ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ କଲବଲ ହେଉଛନ୍ତି। ଜିଲାରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ୨୧ ତାରିଖରେ ସର୍ବାଧିକ ତାପମାତ୍ରା ୪୩.୬ ଡିଗ୍ରୀ ହୋଇଥିଲା। ପ୍ରତିଦିନ ତାପମାତ୍ରା ବଢୁଥିବା ବେଳେ ବନାଗ୍ନି ସ୍ଥିିତି ମଧ୍ୟ ବଢ଼ିବାରେ ଲାଗିଛି। ଚଳିତ ବର୍ଷ ବନ ବିଭାଗ ପକ୍ଷରୁ ୧୨୩୫ କି.ମି. ଫାୟାର ଲାଇନ କରାଯାଇଥିଲା। ତଥାପି ଜଙ୍ଗଲ ନିଆଁ ରୋକିବାକୁ ବନ ବିଭାଗ ସକ୍ଷମ ହୋଇନାହିଁ।

ସୂଚନା ଅନୁଯାୟୀ, ସିଦ୍ଧମଠ, କାକୁଡ଼ଇମ୍ବା, କାଞ୍ଜିପାଣି, ଚମକପୁର, ଠାକୁରାଣୀ, କଳାପାଟ, ଅଟେଇ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗି ଔଷଧୀୟ ବୃକ୍ଷଲତା ସମେତ ଅନ୍ୟାନ୍ୟ ପୁରାତନ ଗଛ ପୋଡ଼ି ପାଉଁଶ ହୋଇଯାଇଛି। ଫାୟାର ଲାଇନ ରକ୍ଷଣାବେକ୍ଷଣ ଠିକ୍‌ ଭାବରେ ହେଉ ନ ଥିବାରୁ ଜଙ୍ଗଲରେ ନିଆଁ ଲାଗିଲେ ଅନ୍ୟ ସ୍ଥାନକୁ ବ୍ୟାପୁଛି। ବନ କର୍ମଚାରୀମାନେ ଯେତିକି ନିଆଁ ଲିଭାଉଛନ୍ତି ଅନ୍ୟପଟେ ସେତିକି ମାଡ଼ି ମାଡ଼ି ଚାଲିଛି। ଚଳିତ ବର୍ଷ ତେଲକୋଇ ରେଞ୍ଜ, ଘଟଗାଁ ଏବଂ ଚମ୍ପୁଆ ରେଞ୍ଜରେ ବଡ଼ଧରଣର ବନାଗ୍ନି ସୃଷ୍ଟି ହୋଇଛି। କେନ୍ଦୁଝର ଡିଭିଜନରେ ଅଧିକାଂଶ ଜଙ୍ଗଲରେ ନିଅଁା ମନ୍ୟୁଷକୃତ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଶିକାର ଓ ପୋଡ଼ୁଚାଷ ପାଇଁ ଜଙ୍ଗଲରେ ନିଆଁ ଲଗାଉଛନ୍ତି। ଜଙ୍ଗଲ ନିଆଁ ପ୍ରଭାବରେ ବହୁ ସଂଖ୍ୟାରେ ବନ୍ୟଜନ୍ତୁ ଜଙ୍ଗଲ ଛାଡ଼ି ଜନବସତିକୁ ପଳାଇ ଆସୁଛନ୍ତି। ଫଳରେ ଶିକାରୀ, ଜଙ୍ଗଲ ପାଖ ଗ୍ରାମବାସୀ ବନ୍ୟପ୍ରାଣୀଙ୍କୁ ମାରି ଖାଉଥିବା ଜଣାଯାଇଛି। ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ଦେଇଥିବା ଉପଗ୍ରହ ତଥ୍ୟ ଅନୁସାରେ କେନ୍ଦୁଝର ବନଖଣ୍ଡରେ ଅଦ୍ୟାବଧି ୪୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଜଙ୍ଗଲ ନିଆଁ ସୃଷ୍ଟି ହୋଇଛି। ଭୂୟାଁ ଜୁଆଙ୍ଗପୀଢ଼ ରେଞ୍ଜର ଶୁଆକାଟୀ ସେକ୍ସନ ଗୁଣ୍ଡୁଳା ଏବଂ କାଞ୍ଜିପାଣି ସେକ୍ସନର ବାଲି, ବେଣିଡିହି ଏବଂ ଟାଙ୍ଗରପଡ଼ା, ସଦର ରେଞ୍ଜ ଜଙ୍ଗିରା ସେକ୍ସନ କପ୍ତିଡିହା, ନଡ଼ାମ, ଡୁମୁରିଆ, ବାରାହଗଡ଼ ଏବଂ ତେଲକୋଇ ରେଞ୍ଜ ତାଳପଦା ସେକ୍ସନ ଓରିଆ ବିଟ୍‌ ଅଞ୍ଚଳରେ ପୋଡୁଚାଷ ପାଇଁ ଚଳିତ ବର୍ଷ ଜଙ୍ଗଲରେ ଜୁଆଙ୍ଗ ଲୋକ ନିଆଁ ଲଗାଉଛନ୍ତି। ବନାଗ୍ନି ରୋକିବାକୁ ଫେବୃଆରୀରୁ ବନ ବିଭାଗ ଗାଁ ଗାଁରେ ପାଲା, ସଚେତନତା ସଭା, ପଥପ୍ରାନ୍ତ ନାଟକ କରୁଥିଲେ ହେଁ ଜଙ୍ଗଲ ନିଆଁ ରୋକିବା ସମ୍ଭବପର ହେଉନାହିଁ। ଡିଏଫ୍‌ଓ ଏଚ୍‌. ଡି. ଧନ୍‌ରାଜ କହିଛନ୍ତି, ସମସ୍ତ ସ୍ଥାନରେ ନିଆଁ ମନୁଷ୍ୟକୃତ। ବନ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ସତ୍ତ୍ୱେ ଲୁଚାଛପାରେ ଜଙ୍ଗଲରେ ପୋଡୁଚାଷ, ମହୁଲ ଫୁଲ ସଂଗ୍ରହ, ବନ୍ୟପ୍ରାଣୀ ଶିକାର ଏବଂ ଜାଳେଣି କାଠ ସଂଗ୍ରହ ପାଇଁ ଏଭଳି ନିଆଁ ଲଗାଯାଉଛି। ନିଆଁ ଲିଭା କାର୍ଯ୍ୟରେ ୧୪୪ଟି ମେଶିନ,୧୦୪ ଜଣ କର୍ମଚାରୀ ଓ ୧୦ଟି ରକ୍ଷକ ଗାଡ଼ି ନିୟୋଜିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri