ଶୀତଦିନିଆ ପନିପରିବା ଓ ସ୍ବାସ୍ଥ୍ୟ

ଶୀତଦିନଟା ଖାଇବାର ମଜାନେବା ଋତୁ। ବଜାର ସାରା ଆକର୍ଷଣୀୟ ପୁଷ୍ଟିକର, ସୁସ୍ବାଦୁ ତଥା ଶସ୍ତା ଶାଗ ଓ ପନିପରିବା ଏବଂ ଭଳିକି ଭଳି ଫଳ ଯାହାକୁ ଯେତେ। ହେଲେ କେଉଁ ସବୁ ଶାଗ ଓ ପରିବା ପତ୍ର ଅତି ସୁଲଭ ମୂଲ୍ୟରେ ମିଳିଥାଏ ଶୀତଦିନେ ? ପୁଣି କେଉଁ ଦିଗରୁ ସେଗୁଡିକ ଆମ ପାଇଁ ହିତକର ସେ ସମ୍ପର୍କରେ ନିମ୍ନରେ ଆଲୋଚନା କରାଯାଉଛି।
ଶାଗ : ଶୀତଦିନେ ବେଶି ମିଳେ ପାଳଙ୍ଗ ଶାଗ, ମେଥି ଶାଗ, ସୋରିଷ ଶାଗ ଓ ମୂଳା ଶାଗ। ଶାଗ ମାତ୍ରକେ ଭିଟାମିନ ‘ଏ’ (ବିଟା-କାରୋଟିନ), ଭିଟାମିନ ‘ସି’, ଭିଟାମିନ ‘ଇ’, ଫଲିକ୍‌ ଏସିଡ, ଲୌହ, କ୍ୟାଲସିୟମ, ପୋଟାସିୟମ ଓ ମ୍ୟାଗନେସିୟମ ଇତ୍ୟାଦି ଉପାଦାନରେ ସମୃଦ୍ଧ। ଶାଗରେ ତନ୍ତୁଜାତୀୟ ଉପାଦାନର ପରିମାଣ ବେଶି, କ୍ୟାଲୋରିର ପରିମାଣ କମ୍‌। ଶାଗରୁ ମଧ୍ୟ ମିଳେ ଅତି ଉପକାରୀ ଓ ‘ମେଗା ଥ୍ରୀ’ ନାମକ ଫ୍ୟାଟ ବା ସ୍ନେହସାର। ଶାଗରେ ଥାଏ ବିଟା କାରୋଟିନ, ଭିଟାମିନ ‘ସି’ ଭିଟାମିନ ‘ଇ’, ଗ୍ଲୁକୋସାଇକୋଲେଟ ଆଣ୍ଟି ଅକ୍ସିଡାଣ୍ଟ। ତେଣୁ ନିୟମିତ ଶାଗ ଖାଇଲେ ରକ୍ତହୀନତା, ହୃଦରକ୍ତ ନଳୀରୋଗ, ଡାଇବେଟିସ, କାଟାରାକ୍ଟ, ପୃଥୁଳତା, କୋଷ୍ଠକାଠିନ୍ୟ ଏବଂ ବିଭିନ୍ନ ପ୍ରକାର କ୍ୟାନ୍‌ସର ଜାତ ହେବାର ସମ୍ଭାବନା ହ୍ରାସ ପାଏ।
ଗାଜର, ବିଟ୍‌ ଓ କନ୍ଦମୂଳ : ଶୀତଦିନେ ତଟକା ଗାଜର, ବିଟ୍‌ ଓ କନ୍ଦମୂଳ ପ୍ରଚୁର ପରିମାଣରେ ମିଳେ। ଗାଜରରୁ ମିଳେ ବିଟାକାରୋଟିନ, ଭିଟାମିନ‘ସି’, ସାୟାନିଡିନ, ଲିଟିନ ଜାତୀୟ ଆଣ୍ଟି ଅକ୍ସିଡାଣ୍ଟ, ବିଟ୍‌ରୁ ବେଶି ମିଳେ ଭିଟାମିନ ‘ଏ’, ‘ବି’, ‘କେ’ ପୋଟାସିୟମ ଓ ଫୋଲେଟ୍। ଜୁସ୍‌ ହିସାବରେ ଏହା ଖୁବ୍‌ ଉପଯୋଗୀ। କନ୍ଦମୂଳରେ ରହିି ବିଟାକାରୋଟିନ ଓ ଭିଟାମିନ ‘ସି’ ଭଳି ଆଣ୍ଟି ଅକ୍ସିଡାଣ୍ଟ ଓ ବେଶି ଖାଦ୍ୟ ତନ୍ତୁ। ଚୋପା ନ ଚାଞ୍ଚତ୍ ଖାଇଲେ କନ୍ଦମୂଳ ଅଧିକ ହିତକର।
ମୂଳା, ଫୁଲକୋବି, ବନ୍ଧାକୋବି, ଓଲକୋବି ଓ ବ୍ରୋକୋଲି : ମୂଳାରେ ରହିଥାଏ ଅଧିକ ଭିଟାମିନ, ଖଣିଜ ଲବଣ ଏବଂ କାଟେଚିନ, ପାଇରୋଗାଲ୍ଲୋଲ ଭଳି ଆଣ୍ଟି ଅକ୍ସିଡାଣ୍ଟ। ଡାଇବେଟିସ ଓ ପୃଥୁଳ ରୋଗୀମାନେ ଏହାକୁ ନିରାପଦରେ ଖାଇପାରିବେ।ଉଚ୍ଚ ରକ୍ତଚାପ ରୋଗୀ ଓ ହୃଦରୋଗୀମାନଙ୍କ ପାଇଁ ଏହା ଉପକାରୀ। ଫୁଲକୋବି, ବନ୍ଧାକୋବି, ଓଲକୋବି ଓ ବ୍ରୋକୋଲରୁ ମିଳେ ଅଧିକ ବିଟାକାରୋଟିନ, ଇଣ୍ଡଲ, ଗ୍ଲାଇକୋସାଇନୋଲେଟ, ଆଇସୋଥାୟୋସାୟାନେଟ୍‌ ଆଦି ସଲଫର ସମ୍ବନ୍ଧୀୟ ଉପାଦାନ ଯାହା ସ୍ତନ, ଯକୃତ, ଫୁସ୍‌ଫୁସ୍‌, ଖାଦ୍ୟବାହୀ ନଳୀ, ପାକସ୍ଥଳୀ ଓ ହୃଦଯନ୍ତ୍ର ଆଦି ବିଭିନ୍ନ ସ୍ଥାନରେ କ୍ୟାନ୍‌ସରର ଦମନରେ ସହାୟକ ହୋଇଥାଏ।
ଶିମ୍ବ, ବିନ୍‌ସ, ଟମାଟୋ: ଶିମ୍ବରେ ଥିବା ସାଇଟୋଷ୍ଟିରଲ ନିବାରଣ କରେ ଉଚ୍ଚ ରକ୍ତଚାପ ଏବଂ ଏଲଡୋପା ନାମକ ଉପାଦାନଟି ପାରକିନସନ ରୋଗ ପ୍ରତିରୋଧ କରିବା ସହ ମିଜାଜକୁ ଭଲ ରଖେ। ବିନସରେ ଅଛି ଅଧିକ ପରିମାଣର ଭିଟାମିନ ସି ଏବଂ ଏହାକୁ ନିୟମିତ ଖାଇଲେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିପାଏ। ଉଚ୍ଚରକ୍ତଚାପ, ହୃଦରୋଗ, ଡାଇବେଟିସ, ପୃଥୁଳତା ଓ ମାନସିକ ଅବସାଦ ଇତ୍ୟାଦି ରୋଗରେ ଏହାକୁ ନିରାପଦରେ ଖିଆଯାଇପାରେ। ଟମାଟୋକୁ ‘ଶୀତଋତୁର ଗର୍ବ’ ବୋଲି କୁହାଯାଏ। ବାଇଗଣରେ ଶ୍ୱେତସାର, ସ୍ନେହସାର ଓ କାଲୋରିର ମାତ୍ରା କମ। ଡାଇବେଟିସ, ହୃଦରୋଗୀ, ପୃଥୁଳକାୟ ରୋଗୀ ଓ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏହା ଖୁବ ଉପାଦେୟ। ଏଥିରେ ଥିବା ନାସୁନିନ ଓ କ୍ଲୋରୋଜେନିକ ଏସିଡ ଜାତୀୟ ଆଣ୍ଟିଅକ୍ସିଡାଣ୍ଟ କ୍ୟାନସର ବିରୋଧୀ।
ଫଳ : ଶୀତଦିନେ ମିଳେ କମଳା, ମୁସାମ୍ବି, ଲେମ୍ବୁ, ଡାଳିମ୍ବ, ଆପଲ, ଅଙ୍ଗୁର, ଅଁଳା ଆଦି ଫଳ। କମଳାରେ ରହିଛି ଭିଟାମିନ ସି, ଫଲିକ ଏସିଡ, ବିଟା କାରୋଟିନ, ଲିଭଟିନ ଓ ଜିଜାନଥିନ ଜାତୀୟ ଫ୍ଲାଭୋନଏଡ଼ସ। ମୁସାମ୍ବି ଓ ଲେମ୍ବୁରୁ ମିଳୁଥିବା ଭିଟାମିନ ସି ଓ ଲିମୋନିନ କ୍ୟାନସର ବିରୋଧୀ। ଡାଳିମ୍ବରେ ଥିବା ଲାଇକୋପିନ ଏବଂ ପୁନିସିକଏସିଡ, ଜାତୀୟ ପଲିଫିନଲସ, ଆନୋସିଆନିନ, ଏଲ୍ଲାଜିନ ଏସିଡ ଇତ୍ୟାଦି ହୃଦରୋଗ, ଉଚ୍ଚରକ୍ତଚାପ, କ୍ୟାନସର, ଆଲଜିମର୍ସ, ପାର୍କିନସନ ରୋଗର ପ୍ରତିରୋଧରେ ଖୁବ ସହାୟକ। ରୋଗ ପ୍ରତିରୋଧ କରିବାରେ ଆପଲର ନାଆଁ ତ ଏକ କିମ୍ବଦନ୍ତୀ। ଏହା ହୃଦରୋଗ, ଉଚ୍ଚ ରକ୍ତଚାପ, ଫୁସଫୁସ ରୋଗ ଓ କ୍ୟାନ୍‌ସର ଆଦି ନିବାରଣ କରିବା ସଙ୍ଗେ ସଙ୍ଗେ ଏଥିରେ ଥିବା କୋୟେରସେଟିନ ଏକାଗ୍ରତା ଓ ସ୍ମୃତି ଶକ୍ତି ବୃଦ୍ଧି କରିଥାଏ। ଅଙ୍ଗୁରରେ ରହିଛି ବାୟୋଫ୍ଲାଭୋନିଏଡସ, ପଲିଫିନଲସ, ରେମଭେରାଟ୍ରଲ, ଆନ୍ଥୋସିଆନିନସ, ଟେରୋଷ୍ଟିବିଲିନ ଭଳି ଫ୍ଲାଭୋନଏଡସ। ଶୀତ ଦିନିଆ ଫଳ ଭାବରେ ଅଁଳା ଭିଟାମିନ ସି ଭଳି ଆଣ୍ଟିଅକ୍ସିଡାଣ୍ଟରେ ଭରପୂର। ତେଣୁ ଡାଇବେଟିସ, ହୃଦରୋଗ, ଉଚ୍ଚ ରକ୍ତଚାପ, ଚକ୍ଷୁରୋଗ, କ୍ୟାନସର ଓ ଅକାଳ ବାର୍ଦ୍ଧକ୍ୟକୁ ରୋକିବାରେ ଅଁଳା ଅତୁଳନୀୟ।
ମସଲାମସଲି : ଅଦାରେ ଥିବା ବିଞ୍ଜେରୋଲ ଓ ବିଞ୍ଜିବେରିନ, ହଳଦୀରେ ଥିବା କୁରକୁମିନ ଓ ବିଞ୍ଜିବେରିନ, ଜିରାରେ ଥିବା ଲିମୋନିନ, ସୋରିଷର ଥାୟୋଗ୍ଲୁକୋସାଇଡସ ଏବଂ ଆଇସୋଥାୟୋସିଆନେଟସ, ରାଶିର ସିସେମିନ ଓ ସିନେମିନଲ, ରସୁଣର ସଲଫାଇଡର୍ସ, ପିଆଜର ଆଲକିଲ ଡାଇସଲଫାଇଡସ ଏବଂ ପାନ ମହୁରିରେ ଆନେବୋଲ ଭଳି ଆଣ୍ଟିଅକ୍ସିଡାଣ୍ଟର ଅଣସଂକ୍ରମକ ଦୀର୍ଘକାଳୀନ ରୋଗଗୁଡ଼ିକର ନିରାକରଣ ଗୁଣ ସହ କ୍ୟାନସର ବିରୋଧୀ ଗୁଣ ମଧ୍ୟ ରହିଛି। ସେହିପରି ପନିପରିବା ଓ ଫଳରୁ ମିଳୁଥିବା ଅଧିକ ପରିମାଣର ଡାଏଟାରୀ ଫାଇବର ବା ଖାଦ୍ୟତନ୍ତୁ ମଧ୍ୟ ଅଣସଂକ୍ରାମକ ଦୀର୍ଘକାଳୀନ ରୋଗମାନ ନିବାରଣ କରିପାରିବା ସହ ବୃହଦନ୍ତ୍ର ଓ ମଳାଶୟ କ୍ୟାନ୍‌ସର ସୃଷ୍ଟିକୁ ବ୍ୟାହତ କରିଥାଏ।

ଡା.ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପସା’, ସେକ୍ଟର-୬, ପ୍ଲଟ
ନଂ. ୧୧୩୧, ଅଭିନବ ବିଡ଼ାନାସୀ, କଟକ
ମୋ: ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

ଦିଗପହଣ୍ଡିର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଜିଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ସମୀକ୍ଷା 

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ରହିଥିବା ବିଭିନ୍ନ ପର୍ଯ୍ଯଟନୀସ୍ଥଳ ଗୁଡ଼ିକର ଉନ୍ନତି କରାଯିବା ନେଇ ଶୁକ୍ରବାର ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଘୋଡାହାଡ…

ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

ନୂଆଦିଲ୍ଲୀ,୧୮।୯: ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଫର୍ମୁଲା ଫୁଡ୍ (Infant Formula Food) ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ଗୁଣବତ୍ତାକୁ ନେଇ ଖାଦ୍ୟ ସୁରକ୍ଷା ଓ…

ଖେମୁଣ୍ଡି କଲେଜରେ  କ୍ୟାରିଅର କାଉନସେଲିଂ: ଛାତ୍ରୀ ମାନଙ୍କ ଦକ୍ଷତା ବିକାଶ କୁ ନେଇ ଗୁରୁତ୍ୱାରୋପ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ଏବଂ ଏକ ଘରୋଇ ଶିକ୍ଷାନୁଷ୍ଠାନ ର ମିଳିତ ସହଭାଗିତା…

ନନ୍ଦୀଗ୍ରାମ ଉପନିର୍ବାଚନରେ ହାଇଡ୍ରାମା: ମମତାଙ୍କ ସମର୍ଥନ ମିଳିବାର କିଛି ଘଣ୍ଟା ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଗିରଫ

କୋଲକାତା,୧୮।୯: ପଶ୍ଚିମବଙ୍ଗର ଚର୍ଚ୍ଚିତ ନନ୍ଦୀଗ୍ରାମ ବିଧାନସଭା ଆସନର ଉପନିର୍ବାଚନ ପୂର୍ବରୁ ରାଜନୈତିକ ପାରଦ ବୃଦ୍ଧି ପାଇବାରେ ଲାଗିଛି। ତୃଣମୂଳ କଂଗ୍ରେସ (TMC) ପ୍ରାର୍ଥୀ ନାମପତ୍ର ପ୍ରତ୍ୟାହାର କରିବା,…

ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ ମହଙ୍ଗା ପଡ଼ିଲା ପ୍ରଧାନଶିକ୍ଷକ ନିଲମ୍ବିତ

ପାତ୍ରପୁର, ୧୮ା୯(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଣ୍ଡୁରା ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ପ୍ରଧାନଙ୍କୁ ସମୟ ପୂର୍ବରୁ ବିଦ୍ୟାଳୟ…

ଛତ୍ରପୁର କଲେଜ ଛକରେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌

ଛତ୍ରପୁର, ୧୮/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର କଲେଜ ଛକରେ ଗୁରୁବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍‌ ସ୍କୁଟିକୁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?