ପଛକୁ ହଟିଲେ

ଦୁଇ ବର୍ଷ ପୂର୍ବେ ଠିକ୍‌ ଏଇ ମାସରେ ସରକାରଙ୍କ ବାଟ ହୁଡ଼ିବା ଆରମ୍ଭ ହୋଇଥିଲା। ଡିସେମ୍ବର ୨୦୧୯ରୁ ଡିସେମ୍ବର ୨୦୨୧ ମଧ୍ୟରେ ବହୁ ଦଶନ୍ଧି ଧରି ପ୍ରଚାର କରି ଆସୁଥିବା ତିନୋଟି ବିଷୟକୁ ସରକାର ସ୍ଥାପିତ କରିଛନ୍ତି। ୧ ଅଗଷ୍ଟ ୨୦୧୯ରେ ତିନି ତଲାକ୍‌ର ଅପରାଧୀକରଣ ଆଇନ ଆଣିଥିଲେ। ପୂର୍ବରୁ ସୁପ୍ରିମ୍‌କୋର୍ଟ ତିନି ତଲାକ୍‌କୁ ରଦ୍ଦ କରି ସାରିଥିଲେ। ଏଣୁ ଏହାକୁ ଅପରାଧୀକରଣ କରିବାକୁ ସରକାରଙ୍କର କୌଣସି କାରଣ ନ ଥିଲା, କିନ୍ତୁ କୌଣସି ପ୍ରକାରେ ଏହା କରାଗଲା। ୪ ଦିନ ପରେ ଅର୍ଥାତ୍‌ ଅଗଷ୍ଟ ୫ରେ କଶ୍ମୀର ତା’ ସ୍ବାୟତ୍ତତା ହରାଇଲା ଏବଂ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଗଲା। ନଭେମ୍ବର ୯ରେ ସୁପ୍ରିମକୋର୍ଟ ତିନି ଦଶନ୍ଧି ଧରି ପଡ଼ିରହିଥିବା ବାବ୍ରି ମସ୍‌ଜିଦ ମାମଲାର ବିଚାର କରି ହିନ୍ଦୁଙ୍କ ସପକ୍ଷରେ ଚୂଡ଼ାନ୍ତ ରାୟ ଦେଇଥିଲେ। ଅମିତ ଶାହା ସଂସଦକୁ ଆଶ୍ୱାସନା ଦେଇଥିଲେ ଯେ, ଦେଶସାରା ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆର୍‌ସି) ଠିକ୍‌ ଭାବେ ଚାଲିଛି। ହେଲେ ତା’ପରଦିନ ଅର୍ଥାତ୍‌ ନଭେମ୍ବର ୧୧ରେ ସରକାର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ପାସ୍‌ କରିଥିଲେ। ପୁନଶ୍ଚ ଏହାର ୪ ଦିନ ପରେ ୧୫ ଡିସେମ୍ବର ୨୦୧୯ରେ ଶାହିନବାଗ୍‌ରେ ଏହା ବିରୋଧରେ ପ୍ରତିବାଦ ଆରମ୍ଭ ହୋଇଗଲା। ଏଭଳି ଏକ ଭେଦଭାବପୂର୍ଣ୍ଣ ଆଇନ ବିରୋଧରେ ଦେଶ ସାରା ମଧ୍ୟ ଆନ୍ଦୋଳନ ତେଜିଉଠିଲା। ପରେ ସରକାର ତାଙ୍କ କାର୍ଯ୍ୟସୂଚୀକୁ ଠିକ୍‌ ଭାବେ ଲାଗୁ କରିପାରିଲେ ନାହିଁ। ତେବେ ଏନ୍‌ଆର୍‌ସିକୁ ଆଉ ଆଗକୁ ନ ନେବା ଲାଗି ସ୍ଥିର କରିବା ପରେ ସରକାର ପ୍ରଥମେ ପଛକୁ ହଟିଥିଲେ। ରାଜ୍ୟଗୁଡ଼ିିକ ମଧ୍ୟ ଏନ୍‌ଆର୍‌ସି ବିରୋଧରେ ପ୍ରସ୍ତାବ ପାସ୍‌ କଲେ। ଶେଷରେ ୨୦ ଫେବୃୟାରୀ ୨୦୨୦ରେ ବିହାରରେ ଏହା ବିରୋଧରେ ପ୍ରସ୍ତାବ ପାସ୍‌ କରାଯାଇଥିଲା । ତା’ପର ମାସରେ ଶାହିନବାଗ ଆନ୍ଦୋଳନ ସମାପନ ହେଲା, କିନ୍ତୁ ସେତେବେଳକୁ ବିଜୟ ହାସଲ ହୋଇସାରିଥିଲା। ସରକାର ତାଙ୍କ ଯୋଜନାରେ ଆଗକୁ ବଢ଼ି ନ ପାରିବା ଯୋଗୁ କେତେଦୂର ପ୍ରଭାବିତ ହୋଇଥିଲେ ତାହା ଦିଲ୍ଲୀ ଗଣହତ୍ୟା ଏବଂ ଅନୁରାଗ କଶ୍ୟପ ଓ କପିଲ ମିଶ୍ରଙ୍କ ଭଳି ଉଦ୍ଧତ ଚରିତ୍ରରୁ ସ୍ପଷ୍ଟ ହୋଇଥିଲା। ପୁଣି ୨୦୨୦ ମାର୍ଚ୍ଚରେ ମହାମାରୀ ଆସିଲା ଓ ଲକ୍‌ଡାଉନ ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା ମାନ୍ଦା ପଡ଼ିଗଲା। ମୁଣ୍ଡପିଛା ମୋଟ ଘରୋଇ ଉପତ୍ାଦ(ଜିଡିପି) ବାଂଲାଦେଶ ପଛକୁ ଚାଲିଗଲା। ବିତ୍ତୀୟ ନିଅଣ୍ଟର ଝଟ୍‌କା ଲାଗିଲା। ସରକାର ଚାପରେ ରହିଲେ ଏବଂ ସବୁ ଭାରତୀୟଙ୍କଠାରୁ ପେଟ୍ରୋଲ ଓ ଡିଜେଲର ଅତ୍ୟଧିକ ଟିକସ ମାଧ୍ୟମରେ କ୍ଷତି ଭରଣା କରିବାକୁ ବିଚାର କଲେ। ୨୦୨୦-୨୧ ଆର୍ଥିକ ବର୍ଷର ସମ୍ପୂର୍ଣ୍ଣ ୧୨ ମାସ ଯାକ ଲକ୍‌ଡାଉନର ପ୍ରଭାବ ଅନୁଭବ ହେଲା। ଏପରିକି ଏ ପର୍ଯ୍ୟନ୍ତ ସେଥିରୁ ମୁକଳି ପାରିନାହଁୁ। ମହାମାରୀରେ ୨୩ କୋଟି ଭାରତୀୟ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଗଲେ। ବେରୋଜଗାର, ଯାହା ୨୦୧୮ ସୁଦ୍ଧା ୧୯୪୭ର ପୂର୍ବସ୍ଥିତି ୬%ରୁ ଊର୍ଦ୍ଧ୍ୱରେ ରହିଥିଲା, ସେଠାରେ ପହଞ୍ଚତ୍ଗଲା। ଜୁନ୍‌ ୨୦୨୦ରେ ମହାମାରୀ ସମୟରେ କୃଷି ଅଧ୍ୟାଦେଶ ମଧ୍ୟ ପାସ୍‌ ହୋଇଥିଲା। ସେପ୍ଟେମ୍ବରରେ ସଂସଦରେ ବିନା ଭୋଟ୍‌ରେ କୃଷି ବିଲ୍‌ ପାସ୍‌ କରାଗଲା। ଏହି ବିଲ୍‌କୁ ବିରୋଧ କରି ନଭେମ୍ବର ଶେଷରେ କୃଷକମାନେ ଦିଲ୍ଲୀ ସୀମାରେ ପହଞ୍ଚତ୍ ଏ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିଛନ୍ତି। ବର୍ତ୍ତମାନ ସରକାର ପଛକୁ ହଟି ୩ କୃଷି ଆଇନକୁ ପ୍ରତ୍ୟାହାର କରିଥିଲେ ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ ନୂଆ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବିଶେଷକରି କିଛି ମାସ ପରେ ନିର୍ବାଚନ ହେବାକୁ ଥିବା ଉତ୍ତରପ୍ରଦେଶର ପଶ୍ଚିମ ଭାଗ ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକର କୃଷକମାନଙ୍କ ଉପରେ ଆନ୍ଦୋଳନର ପ୍ରଭାବ ପଡୁଥିବାରୁ ସରକାର ବିବ୍ରତ ହୋଇପଡ଼ିବା ସ୍ପଷ୍ଟ ହୋଇଛି।
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମୋଦିଙ୍କ ବନ୍ଧୁ ଡୋନାଲ୍ଡ ଟ୍ରମ୍ପ୍‌ ପରାଜୟବରଣ କରିବା ପରେ ଜାନୁୟାରୀ ୨୦୨୧ରେ ବାଇଡେନ୍‌ ପ୍ରଶାସନ କ୍ଷମତାକୁ ଆସିଲା। ଏହାର କିଛିଦିନ ପରେ ବାଇଡେନ୍‌ ପ୍ରଶାସନ ଚାପ ଭୟରେ ସରକାର କଶ୍ମୀରରେ ଦୀର୍ଘ ୧୭ ମାସ ଧରି ବନ୍ଦ ରହିଥିବା ଇଣ୍ଟର୍‌ନେଟ୍‌ ସେବା ଚାଲୁ କରିଦେଲେ। ମେ’ ୨୦୨୦ରେ ଭାରତକୁ ଅବଗତ କରାଗଲା ଯେ, ଚାଇନା ସେନା ଲଦାଖ ଭିତରକୁ ମାଡ଼ିଆସୁଛନ୍ତି ଏବଂ ଏହାକୁ ବିରୋଧ କରିବାକୁ ଯାଇ ୧୫ ଜୁନ୍‌ରେ ଭାରତୀୟ ଓ ଚାଇନା ସେନା ମଧ୍ୟରେ ସଂଘର୍ଷ ଘଟି ୨୦ ଭାରତୀୟ ଯବାନ ଶହୀଦ ହେଲେ। ସୀମା ଅଶାନ୍ତ ହୋଇଗଲା। ଭାରତ ସରକାର ଅଚାନକ ଲାଇନ୍‌ ଅଫ୍‌ କଣ୍ଟ୍ରୋଲ୍‌ରୁ ସୈନ୍ୟଙ୍କୁ ଚାଇନା ସୀମା ପଟକୁ ସ୍ଥାନାନ୍ତର କଲେ। ବାଲାକୋଟ୍‌ ଆକ୍ରମଣ ପରେ ଜାତୀୟ ସୁରକ୍ଷା ସମସ୍ୟା ସମାଧାନ ହୋଇଯାଇଛି ବୋଲି ଯାହା ଜଣାପଡ଼ୁଥିଲା ତାହା ବାସ୍ତବରେ ଆଦୌ ହୋଇ ନ ଥିଲା। ଏହାବାଦ୍‌ ଚଳିତ ବର୍ଷ ଆମେରିକା ଓ ଅନ୍ୟ ଦୁଇ ରାଷ୍ଟ୍ର ସହ ଭାରତର ନୌ ସାମରିକ ମେଣ୍ଟ (କ୍ୱାଡ୍‌)ର ଗୁରୁତ୍ୱ କମିଯାଇଛି। ଆମେରିକା ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସହ ନୌସେନା ମେଣ୍ଟ ଘୋଷଣା କରିବା ପରେ ଏଭଳି ଘଟିଛି।
କଶ୍ମୀର ସମସ୍ୟା ସମାଧାନ ହୋଇନାହିଁ। ଏଠାରେ ଏବେ ବି ଗଣତନ୍ତ୍ର ନାହିଁ। ଭାରତର ଏକମାତ୍ର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଏହା ବିନା ନିର୍ବାଚିତ ସରକାରରେ ଚାଲିଛି। ସେଠାରେ ହିଂସା କମିନାହିଁ, ଲୋକେ ଅଧିକ ବିରୋଧୀ ହୋଇ ଯାଇଛନ୍ତି। ଏହାଦ୍ୱାରା ସେନାକୁ ଏଲ୍‌ଓସିରେ ହିଂସା ନିୟନ୍ତ୍ରଣ ଓ କଶ୍ମୀରରେ ଅନୁପ୍ରବେଶ ରୋକିବାର ଦୁଇଟି ଦାୟିତ୍ୱ ତୁଲାଇବା ସହ ତୃତୀୟରେ ଚାଇନା ସୀମାର ଦାୟିତ୍ୱ ବହନ କରିବାକୁ ପଡ଼ିଛି। ମୋଟ୍‌ ଉପରେ ସାମ୍ପ୍ରତିକ ସମୟରେ ମାନ୍ଦା ଅର୍ଥନୀତିରୁ ସରକାର ଏବଂ ପ୍ରଧାନମନ୍ତ୍ରୀ କିପରି ସରଳରେ ମୁକୁଳିବେ ତାହା ସହଜ ମନେହେଉ ନାହିଁ। ଚଳିତ ଆର୍ଥିକ ବର୍ଷରେ ଅର୍ଥ ବ୍ୟବସ୍ଥା ୮%ରୁ ଊର୍ଦ୍ଧ୍ୱ ଅଭିବୃଦ୍ଧି ହେବ ବୋଲି କୁହାଯାଉଛି। କିନ୍ତୁ ଏହା ଆମକୁ ମହାମାରୀ ପୂର୍ବ ମୋଟ୍‌ ଜିଡିପି ସ୍ତରରେ ପହଞ୍ଚାଇବ, ଯାହା ସେତେବେଳେ ଅତ୍ୟଧିକ ମାନ୍ଦା ଥିଲା। ଭାଜପା ଉତ୍ତରପ୍ରଦେଶ ନିର୍ବାଚନ ଜିତିପାରେ, କିନ୍ତୁ ତାହା କେବଳ ଏକ ରାଜନୈତିକ ବିଜୟ। ଅର୍ଥ ବ୍ୟବସ୍ଥାଠାରୁ ଆରମ୍ଭ କରି ଜାତୀୟ ସୁରକ୍ଷା କିମ୍ବା ଅସନ୍ତୁଷ୍ଟ କୃଷକ ଓ ସମଗ୍ର ସଂଖ୍ୟାଲଘୁଙ୍କ ସମସ୍ୟାକୁ ଅଣଦେଖା କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri