ଶୀତଦିନିଆ ପନିପରିବା ଓ ସ୍ବାସ୍ଥ୍ୟ

ଶୀତଦିନଟା ଖାଇବାର ମଜାନେବା ଋତୁ। ବଜାର ସାରା ଆକର୍ଷଣୀୟ ପୁଷ୍ଟିକର, ସୁସ୍ବାଦୁ ତଥା ଶସ୍ତା ଶାଗ ଓ ପନିପରିବା ଏବଂ ଭଳିକି ଭଳି ଫଳ ଯାହାକୁ ଯେତେ। ହେଲେ କେଉଁ ସବୁ ଶାଗ ଓ ପରିବା ପତ୍ର ଅତି ସୁଲଭ ମୂଲ୍ୟରେ ମିଳିଥାଏ ଶୀତଦିନେ ? ପୁଣି କେଉଁ ଦିଗରୁ ସେଗୁଡିକ ଆମ ପାଇଁ ହିତକର ସେ ସମ୍ପର୍କରେ ନିମ୍ନରେ ଆଲୋଚନା କରାଯାଉଛି।
ଶାଗ : ଶୀତଦିନେ ବେଶି ମିଳେ ପାଳଙ୍ଗ ଶାଗ, ମେଥି ଶାଗ, ସୋରିଷ ଶାଗ ଓ ମୂଳା ଶାଗ। ଶାଗ ମାତ୍ରକେ ଭିଟାମିନ ‘ଏ’ (ବିଟା-କାରୋଟିନ), ଭିଟାମିନ ‘ସି’, ଭିଟାମିନ ‘ଇ’, ଫଲିକ୍‌ ଏସିଡ, ଲୌହ, କ୍ୟାଲସିୟମ, ପୋଟାସିୟମ ଓ ମ୍ୟାଗନେସିୟମ ଇତ୍ୟାଦି ଉପାଦାନରେ ସମୃଦ୍ଧ। ଶାଗରେ ତନ୍ତୁଜାତୀୟ ଉପାଦାନର ପରିମାଣ ବେଶି, କ୍ୟାଲୋରିର ପରିମାଣ କମ୍‌। ଶାଗରୁ ମଧ୍ୟ ମିଳେ ଅତି ଉପକାରୀ ଓ ‘ମେଗା ଥ୍ରୀ’ ନାମକ ଫ୍ୟାଟ ବା ସ୍ନେହସାର। ଶାଗରେ ଥାଏ ବିଟା କାରୋଟିନ, ଭିଟାମିନ ‘ସି’ ଭିଟାମିନ ‘ଇ’, ଗ୍ଲୁକୋସାଇକୋଲେଟ ଆଣ୍ଟି ଅକ୍ସିଡାଣ୍ଟ। ତେଣୁ ନିୟମିତ ଶାଗ ଖାଇଲେ ରକ୍ତହୀନତା, ହୃଦରକ୍ତ ନଳୀରୋଗ, ଡାଇବେଟିସ, କାଟାରାକ୍ଟ, ପୃଥୁଳତା, କୋଷ୍ଠକାଠିନ୍ୟ ଏବଂ ବିଭିନ୍ନ ପ୍ରକାର କ୍ୟାନ୍‌ସର ଜାତ ହେବାର ସମ୍ଭାବନା ହ୍ରାସ ପାଏ।
ଗାଜର, ବିଟ୍‌ ଓ କନ୍ଦମୂଳ : ଶୀତଦିନେ ତଟକା ଗାଜର, ବିଟ୍‌ ଓ କନ୍ଦମୂଳ ପ୍ରଚୁର ପରିମାଣରେ ମିଳେ। ଗାଜରରୁ ମିଳେ ବିଟାକାରୋଟିନ, ଭିଟାମିନ‘ସି’, ସାୟାନିଡିନ, ଲିଟିନ ଜାତୀୟ ଆଣ୍ଟି ଅକ୍ସିଡାଣ୍ଟ, ବିଟ୍‌ରୁ ବେଶି ମିଳେ ଭିଟାମିନ ‘ଏ’, ‘ବି’, ‘କେ’ ପୋଟାସିୟମ ଓ ଫୋଲେଟ୍। ଜୁସ୍‌ ହିସାବରେ ଏହା ଖୁବ୍‌ ଉପଯୋଗୀ। କନ୍ଦମୂଳରେ ରହିି ବିଟାକାରୋଟିନ ଓ ଭିଟାମିନ ‘ସି’ ଭଳି ଆଣ୍ଟି ଅକ୍ସିଡାଣ୍ଟ ଓ ବେଶି ଖାଦ୍ୟ ତନ୍ତୁ। ଚୋପା ନ ଚାଞ୍ଚତ୍ ଖାଇଲେ କନ୍ଦମୂଳ ଅଧିକ ହିତକର।
ମୂଳା, ଫୁଲକୋବି, ବନ୍ଧାକୋବି, ଓଲକୋବି ଓ ବ୍ରୋକୋଲି : ମୂଳାରେ ରହିଥାଏ ଅଧିକ ଭିଟାମିନ, ଖଣିଜ ଲବଣ ଏବଂ କାଟେଚିନ, ପାଇରୋଗାଲ୍ଲୋଲ ଭଳି ଆଣ୍ଟି ଅକ୍ସିଡାଣ୍ଟ। ଡାଇବେଟିସ ଓ ପୃଥୁଳ ରୋଗୀମାନେ ଏହାକୁ ନିରାପଦରେ ଖାଇପାରିବେ।ଉଚ୍ଚ ରକ୍ତଚାପ ରୋଗୀ ଓ ହୃଦରୋଗୀମାନଙ୍କ ପାଇଁ ଏହା ଉପକାରୀ। ଫୁଲକୋବି, ବନ୍ଧାକୋବି, ଓଲକୋବି ଓ ବ୍ରୋକୋଲରୁ ମିଳେ ଅଧିକ ବିଟାକାରୋଟିନ, ଇଣ୍ଡଲ, ଗ୍ଲାଇକୋସାଇନୋଲେଟ, ଆଇସୋଥାୟୋସାୟାନେଟ୍‌ ଆଦି ସଲଫର ସମ୍ବନ୍ଧୀୟ ଉପାଦାନ ଯାହା ସ୍ତନ, ଯକୃତ, ଫୁସ୍‌ଫୁସ୍‌, ଖାଦ୍ୟବାହୀ ନଳୀ, ପାକସ୍ଥଳୀ ଓ ହୃଦଯନ୍ତ୍ର ଆଦି ବିଭିନ୍ନ ସ୍ଥାନରେ କ୍ୟାନ୍‌ସରର ଦମନରେ ସହାୟକ ହୋଇଥାଏ।
ଶିମ୍ବ, ବିନ୍‌ସ, ଟମାଟୋ: ଶିମ୍ବରେ ଥିବା ସାଇଟୋଷ୍ଟିରଲ ନିବାରଣ କରେ ଉଚ୍ଚ ରକ୍ତଚାପ ଏବଂ ଏଲଡୋପା ନାମକ ଉପାଦାନଟି ପାରକିନସନ ରୋଗ ପ୍ରତିରୋଧ କରିବା ସହ ମିଜାଜକୁ ଭଲ ରଖେ। ବିନସରେ ଅଛି ଅଧିକ ପରିମାଣର ଭିଟାମିନ ସି ଏବଂ ଏହାକୁ ନିୟମିତ ଖାଇଲେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିପାଏ। ଉଚ୍ଚରକ୍ତଚାପ, ହୃଦରୋଗ, ଡାଇବେଟିସ, ପୃଥୁଳତା ଓ ମାନସିକ ଅବସାଦ ଇତ୍ୟାଦି ରୋଗରେ ଏହାକୁ ନିରାପଦରେ ଖିଆଯାଇପାରେ। ଟମାଟୋକୁ ‘ଶୀତଋତୁର ଗର୍ବ’ ବୋଲି କୁହାଯାଏ। ବାଇଗଣରେ ଶ୍ୱେତସାର, ସ୍ନେହସାର ଓ କାଲୋରିର ମାତ୍ରା କମ। ଡାଇବେଟିସ, ହୃଦରୋଗୀ, ପୃଥୁଳକାୟ ରୋଗୀ ଓ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏହା ଖୁବ ଉପାଦେୟ। ଏଥିରେ ଥିବା ନାସୁନିନ ଓ କ୍ଲୋରୋଜେନିକ ଏସିଡ ଜାତୀୟ ଆଣ୍ଟିଅକ୍ସିଡାଣ୍ଟ କ୍ୟାନସର ବିରୋଧୀ।
ଫଳ : ଶୀତଦିନେ ମିଳେ କମଳା, ମୁସାମ୍ବି, ଲେମ୍ବୁ, ଡାଳିମ୍ବ, ଆପଲ, ଅଙ୍ଗୁର, ଅଁଳା ଆଦି ଫଳ। କମଳାରେ ରହିଛି ଭିଟାମିନ ସି, ଫଲିକ ଏସିଡ, ବିଟା କାରୋଟିନ, ଲିଭଟିନ ଓ ଜିଜାନଥିନ ଜାତୀୟ ଫ୍ଲାଭୋନଏଡ଼ସ। ମୁସାମ୍ବି ଓ ଲେମ୍ବୁରୁ ମିଳୁଥିବା ଭିଟାମିନ ସି ଓ ଲିମୋନିନ କ୍ୟାନସର ବିରୋଧୀ। ଡାଳିମ୍ବରେ ଥିବା ଲାଇକୋପିନ ଏବଂ ପୁନିସିକଏସିଡ, ଜାତୀୟ ପଲିଫିନଲସ, ଆନୋସିଆନିନ, ଏଲ୍ଲାଜିନ ଏସିଡ ଇତ୍ୟାଦି ହୃଦରୋଗ, ଉଚ୍ଚରକ୍ତଚାପ, କ୍ୟାନସର, ଆଲଜିମର୍ସ, ପାର୍କିନସନ ରୋଗର ପ୍ରତିରୋଧରେ ଖୁବ ସହାୟକ। ରୋଗ ପ୍ରତିରୋଧ କରିବାରେ ଆପଲର ନାଆଁ ତ ଏକ କିମ୍ବଦନ୍ତୀ। ଏହା ହୃଦରୋଗ, ଉଚ୍ଚ ରକ୍ତଚାପ, ଫୁସଫୁସ ରୋଗ ଓ କ୍ୟାନ୍‌ସର ଆଦି ନିବାରଣ କରିବା ସଙ୍ଗେ ସଙ୍ଗେ ଏଥିରେ ଥିବା କୋୟେରସେଟିନ ଏକାଗ୍ରତା ଓ ସ୍ମୃତି ଶକ୍ତି ବୃଦ୍ଧି କରିଥାଏ। ଅଙ୍ଗୁରରେ ରହିଛି ବାୟୋଫ୍ଲାଭୋନିଏଡସ, ପଲିଫିନଲସ, ରେମଭେରାଟ୍ରଲ, ଆନ୍ଥୋସିଆନିନସ, ଟେରୋଷ୍ଟିବିଲିନ ଭଳି ଫ୍ଲାଭୋନଏଡସ। ଶୀତ ଦିନିଆ ଫଳ ଭାବରେ ଅଁଳା ଭିଟାମିନ ସି ଭଳି ଆଣ୍ଟିଅକ୍ସିଡାଣ୍ଟରେ ଭରପୂର। ତେଣୁ ଡାଇବେଟିସ, ହୃଦରୋଗ, ଉଚ୍ଚ ରକ୍ତଚାପ, ଚକ୍ଷୁରୋଗ, କ୍ୟାନସର ଓ ଅକାଳ ବାର୍ଦ୍ଧକ୍ୟକୁ ରୋକିବାରେ ଅଁଳା ଅତୁଳନୀୟ।
ମସଲାମସଲି : ଅଦାରେ ଥିବା ବିଞ୍ଜେରୋଲ ଓ ବିଞ୍ଜିବେରିନ, ହଳଦୀରେ ଥିବା କୁରକୁମିନ ଓ ବିଞ୍ଜିବେରିନ, ଜିରାରେ ଥିବା ଲିମୋନିନ, ସୋରିଷର ଥାୟୋଗ୍ଲୁକୋସାଇଡସ ଏବଂ ଆଇସୋଥାୟୋସିଆନେଟସ, ରାଶିର ସିସେମିନ ଓ ସିନେମିନଲ, ରସୁଣର ସଲଫାଇଡର୍ସ, ପିଆଜର ଆଲକିଲ ଡାଇସଲଫାଇଡସ ଏବଂ ପାନ ମହୁରିରେ ଆନେବୋଲ ଭଳି ଆଣ୍ଟିଅକ୍ସିଡାଣ୍ଟର ଅଣସଂକ୍ରମକ ଦୀର୍ଘକାଳୀନ ରୋଗଗୁଡ଼ିକର ନିରାକରଣ ଗୁଣ ସହ କ୍ୟାନସର ବିରୋଧୀ ଗୁଣ ମଧ୍ୟ ରହିଛି। ସେହିପରି ପନିପରିବା ଓ ଫଳରୁ ମିଳୁଥିବା ଅଧିକ ପରିମାଣର ଡାଏଟାରୀ ଫାଇବର ବା ଖାଦ୍ୟତନ୍ତୁ ମଧ୍ୟ ଅଣସଂକ୍ରାମକ ଦୀର୍ଘକାଳୀନ ରୋଗମାନ ନିବାରଣ କରିପାରିବା ସହ ବୃହଦନ୍ତ୍ର ଓ ମଳାଶୟ କ୍ୟାନ୍‌ସର ସୃଷ୍ଟିକୁ ବ୍ୟାହତ କରିଥାଏ।

ଡା.ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପସା’, ସେକ୍ଟର-୬, ପ୍ଲଟ
ନଂ. ୧୧୩୧, ଅଭିନବ ବିଡ଼ାନାସୀ, କଟକ
ମୋ: ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri