ଗାଁମୁହାଁ ବନ୍ୟପ୍ରାଣୀ, ବଢୁଛି ଭୟ

ଯୋଡ଼ା/ କେନ୍ଦୁଝର,୭ା୪(ଡି.ଏନ୍‌.ଏ/ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ-ମଣିଷ ଲଢ଼େଇ ପରେ ଏବେ ବାର୍‌ହା-ମଣିଷ ଲଢ଼େଇ ବନ ବିଭାଗ ପାଇଁ ଚିନ୍ତାର ବିଷୟ ହୋଇଛି। ଖାଦ୍ୟ ଅଭାବ ଓ ଜଙ୍ଗଲ ନିଆଁ କାରଣରୁ ବନ୍ୟପ୍ରାଣୀ ଗାଁମୁହାଁ ହେଉଥିବା ବେଳେ ବନ ବିଭାଗ ସେମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଅଭିଯୋଗ ହେଉଛି। ଲୋକଙ୍କ ଆକ୍ରୋଶର ଶିକାର ହୋଇ ବନ୍ୟପ୍ରାଣୀ ମୃତ୍ୟୁବରଣ କରୁଥିବା ବେଳେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ବୁଧବାର ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଜଜାଙ୍ଗ ପାଚେରି ସାହିରେ ଘଟିଥିବା ଘଟଣା ପରେ ଲୋକେ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି।
ସୂଚନା ଅନୁଯାୟୀ, ବୁଧବାର ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଜଜାଙ୍ଗ ପାଚେରି ସାହିରେ ବଣୁଆ ବାର୍‌ହା ପଶି ୪ ଜଣଙ୍କୁ ଆକ୍ରମଣକରି ଲହୁଲୁହାଣ କରିଥିଲା। ଗ୍ରାମର ମାନସିଂହ ମୁଣ୍ଡା, ଭଟ୍ଟ ମାଝି, କବିତା ସେଠୀ ଓ ତାଙ୍କ ୪ ବର୍ଷର ଶିଶୁପୁତ୍ର ଗୁରୁତର ହୋଇଥିଲେ। ବନ ବିଭାଗ ପକ୍ଷରୁ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଟିସ୍କୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମାନସିଂହଙ୍କ ଚିକିତ୍ସା ଜାରି ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ବନ ବିଭାଗ ଦୀର୍ଘ ସମୟ କସରତ ପରେ ବାର୍‌ହାକୁ ଟ୍ରାଙ୍କୁଲାଇଜ କରି ଉଦ୍ଧାର କରିଥିଲା। ହେପାଜତରେ ରଖି ଚିକିତ୍ସା ଆରମ୍ଭ କରିଥିବା ବେଳେ ବାର୍‌ହା ଦେହରେ ପୂର୍ବରୁ ତୀର ଲାଗିଥିବା ବୁଧବାର ଡିଏଫ୍‌ଓ ଏଚ୍‌.ଡି. ଧନରାଜ କହିଥିଲେ। ମାତ୍ର ଚିକିତ୍ସା ସମୟରେ ବାର୍‌ହାଟିର ମୃତ୍ୟୁ ଘଟିବା ପରେ ବିବାଦ ଦେଖାଦେଇଛି। ଅତ୍ୟଧିକ ଟ୍ରାଙ୍କୁଲାଇଜ କାରଣରୁ ବାର୍‌ହାର ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି। ମାତ୍ର ବନ ବିଭାଗ ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଇଛି। ଆକ୍ରମଣରେ ଗ୍ରାମର ୪ଜଣ ଆହତ ହେବା ପରେ ଉତ୍ତ୍ୟକ୍ତ ଲୋକେ ବାର୍‌ହାକୁ ଗୋଡ଼ାଇ ପିଟିଥିଲେ। ପରେ ବନ ବିଭାଗ କର୍ମଚାରୀ ଟ୍ରାଙ୍କୁଲାଇଜ୍‌ କରି ତାହାକୁ କାବୁକରିଥିଲେ। ଲୋକଙ୍କ ଅତ୍ୟଧିକ ମାଡ଼ରେ ବାର୍‌ହାଟି ମୃତ୍ୟୁବରଣ କରିଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଚମ୍ପୁଆ ରେଞ୍ଜ ଅଧିକାରୀ ଅକ୍ଷୟ ଛତ୍ରିଆ କହିଛନ୍ତି। ତେବେ ଯାହା ହେଉନା କାହିଁକି ବନ ବିଭାଗ ଉକ୍ତ ବାର୍‌ହାଟିକୁ ସୁରକ୍ଷା ଦେବାରେ ବିଫଳ ହୋଇଛି ବୋଲି ବନ୍ୟପ୍ରାଣୀ ପ୍ରେମୀ ହରେକୃଷ୍ଣ ମହାନ୍ତ କହିଛନ୍ତି। କେନ୍ଦୁଝର ଜିଲାର ତେଲକୋଇ, ପାଟଣା, ଚମ୍ପୁଆ ଆଦି ରେଞ୍ଜରେ ଅବାଧ ବାର୍‌ହା ଶିକାର ହେଉଛି। ନିକଟ ଅତୀତରେ ତେଲକୋଇ ଅଞ୍ଚଳରେ ଏକ ବାର୍‌ହାକୁ ମାରି ମାଂସ ବିକ୍ରି କରୁଥିବା ଅଭିଯୋଗରେ ବନ ବିଭାଗ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ବନ୍ୟପ୍ରାଣୀ ଓ ଲୋକଙ୍କ ସୁରକ୍ଷା ପ୍ରତି ବନ ବିଭାଗ ଅଧିକ ସଚେତନ ହେବାକୁ ବନ୍ୟପ୍ରାଣୀ ପ୍ରେମୀ ମହାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ପୋଲିସର ଚଢ଼ାଉ, ଏତେ ଲିଟର ଦେଶୀ ମଦ ଜବତ

ବ୍ରାହ୍ମଣୀଗାଁ , ୨୯ ।୩ (ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଚଢାଉବେଳେ ୨୨...

‘ଡବଲ ଇଞ୍ଜିନ ସରକାର ଲାଗି ଶପଥପାଠ କରାଇଲା ଭାଜପା’

ଛତ୍ରପୁର,୨୮।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଶିବକୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍‌ଠାରେ ଭାଜପା ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଯାଇଛି l...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବିଧାନସଭା ଆସନ ପ୍ରାର୍ଥତ୍ନୀ ଅନସୂୟା ମାଝିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ ତେଜିବାରେ ଲାଗିଛି। ଶୁକ୍ରବାର ବିଜେଡି ରାଜ୍ୟ ଉପସଭାପତି ଏନ୍‌.ଭାସ୍କର ରାଓଙ୍କ...

ଆଗକୁ ନିର୍ବାଚନ: ବଦଳିଲେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ

ଭଦ୍ରକ,୨୯।୩(ସନାତନ ରାଉତ): ସାଧାରଣ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପଦରେ ବଦଳ କରାଯାଇଛି। ଭଦ୍ରକ ବ୍ଲକ ଅଧୀନ କୋରକୋରା ପଞ୍ଚାୟତ ନୂଆସାହିର...

ଦ୍ୱିତୀୟ ଥର ଭରସା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଷ୍ଣୁବ୍ରତ

ବାସୁଦେବପୁର,୨୯ା୩(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବିଜେଡି ଶିବିର ଏବେ ଚଳଚଞ୍ଚଳ ହୋଇପଡ଼ିଛି। ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପୁନର୍ବାର ଏହି ନିର୍ବାଚନ ମଣ୍ଡଳୀରୁ...

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri