ଚାଷରେ ଅଗ୍ରଗତି କରୁଛନ୍ତିି ମହିଳା

ଚମ୍ପୁଆ,୪ା୧୧(ଡି.ଏନ୍‌.ଏ): ବଜାର ଓ ସଂରକ୍ଷଣ ଅଭାବରୁ ଚାଷୀ ଉପତ୍ାଦିତ ସାମଗ୍ରୀର ମୂଲ୍ୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଫଳରେ ଅନେକ ଚାଷୀ କ୍ଷତି ସହି ଚାଷ ପ୍ରତି ମୁହଁ ଫେରାଉଛନ୍ତି। ଏଭଳି ସମୟରେ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ୍‌ ମହେଶ୍ୱରପୁର ଗ୍ରାମର ବାବା ଝାଡ଼େଶ୍ୱର ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଚାଷ କ୍ଷେତ୍ରରେ ଅଗ୍ରଗତି କରୁଛନ୍ତି। ଉଦ୍ୟାନ ବିଭାଗ ଓ ଓମବାଡିସ ସହାୟତାରେ ଗୋଷ୍ଠୀର ମହିଳାମାନେ ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି।
ସୂଚନା ମୁତାବକ, ଚମ୍ପୁଆ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଶତ ପ୍ରତିଶତ ସବ୍‌ସିଡିରେ ଉକ୍ତ ମହିଳା ଗୋଷ୍ଠୀକୁ ୨୦୨୧-୨୨ ଆର୍ଥିକ ବର୍ଷରେ ୧୫ ଲକ୍ଷ ସହାୟତା ଯୋଗାଇ ଦିଆଯାଇଥିଲା। ଏଥିସହ ଓଡ଼ିଶା ମାଇନିଂ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେସନ(ଓମ୍‌ବାଡିସ୍‌) ପକ୍ଷରୁ ୫ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ସୌରଚାଳିତ ଶୀତଳ ଭଣ୍ଡାର ଯୋଗାଇ ଦିଆଯାଇଛି। ମହିଳାମାନେ କାକୁଡ଼ି, ବାଇଗଣ, ଭେଣ୍ଡି, ପୋଇ ଆଦି ପନିପରିବା ଚାଷ କରି ନିଜେ ସ୍ବାବଲମ୍ବୀ ହେଉଛନ୍ତି। ପନିପରିବାର ସୀମିତ ସମୟ ମଧ୍ୟରେ ଆବଶ୍ୟକ ମୁତାବକ ବଜାର ଚାହିଦା ପୂରଣ କରି ବେଶ ଲାଭବାନ ହୋଇ ପାରିଛନ୍ତି। ଏଥିସହ ସ୍ଥାନୀୟ ମହିଳାଙ୍କ ମଧ୍ୟରେ ଚାଷ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ୁଥିବା ଦେଖିବାକୁ ମିଳିଛି। ବାବା ଝାଡ଼େଶ୍ୱର ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ପ୍ରଜ୍ୱଳତି ମହାନ୍ତଙ୍କ କହିବା ଅନୁଯାୟୀ ଆମ ପରିଶ୍ରମ ବେକାର ଯାଉନାହିଁ। ଆଗରୁ ପନିପରିବା ତୋଳି ଗୋଟାଏ ଦିନରେ ଶେଷ କରିବାକୁ ପଡୁଥିଲା। ଫଳରେ ଆମ୍ଭେମାନେ ଉପଯୁକ୍ତ ମୂଲ୍ୟ ପାଇ ପାରୁ ନ ଥିଲୁ। ଶୀତଳଭଣ୍ଡାର ମାଧ୍ୟମରେ ଦୀର୍ଘମିଆଦୀ ପନିପରିବାର ସଂରକ୍ଷଣ ବ୍ୟବସ୍ଥା ହୋଇ ପାରୁଥିବା ବେଳେ ସ୍ବଳ୍ପମିଆଦୀ ସଂରକ୍ଷଣ ବ୍ୟବସ୍ଥା କରାଯାଇ ପାରୁଛି। ସ୍ଥାନୀୟ ଗ୍ରାମବାସୀଙ୍କୁ ଏହି ଶୀତଳ ଭଣ୍ଡାରରେ ପନିପରିବା ଗଚ୍ଛିତ ରଖିବାର ମଧ୍ୟ ସୁଯୋଗ ଦିଆଯାଉଛି। ଏହିଭଳି ଶୀତଳ ଭଣ୍ଡାର ବିଭିନ୍ନ ସ୍ଥାନରେ କରାଗଲେ ଚାଷୀମାନେ ଖୁବ୍‌ ଉପକୃତ ହୁଏନ୍ତେ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri