ଫସଲ ଉଜାଡ଼ିଦେଲା ଅଦିନିଆ ବର୍ଷା: ବ୍ୟାପକ ଧାନ, କପା ଫସଲ ନଷ୍ଟ

ରାୟଗଡ଼ା,୭।୧୨(ଆଶିଷ ରଞ୍ଜନ ପଣ୍ଡା): ମିଗ୍‌ଜୋମ୍‌ ପ୍ରଭାବରେ ରାୟଗଡ଼ା ଜିଲାର ପ୍ରତ୍ୟେକ ଅଞ୍ଚଳରେ ବୁଧବାର ଦିନସାରା ବର୍ଷା ଲାଗି ରହିଛି । ମଙ୍ଗଳବାର ସକାଳୁ ପାଗ କୋହଲା ରହିଥିବା ବେଳେ ସନ୍ଧ୍ୟାରୁ ଆରମ୍ଭ ହୋଇଯାଇଥିଲା ବର୍ଷା । ଅମଳ ସମୟରେ ଏଭଳି ଅଦିନିଆ ବର୍ଷା ଯୋଗୁ ଜିଲାରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଆଖି ସାମ୍ନାରେ ଅମଳ ଫସଲ ଉଜୁଡ଼ିଯାଉଥିବାରୁ ଚାଷୀକୁଳ ହତାଶ ହୋଇପଡ଼ିଛନ୍ତି।

ବିଭାଗୀୟ ତଥ୍ୟ ଅନୁସାରେ ବୁଧବାର ପ୍ରାୟ ସ୍ଥାନରେ ୧୦ ମି.ମି.ରୁ ଅଧିକ ପରିମାଣରେ ବର୍ଷା ରେକର୍ଡ ହୋଇଛି । ଚନ୍ଦ୍ରପୁର ବ୍ଲକରେ ସର୍ବନିମ୍ନ ୪.୨ ମି.ମି. ବର୍ଷା ରେକର୍ଡ଼ ହୋଇଥିବା ବେଳେ କଲ୍ୟାଣସିଂହପୁର ବ୍ଲକରେ ସର୍ବାଧିକ ୨୭ ମି.ମି. ଏବଂ ମୁନିଗୁଡ଼ାରେ ୨୩.୬ ମି.ମି. ବର୍ଷା ରେକର୍ଡ ହୋଇଥିବା ଜଣାପଡ଼ିଛି । ସେହିଭଳି ରାୟଗଡ଼ା ବ୍ଲକରେ ୧୬.୮ ମି.ମି., କୋଲନରା ବ୍ଲକରେ ୧୪.୮ମି.ମି. କାଶୀପୁର ବ୍ଲକରେ ୧୩.୭ ମି.ମି., ଗୁଣପୁର ବ୍ଲକରେ ୧୪ ମି.ମି., ପଦ୍ମପୁର ବ୍ଲକରେ ୪.୩ ମି.ମି., ଗୁଡ଼ାରି ବ୍ଲକରେ ୭.୮ ମି.ମି., ରାମନାଗୁଡ଼ାରେ ୧୯.୮ ମି.ମି.ଏବଂ ବିଷମକଟକରେ ୧୬.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି । ତେବେ ଏହି ଅଦିନିଆ ବର୍ଷା ଯୋଗୁ ଜିଲାର ଧାନ, ମାଣ୍ଡିଆ ଓ କପା ଚାଷ ଉପରେ ବିଶେଷ ପ୍ରଭାବ ପକାଇଛି । ଚଳିତ ବର୍ଷ ୪୦ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଜମିରେ ଧାନ, ୧୮ହଜାର ହେକ୍ଟରରୁ ଅଧିକ ଜମିରେ ମାଣ୍ଡିଆ ଏବଂ ୪୯ ହଜାରରୁ ଅଧିକ ହେକ୍ଟରରେ କପାଚାଷ ହୋଇଥିବା ବେଳେ ଅଦିନିଆ ବର୍ଷା ଯୋଗୁ ଚାଷୀ ସେ ସବୁ ଅମଳ କରିପାରିନାହାନ୍ତି । ଯେତିକି ପରିମାଣରେ ଅମଳ କରିଛନ୍ତି ବର୍ତ୍ତମାନ ସେଗୁଡ଼ିକର ସୁରକ୍ଷା ଚିନ୍ତାରେ ଚିନ୍ତିତ ରହିଛନ୍ତି । ବର୍ଷା ଯୋଗୁ କପାଚାଷ ନଷ୍ଟ ହେବାର ଅଧିକ ଆଶଙ୍କା ରହିଛି। ଜିଲାରେ କପା ମଣ୍ଡି ଆରମ୍ଭ ହୋଇଥିବା ବେଳେ ବୁଧବାର କେବଳ ୧୧ କ୍ୱିଂଟାଲ କପା ମଣ୍ଡିକୁ ଆସିଥିବା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସୂଚନା ମିଳିଛି। ଡିସେମ୍ବର ୨୦ ତାରିଖରୁ ଧାନ ଓ ମାଣ୍ଡିଆ ମଣ୍ଡି ଆରମ୍ଭ ହେବ ା ତେବେ ବର୍ତ୍ତମାନ ଅମଳ ହୋଇଥିବା ଏବଂ ହୋଇ ନ ଥିବା ଧାନ, ମାଣ୍ଡିଆ ଓ କପା ବର୍ଷା ଯୋଗୁ ନଷ୍ଟ ହୋଇଯାଇଥିବା ଚାଷୀମାନେ ଦୁଃଖର ସହ ପ୍ରକାଶ କରିଛନ୍ତି । ତେଣୁ ସେମାନଙ୍କ ପାଇଁ ରାଜ୍ୟ ସରକାର କିଛି ସ୍ବତନ୍ତ୍ର ସହାୟତା ଘୋଷଣା କରିବାକୁ ଚାଷୀ ମହଲରେ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri