯିବ ନାହିଁ। ତେଣୁ ଅପରାବିଦ୍ୟା ଅଧ୍ୟୟନ ହେଉଥାଉ, ମନାନାହିଁ । ମାତ୍ର ପରାବିଦ୍ୟାକୁ ସତରେ ଛାଡ଼ିବା ଅନୁଚିତ। ଏଇ ଦୁଇ ବିଦ୍ୟା ଭିତରେ ସମନ୍ବୟର ଅଭାବରେ ଆଜିର ପୃଥିବୀ ପାତିତ ଓ ଜର୍ଜରିତ – ତାକୁ ହେଜିବାର ସମୟ ଆସିଛି।

ଡ. ନିରଞ୍ଜନ ସାହୁ
ମୋ: ୯୪୩୮୪୮୨୯୧୧
(ଲେଖକ ଭାରତୀୟ ପ୍ରଶାସନିକ ସେବାର ପୂର୍ବତନ ଅଧିକାରୀ)

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?