Posted inଖେଳ

ବିଶ୍ୱ ରାପିଡ ଚେସ୍‌: ହମ୍ପି ଚାମ୍ପିୟନ

ନ୍ୟୁୟର୍କ, ୨୯।୧୨ (ପି.ଟି.): ଭାରତୀୟ ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପି ଫିଡେ ମହିଳା ବିଶ୍ୱ ରାପିଡ ଚେସ୍‌ ଚାମ୍ପିୟନ ହୋଇଛନ୍ତି। ଅନ୍ତିମ ରାଉଣ୍ଡରେ ଇଣ୍ଡୋନେସିଆର ଇନେନେ ସୁକାନ୍ଦରଙ୍କୁ ହରାଇ ସେ ଏହି ସଫଳତା ପାଇଛନ୍ତି। ଭାରତର ଏହି ନମ୍ବର ଓ୍ବାନ ମହିଳା ଚେସ୍‌ ତାରକା ହମ୍ପି ଦ୍ୱିତୀୟ ଥରପାଇଁ ଏହି ଟାଇଟଲ ଜିତିଛନ୍ତି। ପୂର୍ବରୁ ସେ ୨୦୧୯ରେ ଜର୍ଜିଆରେ ଚାମ୍ପିୟନ ହୋଇଥିଲେ। ଚାଇନାର ଜୁ ଓ୍ବେନଜୁନଙ୍କ ପରେ ଦ୍ୱିତୀୟ ଖେଳାଳିଭାବେ ସେ ଏକାଧିକଥର ଏହି ଟାଇଟଲ ଜିତିବାର ଗୌରବ ଅର୍ଜନ କରିଛନ୍ତି।

ନିକଟରେ ସିଙ୍ଗାପୁରରେ ଚାଇନାର ଡିଙ୍ଗ ଲିରେନଙ୍କୁ ହରାଇ ଭାରତର ଡି. ଗୁକେଶ ବିଶ୍ୱ ଚାମ୍ପିୟନ ହୋଇଥିଲେ। ଏବେ ହମ୍ପିଙ୍କ ସଫଳତା ଯୋଗୁ ୨୦୨୪ ଭାରତୀୟ ଚେସ୍‌ ପାଇଁ ଆହୁରି ସ୍ମରଣୀୟ ହୋଇଯାଇଛି। ଗତ ସେପ୍ଟେମ୍ବରରେ ବୁଦାପେଷ୍ଟରେ ଅନୁଷ୍ଠିତ ଚେସ୍‌ ଅଲିମ୍ପିଆଡ୍‌ରେ ଭାରତ ପ୍ରଥମଥରପାଇଁ ଉଭୟ ଓପନ ଓ ମହିଳା ବିଭାଗରେ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଥିଲା। ଏଠାରେ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ହମ୍ପି ୧୧ଶ ତଥା ଅନ୍ତିମ ରାଉଣ୍ଡରେ ଏକମାତ୍ର ଖେଳାଳିଭାବେ ବିଜୟୀ ହୋଇ ୮.୫ ପଏଣ୍ଟ ସହିତ ମହିଳା ବିଭାଗରେ ଶୀର୍ଷସ୍ଥାନ ହାସଲ କରିଥିଲେ।

ଚାଇନାର ଓ୍ବେନ୍‌ ଜୁନ୍‌ ଜୁ ଓ ଭାରତର ଡି. ହାରିକାଙ୍କ ସମେତ ୬ ଜଣ ୮ ପଏଣ୍ଟ ଲେଖାଏ ପାଇ ୨ୟରୁ ୭ମ ସ୍ଥାନରେ ରହିଥିଲେ। ଓଡ଼ିଶାର ଅନ୍ତର୍ଜାତୀୟ ମାଷ୍ଟର ପଦ୍ମିନୀ ରାଉତ ୬.୫ ପଏଣ୍ଟ ସହିତ ପ୍ରତିଯୋଗିତା ଶେଷ କରିଥିଲେ। ଫିଡେ ପତାକାରେ ରୁଷିଆ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଭୋଲୋଡର ମୁର୍ଜିନ ୧୦ ପଏଣ୍ଟ ପାଇ ପୁରୁଷ ବିଭାଗରେ ଚାମ୍ପିୟନ ହୋଇଥିଲେ। ଅନ୍ୟ ଦୁଇ ରୁଷୀୟ ପ୍ରତିଯୋଗୀ ଆଲେକଜାଣ୍ଡର ଗ୍ରିଶ୍ଚୁକ ଓ ଇଆନ ପେପୋମନିଆଚି ୯.୫ ପଏଣ୍ଟ ଲେଖାଏ ପାଇ ପରବର୍ତ୍ତୀ ୨ ସ୍ଥାନ ଅଧିକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର : ଜାତିଆଣ ମନ୍ତବ୍ୟ…

ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଆସିକା ବ୍ଲକ ଅନ୍ତର୍ଗତ ହରିପଦପୁର ଗ୍ରାମପଞ୍ଚାୟତର ସମସ୍ୟା ନେଇ ବ୍ଲକରେ ଅନୁଷ୍ଠିତ ସମିତି ବୈଠକରେ ବିଧାୟକଙ୍କ ସମ୍ମୁଖରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଆର୍ଯ୍ୟପଲ୍ଲୀ ଫିସିଂ ହାର୍ବର କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଛତ୍ରପୁର, ୧୧ା୯ (ଦ୍ୱାରକା ପଟ୍ଟନାୟକ/ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସି…

ଶାଗୁଆନ କାଠ ବୋଝେଇ ପିକ୍ଅପ ଭ୍ୟାନ ଜବତ: ମାମଲା ରୁଜୁ କଲା ବନ ବିଭାଗ               

ଦିଗପହଣ୍ଡି/ମୋହନା,୧୧|୯(ଅଶେଷ ନାଥ ମିଶ୍ର/ ମନ୍ମଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ସ୍ଥିତ ବନ ବିଭାଗ ଚନ୍ଦ୍ରଗିରି ରେଞ୍ଜ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ଗଜପତି…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ଚଳିତ ବର୍ଷର ଅଧିକ ପାଣି ବଂଶଧାରାରେ

ଗୁଡ଼ାରି, ୧୧।୯ (ପ୍ରମୋଦ କୁମାର ପତି): ଗୁଡ଼ାରି ବଂଶଧାରା ନଦୀରେ ଶୁକ୍ରବାର ଚଳିତ ବର୍ଷର ସର୍ବାଧିକ ଜଳ ପ୍ରବାହ ଦେଖିବାକୁ ମିଳିଛି। ନଦୀର ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା…

ପୋଡ଼ାମାରି ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟରେ ୧୪ ତମ  ବନ ସହିଦ୍ ଦିବସ ପାଳିତ: ବଳିଦାନ ଦେଇଥିବା ବନ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ …

ପୋଡ଼ାମାରି ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟ ରେ ୧୪ ତମ ବନ ସହିଦ୍ ଦିବସ ପାଳିତ ; * ବଳିଦାନ କରିଥିବା ବନ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ କରାଗଲା…

ଖରାରେ ସିଝିଲେ, ବର୍ଷାରେ ଭିଜିଲେ ଭିନ୍ନକ୍ଷମ

ହାଟଡିହୀ/ଛେନାପଦୀ,୧୧।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?