ବାଲିଘାଟରୁ ଶ୍ରମିକଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା : ଚାଳକଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ

ଦେବଗଡ,୧୧ା୮(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବ୍ଲକ ସିଂହଶାଳ ଗ୍ରାମ ପଂଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର ଘଟଣାରେ ବାରକୋଟ ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁକରି ଘଟଣାର ତଦନ୍ତ ଚଲାଇଥିଲା। ସୋମବାର ଏ ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ଏସ୍କାଭେଟର(ପ୍ରୋକଲିନ)ଚାଳକ ବାହାଡାପୋଶି (ଗୋଡଭଙ୍ଗା) ଗ୍ରାମର ପିତାମ୍ବର ପାତ୍ର ଓରଫ କାଲିଆ(୩୩)କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଯୋଗ୍ୟ ଯେ, ବାରକୋଟ ଥାନାଂଚଳ ମେକ୍ଫର୍ସନ୍ପୁର ଗ୍ରାମର ସିଦ୍ଧ ମୁଣ୍ଡାଙ୍କ ପୁଅ ଈନ୍ଦ୍ର ମୁଣ୍ଡା (୩୨)ଗତ ଜୁନ ମାସ ୧୯ ତାରିଖ ରାତ୍ରୀରେ ନିକଟସ୍ଥ ସିଂହଶାଳ ଚଟିଆପାଲି (ବ୍ରାହ୍ମଣୀ ନଦୀ)ବାଲିଘାଟକୁ କାମ କରିବାକୁ ଯାଇ ଘରକୁ ଫେରିନଥିଲେ । ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସହ ବାଲିଘାଟରେ କାର୍ଯ୍ୟରତ ଅନ୍ୟ ଶ୍ରମିକ ଓ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ ହେଁ ଈନ୍ଦ୍ରଙ୍କର ସନ୍ଧାନ ନମିଳିବାରୁ ତାଙ୍କ ସ୍ତ୍ରୀ ରୀନା ମୁଣ୍ଡା ୨୦ ତାରିଖ ରାତ୍ରୀରେ ବାରକୋଟ ଥାନାରେ ଏକ ନିଖୋଜ ଏତଲା ଦେଇଥିଲେ । ବାରକୋଟ ଥାନା ପୋଲିସ ନିଖୋଜ ମାମଲା ରୁଜୁକରି ଘଟଣାର ତଦନ୍ତ ଚଲାଇଥିଲେ ହେଁ ତାଙ୍କୁ ଠାବ କରିନପାରିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ଏହାର ପ୍ରତିବାଦରେ ଉତ୍ୟକ୍ତ ଅଂଚଳବାସୀ ଜୁନ ୨୧ ତାରିଖରେ ନିକଟସ୍ଥ ବାହାଡାପୋଶି-ରାଉରକେଲା ସଂଯୋଗକାରୀ ୧୦ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ । ସଠିକ୍‌ ତଦନ୍ତ ନିମନ୍ତେ ପୋଲିସ ଓ ପ୍ରଶାସନର ପ୍ରତିଶ୍ରୁତି ପରେ ସେହିଦିନ ରାସ୍ତାରୋକୋ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ବେଳେ ରାତ୍ରୀରେ ପୋଲିସ ଉକ୍ତ ବାଲିଘାଟରେ ବାଲି ମଧ୍ୟରେ ପୋତାଯାଇଥିବା ଈନ୍ଦ୍ରଙ୍କ ମୃତଦେହ ଠାବ କରିଥିଲା । ଈନ୍ଦ୍ରଙ୍କ ସ୍ତ୍ରୀ ରୀନା ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିବାସହ ସମ୍ପୃକ୍ତ ବାଲିଘାଟ ଠିକାଦାର, ଏସ୍କାଭେଟର(ପ୍ରୋକଲିନ) ଅପରେଟର , ହାଇୱା ଚାଳକ ଓ ଅନ୍ୟ ମାନଙ୍କ ବିରୁଦ୍ଧରେ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଏକ ହତ୍ୟା ମାମଲା କେସ ନମ୍ବର ୨୬୧/୨୬ ରେ ରୁଜୁକରି ଘଟଣାର ତଦନ୍ତ ଚଳାଇଥିଲା । ଏହା ପରଦିନ ଅର୍ଥାତ ଜୁନ ୨୨ ତାରିଖ ମୃତ ଶ୍ରମିକ ଈନ୍ଦ୍ରଙ୍କ ବିଧବା ସ୍ତ୍ରୀ ରୀନା ମୁଣ୍ଡା ୬୦ ଲକ୍ଷ ଟଙ୍କାର ସହାୟତା ଦାବୀରେ ନିଜର ୪ ବର୍ଷର ପୁଅକୁ ଧରି ଗ୍ରାମବାସୀଙ୍କ ସହିତ ଉପରୋକ୍ତ ଦାବିରେ ୧୦ ନମ୍ବର ରାଜ୍ୟ ରାଜପଥରେ ବସିରହିଥିଲେ । ପ୍ରଶାସନ ପକ୍ଷରୁ ଅନ୍ୟାନ୍ୟ ସହାୟତା ଓ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକୋ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ମାତ୍ର ଘଟଣାର ଦୀର୍ଘ ଦେଢମାସ ପରେ ବି ବାରକୋଟ ଥାନା ପୋଲିସ ଏ ଘଟଣାରେ ସମ୍ପୃକ୍ତ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିପାରିନଥିଲା । ସୋମବାର ଏ ଘଟଣାର ଅନ୍ୟତମ ଅଭିଯୁକ୍ତ ଏସ୍କାଭେଟର ଚାଳକ ବାହାଡାପୋଶି (ଗୋଡଭଙ୍ଗା) ଗ୍ରାମର ପିତାମ୍ବର ପାତ୍ର ଓରଫ କାଲିଆ(୩୩)କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବାରକୋଟ ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ବାରକୋଟ ଥାନା ପୋଲିସ ଏ ଘଟଣାର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇନାହିଁ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

ସମୁଦ୍ର ଉପକୂଳ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ: ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟାସ୍ଥିତି ନେଇ ଆଲୋଚନା

ଛତ୍ରପୁର, ୨୫।୯ (ଦିଲ୍ଲୀପ ସାମଲ/ ବିଦ୍ୟାଧର ସାହୁ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?