ବୈଦେଶିକ ସେବାରେ ମହିଳା

Dillip Cherian

ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)ରେ ମହିଳାଙ୍କ ସଂଖ୍ୟା ୨୦୧୪ରୁ ୨୦୨୨ ମଧ୍ୟରେ ୬.୬% ବୃଦ୍ଧି ପାଇ ବର୍ତ୍ତମାନ ୩୭.୮% ରହିଛି। ଉଲ୍ଲେଖନୀୟ ଯେ, ୨୦୧୮ରୁ ୨୦୨୦ ମଧ୍ୟରେ ଆଇଏଫ୍‌ଏସ୍‌ରେ ମହିଳାଙ୍କ ନିଯୁକ୍ତି ୪୦%ରୁ ଅଧିକ ଥିଲା। ହେଲେ କୂଟନୈତିକ ବୃତ୍ତିରେ ଲିଙ୍ଗଗତ ସମାନତା ହାସଲ କରିବା ପାଇଁ ଅନେକ କିଛି କରିବାକୁ ହେବ। ଆଇଏଫ୍‌ଏସ୍‌ରେ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କୁ ଚ୍ୟାଲେଞ୍ଜିଂ ନିଯୁକ୍ତିରୁ ବାଦ ଦିଆଯିବା ଏବଂ ବିବାହ ପାଇଁ ସରକାରୀ ଅନୁମୋଦନ ଆବଶ୍ୟକ ଭଳି ଅନେକ ଆହ୍ବାନର ସମ୍ମୁଖୀନ ହେଉଥିଲେ। ଏଭଳି ଅସମାନତା ବିରୋଧରେ ୧୯୭୯ରେ ସି.ବି. ମୁଥାମ୍ମା ଲଢ଼ିିଥିଲେ ଓ ୧୯୮୦ ଦଶକରେ ଏଥିରେ ଉନ୍ନତି ଆସିଥିଲା, ତଥାପି ଆଇଏଫ୍‌ଏସ୍‌୍‌ ଅପେକ୍ଷାକୃତ ଏକ କ୍ଷୁଦ୍ର ସେବା ହୋଇ ରହିଛି। ତେବେ ନିଯୁକ୍ତି ସଂଖ୍ୟା ବଢ଼ି଼ବା ଦ୍ୱାରା ମହିଳାମାନେ ଅଧିକ ସଂଖ୍ୟାରେ ସେବାରେ ଯୋଗ ଦେଉଛନ୍ତି। ଏଭଳି ସ୍ଥିତି ୨୦୧୫ରେ ଦେଖାଯାଇଥିଲା, ଯେତେବେଳେ ୧୭ ଜଣ ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସମ୍ପ୍ରତି ମହିଳାମାନେ କେବଳ ୮ଟି ଭାରତୀୟ କୂଟନୈତିକ ଦୂତାବାସର ମୁଖ୍ୟ ରହିଛନ୍ତି, କିନ୍ତୁ ପ୍ରମୁଖ ରାଜଧାନୀରେ କେହି ନାହାନ୍ତି। ୨୦୦୮ ତୁଳନାରେ ଏହା ଏକ ବଡ଼ ହ୍ରାସ, ଯେତେବେଳେ ମହିଳାମାନେ ପ୍ରମୁଖ ପଦବୀ ସମେତ ୨୫ ରୁ ଅଧିକ ଦୂତାବାସର ନେତୃତ୍ୱ ନେଇଥିଲେ। ଏବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ୭ଟି ଉଚ୍ଚସ୍ତରୀୟ ପଦବୀ ମଧ୍ୟରୁ କେବଳ ଗୋଟିଏରେ ଜଣେ ମହିଳା ଅଛନ୍ତି। ଆଇଏଫ୍‌ଏସ୍‌ରେ ପ୍ରକୃତ ଲିଙ୍ଗଗତ ସମାନତା ହାସଲ କରିବାକୁ ହେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ମହିଳାଙ୍କ ଉନ୍ନତି ଏବଂ ନେତୃତ୍ୱ ପାଇଁ ସମାନ ସୁଯୋଗ ସୁନିଶ୍ଚିତ କରିବାକୁ ହେବ ଏବଂ ଏଥିପାଇଁ ଗଠନମୂଳକ ତଥା ସାଂସ୍କୃତିକ ପ୍ରତିବନ୍ଧକକୁ ଦୂର କରିବାକୁ ପଡ଼ିବ।

ତ୍ୱରିତ ନିଯୁକ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ସମୟ ନଷ୍ଟ କରୁନାହାନ୍ତି। ନୂତନ କେନ୍ଦ୍ର ମନ୍ତ୍ରୀମାନେ ଦାୟିତ୍ୱ ନେବା ପରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟକ୍ତିଗତ ସଚିବମାନଙ୍କୁ ଶୀଘ୍ର ନିଯୁକ୍ତ କରାଯାଉଛି। ନିଯୁକ୍ତିର ପ୍ରଥମ ପର୍ଯ୍ୟାୟରେ ନୀତିନ ଗଡକରୀ, ମନୋହରଲାଲ ଖଟ୍ଟର, ଗିରିରାଜ ସିଂ ଏବଂ ହରଦୀପ୍‌ ସିଂ ପୁରୀଙ୍କ ଭଳି କେନ୍ଦ୍ର ମନ୍ତ୍ରୀଙ୍କ ପାଇଁ ବ୍ୟକ୍ତିଗତ ସଚିବଙ୍କ ନାମ ଘୋଷଣା କରାଯାଇଥିଲା। ଏମାନେ ହେଉଛନ୍ତି ୨୦୧୦, ୨୦୧୧ ଏବଂ ୨୦୧୨ ଆଇଏଏସ୍‌ ବ୍ୟାଚର ସିନ୍ଦେ ଦୀପକ ଅର୍ଜୁନ, ରସାଲ ଦ୍ୱିବେଦୀ, ରମଣ କୁମାର ଏବଂ ବି.ବିଜୟ ଦତ୍ତ। କୌତୂହଳର ବିଷୟ ହେଉଛି, ମନ୍ତ୍ରୀଙ୍କଠାରୁ ଅଧିକ ତଥ୍ୟ ବା ସୂଚନା ବିନା ଏହି ନିଯୁକ୍ତି କରାଯାଇଥିଲା, ବିଶେଷକରି ଗଡ଼କରୀଙ୍କ କ୍ଷେତ୍ରରେ ମଧ୍ୟ ଏହା ଘଟିଥିଲା। ପରବର୍ତ୍ତୀ ସମୟରେ ଦ୍ୱିତୀୟ ପର୍ଯ୍ୟାୟରେ ୬ଜଣ ଅଧିକାରୀଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ କର୍ନାଟକ କ୍ୟାଡରର ଅନିରୁଦ୍ଧ ଶ୍ରବଣ ପୁଲିପାକାଙ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତି ଦିଆଯାଇଛି। ନିର୍ବାଚନ ଘୋଷଣା ହେବା ପୂର୍ବରୁ ଅମଲାତନ୍ତ୍ର ଏବଂ ନୀତି ଆୟୋଗ ଅଧିକାରୀଙ୍କ ଦ୍ୱାରା ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକ ପାଇଁ ୧୦୦ ଦିନିଆ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିବା ଯୋଗୁ ଏହି ନିଯୁକ୍ତି ତତ୍ପରତା ପ୍ରକାଶ ପାଇଛି। ଯୋଜନାଗୁଡ଼ିକ ପାଇଁ ଆବଶ୍ୟକ ହେଉଥିବା ବୈଧାନିକ ଅନୁମୋଦନ କିମ୍ବା ପାଣ୍ଠି ଆସନ୍ତା ମାସରେ ଉପସ୍ଥାପିତ ହେବାକୁ ଥିବା ବଜେଟରେ ଜଣାପଡ଼ିବ।

ଇଏମ୍‌ଆଇରେ ଲାଞ୍ଚ
ଗୁଜରାଟର ଅଧିକାରୀମାନେ ବର୍ତ୍ତମାନ ପୀଡ଼ିତଙ୍କ ଉପରେ ବୋଝ କମାଇବା ପାଇଁ ଇଏମ୍‌ଆଇ(ଇକ୍ୱେଟେଡ୍‌ ମନ୍‌ଥଲି ଇନଷ୍ଟାଲମେଣ୍ଟ) ଆଧାରରେ ଲାଞ୍ଚ ଗ୍ରହଣ କରୁଛନ୍ତି। ଏହି ବାବୁମାନେ ବୋଧହୁଏ ବ୍ୟାଙ୍କିଙ୍ଗ ସିଷ୍ଟମରୁ ଏକ ଲିଖିତ ନିର୍ଦ୍ଦେଶ ନେଇଛନ୍ତି, ଯାହା ନାଗରିକମାନଙ୍କୁ ସହଜ କିସ୍ତିରେ ଲାଞ୍ଚ ଦେବାକୁ ଅନୁମତି ଦେଇଛି । ଆପଣଙ୍କୁ ଲାଞ୍ଚ ଦେବାକୁ ଥିଲେ ତାହାକୁ ଏକାଥରକେ ନ ଦେଇ ବର୍ତ୍ତମାନ ଅନେକ ମାସ ମଧ୍ୟରେ ଏହା ଦେଇପାରିବେ। ଉଦାହରଣ ସ୍ବରୂପ, ଚଳିତ ବର୍ଷ ପ୍ରାରମ୍ଭରେ ରାଜ୍ୟ ଜିଏସ୍‌ଟିି ବୋଗସ ବିଲିଂ ସ୍କାମ୍‌ରେ ଜଡିତ ଜଣେ ବ୍ୟକ୍ତିଙ୍କ ଠାରୁ ୨୧ ଲକ୍ଷ ଟଙ୍କା ଲାଞ୍ଚ ଦାବି କରାଯାଇଥିଲା। ଖୁସିର କଥା, ୯ ମାସ ପାଇଁ ମାସକୁ ୨ ଲକ୍ଷ ଟଙ୍କା ଦେବାର ଏକ ଇଏମ୍‌ଆଇ ଯୋଜନା ମିଳିଗଲା । ସେହିଭଳି ଜଣେ ସାଇବର କ୍ରାଇମ୍‌ ୟୁନିଟ୍‌ ଅଧିକାରୀ ଜଣଙ୍କଠାରୁ ୧୦ ଲକ୍ଷ ଟଙ୍କା ଦାବିକରି ତାହା ୪ଟି କିସ୍ତିରେ ଗ୍ରହଣ କରିଥିବା ଜଣାପଡ଼ିଥିଲା। ସୁରଟରେ ଜଣେ ଡେପୁଟି ସରପଞ୍ଚ ଏବଂ ପଞ୍ଚାୟତ ସମିତି ସଦସ୍ୟ ଜଣେ ଗ୍ରାମବାସୀଙ୍କ ଚାଷ ଜମିକୁ ସମାନ କରିବା ପାଇଁ ତାଙ୍କୁ ୮୫,୦୦୦ ଟଙ୍କା ମାଗିଥିଲେ। କିନ୍ତୁ ଗ୍ରାମବାସୀଙ୍କ ଆର୍ଥିକ ସ୍ଥିତିକୁ ଦେଖି ସେମାନେ ଏକ ଇଏମ୍‌ଆଇ ବିକଳ୍ପ ପ୍ରଦାନ କରିଥିଲେ, ଯେଉଁଥିରେ ପ୍ରଥମେ ୩୫,୦୦୦ ଟଙ୍କା ଦେଇଥିଲେ ଓ ବାକି ଟଙ୍କା ୩ଟି କିସ୍ତିରେ ଦେବାକୁ ସ୍ଥିର କରାଯାଇଥିଲା। ଏକ ନାଟକୀୟ ଘଟଣା କ୍ରମରେ ଦୁଇ ପୋଲିସ ଅଧିକାରୀ ସେମାନେ ସାବରକାନ୍ତ ଜିଲାର ଜଣେ ବାସିନ୍ଦାଙ୍କଠାରୁ ପ୍ରଥମ କିସ୍ତିରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ ଓ ତାଙ୍କ ଠାରୁ ୪ ଲକ୍ଷ ନେଇ ଅବଶିଷ୍ଟ ଟଙ୍କା ପାଇଁ ଅପେକ୍ଷା ନ କରି ପଳାଇଯାଇଥିଲେ। ବରିଷ୍ଠ ପୋଲିସ ଅଧିକାରୀମାନେ ସ୍ବୀକାର କରିଛନ୍ତି ଯେ, ଚଳିତ ବର୍ଷ ଅତି କମ୍‌ରେ ୧୦ଟି ଏମିତିକା ମାମଲା ରୁଜୁ ହୋଇଛି । ତେବେ ବର୍ତ୍ତମାନ ଦେଶର ଅବଶିଷ୍ଟ ରାଜ୍ୟଗୁଡ଼ିକ ଗୁଜରାଟ ମଡେଲର ଲୁକ୍କାୟିତ ଦିଗଗୁଡ଼ିକ ବିଷୟରେ ଜାଣିବାକୁ ପାଉଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ଲାଗି ବର୍ଷାପାଣି ବ୍ୟବହାରର ଆବଶ୍ୟକତା ଏବେ ଅନୁଭବ କରାଗଲାଣି। ଏଥିପାଇଁ ବର୍ଷାଜଳ ସଂରକ୍ଷଣ ଓ ତାହାର ବ୍ୟବହାର ସମ୍ପର୍କରେ ବହୁ...

ହିଟ୍‌ଲରଙ୍କ ହଲୋକାଷ୍ଟ ଓ ଗାନ୍ଧିଜୀଙ୍କ ଅହିଂସା

ଡ. ପ୍ରଫୁଲ୍ଲ କୁମାର ପାଣି ଦ୍ୱିତୀୟ ବିଶ୍ବଯୁଦ୍ଧ (୧୯୩୯-୪୫) ସମୟରେ ହିଟ୍‌ଲରଙ୍କ ନାଜି ବାହିନୀ ଇଉରୋପର ବିଭିନ୍ନ ସ୍ଥାନରୁ ଇହୁଦୀମାନଙ୍କୁ ଧରି ଆଣି ଯେଉଁ ଢଙ୍ଗରେ...

ଯୁଦ୍ଧ କରିଛି, ଅସ୍ତ୍ର ଧରିନି

ଡ.ସତ୍ୟନାରାୟଣ ମିଶ୍ର ଯୁଦ୍ଧର ସୃଷ୍ଟି ଦ୍ୱନ୍ଦ୍ୱରୁ ହୋଇଥାଏ ଓ ଦ୍ୱନ୍ଦ୍ୱ ମଣିଷ ଭିତରେ ଥିବା ଅହଙ୍କାର, ଈର୍ଷା, ଅସହିଷ୍ଣୁତା,ଗର୍ବ ଆଦି ହୀନମନ୍ୟତାରୁ ସୃଷ୍ଟି ହୋଇଥାଏ। ପ୍ରତ୍ୟେକ...

ପରିବା ଚିନ୍ତା

ଆଷାଢ଼ ଶେଷ ହେବାକୁ ବସିଲାଣି, ହେଲେ ପରିବା ଦର କମୁନାହିଁ। ଏହା ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ସରକାର ଏ ସମ୍ପର୍କରେ...

ଏଇ ଭାରତରେ

ବିବାହ ସମୟରେ ଯୌତୁକ ଦେବା ନେବା କିମ୍ବା ଭୋଜିରେ ଖାଇବା ପିଇବାକୁ ନେଇ ଅନେକ ସମୟରେ ବରପକ୍ଷ ଓ କନ୍ୟାପକ୍ଷ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳିଥାଏ।...

ଭାରତରେ ଫାଷ୍ଟଫୁଡ୍‌

ଈପ୍ସିତା ମହାନ୍ତି ଭାରତୀୟ ଖାଦ୍ୟ ସଂସ୍କୃତି ଆଜି ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟ ଆଡ଼କୁ ଗତି କରୁଛି। ଏହାକୁ ‘ଆଧୁନିକ’ ଖାଦ୍ୟର ମୂଳ ଆଧାର ବୋଲି କୁହାଗଲାଣି।...

ନିଶା ନିବାରଣ ଓ ସରକାର

ଡ. ଛାୟାକାନ୍ତ ଷଡ଼ଙ୍ଗୀ ସମ୍ପ୍ରତି ଓଡ଼ିଶା ସରକାର ରାଜ୍ୟକୁ ମଦମୁକ୍ତ କରିବା ପାଇଁ ପ୍ରୟାସ କରିବେ ବୋଲି ଘୋଷଣା କରିଛନ୍ତି। କେହି କେହି ଏହା ରାଜ୍ୟର...

ଶିକ୍ଷା ପ୍ରଭାବିତ

କେନ୍ଦ୍ରାପଡ଼ା ଜିଲା ଉଦୟନଗରର ଏକ ବେସରକାରୀ ସ୍କୁଲରେ ଜୁଲାଇ ମାସ ଦ୍ୱିତୀୟ ସପ୍ତାହରେ ଅଧିକ ତାପମାତ୍ରା ଓ ଅସହ୍ୟ ଗୁଳୁଗୁଳିରେ ୧୨ ଛାତ୍ରୀଛାତ୍ର ଚେତାଶୂନ୍ୟ ହେବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri