ଲଗାଣ ବର୍ଷାରେ ଘର ଭୁଶୁଡି ମହିଳା ଗୁରୁତର, ଜିଲା ଚିକିତ୍ସାଲୟରେ ଭର୍ତ୍ତି

କୁନ୍ଦୁରା,୨୪।୯,(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଫୁପୁଗାଁ ଗ୍ରାମ ପଞ୍ଚାୟତ ଚନ୍ଦ୍ରଶୁଣ୍ଢୀଗୁଡା ଠାରେ ଲଗାଣ ବର୍ଷାରେ ଘର ଭୁଶୁଡି ମହିଳା ଗୁରୁତରହୋଇଛନ୍ତି। ମହିଳା ଜଣକ ହେଲେ ସେହି ଗ୍ରାମର ପର୍ଶୁରାମ ହରିଜନଙ୍କ ସ୍ତ୍ରୀ ରାଧିକା ହରିଜନ। ଶୁକ୍ରବାର ସକାଳ ୮ଟା ସମୟରେ ଘରେ ରୋଷେଇ କରୁଥିବା ବେଳେ ହଠାତ ଜୋରରେ ଶବ୍ଦ ହୋଇଥିଲା। ଯେତେବେଳେ ଘରର ସବୁ ଭାଗ ଭାଙ୍ଗି ରାଧିକାଙ୍କ ଉପରେ ପଡିଥିଲା ସେତେବେଳେ ସେ ଚିତ୍କାର କରିଥିଲେ। ସାହି ପଡିଶା ଆଖ ପାଖ ସମସ୍ତେ ଆସି ରାଧିକାଙ୍କୁ ସେଠାରୁ ଉଦ୍ଦାର କରି ବାହାରକୁ ଆଣିଥିଲେ। ପେଟରେ, ଛାତିରେ ଏବଂ ଗୋଡ ମାଡ଼ ହୋଇଥିବାରୁ ସଙ୍ଗେ ସଙ୍ଗେ 108 ଆମ୍ବୁଲାନ୍ସ ଯୋଗେ ତାଙ୍କୁ କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ପ୍ରାୟ ୩ଘଣ୍ଟାରୁ ଅଧିକ ସମୟ ଚିକିତ୍ସା କରିଥିବା ବେଳେ ଦେହର ଅଧିକାଂଶ ସ୍ଥାନରେ ମାଡ଼ ବାଜିଥିବା ଜଣାପଡିଛି। ଫଳରେ ଅସହ୍ୟ ଯନ୍ତ୍ରଣା ହେଉଥିବା ନେଇ ରାଧିକାଙ୍କୁ ଜୟପୁର ଜିଲା ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି। ଏଠାରେ ଏକ୍ସରେ ମେଶିନ ନଥିବା ଯୋଗୁ ରାଧିକାଙ୍କ ସ୍ବାସ୍ଥ୍ୟକୁ ନେଇ ବିଶେଷ କିଛି ଜଣାପଡି ନାହିଁ ବୋଲି ଡାକ୍ତର କହିଛନ୍ତି। ଏହି ଘଟଣା ଶୁଣିବା ପରେ ପଞ୍ଚାୟତ ରାଜ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ କୋଟପାଡ଼ ଗସ୍ତ ସମୟ ବଦଳାଇ କୁନ୍ଦୁରା ଗସ୍ତରେ ଆସିଥିଲେ। ଲଗାଣ ବର୍ଷାରେ ସଜାଗ ବ୍ଲକ ପ୍ରଶାସନ କିମ୍ବା ରାଜସ୍ବ ବିଭାଗର କୌଣସି ଅଧିକାରୀ ଗୁରୁତରଙ୍କ ନିକଟରେ ପହଞ୍ଚି ନଥିଲେ। ମନ୍ତ୍ରୀଙ୍କ ସମେତ ଜିଲାପାଳ ମନୋଜ ସତ୍ୟବାନ ମହାଜନ, ଉପଜିଲାପାଳ ଶୁଭ୍ରା ପଣ୍ଡାଙ୍କ କୁନ୍ଦୁରା ଗସ୍ତ ଥିବା ଜାଣି ବିଡ଼ିଓ ପି ମନସ୍ମିତା ତରବରିଆ ଭାବେ ଗୁରୁତରଙ୍କ ନିକଟକୁ ଜୟପୁର ଯିବା ସମୟରେ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ଆହତଙ୍କୁ ଦେଖିଥିଲେ। ମୁଖ୍ୟତଃ ରାଜସ୍ବ ବିଭାଗ ଏଥିରେ ତତ୍ପରତା ଦେଖାଇବା ପରିବର୍ତ୍ତେ ତହସିଲଦାର ବିନୋଦ ଚନ୍ଦ୍ର ନାୟକ କିମ୍ବା କୌଣସି ରାଜସ୍ବ ନିରୀକ୍ଷକଙ୍କ ଦେଖା ମିଳିନଥିଲା। ମନ୍ତ୍ରୀ କୁନ୍ଦୁରା ପହଞ୍ଚିବା ସମୟରେ ବିଧାୟକ ପ୍ରତିନିଧି ବଦ୍ରିନାରାୟଣ ଆଚାର୍ଯ୍ୟ, ଏମପି ପ୍ରତିନିଧି ଅମ୍ବୁ ପାତ୍ର,ଆଇଟି ସଂଯୋଜକ ସନ୍ତୋଷ ପ୍ରହରାଜ,ମଣ୍ଡଳ ସଭାପତି ପଦ୍ମନାଭ ବିଷୋୟୀ, ସମ୍ପାଦକ ତ୍ରିନାଥ, ତୁଷାର ଭଟ୍ଟ ଏବଂ ଲଛମନ ଭତ୍ରାଙ୍କ ସହ ଭେଟି ଗୁରୁତରଙ୍କ ବିଷୟରେ ଆଲୋଚନା କରିଥିଲେ।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାର ପ୍ରଖର ସ୍ରୋତରେ ନାଳ ପାରି ହେଲେ ଗର୍ଭବତୀ

ପାତ୍ରପୁର, ୨୪ା୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୀମାନ୍ତରେ ପ୍ରବାହିତ ଜାମୁଗଣ୍ଡ ନାଳରେ ବର୍ଷାଜଳ ବୃଦ୍ଧି ପାଇଛି। ଏଥିଯୋଗୁ କେତେକ ଆଦିବାସୀ ଗ୍ରାମ ବାହ୍ୟ…

ଆରପାରିରେ ବଲିଉଡ୍‌ର ମଲ୍ଟି-ଟାଲେଣ୍ଟେଡ୍ ଅଭିନେତା ମୁସ୍ତାକ୍ ଖାନ୍, ୫୬ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ହିନ୍ଦୀ ସିନେମା ଓ ଟେଲିଭିଜନ୍ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣାଶୁଣା ବରିଷ୍ଠ ଅଭିନେତା ମୁସ୍ତାକ୍ ଖାନ୍‌ଙ୍କର ୫୬ ବର୍ଷ ବୟସରେ ପରଲୋକ…

ଏସୀୟ କ୍ରୀଡ଼ାର ୧୦,୦୦୦ ମିଟର ଦୌଡ଼ରେ ସୀମାଙ୍କ ଐତିହାସିକ ବ୍ରୋଞ୍ଜ ପଦକ

ନାଗୋୟା,୨୪ା୯: ଭାରତୀୟ ଟ୍ରାକ ଆଣ୍ଡ ଫିଲ୍ଡ ଆଥଲେଟ୍‌ ସୀମା ଗୁରୁବାର ମହିଳା ୧୦,୦୦୦ ମି. ବ୍ରୋଞ୍ଜ ପଦକ ଜିତିଛନ୍ତି। ସୀମା ଦୌଡ଼କୁ ୩୨:୫୦.୦୫ ସେକେଣ୍ଡରେ ଶେଷ କରି…

କଳାହାଣ୍ଡିରେ ଥମିବାର ନା ଧରୁନି ବର୍ଷା, କୁତ୍ରିମ ନଦୀ ହେଲା ଫତେନଗର ପଡା ମୁଖ୍ୟ ରାସ୍ତା

ଭବାନୀପାଟଣା ୨୪।୯,(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଗତ ତିନିଦିନ ଧରି କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଜନଜୀବନ…

ଅକ୍ଟୋବର ୧ରୁ ଧନବର୍ଷା! ରାହୁଙ୍କ ସ୍ୱାତୀ ନକ୍ଷତ୍ରକୁ ଯିବେ ବୁଧ, ମାଲାମାଲ୍ ହେବେ ଏହି ୫ ରାଶି

ଅକ୍ଟୋବର ୧ ତାରିଖ ସକାଳ ୯ଟା ୩୩ ମିନିଟ୍‌ରେ ଗ୍ରହମାନଙ୍କ କୁମାର ‘ବୁଧ’ ତୁଳା ରାଶିରେ ବିରାଜମାନ ଥାଇ ସ୍ୱାତୀ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି। ବୁଧ…

ଲାଇଭ୍‌ ହେବ କଟକ ଦୁର୍ଗାପୂଜା: ୟୁଟ୍ୟୁବ୍‌-ୱେବସାଇଟ୍‌ରେ ସିଧା ପ୍ରସାରଣ ଦେଖିପାରିବେ ଶ୍ରଦ୍ଧାଳୁ

କଟକ,୨୪।୯: କଟକର ପ୍ରସିଦ୍ଧ ଦୁର୍ଗାପୂଜା ଓ ଭସାଣି ଉତ୍ସବକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ କଟକ ଦୁର୍ଗାପୂଜା ଏବଂ…

BLOଙ୍କ ପାଇଁ ବଡ଼ ଖବର: ମିଳିବ ବାର୍ଷିକ ୧୮ ହଜାର ଟଙ୍କାର ସମ୍ମାନ ଭତ୍ତା, ୮୧.୪୫ କୋଟିର…

ଭୁବନେଶ୍ୱର,୨୪।୯: ରାଜ୍ୟର ବୁଥ୍ ଲେବଲ୍ ଅଫିସର (BLO)ଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି। SIR ୨୦୨୬ ଭୋଟର ତାଲିକା ସଂଶୋଧନ…

ପୁରୁଷୋତ୍ତମପୁରରେ ଫୁଲୁଛି ରୁଷିକୁଲ୍ୟା

ପୁରୁଷୋତ୍ତମପୁର,୨୪।୯, (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ତିନି ଦିନ ହେଲା ବର୍ଷା ଲାଗିରହି ସାଧାରଣ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?