Posted inଫୁରସତ

ନିଜ ଶେଷକୃତ୍ୟ ନିଜେ କଲେ ମହିଳା: କାରଣ ଜାଣିଲେ ହୋଇଯିବେ ଭାବପ୍ରବଣ

ନିଜ ଶେଷକୃତ୍ୟ ନିଜେ କଲେ ମହିଳା, ଏହା ଶୁଣିବାକୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥାଇପାରେ ମାତ୍ର ଏହା ସତ୍ୟ। ଚାଇନା ଝେଜିଆଙ୍ଗ ପ୍ରଦେଶରେ ଏଭଳି ଏକ ଘଟଣା ଘଟିଛି।
ତେବେ ମହିଳା ଜଣଙ୍କ ଏମିତି କ’ଣ ପାଇଁ ନିଷ୍ପତ୍ତି ନେଲେ ତାହାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ କଥା। ଏହି ନିଷ୍ପତି ପଛରେ ଏକ ଭାବପ୍ରବଣ କଥାଟିଏ ରହିଛି।

ଝେଜିଆଙ୍ଗ ପ୍ରଦେଶରେ ୩୦ ବର୍ଷୀୟ ମହିଳା ଜିଆଙ୍ଗ ୟି ଜୀବିତ ଅବସ୍ଥାରେ ନିଜ ଅନ୍ତିମ ସଂସ୍କାର କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ଲୋକମାନେ ଏହି ବିଦାୟ ସମାରୋହକୁ ଆସିଥିଲେ ଏବଂ ତାଙ୍କୁ ଆଶୀର୍ବାଦ ମଧ୍ୟ ଦେଇଥିଲେ।
ତିନି ମାସ ପୂର୍ବେ ଜିଆଙ୍ଗଙ୍କୁ ସର୍ଭାଇକାଲ କ୍ୟାନସର୍‌ ହୋଇଥିଲା। ଡାକ୍ତରମାନେ କହିଥିଲେ ଯେ, ସେ ଆଉ ମାତ୍ର ଦୁଇ ବର୍ଷ ବଞ୍ଚିବେ। ଏହା ଶୁଣିବା ପରେ ଜିଆଙ୍ଗ ବହୁତ ଦୁଃଖିତ ହେଲେ, କିନ୍ତୁ ସେ ହାର ମାନି ନ ଥିଲେ। ପରେ ଜୀବିତ ଅବସ୍ଥାରେ ଦୁନିଆରୁ ବିଦାୟ ନେବାକୁ ଚାହିଁଥିଲେ । ସେ ନିଜର ଏକ ପ୍ରର୍ତ୍ତିମୂର୍ତ୍ତି ନିର୍ମାଣ କଲେ। ତାଙ୍କର ଏକ ସ୍ମୃତି ଭାବି ସେ ଏହାକୁ ଫେମ୍‌ ମଧ୍ୟ କରିଥିଲେ।

ଜିଆଙ୍ଗଙ୍କ ଅନ୍ତିମ ସଂସ୍କାରରେ ଅନେକ ଲୋକ ଯୋଗ ଦେଇଥିଲେ ଏବଂ ତାଙ୍କୁ ଆଶୀର୍ବାଦ ଦେଇଥିଲେ। ସେ ତାଙ୍କ ଘରେ ଏହି ବିଦାୟ ସମାରୋହର ଆୟୋଜନ କରିଥିଲେ। ଏଠାରେ ଉପସ୍ଥିତ ଲୋକମାନଙ୍କୁ ଏକ ଭାବପ୍ରବଣ ସ୍ଲାଇଡ ଶୋ’ ଦେଖାଯାଇଥିଲା। ଏଥିରେ ଜିଆଙ୍ଗଙ୍କ ଜୀବନ, ତାଙ୍କ କ୍ୟାରିଅର ଏବଂ ତାଙ୍କ ପିଲାଦିନର ମୂଲ୍ୟବାନ ସ୍ମୃତିର କିଛି ଅଂଶ ଥିଲା।

ଏହି ସମୟରେ ଜିଆଙ୍ଗ ତାଙ୍କ ପୁଅକୁ ବଡ଼ ହେବାର ଦେଖିବାକୁ ଚାହୁଁଥିବା ଇଚ୍ଛା ପ୍ରକାଶ କରିଥିଲେ, ଯାହା ଶୁଣି ସେଠାରେ ଉପସ୍ଥିତ ସମସ୍ତଙ୍କ ଆଖି ଛଳଛଳ ହୋଇଯାଇଥିଲା। ଶେଷରେ ଜିଆଙ୍ଗ କହିଥିଲେ,ମୁଁ ମତ୍ୟୁକୁ ଭୟ କରେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri