Posted inଜାତୀୟ

‘ଆମେରିକା ସୁପ୍ରିମକୋର୍ଟରେ ୮୦ ଦିନ ହୋଇଥାଏ କାମ’, ବିଚାରପତିଙ୍କୁ ମିଳୁଥିବା ଛୁଟିକୁ ନେଇ ଏମିତି କହିଲେ ସିଜେଆଇ

ନୂଆଦିଲ୍ଲୀ,୧୯ ।୩: ଚିଫ ଜଷ୍ଟିଶ ଅଫ ଇଣ୍ଡିଆ ଡିୱାଇ ଚନ୍ଦ୍ରଚୁଡ କଲେଜିୟମ ସିଷ୍ଟମକୁ ବଞ୍ଚାଇଛନ୍ତି । ସେ ଶନିବାର କଲେଜିୟମ ସିଷ୍ଟମକୁ ନେଇ କହିଛନ୍ତି, କୌଣସି ସିଷ୍ଟମ ସବୁଠାରୁ ଭଲ ନୁହେଁ । ହେଲେ ଆମେ ଯାହା ବିକଶିତ କରିଛୁ ତାହା ଭଲ । ସେ କହିଛନ୍ତି କଲେଜିୟମ ସିଷ୍ଟମ ଏଇଥିପାଇଁ ପ୍ରସ୍ତୁତ କରାଯାଇଥିଲା କି ନ୍ୟାୟପାଳିକାର ସ୍ୱତନ୍ତ୍ରତା ଏକ ମୁଖ୍ୟ ମୂଲ୍ୟ ଓ ନ୍ୟାୟପାଳିକାର ସ୍ୱତନ୍ତ୍ରତା ବଜାୟ ରହିବାକୁ ବାହାର ପ୍ରଭାବରୁ ଦୂରେଇ ରହିବା ।
ଏହାସହ ଇଣ୍ଡିଆ ଟୁଡେ କନକ୍ଲେଭରେ ସିଜେଆଇ ଚନ୍ଦ୍ରଚୁଡ କହିଛନ୍ତି ଯେ କଲେଜିୟମ ସିଷ୍ଟମରେ ଯୋଗ୍ୟତା ହେଉଛି ମୁଖ୍ୟ ପାରାମିଟର, ଯାହା ଆଞ୍ଚଳିକ ତଥା ଉଚ୍ଚ ନ୍ୟାୟାଳୟରେ ବ୍ୟାପକ ପ୍ରତନିଧିତ୍ୱ ପାଇଁ ଲିଙ୍ଗ, ବର୍ଗର ସମ୍ପ୍ରଦାୟ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରେ । ସେ କହିଛନ୍ତି ଯେ ନ୍ୟାୟିକ ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ହେବା ଉଚିତ, ଯାହାଦ୍ୱାରା ଲୋକମାନେ ନ୍ୟାୟପାଳିକାର କାର୍ଯ୍ୟରେ ଅଧିକ ବିଶ୍ୱାସ କରିବେ ।
ଦେଶର ମୁଖ୍ୟ ବଚାରପତି ଚନ୍ଦ୍ରଚୁଡ ସୁପ୍ରିମକୋର୍ଟର ବିଚାରପତିଙ୍କୁ ମିଳୁଥିବା ଛୁଟିକୁ ନେଇ କହିଛନ୍ତି, ସୁପ୍ରିମକୋର୍ଟର ବିଚାରପତିଙ୍କୁ ଗୋଟିଏ ବର୍ଷରେ ୨୦୦ ଦିନ(ପ୍ରାୟ ସାଢେ ୬ ମାସ) ପର୍ଯ୍ୟନ୍ତ କୋର୍ଟର କାମ କରିଥାଆନ୍ତି । ଯାହାକି ଆମେରିକା ସୁପ୍ରିମକୋର୍ଟରେ ୮୦ ଦିନ କାମ ହୋଇଥାଏ, ଅଷ୍ଟ୍ରେଲିଆ ସୁପ୍ରିମକୋର୍ଟରେ ୧୦୦ ଦିନରୁ କମ କାମ ହୋଇଥାଏ, ବ୍ରିଟେନ ଓ ସିଙ୍ଗାପୁର ସୁପ୍ରିମକାର୍ଟରେ ୧୪୫ ଦିନ କାମ ହୋଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri