୬ ଦିନ ପାଣି ନ ମିଳିବାରୁ ମହିଳାଙ୍କ ରାସ୍ତାରୋକୋ

କୁଜଙ୍ଗ,୩ା୬ (ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକ କୁଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ନବାଡ଼ିଆ ଗ୍ରାମରେ ବିଭାଗୀୟ ଅବହେଳା ଓ ଖାମଖିଆଲ ନୀତି ଯୋଗୁ ୬ ଦିନ ୫ ଶହ ଅଧିବାସୀ ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ପ୍ରତିବାଦରେ ଶୁକ୍ରବାର ମହିଳାମାନେ ଗରା ଓ ବାଲତି ଧରି ରାସ୍ତା ଅବରୋଧ କରିଥିଲେ।
ସେମାନଙ୍କ ଅଭିଯୋଗ ଅନୁଯାୟୀ, ନବାଡ଼ିଆ ଗ୍ରାମରେ ମଧୁର ଜଳସ୍ତର ନାହିଁ। ଅତୀତରେ ସେମାନେ ବିଭିନ୍ନ କାର୍ଯ୍ୟରେ ପୋଖରୀ ଜଳ ବ୍ୟବହାର କରୁଥିଲେ। ସେହିପରି ପାନୀୟ ଜଳ ପାଇଁ ନିକଟସ୍ଥ ବାଗୋଇ ଗ୍ରାମ ସୀମା ଏକ କୂଅକୁ ବ୍ୟବହାର କରୁଥିଲେ। ସମୟ କ୍ରମେ ସମସ୍ତ ଜଳସ୍ତର ଲୌହଯୁକ୍ତ ଓ ଲବଣାକ୍ତ ହୋଇଗଲା। ପରବର୍ତ୍ତୀ ସମୟରେ ସରକାର ଉକ୍ତ ଗାଁକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇ ଦେଇଆସୁଛନ୍ତି। ବର୍ତ୍ତମାନ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କୁଜଙ୍ଗ ଚଟୁଆ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଛି। ରାସ୍ତା ପାର୍ଶ୍ୱରୁ ମାଟି ଖୋଳା ଯାଉଥିବା ସମୟରେ ଗତ ରବିବାର ଜେସିବି ଦ୍ୱାରା ପାଇପ୍‌ ଫାଟିଯିବାରୁ ଜଳ ଯୋଗାଣ ବ୍ୟାହତ ହୋଇଥିଲା। ଗ୍ରାମ୍ୟ ଜଳ ଯୋଗାଣ ବିଭାଗୀୟ ଯନ୍ତ୍ରୀ ରାସ୍ତା କାମ ନେଇଥିବା ଠିକାଦାରଙ୍କୁ ମରାମତି କରିବାକୁ କହିଥିଲେ। ମାତ୍ର ଏପର୍ଯ୍ୟନ୍ତ ମରାମତି ହୋଇନାହିଁ। ପ୍ରତିବାଦରେ ଶୁକ୍ରବାର ସକାଳୁ ଗ୍ରାମର ମହିଳାମାନେ କୁଜଙ୍ଗ-ଚଟୁଆ ରାସ୍ତା ଅବରୋଧ କରିଥିଲେ। ଖବରପାଇ କୁଜଙ୍ଗ ସରପଞ୍ଚ ବନ୍ଦିତା ଦାସ ଅବରୋଧ ସ୍ଥଳରେ ପହଞ୍ଚତ୍ ମହିଳାମାନଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଛି। ସେ ତୁରନ୍ତ ପାଇପ୍‌ ମରାମତି ଲାଗି ପଦକ୍ଷେପ ନେବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ କହିଥିଲେ। ଏଥିସହ ତତ୍‌କ୍ଷଣାତ୍‌ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାପାଇଁ ଅନୁରୋଧ କରିଥିଲେ। ଏହାପରେ ଟ୍ୟାଙ୍କରରେ ପାଣି ଯୋଗାଇ ଦିଆଯାଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ଫାଟିଯାଇଥିବା ପାଇପ୍‌ ମରାମତି ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri