ୱଣ୍ଡର୍ଲା ଭୁବନେଶ୍ୱରର ପାର୍ବଣ ଉପହାର ଅଫର

ଭୁବନେଶ୍ୱର,୪।୧୦: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସର୍ବବୃହତ୍‌ ଆମ୍ୟୁଜ୍‌ମେଣ୍ଟ ପାର୍କଚେନ୍‌ ୱଣ୍ଡର୍ଲା ହଲିଡେଜ୍‌ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ପାର୍ବଣ ଉପହାର ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ୨୦୨୪ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୈଧ ରହିଛି। ପାର୍ବଣ ଋତୁ ଅବସରରେ ୱଣ୍ଡର୍ଲା ଭୁବନେଶର ପାର୍କର ଟିକେଟ ଉପରେ ମଧ୍ୟ ସ୍ବତନ୍ତ୍ର ରିହାତି ପ୍ରଦାନ କରୁଛି। ଏପରିକି ସୀମିତ ସମୟ ଅଫର ପାଇଁ ଏହି ଟିକେଟଗୁଡିକ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଉପଲବ୍ଧ ଥିଲାବେଳେ କେବଳ ୬୭୯ ଟଙ୍କାରେ ୨୧ରୁ ଅଧିକ ଲ୍ୟାଣ୍ଡ ଏବଂ ୱାଟର ରାଇଡ୍‌ ପାଇଁ ସୀମାହୀନ ସୁବିଧା ସହ ପାର୍କ ଟିକେଟ ଏବଂ ଏହି ସୀମିତ ଅବଧି ଅଫର ଅନ୍‌ଲାଇନ ବୁକିଂ ପାଇଁ ଉପଲବ୍ଧ ହେଉଛି, ଯାହା ପରିବାର ଓ ବନ୍ଧୁମାନଙ୍କୁ ପାର୍କରେ ଏକାଠି କରାଇବା ଓ ପାର୍ବଣ ଉତ୍ସାହକୁ ଉପଭୋଗ କରିବା ପାଇଁ ଆମନ୍ତ୍ରିତ କରୁଛି।
ଏ ସମ୍ପର୍କରେ ୱଣ୍ଡର୍ଲା ହଲିଡେଜ୍‌ ଲିମିଟେଡ୍‌ର ଏମ୍‌ଡି ଅରୁଣ କେ. ଚିଟ୍ଟିଲାପ୍ପିଲ୍ଲୀ କହିଥିଲେ, ପୂଜା ହେଉଛି ଆନନ୍ଦ,ଏକତା ଓ ଉତ୍ସବର ଏକ ସମୟ ଏବଂ ଆମେ ଆମର ଅତିଥିମାନଙ୍କୁ ଏହି ସ୍ବତନ୍ତ୍ର ପାର୍ବଣ ଋତୁରେ ୱଣ୍ଡର୍ଲା ଭୁବନେଶ୍ୱରର ଆକର୍ଷଣୀୟ ଅନୁଭୂତି ଦେବା ପାଇଁ ଏକ ସ୍ବତନ୍ତ୍ର ସୁଯୋଗ ପ୍ରଦାନ କରିବା ଲାଗି ଉତ୍ସାହିତ ରହିଛୁ। ଏପରିକି ଆମର ପୂଜା ଉପହାର ଅଫରକୁ ପରିବାର ଓ ବନ୍ଧୁମାନଙ୍କୁ ଏକାଠି କରାଇବା ସହିତ ରୋମାଞ୍ଚକର ରାଇଡ୍‌ଗୁଡ଼ିକୁ ଉପଭୋଗ କରିବା ଏବଂ ସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି ପାଇଁ ପରିକଳ୍ପନା କରିଛୁ। ସେହିଭଳି ଆମେ ସମସ୍ତଙ୍କୁ ଏହି ଶୁଭ ଅବସରକୁ ଆମ ସହ ପାଳନ କରିବା ଏବଂ ପାର୍କରେ ଆମର ଅତୁଳନୀୟ ରିହାତି ଓ ଉତ୍ସବର ଲାଭ ଉଠାଇବାକୁ ଆମନ୍ତ୍ରଣ କରୁଛୁ। ଏହି ଉତ୍ସବକୁ ବଜାୟ ରଖିବା ପାଇଁ ଓଡ଼ିଶାର ଏକମାତ୍ର ଆମ୍ୟୁଜ୍‌ମେଣ୍ଟ ପାର୍କ ୱଣ୍ଡର୍ଲା ଭୁବନେଶ୍ୱର ପର୍ଯ୍ୟଟକଙ୍କୁ ଏକ ଉତ୍ସବ ସ୍ବତନ୍ତ୍ର ଥାଳି,ଉସତ୍ାହଭରା ଢୋଲ ପରିବେଷଣ, ଦାଣ୍ଡିଆ ନାଇଟ୍ସ, ଦମ୍‌ଦାର ଡ୍ୟାନ୍ସ ଶୋ ଏବଂ ଏକ ରୋମାଞ୍ଚକ ଡିଜେରେ ସାମିଲ ହେବାକୁ ଆମନ୍ତ୍ରିତ କରିଛି। ଏହାଛଡ଼ା ଏହି ପାର୍କ ପାର୍ବଣ ଋତୁରେ ଅତିରିକ୍ତ ଏକ ଘଣ୍ଟା ପାଇଁ ଅର୍ଥାତ୍‌ ସନ୍ଧ୍ୟା ସାଢେ ୭ ଘଟିକା (୭.୩୦) ପର୍ଯ୍ୟନ୍ତ ଖୋଲା ରହିବ,ଯାହା ପରିଦର୍ଶକଙ୍କୁ ପାର୍ବଣ ଉତ୍ସବରେ ବୁଡ଼ି ରହିବା ଏବଂ ଉତ୍ସାହଜନକ ରାଇଡ୍‌ ଓ ଅନ୍ୟାନ୍ୟ କାର୍ଯ୍ୟକଳାପଗୁଡିକୁ ଉପଭୋଗ କରିବା ପାଇଁ ଅଧିକ ସମୟ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?