ଏଣିକି ୧୨୫ ଦିନ ମିଳିବ କାମ: ନୂଆ ଯୋଜନାକୁ ନେଇ ଉତ୍ସାହିତ ଶ୍ରମିକ

ଭଞ୍ଜନଗର,୩।୭(ବାବୁଲା ପ୍ରଧାନ): ଜୁଲାଇ ୧ ତାରିଖରୁ ଭି.ବି-ଜୀ ରାମ ଜୀ ଯୋଜନା ସମଗ୍ର ଦେଶରେ ଲାଗୁ ହୋଇଛି। ପୂର୍ବରୁ ଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ ନିଯୁକ୍ତି ଯୋଜନା ଏଜେନି (ଏମଜିଏନଆରଇଜିଏ) ନାମକୁ ବଦଳାଇ ଭି.ବି-ଜୀ ରାମ ଜୀ ଯୋଜନା କରାଯାଇଛି । ନାମ ବଦଳିବାକୁ ନେଇ ବିରୋଧୀ କଂଗ୍ରେସ ସମେତ ଅନେକ ଦଳ ବିରୋଧ କରିଥିଲେ। ବିରୋଧୀ ଦଳର ଅଭିଯୋଗ ଥିଲା ଯେ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନିଚା ଦେଖାଇବା ପାଇଁ ଏନଡିଏ ସରକାର ଏହିଭଳି ହୀନ ରାଜନୀତି କରି ନାମ ପରିବର୍ତ୍ତନ କରୁଛି। ବିରୋଧୀ ଦଳର ଅଭିଯୋଗକୁ ଖାତିର ନ କରି ଏନଡିଏ ସରକାର ନାମ ବଦଳାଇବା ସହ ବୁଧବାରଠାରୁ ସମଗ୍ର ଦେଶରେ ନୂଆ ଯୋଜନା ଲାଗୁ ହୋଇଛି। ପୂର୍ବରୁ ୧୦୦ ଦିନର କାମ ମିଳିବା ବ୍ୟବସ୍ଥା ଥିବା ବେଳେ ନୂଆଁ ଯୋଜନାରେ ୧୨୫ ଦିନ କାମ ସହ ଆଉ କିଛି ସୁବିଧା ଅଛି।

ଏହିଭଳି ଗଞ୍ଜାମ ଜଲା ଭଞ୍ଜନଗର ବ୍ଲକରେ ମଧ୍ୟ ଭି.ବି-ଜୀ ରାମ ଜୀ ଯୋଜନାର ଶୁଭାରମ୍ଭ ହୋଇଛି। ବିଡିଓ ଭାରତୀ ଦେବୀ, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ,ସହକାରୀ ନିର୍ବାହୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର, ସହକାରୀ ଯନ୍ତ୍ରୀ ରବୀନ୍ଦ୍ର କୁମାର ନାୟକ ବିଭିନ୍ନ ଗ୍ରାମ ପରିକ୍ରମା କରି ଯୋଜନାର ଶୁଭାରମ୍ଭ କରିଥିଲେ। ଏଥିସହ ନୂଆ ଯୋଜନାରେ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ଶ୍ରମିକ ମାନଙ୍କୁ ସଚେତନ କରାଇଥିଲେ। ଜଳ ସଂରକ୍ଷଣ, ଗ୍ରାମୀଣ ଭିତ୍ତିଭୂମିର ବିକାଶ, ଜୀବିକା ସମ୍ବନ୍ଧୀୟ ଭିତ୍ତିଭୂମି ସୃଷ୍ଟି ଏବଂ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଆସୁଥିବା ବିପତ୍ତି କୁ ମୁକାବିଲା କରିବା ପାଇଁ ପଦକ୍ଷେପ ନେବା ସହ ଯୋଜନା ମାଧ୍ୟମରେ ସଶକ୍ତ ଓ ସମୃଦ୍ଧ ଗ୍ରାମ ଗଠନ ହିଁ ଏହି ଯୋଜନାର ମୂଳ ଲକ୍ଷ୍ୟ। ତେଣୁ ଯୋଜନାର ଲାଭ ଉଠାଇବାକୁ ଶ୍ରମିକ ମାନଙ୍କୁ ଆହ୍ବାନ କରିଥିଲେ।
ସୂଚନାଯୋଗ୍ୟ ଯେ, ପୂର୍ବ ଯୋଜନାରେ ଶ୍ରମିକମାନେ କାମ ମାଗିଲେ ତାଙ୍କୁ କାମ ଯୋଗାଇ ଦେବାର ବ୍ୟବସ୍ଥା ଥିଲା। ଯଦି ପ୍ରଶାସନ ତାଙ୍କୁ କାମ ଯୋଗାଇ ପାରିଲା ନାହିଁ ତେବେ ଯେତେଦିନ ପର୍ଯ୍ୟନ୍ତ କାମ ଯୋଗାଇ ପାରିବେ ନାହିଁ ସେତେ ଦିନ ପର୍ଯ୍ୟନ୍ତ ସମ୍ପୃକ୍ତ ଶ୍ରମିକଙ୍କୁ ଭତ୍ତା ଦେବାର ବ୍ୟବସ୍ଥା ଥିଲା। କିନ୍ତୁ ଏହା ଠିକ ଭାବେ କାର୍ଯ୍ୟକାରୀ ହୋଇ ପାରୁ ନ ଥିଲା। ଏଥିସହ ଶ୍ରମିକ ମାନଙ୍କୁ କାମ କରିବାର ୭ ଦିନ ମଧ୍ୟରେ ମଜୁରୀ ପ୍ରଦାନ ବ୍ୟବସ୍ଥା ଥିଲା। କିନ୍ତୁ ବର୍ଷ ବର୍ଷ ଧରି କାମ କରୁଥିବା ଶ୍ରମିକ ମାନଙ୍କୁ ମଜୁରୀ ମିଳୁ ନ ଥିଲା। ଏହିଭଳି ଅବ୍ୟବସ୍ଥା ଭିତରେ କେନ୍ଦ୍ର ସରକାର ନୂଆ ଯୋଜନା ଆଣିଛନ୍ତି। ଯୋଜନା ନିଶ୍ଚିତ ସଫଳ ହେବ ବୋଲି ଆଶା କରାଯାଉଛି। ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ମଧ୍ୟବର୍ତ୍ତୀକାଳୀନ ବଜେଟରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି। ପୂର୍ବ ଯୋଜନାରେ କେନ୍ଦ୍ର ସରକାର ୯୦ ପ୍ରତିଶତ ଅନୁଦାନ ଦେଉଥିବାବେଳେ ରାଜ୍ୟ ସରକାର ୧୦ ପ୍ରତିଶତ ଦେଉଥିଲେ। ନୂଆ ଯୋଜନାରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଦେବେ, ରାଜ୍ୟ ସରକାର ୪୦ ପ୍ରତିଶତ ଦେବେ। ଏହାଦ୍ୱାରା ରାଜ୍ୟଗୁଡ଼ିକ ଉପରେ ଆର୍ଥିକ ବୋଝ ବଢିବ। ପୂର୍ବରୁ ଯୋଜନାରେ ବିଦ୍ୟାଳୟ, କୋଠାଘର ସମେତ ଆଉ କିଛି ପକ୍କା କାମ କରି ହେଉ ନ ଥିଲା। ନୂଆ ଯୋଜନାରେ ଉକ୍ତ ପକ୍କା କାମ କରିବା ପାଇଁ ବ୍ୟବସ୍ଥା ଅଛି। ଏଥିସହ ଶ୍ରମିକ ମାନଙ୍କ ମଜୁରୀ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହିଭଳି ନୂଆ ଯୋଜନାରେ ଅନେକ କିଛି ସୁବିଧା ଅଛି ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?