ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ୫ ହଜାର ଲାଞ୍ଚ

କେନ୍ଦୁଝର,୧୯।୩(ସ୍ବ.ପ୍ର.): ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଡାକ୍ତର ୫ ହଜାର ଟଙ୍କା ଲାଞ୍ଚ ମାଗିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ପରେ ଘଟଣା ପଦାକୁ ଆସିଛି। କେନ୍ଦୁଝର ଜିଲା ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏଭଳି ଘଟଣା ଘଟିଥିବା ଚର୍ଚ୍ଚା ହୋଇଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ଭିଡିଓରେ ଡାକ୍ତର ଟଙ୍କା ମୂଲଚାଲ କରୁଥିବା ଜଣାପଡୁଛି।
ସୂଚନା ଅନୂଯାୟୀ, ଗତ ଫେବୃୟାରୀ ୫ରେ ତେଲକୋଇ ଥାନା କରଦାଙ୍ଗି ଗାଁ ଖଜୁରିଆ ସାହିର କଳାବତୀ ବେହେରା ଘୁରୁଡ଼ିଆ ନାଳରେ ବୁଡ଼ି ପ୍ରାଣ ହରାଇଥିଲେ। ତାଙ୍କର ତେଲକୋଇ ମେଡିକାଲରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ମାତ୍ର ଜଣେ ଡାକ୍ତର କଳାବତୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ପରିବାର ଲୋକଙ୍କୁ ବାରମ୍ବାର ମେଡିକାଲକୁ ଦୌଡ଼ାଇଥିଲେ। ପ୍ରଥମେ ୩ ହଜାର ନେଇଥିବା ବେଳେ ଆଉ ୨ହଜାର ଟଙ୍କା କିଏ ଦେବ ବୋଲି ମୂଲଚାଲ କରୁଥିବା ଭାଇରାଲ ଭିଡିଓରେ ଜଣାପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷତି ସହୁଛନ୍ତି କଖାରୁ ଚାଷୀ

ଠାକୁରମୁଣ୍ଡା,୨୬।୯(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଓ ଏହାର ଆଖପାଖ ଅଞ୍ଚଳରେ କଖାରୁ (ବୋଇତାଳୁ) ଚାଷ କରିଥିବା ଚାଷୀ ଚଳିତ ବର୍ଷ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି।...

ଦୀଘା ଉପକୂଳ ଅଲିଭରିଡ୍‌ଲେଙ୍କ ମୃତ୍ୟୁ ଉପତ୍ୟକା

ଭୋଗରାଇ,୧୦।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସୀମାନ୍ତ ଦୀଘା ଉପକୂଳ ଏବେ ଅଲିଭ ରିଡ୍‌ଲେଙ୍କ ମୃତ୍ୟୁ ଉପତ୍ୟକା ପାଲଟିଛି। ଶତାଧିକ ଟ୍ରଲର ଓଡ଼ିଶା ଜଳରାଶି ମଧ୍ୟକୁ ଅବାଧରେ ପଶିବା...

ହତ୍ୟା ମାମଲା: ୨ ଭାଇଙ୍କୁ ଆଜୀବନ ଜେଲ

ବାଲିଗୁଡା,୧ା୧୦(ଡି.ଏନ୍‌.ଏ.)-ଏକ ହତ୍ୟା ମାମଲାର ବିଚାର କରି ଶୁକ୍ରବାର ବିଚାରପତି ଅରବିନ୍ଦ ପଟ୍ଟନାୟକଙ୍କ ଖଣ୍ଡପୀଠରେ ଅଭିଯୁକ୍ତ ୨ ଭାଇଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ...

ଚିକିଛା ଲାଗି ଟଁକା ଅଭାବ୍‌: ରକତ୍‌ କମ୍‌ଜୋରି ରୋଗ୍‌ରେ ପୀଡ଼ିତ ମା’ପୁଓ

  କଲମପୁର, ୧୮।୨ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କଲମପୁର ବ୍ଲକ ବଡ଼କୁଟ୍ରୁ ପଁଚେତ୍‌ ସଦର ଗଁ। ଓ୍ବାର୍ଡ ନଂ.୧ର ସୁଧାରାମ ଛତ୍ରିଆକଁର ମାଏକିନା ପିଙ୍କି ଛତ୍ରିଆ(୨୪)...

ପାହାଡ଼ରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଲଖନପୁର,୧୩।୭(ଡି.ଏନ୍‌.ଏ.) – ଝାରସୁଗୁଡ଼ା ରେଙ୍ଗାଲି ଥାନା କଦମ୍ବଘାଟ ପାହାଡ଼ରୁ ଶନିବାର ପୋଲିସ ସନ୍ଦେହଜନକ ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଛାତ୍ର ହେଲେ...

ହବାକ୍‌ ହାଇସ୍କୁଲରେ ବନ୍ଧୁମିଳନ

ଜି.ଉଦୟଗିରି,୪।୧୧(ଡି.ଏନ.ଏ.)-ଜି.ଉଦୟଗିରି ହବାକ ହାଇସ୍କୁଲର ୧୯୯୬ ମାଟ୍ରିକ ବ୍ୟାଚ ଛାତ୍ର ଏବଂ ସେତେବେଳର ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନେଇ ରବିବାର ଏକ ବନ୍ଧୁମିଳିନ ଅନୁଷ୍ଠିତ ହୋଇଛି। ଏହି ଅବସରରେ...

ମହିଳାଙ୍କୁ କଚାଡି ମାରିଲା ଦନ୍ତା

ଢେଙ୍କାନାଳ ଜିଲା ମହାବିରୋଡ଼ ରେଞ୍ଜରେ ଦନ୍ତା ଆତଙ୍କ। ୧୨ ଘଣ୍ଟା ମଧ୍ୟରେ ୨ ଜଣଙ୍କ ଜୀବନ ନେଇଛି ଦନ୍ତା। ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବାରିହାପୁର...

ଆବାସ ଯୋଜନା ଗୋଚ୍ଛାବାରୀରେ ସାତସପନ

ଖଣ୍ଡପଡା,୭ା୬(ସ୍ବ.ପ୍ର.) : ସମାଜରେ ଦଳିତ ଓ ଅସହାୟଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ୨୦୧୯ ମସିହା...

Advertisement
Archives

Model This Week