ସ୍ବାଧୀନତା ଦିବସରେ ହେବେ ପୁରସ୍କୃତ

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ନୂଆଁଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ କହ୍ନେଇବିରା ସରକାରୀ ଉଚ୍ଚ ବିଦ୍ୟାଳୟରେ ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ଉକ୍ତ ପ୍ରତିଯୋଗିତାରେ ମୋଟ୍‌ ୯୪ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ନୂଆଁଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରଦେଶୀ ବୁଦ୍ଧିଆ, କହ୍ନେଇବିରା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣ କେଦାର ସାହୁ, ନିମାଇଁ ଚରଣ ପତି ପ୍ରମୁଖ ସାଧାରଣଜ୍ଞାନ ପ୍ରତିଯୋଗିତା ଆୟୋଜନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଜନକଲ୍ୟାଣ ସେବା ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ମୁକୁନ୍ଦ ଦାଶ, ଆଜୀବନ ସଦସ୍ୟ ଦୟାନିଧି ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗଜାନନ ବେହେରା, ଆନନ୍ଦ ସାହୁ, ଜୁଳି ସରାଫ, ଗିରିଧାରୀ ଯୋଶୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଆସନ୍ତା ୧୫ତାରିଖ ସ୍ବାଧୀନତା ଦିବସରେ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯିବ ବୋଲି ଜନକଲ୍ୟାଣ ସେବା ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ଦାଶ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ୭ ଗୋରୁ ମୃତ: ସହାୟତା ଦାବି

ଟିକିରି,୩୦।୪(ପ୍ରଫୁଲ୍ଲ କୁମାର ବେହେରା):ରାୟଗଡ଼ା ଜିଲା କାଶିପୁର ବ୍ଲକ ଡଙ୍ଗା ସିଲ ପଞ୍ଚାୟତ ଅନ୍ତର୍ଗତ ଗୁଗାନ ଗ୍ରାମରେ ପ୍ରାକୃତିକ ଦୁର୍ଘଟଣା ବଜ୍ରପାତରେ ଗ୍ରାମର ମୋଟ ୭ ବଳଦ ଓ…

ବଜ୍ରପାତରେ ଜଳିଗଲା ଘର: ଆସବାବପତ୍ର ଜଳିପୋଡ଼ି ପାଉଁଶ

ପାଟଣା ,୩୦/୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟଙ୍ଗରପଡା ପଞ୍ଚାୟତ ଅନ୍ତର୍ଗତ ଅଙ୍କୁରା ଝପା ସାହିରେ ବଜ୍ରପାତରେ ୫ ବଖରା ଆଜବେଷ୍ଟସ ଗୃହ ଜଳିପୋଡ଼ି…

ଆଜି ବି ଅନ୍ଧାରରେ ନେହେଲା: ଦୁର୍ଗମ ଅଞ୍ଚଳରେ ସାତସପନ ବିଜୁଳି

ଥୁଆମୂଳ ରାମପୁର,୩୦ା୪ (ଦୁର୍ଗା କୀର୍ତ୍ତି):ସରକାର ସବୁ ଗାଁକୁ ବିଜୁଳିର ନାରା ଦେଉଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଦୁର୍ଗମ ଅଞ୍ଚଳରେ ଏହା ଏବେ ବି…

ଭିନ୍ନକ୍ଷମଙ୍କ ପାଖରେ ସରକାରୀ ସୁବିଧା ଅପହଞ୍ଚ: ଜିଲାପାଳଙ୍କ ଦ୍ୱାରସ୍ଥ

ନୂଆପଡ଼ା,୩୦ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ୍‌ ମାନିଗୁଡ଼ା ପଞ୍ଚାୟତ ନାଏକପଡ଼ା ଗଁାର ଜଣେ ଭିନ୍ନକ୍ଷମ ଯୁବତୀ ବିଭିନ୍ନ ସମସ୍ୟା ନେଇ ବୁଧବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।…

ସରିଲା ନିର୍ବାଚନ, ବଢିଯିବ ପେଟ୍ରୋଲ-ଡିଜେଲ ଦର? ଭରି ଦିଅନ୍ତୁ ଟାଙ୍କି…

ନୂଆଦିଲ୍ଲୀ,୩୦।୪: ନିର୍ବାଚନ ପରେ ବଢିପାରେ ପେଟ୍ରୋଲ-ଡିଜେଲ ଦର! ଏସବୁ ଆଲୋଚନା ଭିତରେ ନିର୍ୱାଚନ ସରିଛି। ତେବେ ବର୍ତ୍ତମାନ ଚର୍ଚ୍ଚା ହେଉଛି କି ପେଟ୍ରୋଲ ରେଟ୍‌ ବଢିପାରେ। ନିର୍ୱାଚନ…

ନୃସିଂହ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼: ସକାଳୁ ସକାଳୁ ଘଟିଲା…

ଗଞ୍ଜାମ,୩୦।୪(ବିଦ୍ୟାଧର ସାହୁ):ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୃସିଂହ ଚତୁର୍ଦ୍ଧଶୀ ମହା ସମାରୋହରେ ପାଳିତ ହେଉଛି। ଏହି ଉପଲକ୍ଷେ ଗଙ୍ଗା…

ବାଛୁରୀକୁ ଖାଇଦେଲା ବାଘ! ଗାଁରେ ଖେଲିଗଲା ଆତଙ୍କ

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ):ବରଗଡ ଜିଲା ଆମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଖେଳିଯାଇଛି। ବୁଧବାର ବିଳମ୍ବିତ ରାତିରେ ଉକ୍ତ ବ୍ଲକ ଅନ୍ତର୍ଗତ କର୍ଲା ଗ୍ରାମର ଗୋପାଳ ଭୋଇଙ୍କ ଗୁହାଳରେ…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri