Posted inଫୁରସତ

ମହିଳା ସଶକ୍ତୀକରଣ ଓ ଯୋଗ

ଯୋଗ ହେଉଛି ଏକଧରଣର ଐତିହ୍ୟବାହୀ ଶାରୀରବୃତ୍ତ ମାନସିକ ସାଧନ ପ୍ରଣାଳୀ। ଆମ ଦେଶ ଭାରତ ହିଁ ଯୋଗର ଜନ୍ମଭୂମି। ‘ଯୋଗ’ ଶବ୍ଦଟିର ଆକ୍ଷରିକ ଅର୍ଥ ‘ଯୁକ୍ତ କରିବା’ ବା ଐକବଦ୍ଧ କରିବା’।
ସମ୍ପ୍ରତି ଯୋଗ ସାରା ବିଶ୍ୱରେ ବେଶ୍‌ ଜନପ୍ରିୟ ହୋଇଉଠିଛି। ଯୋଗକୁ ଆହୁରି ବ୍ୟାପକ ଭାବରେ ବିଶ୍ୱରେ ପ୍ରତିଷ୍ଠିତ କରାଇବା ଉଦ୍ଦେଶ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଡିସେମ୍ବରରେ ଜାତିସଂଘର ସାଧାରଣ ପରିଷଦ ବୈଠକରେ ପ୍ରତିବର୍ଷ ଜୁନ୍‌ ୨୧ ତାରିଖକୁ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ଭାବରେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ ୧୭୭ ରାଷ୍ଟ୍ର। ତେବେ ଏଥିପାଇଁ ଜୁନ୍‌ ୨୧କୁ ଚୟନ କରିବାର କାରଣ ହେଲା ଏହି ଦିନ ସୂର୍ଯ୍ୟ ଆକାଶରେ ସବୁଠାରୁ ଉତ୍ତରରେ କର୍କଟକ୍ରାନ୍ତି ଉପରେ ପହଞ୍ଚତ୍ଥାନ୍ତି ଓ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଏହି ଦିବସଟି ବର୍ଷରେ ଦୀର୍ଘତମ। ୨୦୧୫ରୁ ଜୁନ୍‌ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷ ଉକ୍ତ ଦିବସର ବାର୍ତ୍ତା ରହିଛି ‘ମହିଳା ସଶକ୍ତୀକରଣ ପାଇଁ ଯୋଗ’। ଏହି ବାର୍ତ୍ତାର ତାତ୍ପର୍ଯ୍ୟ ହେଉଛି ଯୋଗ ମାଧ୍ୟମରେ ମହିଳାମାନଙ୍କର ଶାରୀରିକ ଓ ମନସ୍ତାତ୍ତ୍ୱିକ ସୁସ୍ଥତା ଲାଭ। ସେମାନଙ୍କର ଶାରୀରିକ, ମନସ୍ତାତ୍ତ୍ୱିକ, ଆବେଗିକ, ସାମାଜିକ ଓ ଆଧ୍ୟାତ୍ମିକ ସ୍ବାସ୍ଥ୍ୟ ପ୍ରାପ୍ତି ପାଇଁ ଯୋଗ ଏକ ବଳିଷ୍ଠ ମାଧ୍ୟମ। ମହିଳାମାନଙ୍କର ରହିଛି କେତେକ ସ୍ବତନ୍ତ୍ର ସ୍ବାସ୍ଥ୍ୟ ସମସ୍ୟା ଓ ସେହିସବୁ ସମସ୍ୟାର ଉପଶମ ପାଇଁ ଯୋଗ ବେଶ୍‌ ସହାୟକ ହୋଇପାରିବ।
ମହିଳାମାନେ ପରିବାରର ମେରୁଦଣ୍ଡ ସଦୃଶ। ସେମାନଙ୍କର ସାମୂହିକ ଶକ୍ତି ମଧ୍ୟ ରାଷ୍ଟ୍ର ତଥା ବିଶ୍ୱର ମେରୁଦଣ୍ଡ ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ମହିଳାମାନେ ସମାଜରେ ଅବହେଳିତ ହେଲେ ପରିବାରରେ ଶିଶୁ ବୃଦ୍ଧାବୃଦ୍ଧ, ରୋଗୀ ଓ ଅତିଥିମାନେ ଅବ ହେଳିତ ହୋଇପଡିବେ। ସୁତରାଂ ମହିଳାମାନେ ସୁସ୍ଥ ଏବଂ ସଶକ୍ତ ରହିବା ସମାଜ ତଥା ରାଷ୍ଟ୍ରର ସ୍ବାର୍ଥ ପାଇଁ ଅପରିହାର୍ଯ୍ୟ।
ଏହି ଦିବସ ପାଳନର ମୁଖ୍ୟ ଉଦ୍ଦ୍ୟେଶ ହେଲା ଯୋଗର ବିଭିନ୍ନ ଉପକାରିତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରେଇବା ଏବଂ ସୁସ୍ଥ ରହିବା ନିମନ୍ତେ ନିୟମିତ ଯୋଗ ବ୍ୟାୟାମ କରିବା ନିମିତ୍ତ ସେମାନଙ୍କୁ ଅନୁପ୍ରେରଣା ଦେବା।
ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଆଧ୍ୟାତ୍ମିକତାର ବିକାଶ କରେଇବାରେ ଯୋଗର ଭୂମିକା ଅତୁଳନୀୟ ବୋଲି କୁହାଯାଇ ଆସୁଅଛି। କିନ୍ତୁ ଯୋଗ ବିଜ୍ଞାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ହେଉଛି, ଏହା ଶାରୀରିକ ଓ ମନସ୍ତାତ୍ତ୍ୱିକ ଉଭୟ ସ୍ତରରେ ସନ୍ତୁଳନ ରକ୍ଷା କରିବା ପାଇଁ ସମର୍ଥ। ପୃଥିବୀରେ ସମ୍ପ୍ରତି ପରିଲକ୍ଷିତ ହେଉଛି ଦ୍ରୁତ ସାମାଜିକ ରୂପାନ୍ତର। ଫଳରେ ମାନବ ସମାଜ ଏବେ ଅସାଧାରଣ ଭାବେ ବିଭ୍ରାନ୍ତ। ମାତ୍ର ମାନସିକ ଓ ଶାରୀରିକ ସନ୍ତୁଳନ ଉପଭୋଗ କରିପାରିଲେ ଜୀବନର ଯାବତୀୟ ଝଡଝଞ୍ଜା ଅତିକ୍ରମ କରିଯିବା ସହଜସାଧ୍ୟ ହୋଇଥାଏ। ଏହି ଉଦ୍ଦ୍ୟେଶ ଚରିତାର୍ଥ କରିଥାଏ ଯୋଗ। ସମ୍ପ୍ରତି ବଢ଼ି ଚାଲିଛି ମାନସିକ ଚାପ, ଉତ୍କଣ୍ଠା, ଉଦ୍‌ବିଘ୍ନତା। ହେଲେ ହରମୋନଗୁଡିକର କ୍ଷରଣକୁ ପ୍ରଭାବିତ କରି ଯୋଗ ମନ ଓ ଶରୀର ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବାରେ ସହାୟକ ହୋଇଥାଏ। ନିୟନ୍ତ୍ରିତ ହୋଇ ରହେ ରକ୍ତଚାପ। ଅନୁକୂଳ ଭାବରେ ପ୍ରଭାବିତ ହୁଏ ମସ୍ତିଷ୍କ କାର୍ଯ୍ୟ ଏବଂ ଶରୀରର ପ୍ରତିରକ୍ଷା ତନ୍ତ୍ର ଉପରେ ପଡେ ସନ୍ତୋଷଜନକ ପ୍ରଭାବ। ନିଜ ଦୈନନ୍ଦିନ ଜୀବନଶୈଳୀରେ ଯୋଗକୁ ଏକ ଅବିଚ୍ଛେଦ୍ୟ ଅଙ୍ଗ ରୂପେ ଗ୍ରହଣ କରିନେଲେ ସମସ୍ତଙ୍କର ସ୍ବାସ୍ଥ୍ୟ ଯେ ଅତୁଟ ରହିପାରିବ, ଏହା ନିଃସନ୍ଦେହ।
-ଡା. ନିତ୍ୟାନନ୍ଦ ସ୍ବାଇଁ,
‘ଅଭୀପ୍‌ସା’, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡାନାସୀ, କଟକ, ମୋ: ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?