ନାରୀ ବିଲ୍‌: ପାକିସ୍ତାନ ସଂସଦରେ ମହିଳାଙ୍କ ପାଇଁ କେତେ ରହିଛି ସଂରକ୍ଷଣ…

ଇସଲାମବାଦ,୨୩।୯: ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍‌ ବିପୁଳ ସମର୍ଥନରେ ଉଭୟ ଗୃହରେ ପାରିତ ହୋଇଛି। ଏହି ବିଲ ଉପରେ ଦଳ ଏବଂ ବିରୋଧୀ ସର୍ବସମ୍ମତି କ୍ରମେ ଭୋଟ ଦେଇଛନ୍ତି। ତେବେ ଦୁଇ ସାଂସଦ ଏହି ବିଲ ବିରୋଧରେ ଭୋଟ ଦେଇଛନ୍ତି। ଏହି ବିଲ ଆଇନରେ ପରିଣତ ହେଲେ ଲୋକସଭା ଓ ବିଧାନସଭାରେ ୩୩ପ୍ରତିଶତ ମହିଳାଙ୍କ ପାଇଁ ସିଟ୍‌ ସଂରକ୍ଷଣ ହୋଇପାରିବ। କିନ୍ତୁ ୨୦୨୯ପୂର୍ବରୁ ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ମୋଦି ସରକାର ଘୋଷଣା କରିଛନ୍ତି। ଯାହାକୁ ନେଇ ବିରୋଧୀ ଓ ସରକାର ମୁହାଁମୁହିଁ ହୋଇଛନ୍ତି। ତେବେ ଭାରତ ଛଡା ଆମ ପଡୋଶୀ ଦେଶ ପାକିସ୍ତାନ ଓ ବାଂଲାଦେଶର ସଂସଦରେ ମହିଳା ସଂରକ୍ଷଣର ସ୍ଥିତି କ’ଣ ରହିଛି ଏ ସମ୍ପର୍କରେ…

ଫ୍ରାନ୍ସ ଏବଂ ଦକ୍ଷିଣ କୋରିଆ ସମେତ ବିଶ୍ୱର ଅନେକ ଦେଶର ସଂସଦରେ ମହିଳାଙ୍କ ପାଇଁ ୫୦ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ରହିଛି। ୧୯୯୦ ଦଶକରେ ନେପାଳ ଓ ଆର୍ଜେଣ୍ଟିନା ଏହି ଦିଗରେ ଉଦ୍ୟମ ଆରମ୍ଭ କରିଥିଲେ। ବିଭିନ୍ନ ପ୍ରକାର ଚେଷ୍ଟା ହେତୁ ଆର୍ଜେଣ୍ଟିନା, ମେକ୍ସିକୋ ଓ କୋଷ୍ଟାରିକାର ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱ ୩୬ପ୍ରତିଶତରୁ ଅଧିକ ରହିଛି। ଆମେରିକା ଓ ବ୍ରିଟେନରେ କୌଣସି ମହିଳା ସଂରକ୍ଷଣ ନାହିଁ। ତଥାପି ଆମେରିକା ସରକାର ସଂସଦରେ ୨୯ପ୍ରତିଶତ ଓ ବ୍ରିଟେନର ସଂସଦରେ ୩୫ପ୍ରତିଶତ ମହିଳା ସିଟ୍‌ ସଂରକ୍ଷଣ ରହିଛି। ନ୍ୟୁଜିଲ୍ୟାଣ୍ଡ ଏବଂ ୟୁଏଇରେ ୫୦ ପ୍ରତିଶତ ମହିଳା କ୍ଷମତାରେ ଅଛନ୍ତି। ସେହିପରି ୬୧ପ୍ରତିଶତ ମହିଳା କ୍ଷମତାରେ ଥିବା ନେଇ ରୁୱାଣ୍ଡା ଶୀର୍ଷରେ ରହିଛି।

କ୍ଷମତାରେ ମହିଳାଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରିବା ପାଇଁ ପାକିସ୍ତାନର ସରକାର ସମୟ ସମୟରେ ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ପାକିସ୍ତାନର ୩୩୬ ସଦସ୍ୟ ବିଶିଷ୍ଟ ସଂସଦରେ ୬୦ଟି ସିଟ ୨୧ପ୍ରତିଶତ ମହିଳାମାନଙ୍କ ପାଇଁ ସଂରକ୍ଷିତ ଅଛି। ଏହା ବ୍ୟତୀତ ଅଣ-ମୁସଲମାନ ଅର୍ଥାତ ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ୧୦ଟି ସିଟ ସଂରକ୍ଷିତ କରାଯାଇଛି। ତେବେ ପାକିସ୍ତାନର ଅଣ-ମୁସଲମାନ ସମ୍ପ୍ରଦାୟ ସଂସଦରେ ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ସଂରକ୍ଷିତ ଆସନ ସଂଖ୍ୟା ବୃଦ୍ଧି କରିବାକୁ କ୍ରମାଗତ ଭାବରେ ଦାବି କରୁଛନ୍ତି।
ଅଦ୍ୟାବଧି ପାକିସ୍ତାନର ମହିଳାମାନେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ପଦ ସମେତ ଅନେକ ଶୀର୍ଷ ପଦବୀରେ ରହିଆସିଛନ୍ତି। ବିଧାନସଭାରେ ମହିଳା ବିରୋଧୀ ଦଳର ନେତା, ଫେଡେରାଲ ମନ୍ତ୍ରୀ, ବିଚାରପତି ଏବଂ ସଶସ୍ତ୍ର ବାହିନୀର କମିଶନ ପଦବୀରେ ମଧ୍ୟ ମହିଳା ଅଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ନିଗର ଜୋହର ସେନାର ସର୍ବୋଚ୍ଚ ପଦବୀରେ ଅଛନ୍ତି। ଏଥି ସହିତ, ବେନାଜିର ଭୁଟ୍ଟୋ ୨ ଡିସେମ୍ବର ୧୯୮୮ ରେ ପାକିସ୍ତାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସେହିପରି ବାଂଲାଦେଶର ୩୫୦ସିଟ ବିଶିଷ୍ଟ ସଂସଦରେ ମହିଳାଙ୍କ ପାଇଁ ୫୦ଟି ସିଟ ସଂରକ୍ଷିତ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା, ସିରିଜରୁ ବାଦ୍ ପଡ଼ିଲେ…

ନୂଆଦିଲ୍ଲୀ,୩୦ା୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦୁଇଟି ମ୍ୟାଚ୍ ଶେଷ ହୋଇଛି । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସିରିଜ୍‌କୁ…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

VRS ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ ଆର୍.ଏସ୍. ଗୋପାଳନ୍‌: ଜୋର୍‌ ଧରିଲା ଚର୍ଚ୍ଚା…

ଭୁବନେଶ୍ୱର,୧ା୧୦: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍. ଏସ୍. ଗୋପାଳନ୍‌ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚ୍‌ର ଏହି…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

ବସ୍‌କୁ ଧକ୍କାଦେଲା ଟ୍ରକ୍‌, ପରେ ସ୍କୁଟି ଉପରେ ଚଢ଼ିଗଲା ବସ୍‌, ଆଉ ତା’ ପରେ…

ଛତ୍ରପୁର,୧ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଭାଗ୍ୟଲକ୍ଷ୍ମୀ ନଗର ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଗୁରୁବାର ଏକ ଅଭାବନୀୟ ସିରିଜ ଦୁର୍ଘଟଣା ଘଟି…

ଶେଷ ମିନିଟ୍‌ରେ ଗୋଲ୍, ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ ହକି ସେମିଫାଇନାଲରେ ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ପରାସ୍ତ କରିଛି ଭାରତ । ଗୁରୁବାର (୧ ଅକ୍ଟୋବର) ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ…

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

ଅଭିଜିତ୍ ଦୀପକେ କରିପାରିବେ କି ଜ୍ଞାନେଶ କୁମାରଙ୍କ ଇସ୍ତଫା? ସୋନମ୍ ୱାଙ୍ଗଚୁକ୍ ଦେଲେ ବଡ଼ ବୟାନ୍

ନୂଆଦିଲ୍ଲୀ,୧।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଶୁକ୍ରବାର (୨ ଅକ୍ଟୋବର) ମୁମ୍ବାଇରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଛି କକରୋଚ୍ ଜନତା ପାର୍ଟି (CJP)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?