Posted inଖେଳ

ବିଶ୍ୱ ରାପିଡ ଚେସ୍‌: ହମ୍ପି ଚାମ୍ପିୟନ

ନ୍ୟୁୟର୍କ, ୨୯।୧୨ (ପି.ଟି.): ଭାରତୀୟ ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପି ଫିଡେ ମହିଳା ବିଶ୍ୱ ରାପିଡ ଚେସ୍‌ ଚାମ୍ପିୟନ ହୋଇଛନ୍ତି। ଅନ୍ତିମ ରାଉଣ୍ଡରେ ଇଣ୍ଡୋନେସିଆର ଇନେନେ ସୁକାନ୍ଦରଙ୍କୁ ହରାଇ ସେ ଏହି ସଫଳତା ପାଇଛନ୍ତି। ଭାରତର ଏହି ନମ୍ବର ଓ୍ବାନ ମହିଳା ଚେସ୍‌ ତାରକା ହମ୍ପି ଦ୍ୱିତୀୟ ଥରପାଇଁ ଏହି ଟାଇଟଲ ଜିତିଛନ୍ତି। ପୂର୍ବରୁ ସେ ୨୦୧୯ରେ ଜର୍ଜିଆରେ ଚାମ୍ପିୟନ ହୋଇଥିଲେ। ଚାଇନାର ଜୁ ଓ୍ବେନଜୁନଙ୍କ ପରେ ଦ୍ୱିତୀୟ ଖେଳାଳିଭାବେ ସେ ଏକାଧିକଥର ଏହି ଟାଇଟଲ ଜିତିବାର ଗୌରବ ଅର୍ଜନ କରିଛନ୍ତି।

ନିକଟରେ ସିଙ୍ଗାପୁରରେ ଚାଇନାର ଡିଙ୍ଗ ଲିରେନଙ୍କୁ ହରାଇ ଭାରତର ଡି. ଗୁକେଶ ବିଶ୍ୱ ଚାମ୍ପିୟନ ହୋଇଥିଲେ। ଏବେ ହମ୍ପିଙ୍କ ସଫଳତା ଯୋଗୁ ୨୦୨୪ ଭାରତୀୟ ଚେସ୍‌ ପାଇଁ ଆହୁରି ସ୍ମରଣୀୟ ହୋଇଯାଇଛି। ଗତ ସେପ୍ଟେମ୍ବରରେ ବୁଦାପେଷ୍ଟରେ ଅନୁଷ୍ଠିତ ଚେସ୍‌ ଅଲିମ୍ପିଆଡ୍‌ରେ ଭାରତ ପ୍ରଥମଥରପାଇଁ ଉଭୟ ଓପନ ଓ ମହିଳା ବିଭାଗରେ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଥିଲା। ଏଠାରେ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ହମ୍ପି ୧୧ଶ ତଥା ଅନ୍ତିମ ରାଉଣ୍ଡରେ ଏକମାତ୍ର ଖେଳାଳିଭାବେ ବିଜୟୀ ହୋଇ ୮.୫ ପଏଣ୍ଟ ସହିତ ମହିଳା ବିଭାଗରେ ଶୀର୍ଷସ୍ଥାନ ହାସଲ କରିଥିଲେ।

ଚାଇନାର ଓ୍ବେନ୍‌ ଜୁନ୍‌ ଜୁ ଓ ଭାରତର ଡି. ହାରିକାଙ୍କ ସମେତ ୬ ଜଣ ୮ ପଏଣ୍ଟ ଲେଖାଏ ପାଇ ୨ୟରୁ ୭ମ ସ୍ଥାନରେ ରହିଥିଲେ। ଓଡ଼ିଶାର ଅନ୍ତର୍ଜାତୀୟ ମାଷ୍ଟର ପଦ୍ମିନୀ ରାଉତ ୬.୫ ପଏଣ୍ଟ ସହିତ ପ୍ରତିଯୋଗିତା ଶେଷ କରିଥିଲେ। ଫିଡେ ପତାକାରେ ରୁଷିଆ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଭୋଲୋଡର ମୁର୍ଜିନ ୧୦ ପଏଣ୍ଟ ପାଇ ପୁରୁଷ ବିଭାଗରେ ଚାମ୍ପିୟନ ହୋଇଥିଲେ। ଅନ୍ୟ ଦୁଇ ରୁଷୀୟ ପ୍ରତିଯୋଗୀ ଆଲେକଜାଣ୍ଡର ଗ୍ରିଶ୍ଚୁକ ଓ ଇଆନ ପେପୋମନିଆଚି ୯.୫ ପଏଣ୍ଟ ଲେଖାଏ ପାଇ ପରବର୍ତ୍ତୀ ୨ ସ୍ଥାନ ଅଧିକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Team Indiaରେ ସୁଯୋଗ ମିଳୁନାହିଁ ବୋଲି ପୃଥ୍ବୀଙ୍କ ଭଳି ବଡ଼ ନିଷ୍ପତ୍ତି ନେଲେ ଶାର୍ଦ୍ଦୁଳ, ଏଣିକି…

ନୂଆଦିଲ୍ଲୀ,୧୮।୨: ଭାରତର ଷ୍ଟାର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ବହୁତ ଦିନ ଧରି ଟିମ୍‌ ଇଣ୍ଡିଆରୁ ବାହାରେ ଅଛନ୍ତି। ସେ ୧ ବର୍ଷରୁ ଅଧିକ ସମୟ ଧରି...

Champions Trophy 2025: ଟିମ୍‌ ଇଣ୍ଡିଆରେ ଆଉ ଏକ ବିବାଦ, ଗୌତମ ଗମ୍ଭୀରଙ୍କ ଉପରେ ଋଷଭ ପନ୍ତ ଖପ୍ପା? ଚମକାଇବ କାରଣ…

ନୂଆଦିଲ୍ଲୀ,୧୮।୨: ଟିମ୍‌ ଇଣ୍ଡିଆରେ ମୁଣ୍ଡ ଟେକିଛି ନୂଆ ବିବାଦ। ଗୌତମ ଗମ୍ଭୀର ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ହେବା ଦିନଠାରୁ, ସେ ଦଳର ବିଜୟ ଅପେକ୍ଷା...

Champions Trophy 2025: ଦୁନିଆକୁ ବୁଝାଇବା ପାଇଁ ୨୯ ବର୍ଷ ଲାଗିଗଲା…କାହିଁକି ଏମିତି କହିଲେ ପାକିସ୍ତାନୀ ଖେଳାଳି

ଇସଲାମାବାଦ୍‌,୧୮।୨: ପାକିସ୍ତାନ ପ୍ରାୟ ୩୦ ବର୍ଷ ପରେ ICC ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଆସୁଛି। ପୂର୍ବରୁ, ପାକିସ୍ତାନ ୧୯୯୬ରେ ବିଶ୍ୱକପ ଆୟୋଜନ କରିଥିଲା। ପାକିସ୍ତାନ ବ୍ୟତୀତ, ସେହି...

ICC Champions Trophy ପୂର୍ବରୁ ଭାରତକୁ ଲାଗିଲା ବଡ଼ ଝଟ୍‌କା, ହଠାତ୍‌ ସ୍ବଦେଶ ଫେରିଲେ…

ଦୁବାଇ,୧୮।୨: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖେଳିବାକୁ ଦୁବାଇରେ ପହଞ୍ଚି ସାରିଛି ଟିମ୍‌ ଇଣ୍ଡିଆ। ହେଲେ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଦଳକୁ ଲାଗିଛି ବଡ଼...

ବୁମ୍‌ରାଙ୍କ ଅନୁପସ୍ଥିତିରେ ଶାମି ହିଁ ଭରସା

ବେଙ୍ଗାଲୁରୁ, ୧୮ା୨ : ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପ୍ରମୁଖ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତିରେ ଭାରତ ମହମ୍ମଦ ଶାମିଙ୍କ ରିଷ୍ଟ ମ୍ୟାଜିକ୍‌ ବୋଲିଂ ଉପରେ ଭରସା...

ୟୁ-ଟର୍ଣ୍ଣ ନେଲା BCCI: ଚାମ୍ପିଅନ୍ସ ଟ୍ରଫି ସମୟରେ କ୍ରିକେଟରଙ୍କ ପରିବାରକୁ ମିଳିଲା ଏପରି ଅନୁମତି

ମୁମ୍ବାଇ,୧୮।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ସମୟରେ ଭାରତୀୟ କ୍ରିକେଟରମାନେ ସେମାନଙ୍କ ପରିବାରକୁ ଗୋଟିଏ ମ୍ୟାଚ୍ ପାଇଁ ସାଥିରେ ନେଇପାରିବେ ବୋଲି ଜଣାପଡ଼ିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ...

Champions Trophy 2025: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଦଳରୁ ବାହାରିଲେ  ଘାତକ ବୋଲର

ନୂଆଦିଲ୍ଲୀ,୧୮।୨: ନିକଟରେ ନ୍ୟୁଜିଲାଣ୍ଡ ପାକିସ୍ତାନକୁ ପରାସ୍ତ କରି ବିଜୟୀ ହୋଇଥିଲା। ସେହିପରି ଏବେ ମିଚେଲ ସାଣ୍ଟନରଙ୍କ ଅଧିନାୟକତ୍ୱରେ ନ୍ୟୁଜିଲାଣ୍ଡ ଏବେ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଉପରେ...

ବଲିଉଡରେ ଏଣ୍ଟ୍ରି କରିବେ ସାନିଆ ମିର୍ଜାଙ୍କ ପୁଅ! ଏହି ଫିଲ୍ମ ମେକର ଦେଲେ…

ମୁମ୍ବାଇ,୧୮।୨: ଫରାହ ଖାନ YouTubeରେ କୁକିଂ ବ୍‌ଲଗ ତିଆରି କରନ୍ତି। ନିକଟରେ ଟେନିସ ତାରକା ସାନିଆ ମିର୍ଜାଙ୍କୁ ତାଙ୍କ ଭିଡିଓରେ ଦେଖିବାକୁ ମିଳିଥିଲା। ସାନିଆଙ୍କୁ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri