ଗାଁମୁହାଁ ବନ୍ୟପ୍ରାଣୀ, ବଢୁଛି ଭୟ

ଯୋଡ଼ା/ କେନ୍ଦୁଝର,୭ା୪(ଡି.ଏନ୍‌.ଏ/ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ-ମଣିଷ ଲଢ଼େଇ ପରେ ଏବେ ବାର୍‌ହା-ମଣିଷ ଲଢ଼େଇ ବନ ବିଭାଗ ପାଇଁ ଚିନ୍ତାର ବିଷୟ ହୋଇଛି। ଖାଦ୍ୟ ଅଭାବ ଓ ଜଙ୍ଗଲ ନିଆଁ କାରଣରୁ ବନ୍ୟପ୍ରାଣୀ ଗାଁମୁହାଁ ହେଉଥିବା ବେଳେ ବନ ବିଭାଗ ସେମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଅଭିଯୋଗ ହେଉଛି। ଲୋକଙ୍କ ଆକ୍ରୋଶର ଶିକାର ହୋଇ ବନ୍ୟପ୍ରାଣୀ ମୃତ୍ୟୁବରଣ କରୁଥିବା ବେଳେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ବୁଧବାର ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଜଜାଙ୍ଗ ପାଚେରି ସାହିରେ ଘଟିଥିବା ଘଟଣା ପରେ ଲୋକେ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି।
ସୂଚନା ଅନୁଯାୟୀ, ବୁଧବାର ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଜଜାଙ୍ଗ ପାଚେରି ସାହିରେ ବଣୁଆ ବାର୍‌ହା ପଶି ୪ ଜଣଙ୍କୁ ଆକ୍ରମଣକରି ଲହୁଲୁହାଣ କରିଥିଲା। ଗ୍ରାମର ମାନସିଂହ ମୁଣ୍ଡା, ଭଟ୍ଟ ମାଝି, କବିତା ସେଠୀ ଓ ତାଙ୍କ ୪ ବର୍ଷର ଶିଶୁପୁତ୍ର ଗୁରୁତର ହୋଇଥିଲେ। ବନ ବିଭାଗ ପକ୍ଷରୁ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଟିସ୍କୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମାନସିଂହଙ୍କ ଚିକିତ୍ସା ଜାରି ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ବନ ବିଭାଗ ଦୀର୍ଘ ସମୟ କସରତ ପରେ ବାର୍‌ହାକୁ ଟ୍ରାଙ୍କୁଲାଇଜ କରି ଉଦ୍ଧାର କରିଥିଲା। ହେପାଜତରେ ରଖି ଚିକିତ୍ସା ଆରମ୍ଭ କରିଥିବା ବେଳେ ବାର୍‌ହା ଦେହରେ ପୂର୍ବରୁ ତୀର ଲାଗିଥିବା ବୁଧବାର ଡିଏଫ୍‌ଓ ଏଚ୍‌.ଡି. ଧନରାଜ କହିଥିଲେ। ମାତ୍ର ଚିକିତ୍ସା ସମୟରେ ବାର୍‌ହାଟିର ମୃତ୍ୟୁ ଘଟିବା ପରେ ବିବାଦ ଦେଖାଦେଇଛି। ଅତ୍ୟଧିକ ଟ୍ରାଙ୍କୁଲାଇଜ କାରଣରୁ ବାର୍‌ହାର ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି। ମାତ୍ର ବନ ବିଭାଗ ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଇଛି। ଆକ୍ରମଣରେ ଗ୍ରାମର ୪ଜଣ ଆହତ ହେବା ପରେ ଉତ୍ତ୍ୟକ୍ତ ଲୋକେ ବାର୍‌ହାକୁ ଗୋଡ଼ାଇ ପିଟିଥିଲେ। ପରେ ବନ ବିଭାଗ କର୍ମଚାରୀ ଟ୍ରାଙ୍କୁଲାଇଜ୍‌ କରି ତାହାକୁ କାବୁକରିଥିଲେ। ଲୋକଙ୍କ ଅତ୍ୟଧିକ ମାଡ଼ରେ ବାର୍‌ହାଟି ମୃତ୍ୟୁବରଣ କରିଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଚମ୍ପୁଆ ରେଞ୍ଜ ଅଧିକାରୀ ଅକ୍ଷୟ ଛତ୍ରିଆ କହିଛନ୍ତି। ତେବେ ଯାହା ହେଉନା କାହିଁକି ବନ ବିଭାଗ ଉକ୍ତ ବାର୍‌ହାଟିକୁ ସୁରକ୍ଷା ଦେବାରେ ବିଫଳ ହୋଇଛି ବୋଲି ବନ୍ୟପ୍ରାଣୀ ପ୍ରେମୀ ହରେକୃଷ୍ଣ ମହାନ୍ତ କହିଛନ୍ତି। କେନ୍ଦୁଝର ଜିଲାର ତେଲକୋଇ, ପାଟଣା, ଚମ୍ପୁଆ ଆଦି ରେଞ୍ଜରେ ଅବାଧ ବାର୍‌ହା ଶିକାର ହେଉଛି। ନିକଟ ଅତୀତରେ ତେଲକୋଇ ଅଞ୍ଚଳରେ ଏକ ବାର୍‌ହାକୁ ମାରି ମାଂସ ବିକ୍ରି କରୁଥିବା ଅଭିଯୋଗରେ ବନ ବିଭାଗ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ବନ୍ୟପ୍ରାଣୀ ଓ ଲୋକଙ୍କ ସୁରକ୍ଷା ପ୍ରତି ବନ ବିଭାଗ ଅଧିକ ସଚେତନ ହେବାକୁ ବନ୍ୟପ୍ରାଣୀ ପ୍ରେମୀ ମହାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri