Posted inଜାତୀୟ

୨୦୧୪ରେ ଆସିଥିବା ଲୋକେ ୨୦୨୪ରେ ରହିବେ କି, ମୋଦିଙ୍କୁ ନୀତୀଶଙ୍କ ପ୍ରଶ୍ନ…

ପାଟନା, ୧୦।୮ : ଜେଡ଼ିୟୁ ନେତା ନୀତୀଶ କୁମାର ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ମୋଦିଙ୍କ ନାମ ନ ନେଇ ନୀତୀଶ ପ୍ରଶ୍ନ କରିଛନ୍ତି ଯେ, ୨୦୧୪ରେ ଆସିଥିବା ଲୋକେ ୨୦୨୪ରେ ରହିବେ କି। ଆମେ ରହିବୁ ଅବା ନ ରହିବୁ ତାହା ଭିନ୍ନ କଥା କିନ୍ତୁ ସେମାନେ ୨୦୨୪ରେ ରହି ପାରିବେ ନାହିଁ ବୋଲି ନୀତୀଶ କହିଛନ୍ତି। ଭାଜପା ମେଣ୍ଟ ସମ୍ପର୍କରେ ନୀତୀଶ କହିଛନ୍ତି ଯେ, ଗତ ଦେଢ଼ ମାସ ଧରି ଆମ ମଧ୍ୟରେ କୌଣସି କଥାବାର୍ତ୍ତା ନ ଥିଲା। ଯାହା ବି କିଛି ହେଉଥିଲା ସବୁ ଭୁଲ ଥିଲା ବୋଲି ନୀତୀଶ କହିଛନ୍ତି।

ନୀତୀଶ କହିଛନ୍ତି ଯେ, ଆମ ଦଳ ଜେଡ଼ିୟୁରେ ସମସ୍ତ ସଦସ୍ୟ ଭାଜପା ମେଣ୍ଟ ଛାଡ଼ିଦେବାକୁ କହୁଥିଲେ। ଶେଷରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହେବା ସମ୍ପର୍କରେ ନୀତୀଶ କହିଛନ୍ତି ଯେ ସେସବୁ ଛାଡିଦିଅ। ସେ କହିଛନ୍ତି ଯେ ବିରୋଧୀଦଳ ସମାପ୍ତ ହେବ ବୋଲି କିଛି ଲୋକ ଭାବୁଛନ୍ତି। ଆମେ ମଧ୍ୟ ବିରୋଧ ଦଳରେ ପହଞ୍ଚିଛୁ।

ସାରା ଦେଶ ଗସ୍ତ କରି ବିରୋଧୀଙ୍କୁ ମଜବୁତ କରିବା ପ୍ରଶ୍ନରେ ନୀତୀଶ କହିଛନ୍ତି ଯେ ଆମେ ଆଗକୁ ସବୁକିଛି କରିବୁ। ଆମେ ଚାହୁଁ ଯେ ସମଗ୍ର ବିରୋଧୀ ଏକଜୁଟ ହୋଇ ଆଗକୁ ବଢ଼ନ୍ତୁ ଏବଂ ଯୋଜନା ପ୍ରସ୍ତୁତ କରନ୍ତୁ। ଯେଉଁ ଲୋକମାନେ ୨୦୧୪ରେ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ,ସେମାନେ ସତର୍କ ରୁହନ୍ତୁ ବର୍ତ୍ତମାନ ୨୦୨୪ ଆସୁଛି । ନୀତୀଶ ଭାଜପାର ନାମ ନ ନେଇ କହିଛନ୍ତି ଯେ ଆମେ ତାଙ୍କୁ ସମର୍ଥନ କରିଥିଲୁ, କିନ୍ତୁ ଜେଡିୟୁକୁ ହଟାଇବା ପାଇଁ ସେମାନଙ୍କ ତରଫରୁ ଉଦ୍ୟମ କରାଯାଇଥିଲା। ସେଥିପାଇଁ ଆମେ ପୁରୁଣା ସ୍ଥାନକୁ ଆସିଗଲୁ।

ଯେତେବେଳେ ଅଟଳ ବିହାରୀ ବାଜପେୟୀ ଏବଂ ମୋଦିଙ୍କ ମଧ୍ୟରେ ପାର୍ଥକ୍ୟ ବିଷୟରେ ପଚରାଗଲା, ନୀତୀଶ କୁମାର କହିଥିଲେ ଯେ ଅଟଳ ବହୁତ ଭଲ ପାଉଥିଲେ। ଆମେ ତାଙ୍କୁ ଭୁଲି ପାରିବୁ ନାହିଁ। ସେତେବେଳେ ଏହା ଅନ୍ୟ ଏକ ବିଷୟ ଥିଲା। ଅଟଳ ଜୀ ଏବଂ ସେହି ସମୟର ଲୋକଙ୍କର ଯେଉଁ ଭଳ ପାଇବା ଦେଉଥିଲା, ତାହା କେହି ଭୁଲିପାରିବେ ନାହିଁ।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ତାଙ୍କର କିଛି କହିବାର ନାହିଁ। ଆମେ ଜଣେ ଲୋକ ଦେଇଥିଲୁ, ସେ ସେମାନଙ୍କର ହୋଇଗଲେ। ଏହା କହି ସେ ସିଧାସଳଖ ଆରସିପି ସିଂଙ୍କୁ ଟାର୍ଗେଟ କରିଥିଲେ। ଏହା ସହିତ ସେ କହିଛନ୍ତି ଯେ, ମୋ ଦେହ କିଛି ଦିନ ଧରି ଖରାପ ଅଛି । ଭାଜପା ମେଣ୍ଟରେ ମଧ୍ୟ ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ମନା କରୁଥିଲି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?