ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଭାବପ୍ରବଣ ହେବା ସହ ଆଶ୍ଚର୍ଯ୍ୟ ହୋଇଯିବେ। ସାଧାରଣତଃ ମୂଷାଛୁଆଙ୍କ ବିଲେଇ ପ୍ରତି ଭୟ ଥାଏ। ବିଲେଇ ମୂଷାକୁ ଦେଖିଲେ କାମୁଡ଼ି ଗୋଡ଼ାଏ। ମାତ୍ର ଏଠାରେ ତାର ଠିକ୍ ବିପରୀତ, ଯେଉଁଠାରେ ମୂଷା ଓ ବିଲେଇ ପାଖାପାଖି ଥିଲେ ମଧ୍ୟ ଜଣଙ୍କର ଅନ୍ୟ ଜଣଙ୍କ ପ୍ରତି ଭୟ ନାହିଁ। ବିନା ଦ୍ୱିଧାରେ ଜଣେ ଅନ୍ୟ ଜଣଙ୍କୁ ଚୁମ୍ବନ ଦେଉଛି ।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍ରେ ସେ ଲେଖିଛନ୍ତି ଯେ, ଶେଷରେ ଟମ୍ ଆଣ୍ଡ ଜେରୀ ଚିତ୍କାର କଲେ।
Finally Tom & Jerry jelled up💕 pic.twitter.com/br1A0E8PLh
— Susanta Nanda IFS (Retd) (@susantananda3) July 22, 2020

