୧୧ରୁ କାର୍ଯ୍ୟସ୍ଥଳରେ ଟିକା

ନୂଆଦିଲ୍ଲୀ, ୮।୪: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ ଟିକାକରଣକୁ ଅଧିକ ବ୍ୟାପକ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧୧ରୁ ସରକାରୀ ଓ ଘରୋଇ କାର୍ଯ୍ୟସ୍ଥଳରେ ଟିକାକରଣ ଆରମ୍ଭ ହେବ। ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ଲାଗି ବୁଧବାର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟସ୍ଥଳରେ ଅନୂ୍ୟନ ୧୦୦ ଜଣ ଯୋଗ୍ୟ ତଥା ଆଗ୍ରହୀ ହିତାଧିକାରୀ ଥିଲେ ସେଠାରେ ଟିକାଦାନ କରାଯିବ।
କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟଗୁଡ଼ିକୁ ପତ୍ର ଲେଖି ଏ ସମ୍ପର୍କରେ ଜଣାଇଛନ୍ତି। ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ମଧ୍ୟରୁ ଅନେକ ସଂଗଠିତ କ୍ଷେତ୍ର, ଆନୁଷ୍ଠାନିକ ପେସା କିମ୍ବା ଉତ୍ପାଦନ ଓ ସେବା ସେକ୍ଟରରେ ନିୟୋଜିତ ଥିବାରୁ ସେମାନଙ୍କ ପାଖରେ ଟିକା ପହଞ୍ଚାଇବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଫଳରେ ଅଧିକରୁ ଅଧିକ ଲୋକ ଟିକା ନେବାର ସୁବିଧା ପାଇବେ। ବର୍ତ୍ତମାନର ଟିକାକରଣ କେନ୍ଦ୍ର ସହ ୧୦୦ ହିତାଧିକାରୀ ଥିବା ସରକାରୀ ଓ ଘରୋଇ କାର୍ଯ୍ୟସ୍ଥଳରେ ଟିକା ଦିଆଯିବ ବୋଲି ଭୂଷଣ କହିଛନ୍ତି। ଏଥିପାଇଁ ରାଜ୍ୟ ସରକାର ଘରୋଇ ଓ ସରକାରୀ ସେକ୍ଟରଗୁଡ଼ିକର ନିଯୁକ୍ତିଦାତା ଓ ପରିଚାଳନା ବିଭାଗ ସହ ଯୋଗାଯୋଗ କରି କାର୍ଯ୍ୟସ୍ଥଳୀରେ ଟିକାଦାନ ବ୍ୟବସ୍ଥା କରାଇବେ। ଏଥିପାଇଁ କେନ୍ଦ୍ର ପକ୍ଷରୁ ଗାଇଡ୍‌ଲାଇନ ମଧ୍ୟ ପ୍ରସ୍ତୁତ ହୋଇଛି।
ସଂକ୍ରମଣ ବଢ଼ୁଥିବାରୁ ଯୋଗ୍ୟ ବର୍ଗର ଲୋକଙ୍କୁ ତୁରନ୍ତ ଟିକା ନେବା ପାଇଁ ସରକାର ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୪୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ସରକାରୀ କର୍ମଚାରୀଙ୍କୁ ଟିକା ନେବା ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ନିର୍ଦ୍ଦେଶ ଦେଇଥିଲେ। ଦିଲ୍ଲୀ ସମେତ କେତେକ ରାଜ୍ୟ ଟିକାକରଣ କେନ୍ଦ୍ର ୨୪ ଘଣ୍ଟା ଖୋଲା ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର ସମେତ କେତେକ ରାଜ୍ୟରେ ଟିକା ନିଅଣ୍ଟ ଥିବା ଖବର ଆସିବା ପରେ କେନ୍ଦ୍ର ସରକାର କାର୍ଯ୍ୟସ୍ଥଳୀରେ ଟିକା ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ରରେ ମହଜୁଦ୍‌ ଥିବା ଟିକା ୩ ଦିନରେ ଶେଷ ହୋଇଯିବ ବୋଲି ସେଠାର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଥିଲେ। ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମସ୍ତଙ୍କୁ ଟିକା ଦେବା ପାଇଁ ଦାବି କରିଥିଲେ। ଆମ୍‌ ଆଦ୍‌ମୀ ପାର୍ଟି ସମେତ କେତେକ ରାଜନୈତିକ ଦଳ ମଧ୍ୟ କେନ୍ଦ୍ରର ଟିକାକରଣ ନୀତିକୁ ନେଇ ପ୍ରଶ୍ନ ଉଠାଇଥିଲେ। ଟିକା ରପ୍ତାନି କରା ନ ଯାଇ ଦେଶରେ ବ୍ୟବହାର ଲାଗି ମହଜୁଦ ରଖାଯିବାର ଆବଶ୍ୟକ ଥିଲା ବୋଲି ସେମାନେ କହିଥିଲେ। ତେବେ ଟିକା ଆଦୌ ନିଅଣ୍ଟ ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ବୁଧବାର କହିଛନ୍ତି।
ଟିକାକରଣରେ ଆମେରିକା ପରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ଲୋକ ସଂଖ୍ୟାକୁ ଦେଖିଲେ ଭାରତରେ ଆଶାନୁରୂପ ଟିକାକରଣ ହୋଇପାରିନାହିଁ। ଆମେରିକାରେ ଦିନକୁ ୩୦.୫ ଲକ୍ଷ ଲୋକଙ୍କୁ ଟିକାଦିଆଯାଉଥିବାବେଳେ ଭାରତରେ ୨୬.୫ ଲକ୍ଷ ଟିକା ନେଉଛନ୍ତି। ଜାନୁୟାରୀ ୧୬ରୁ ଦେଶରେ ଟିକାଦାନ ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୮.୪୫ କୋଟିରୁ ଅଧିକ ଡୋଜ୍‌ ଦିଆଗଲାଣି। ସେଥିରୁ ୧.୦୨ କୋଟି ଟିକାର ଉଭୟ ଡୋଜ୍‌ ନେଇଛନ୍ତି, ଯାହା କି ମୋଟ ଲୋକସଂଖ୍ୟାର ୧ ପ୍ରତିଶତ ବି ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଫ୍‌ବିୟୁ ଦୁର୍ନୀତି ମାମଲା: ମନୀଷ ସିସୋଡିଆଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ,୧୬।୩: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ମନ୍ତ୍ରୀ ମନୀଷ ସିସୋଡିଆଙ୍କ ପାଇଁ ପୁଣି ଅଡୁଆ ବଢିଲା। ଦିଲ୍ଲୀ ସରକାରଙ୍କ ଫିଡ୍‌ବ୍ୟାକ୍‌...

ଭବିଷ୍ୟତର ଯୁଦ୍ଧ ମହାକାଶରେ ଲଢ଼ାଯିବ, ଭାରତକୁ ପ୍ରସ୍ତୁତ ରହିବାକୁ ହେବ: ବାୟୁସେନା ମୁଖ୍ୟ…

ନୂଆଦିଲ୍ଲୀ,୨୧।୩ : ଏୟାର ଚିଫ ମାର୍ଶଲ ଭି.ଆର ଚୌଧୁରୀ କହିଛନ୍ତି ଯେ ମହାକାଶରେ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ବିକଶିତ କରିବା ଆରମ୍ଭ ହୋଇଛି। ଭବିଷ୍ୟତରେ ସ୍ଥଳ,...

ଆମେ ମହିଳାଙ୍କୁ ଘରର ମାଲିକାଣୀ କରିଛୁ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସାରା ଦେଶରେ ଭାରତୀୟ ଜନତା ପାର୍ଟି (ଭାଜପା)ର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ବଜେଟ ଏବଂ ଆତ୍ମନିର୍ଭରଶୀଳ ଅର୍ଥନୀତି ଉପରେ...

ପଶ୍ଚିମବଙ୍ଗ ଜୟ ଯୋଜନା: ଭାଜପା ଗଠନ କଲା ୫ ଜଣିଆ ଟିମ୍‌

କୋଲକାତା,୧୮।୧୧: ଭାଜପା ଏବେ ପଶ୍ଚିମବଙ୍ଗ ଜୟ ଯୋଜନା କରିଛି। ଏଥି ପାଇଁ ଦଳ ପକ୍ଷରୁ ୫ ଜଣିଆ ଟିମ୍‌ ଗଠନ କରାଯାଇଛି। ଟିମ୍‌ ସଦସ୍ୟମାନେ ରାଷ୍ଟ୍ରୀୟ...

ଜୁନ୍‌ ୨୪ରୁ ଆରମ୍ଭ ହେବ ସେନା ନିଯୁକ୍ତି ପ୍ରକ୍ରିୟା

ନୂଆଦିଲ୍ଲୀ,୧୭।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ଯୋଜନା’କୁ ବିରୋଧ କରି ଯୁବକମାନଙ୍କ ପ୍ରଦର୍ଶନ ତୃତୀୟ ଦିନ ପାଇଁ ଜାରି ରହିଛି। ବିହାରର ଅନେକ ସ୍ଥାନରେ ଏହି ନୂତନ...

ଦଳିତ ଛାତ୍ରଙ୍କ ବେକ ପଛପଟୁ ଅଣ୍ଟା ପର୍ଯ୍ୟନ୍ତ ବ୍ଲେଡ୍‌ରେ କାଟି ଦେଲେ ସହପାଠୀ

ମଦୁରାଇ,୧୪।୧୦: ତାମିଲ୍‌ନାଡୁରେ ଏକ ଅଭାବନୀୟ ଘଟଣା ଘଟିଛି। ମଦୁରାଇର ଏକ ସ୍କୁଲରେ ଜଣେ ଦଳିତ ଛାତ୍ରଙ୍କ ବେକ ପଛପଟୁ ଅଣ୍ଟା ପର୍ଯ୍ୟନ୍ତ ଜଣେ ସହପାଠୀ ବ୍ଲେଡ୍‌ରେ...

କେନ୍ଦ୍ରାପଡ଼ାରେ ୬ କରୋନା ପଜିଟିଭ ଚିହ୍ନଟ : ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୬୧, ସୁସ୍ଥ ହେଲେଣି ୨୬ଜଣ

କେନ୍ଦ୍ରାପଡା ଅଫିସ, ୨୬ା୫: କେନ୍ଦ୍ରାପଡା ଜିଲା ଡେରାବିଶ, ମହାକାଳପଡା ବ୍ଲକ ଅଞ୍ଚଳରୁ ମଙ୍ଗଳବାର ନୂତନ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ...

ନିର୍ଭୟା ମାମଲା: ଫାଶୀ ତାରିଖ ଘୁଞ୍ଚାଇବାକୁ ଆବେଦନ କଲେ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ

ନୂଆଦିଲ୍ଲୀ,୩୦।୧: ବେଳକୁ ବେଳ ନିର୍ଭୟା ଗଣବଳାତ୍କାର ମାମଲା ଭିନ୍ନ ମୋଡ ନେଉଛି ବୋଲି ଆଲୋଚନା ହେଲାଣି। ଫେବୃୟାରୀ ୧ରେ ଏହି ମାମଲାର ୪ ଦୋଷୀଙ୍କୁ ଫାଶୀ...

Advertisement
Archives

Model This Week