କେନ୍ଦୁଝରରେ ମହିଳାଙ୍କୁ ପ୍ରାଧାନ୍ୟ

କେନ୍ଦୁଝର,୧୪ା୩ (ସ୍ବ.ପ୍ର/ଡି.ଏନ.ଏ.): କେନ୍ଦୁଝର ଜିଲା ପରିଷଦ ସଭାପତି ନିର୍ବାଚନ ରବିବାର ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି। ୩୧ ନଂ. ଜୋନ୍‌ରୁ ନିର୍ବାଚିତ ଜିଲା ପରିଷଦ ସଭ୍ୟା ତଥା ବିଜେଡି ପ୍ରାର୍ଥୀ ସାଗରିକା ସାହୁ ସଭାପତି ଭାବେ ବିଜୟଲାଭ କରିଛନ୍ତି। ୩୭ ଜିଲା ପରିଷଦ ଆସନ ବିଶିଷ୍ଟ ଏହି ପରିଷଦରେ ଜଣେ ପ୍ରାର୍ଥୀଙ୍କ ଦେହାନ୍ତ ଯୋଗୁ ନିର୍ବାଚନ ହୋଇ ନ ଥିବାବେଳେ ଅବଶିଷ୍ଟ ୩୬ ଜୋନ୍‌ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେଥିରୁ ବିଜେଡି ୩୩ ଏବଂ ଭାଜପା ୩ଟି ଅକ୍ତିଆର କରିଥିଲା। ଚଳିତଥର ଜିଲା ପରିଷଦ ସଭାପତି ପଦ ଅଣସଂରକ୍ଷିତ ରହିଥିବାରୁ ଅଧ୍ୟକ୍ଷ ପଦ ପାଇଁ ବହୁ ଆଶାବାଦୀ ଥିଲେ। ତେବେ ଶେଷ ମୁହୂର୍ତ୍ତରେ ବିଜେଡି ଜଣେ ମହିଳାଙ୍କୁ ସୁଯୋଗ ଦେଇଛି। ଅପରପକ୍ଷେ ଭାଜପା ପ୍ରାର୍ଥୀ ଭାବେ ୩ ନଂ. ଜୋନ୍‌ର ସଭ୍ୟା ଅସୀମା ମିଶ୍ର ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ୩ଟି ଭୋଟ୍‌ ପାଇଥିବା ବେଳେ ସାଗରିକା ୩୩ ଖଣ୍ଡ ଭୋଟ୍‌ ପାଇ ଜିତିଛନ୍ତି।
୧୯୯୭ରେ ପ୍ରଥମ ଜିଲା ପରିଷଦ ନିର୍ବାଚନରେ କେନ୍ଦୁଝର ଜିଲା ପରିଷଦ ସଭାପତି ପଦବୀ ଅସଂରକ୍ଷିତ ରହିଥିବା ବେଳେ ଏକ ନାଟକୀୟ ଭଙ୍ଗୀରେ ହରିଚନ୍ଦନପୁର ବ୍ଲକରୁ ନିର୍ବାଚିତ ଦେବକୀ ନନ୍ଦନ ମହାନ୍ତି ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ସେ କଂଗ୍ରେସ ଦଳରୁ ବିଜୟଲାଭ କରିଥିଲେ। ୨୦୦୨ରେ ଏହି ପଦବୀ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। ସାହାରପଡ଼ା ବ୍ଲକରୁ ନିର୍ବାଚିତ ମମିତା ନାଏକ ଭାଜପାରୁ ବିଜୟଲାଭ କରି ସଭାପତି ହୋଇପାରିଥିଲେ। ୨୦୦୭ରେ ବାଂଶପାଳ ବ୍ଲକରୁ ନିର୍ବାଚିତ ଜିଲା କଂଗ୍ରେସ କମିଟି ସଭାପତି ବନବିହାରୀ ପହି ଧର୍ମଗୁଳାରେ ଜିଲା ପରିଷଦ ସଭାପତି ପଦ ହାତେଇ ପାରିଥିଲେ। ୨୦୧୨ ନିର୍ବାଚନରେ ପାଟଣା ବ୍ଲକରୁ ବିଜେଡି ଟିକେଟରେ ନିର୍ବାଚିତ ଶାରୀଲତା ପୃଷ୍ଟି ଜିଲା ପରିଷଦ ସଭାପତି ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମନୋନୀତ ହୋଇ ପାଞ୍ଚବର୍ଷ ପୂରଣ କରିଥିଲେ। ୨୦୧୭ରେ ଏହି ପଦବୀ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ସଦର ବ୍ଲକରୁ କମଳିନୀ ପାତ୍ର ଜିଲା ପରିଷଦ ସଭାପତି ପଦ ହାସଲ କରିଥିଲେ। ଦୀର୍ଘ ୧୫ବର୍ଷ ପରେ ଏହି ଗୁରୁତ୍ୱପୂର୍ଣ୍ଣ ଆସନଟି ଅସଂରକ୍ଷିତ ହୋଇଥିଲେ ମଧ୍ୟ ବିଜେଡି ଜଣେ ମହିଳାଙ୍କୁ ସୁଯୋଗ ଦେଇଛି। ବିଜେଡି କ୍ରମାଗତ ୩ ଥର ମହିଳା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?