Posted inଫୁରସତ

ଜନ୍ମର ୬ ମାସ ମଧ୍ୟରେ ବନିଗଲା ବିଶ୍ୱର ସବୁଠାରୁ ମହଙ୍ଗା ମେଷ

ନୂଆଦିଲ୍ଲୀ, ୩୦।୮: ଜନ୍ମର ମାତ୍ର ୬ ମାସ ମଧ୍ୟରେ ଗୋଟିଏ ମେଷ ଛୁଆ ବିଶ୍ୱର ସବୁଠାରୁ ମହଙ୍ଗା ମେଷ ବନିଯାଇଛି। ସ୍କଟ୍‌ଲାଣ୍ଡରେ ଆୟୋଜିତ ହୋଇଥିବା ଏକ ନିଲାମୀରେ ଏହି ମେଷ ଛୁଆ ୩ ଲକ୍ଷ ୬୭ ହଜାର ୫୦୦ ପାଉଣ୍ଡରେ ବିକ୍ରି ହୋଇଥିଲା। ଭାରତୀୟ ମୁଦ୍ରାରେ ଯାହାକି ପାଖାପାଖି ସାଢ଼େ ୩ କୋଟି ଟଙ୍କାର ହେବ ବୋଲି ଜଣାପଡ଼ିଛି। ଏହି ମେମନେ ପ୍ରଜାତିର ମେଷ ନେଦରଲାଣ୍ଡସର ଟେକ୍ସାସରର ଏକ ଛୋଟ ଦ୍ୱୀପରୁ ଆସିଥାଏ। ମେଷ ସୋସାଇଟିର ରିପୋର୍ଟ ମୁତାବକ ଏହି ବିରଳ ପ୍ରଜାତିର ମେଷକୁ ଡବଲ୍‌ ଡାଏମଣ୍ଡ କୁହାଯାଇଥାଏ। ଏହି ପ୍ରଜାତିର ମେଷ ପତଳା ମାଂସ ପାଇଁ ଅର୍ଥାତ୍‌ କମ୍‌ ଚର୍ବିଯୁକ୍ତ ମାଂସ ଏବଂ ହୋସେରୀ ସୂତା ପାଇଁ ବ୍ୟବହୃତ ହୋଇଥାଏ। କୁହାଯାଉଛି ଯେ, ଜନ୍ମସ୍ଥାନ, ଶରୀରର ଉତ୍କୃଷ୍ଟ ଆକୃତି ଓ ଆକର୍ଷଣୀୟ ଡାଏମଣ୍ଡ ରଙ୍ଗ ଏହି ମେଷ ଛୁଆ ମହଙ୍ଗା ହେବାର କାରଣ ଅଟେ। ନିଲାମୀରେ ପୂର୍ବରୁ ୨୦୦୯ରେ ଗୋଟିଏ ମେଷ ୨ ଲକ୍ଷ ୩୦ ହଜାର ପାଉଣ୍ଡରେ ବିକ୍ରି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହରିଣକୁ ଦେଖି ପାଦ ଚାପିଚାପି ଆସୁଥିଲା ବାଘ, ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ପ୍ରଥମ ଦରମା ବାବାଙ୍କ ହାତରେ ଦେଇଥିଲି: ପ୍ରତିଭା ବଳିୟାର ସିଂ

ଖୋର୍ଦ୍ଧା ଜିଲା ବାଣପୁର ନିକଟସ୍ଥ ସାଲୁଣୀ ଗାଁରେ ମୋ ଜନ୍ମ। ମାମା ସଚଳା ସୁନ୍ଦରୀ ବଳିୟାର ସିଂ ଓ ବାବା କୃଷ୍ଣଚନ୍ଦ୍ର ବଳିୟାର ସିଂଙ୍କର ୯...

ସିଂହୀର ଗର୍ଜନ ଶୁଣି ଏମିତି ହେଲା ଜଙ୍ଗଲ ରାଜାଙ୍କ ଅବସ୍ଥା

ସାଧାରଣତଃ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କେତେ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ସିଂହ ଏବଂ ସିଂହୀର ଏକ ଭିଡିଓ ଭାଇରାଲ ହେଉଛି।...

ଗର୍ଭସ୍ଥ ଶିଶୁ-ଗର୍ଭାଶୟ ପାଇଁ କରୋନା ସଂକ୍ରମଣ ସାଂଘାତିକ ହୋଇପାରେ…

ଓ୍ବାଶିଂଟନ,୨୫।୧ : ଗର୍ଭବତୀ ମହିଳାଙ୍କ ଗର୍ଭସ୍ଥ ଶିଶୁ ଏବଂ ଗର୍ଭାଶୟ ପାଇଁ କରୋନା ସଂକ୍ରମଣ ସାଂଘାତିକ ହୋଇପାରେ। ଏନେଇ ‘ଦ ଲାନସେଟ ରିଜିଓନାଲ ହେଲଥ୍‌ ୟୁରୋପ’...

ରାଜରାସ୍ତାରେ ଯମରାଜ-ଚିତ୍ରଗୁପ୍ତ ଯୋଡ଼ି: ଭିଡ଼ିଓ ଭାଇରାଲ

ରାୟପୁର, ୧୮।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଛତିଶଗଡ଼ରେ ଯମରାଜ ଏବଂ ଚିତ୍ରଗୁପ୍ତଙ୍କ ଯୋଡ଼ି ରାଜରାସ୍ତାରେ ବୁଲିବୁଲି ଲୋକଙ୍କୁ କରୋନା ସଂକ୍ରମଣରୁ...

ଅ ରୁ କ୍ଷ….

ଆୟୁର୍ବେଦିକ, ହୋମିଓପାଥି, ଏଲୋପାଥିଠାରୁ ଆଜିକାଲି ବ୍ୟଙ୍ଗପାଥି ଭଲ କାମଦେଉଛି ବୋଲି ଲୋକଙ୍କ ବିଶ୍ୱାସ ଓ ଭରସା ଥିବା ଜାଣି ଅଭିଜ୍ଞାନବାବୁ ଆମ୍ଭର ପରାମର୍ଶ ଲୋଡ଼ିବାରୁ ଆମ୍ଭ...

ଜନ୍ମନେଲା ୪ ହାତ, ୪ ପାଦ ଥିବା ଶିଶୁ, ଲୋକେ କହୁଛନ୍ତି…

ପାଟଣା,୧୯ା୧: ବିହାରର କଟିହାରରେ ୪ ହାତ, ୪ ପାଦ ଥିବା ଏକ ଶିଶୁ ଜନ୍ମ ନେଇଛି। ଏହି ଖବର ଆଖପାଖ ଅଞ୍ଚଳରେ ପ୍ରଚାରିତ ହେବା ପରେ...

ଜାଣନ୍ତି କି ଡିଶ୍‌ ଆଣ୍ଟିନା କାହିଁକି ରହିଥାଏ ତ୍ରିକୋଣୀୟ

ମଣିଷ ଜୀବନରେ ଅନେକ ଜିନିଷ ଦେଖିବାକୁ ପାଇଥାଏ। କିଛି ଜିନିଷ ଅଛି, ଯାହା ଆଖି ପାଇଁ ସାଧାରଣ ଅଟେ। କିନ୍ତୁ ଏହାର କାରଣ ବୁଝିବା କଷ୍ଟକର।...

Advertisement
Archives

Model This Week