Posted inଜାତୀୟ

UPI ଚାର୍ଜକୁ ନେଇ ବଡ଼ ଖୁଲାସା! କାର୍ଡ ପେମେଣ୍ଟଠାରୁ ୮୦% ଶସ୍ତା କାହିଁକି? ଜାଣନ୍ତୁ ପୂରା ହିସାବ

ନୂଆଦିଲ୍ଲୀ,୨୩।୯ : UPI ପେମେଣ୍ଟକୁ ନେଇ ଆସିଛି ନୂଆ ନିୟମ । ଅକ୍ଟୋବର ୧୫, ୨୦୨୬ରୁ ୨ ହଜାର ଟଙ୍କାରୁ ଅଧିକ କିଛି UPI ଟ୍ରାଞ୍ଜାକ୍ସନରେ ୦.୪ ପ୍ରତିଶତ ଚାର୍ଜ ଲାଗିବ । ଏହାକୁ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍‌ ବା MDR କୁହାଯାଉଛି । ତେବେ ଏହି ଚାର୍ଜ ସମସ୍ତ UPI ପେମେଣ୍ଟରେ ଲାଗୁ ହେବ ନାହିଁ। ସବୁଠାରୁ ବଡ଼ କଥା ହେଉଛି, ଏହି ଚାର୍ଜ ଗ୍ରାହକଙ୍କଠାରୁ ଆଦାୟ କରାଯିବ ନାହିଁ। ଚାର୍ଜ ଦୋକାନୀ ବା ମର୍ଚ୍ଚାଣ୍ଟଙ୍କୁ ଦେବାକୁ ପଡ଼ିବ । ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ପକ୍ଷରୁ କୁହାଯାଇଛି ଯେ, ନୂଆ MDR ଲାଗୁ ହେଲେ ମଧ୍ୟ UPI ପେମେଣ୍ଟର ଖର୍ଚ୍ଚ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ପେମେଣ୍ଟ ତୁଳନାରେ କମ୍ ରହିବ।

୨ ହଜାର ଟଙ୍କା ପର୍ଯ୍ୟନ୍ତ P2M UPI ଟ୍ରାଞ୍ଜାକ୍ସନରେ MDR ଶୂନ ରହିବ । NPCI ଅନୁସାରେ, ଏହି ବର୍ଗରେ ପ୍ରାୟ ୯୬ ପ୍ରତିଶତ UPI ଟ୍ରାଞ୍ଜାକ୍ସନ ରହିଛି । ଅର୍ଥାତ୍ ଦୈନନ୍ଦିନ ଛୋଟ ଛୋଟ UPI ପେମେଣ୍ଟରେ ଗ୍ରାହକଙ୍କ ଉପରେ କୌଣସି ନୂଆ ଚାର୍ଜ ପଡ଼ିବ ନାହିଁ । ୨ ହଜାର ଟଙ୍କାରୁ ଅଧିକ ଯୋଗ୍ୟ UPI ଟ୍ରାଞ୍ଜାକ୍ସନରେ ୦.୪ ପ୍ରତିଶତ MDR ଧାର୍ଯ୍ୟ କରାଯାଇଛି । ତେବେ ଏହି ଚାର୍ଜର ସର୍ବାଧିକ ସୀମା ୩୦୦ ଟଙ୍କା ରହିବ ।

ଛୋଟ ବ୍ୟବସାୟୀ, ରାସ୍ତାକଡ଼ ଦୋକାନୀ ଓ ଅନ୍ୟ ଯୋଗ୍ୟ କ୍ଷୁଦ୍ର ମର୍ଚ୍ଚାଣ୍ଟଙ୍କ ପାଇଁ ଶୂନ MDR ବ୍ୟବସ୍ଥା ଜାରି ରହିବ । P2PM ବର୍ଗରେ UPI QR କୋଡ୍‌ ମାଧ୍ୟମରେ ମାସକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରହଣ କରୁଥିବା ଯୋଗ୍ୟ ମର୍ଚ୍ଚାଣ୍ଟଙ୍କ ଟ୍ରାଞ୍ଜାକ୍ସନରେ ନୂଆ MDR ଲାଗୁ ହେବ ନାହିଁ। ଏପରିକି ୨ ହଜାର ଟଙ୍କାରୁ ଅଧିକ ପେମେଣ୍ଟ ହେଲେ ମଧ୍ୟ ଏହି ଛୋଟ ମର୍ଚ୍ଚାଣ୍ଟମାନେ ରିହାତି ପାଇବେ। କିଛି ଜରୁରୀ ଏବଂ କମ୍ ମାର୍ଜିନ୍‌ ଥିବା କ୍ଷେତ୍ର ପାଇଁ ଅଲଗା MDR ବ୍ୟବସ୍ଥା ରହିଛି। ରେଳ, ଟେଲିକମ୍, ବୀମା, ଫ୍ୟୁଏଲ୍ ଏବଂ କୃଷି ସାମଗ୍ରୀ ସମ୍ବନ୍ଧୀୟ ୨ ହଜାର ଟଙ୍କାରୁ ଅଧିକ ଯୋଗ୍ୟ ଟ୍ରାଞ୍ଜାକ୍ସନରେ ୦.୪ ପ୍ରତିଶତ ବଦଳରେ ପ୍ରତି ଟ୍ରାଞ୍ଜାକ୍ସନରେ ଫ୍ଲାଟ୍ ୫ ଟଙ୍କା MDR ଲାଗିବ।

ମ୍ୟୁଚୁଆଲ୍ ଫଣ୍ଡ, ସିକ୍ୟୁରିଟିଜ୍‌, ଷ୍ଟକ୍‌ବ୍ରୋକର୍ ଓ ଡିଲର୍‌ ସମ୍ବନ୍ଧୀୟ କ୍ୟାପିଟାଲ୍ ମାର୍କେଟ୍‌ ପେମେଣ୍ଟ ପାଇଁ MDR ହାର ୦.୦୨ ପ୍ରତିଶତ ରହିବ। ଏଠାରେ ମଧ୍ୟ ସର୍ବାଧିକ ଚାର୍ଜ ୩୦୦ ଟଙ୍କା ରହିବ । ଉଦାହରଣ ସ୍ୱରୂପ, ୧୦ ହଜାର ଟଙ୍କାର ପେମେଣ୍ଟରେ MDR ମାତ୍ର ୨ ଟଙ୍କା ହେବ। ନୂଆ MDR ବ୍ୟବସ୍ଥାରେ UPI ବ୍ୟବହାର କରୁଥିବା ଗ୍ରାହକଙ୍କଠାରୁ ଏହି ଚାର୍ଜ ଆଦାୟ କରାଯିବ ନାହିଁ। ଏହା ଏକ ପେମେଣ୍ଟ ପ୍ରୋସେସିଂ ଚାର୍ଜ ଭାବେ ମର୍ଚ୍ଚାଣ୍ଟଙ୍କ ଉପରେ ଲାଗୁ ହେବ । ବ୍ୟାଙ୍କଗୁଡ଼ିକୁ ମଧ୍ୟ ଏହି ଚାର୍ଜର ବୋଝ ଗ୍ରାହକଙ୍କ ଉପରେ ନ ପକାଇବାକୁ କୁହାଯାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ମଘା ନକ୍ଷତ୍ରକୁ ଯିବେ ଗୁରୁ ବୃହସ୍ପତି: ଅକ୍ଟୋବରରୁ ଆରମ୍ଭ ହେବ ୪ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଚାକିରି-ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ଗ୍ରହଙ୍କୁ ଜ୍ଞାନ, ଧନ, ଭାଗ୍ୟ, ବିସ୍ତାର, ସୁଖ ଓ ସମୃଦ୍ଧିର କାରକ ଭାବେ ବିବେଚନା କରାଯାଏ। ଶୁଭ ଗ୍ରହମାନଙ୍କ ମଧ୍ୟରେ ଗୁରୁଙ୍କୁ ବିଶେଷ…

ଅଶ୍ବିନଙ୍କ ବଡ଼ ଖୁଲାସା; CSK ହେଡ୍ କୋଚ୍ ହେବାକୁ ଏହି ଖେଳାଳିଙ୍କୁ ମିଳିଥିଲା ଅଫର, ହେଲେ…

ଚେନ୍ନାଇ,୨୩।୯: ଆଇପିଏଲ୍‌ ୨୦୨୭ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଜାହିର ଖାନ୍‌ଙ୍କୁ ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି। ସେ ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନ…

ମହିଳାଙ୍କ ସଲୱାର୍‌ ଖୋଲିବାକୁ ଚେଷ୍ଟା କରିବା ବଳାତ୍କାର ଉଦ୍ୟମ ନୁହେଁ? ପାଟନା ହାଇକୋର୍ଟଙ୍କ ରାୟରେ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ; ପ୍ରଧାନ ବିଚାରପତି କହିଲେ…

ନୂଆଦିଲ୍ଲୀ,୨୩।୯: ପାଟନା ହାଇକୋର୍ଟଙ୍କ ଏକ ରାୟକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଉକ୍ତ ରାୟରେ କୁହାଯାଇଥିଲା ଯେ ଜଣେ ମହିଳାଙ୍କ ‘ସଲୱାର’ ଖୋଲିବାକୁ ଚେଷ୍ଟା କରିବା…

ଅବପାତ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପଦକ୍ଷେପ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା…

ଅସ୍ବାସ୍ଥ୍ୟକର ହେବ ନାହିଁ ଟ୍ରେନ ଖାଦ୍ୟ; ମୂଷା କିମ୍ବା ଅସରପା ଦେଖାଗଲେ ସିଧାସଳଖ ସତର୍କ ସୂଚନା (alert) ପଠାଇବ AI କ୍ୟାମେରା

ସମସ୍ତିପୁର,୨୩।୯: ସମସ୍ତିପୁର ଦେଇ ଯାଉଥିବା ପ୍ରମୁଖ ଟ୍ରେନଗୁଡ଼ିକ (ଯେପରିକି ସ୍ବାଧୀନତା ସେନାନୀ ଏକ୍ସପ୍ରେସ, ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ, ବୈଶାଳୀ ଏକ୍ସପ୍ରେସ ଏବଂ ବାଗମତୀ ଏକ୍ସପ୍ରେସ)ର ପ୍ୟାଣ୍ଟ୍ରି…

ଡୋନାଲ୍ଡ ଟ୍ରମ୍ପଙ୍କ ପୁଅଙ୍କ ଖର୍ଚ୍ଚର ଯାଞ୍ଚ କରାଯିବ; ତଦନ୍ତ ପାଇଁ ଦାବି କରିଛନ୍ତି ରିପବ୍ଲିକାନ ସିନେଟର୍‌

ଓ୍ବାଶିଂଟନ,୨୩।୯: ୟୁଟାହ ରିପବ୍ଲିକାନ ସେନେଟର ଜନ କର୍ଟିସ ସିନେଟ ନ୍ୟାୟପାଳିକା କମିଟିକୁ ତଦନ୍ତ କରିବାକୁ ଆହ୍ବାନ କରିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ଜୁନିଅର ଆର୍ଥିକ ଲାଭ ପାଇଁ…

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ: ପର୍ଦ୍ଦାଫାଶ କଲା ପୋଲିସ

ବଲାଙ୍ଗୀର, ୨୩।୯ (ବୀରେନ୍ଦ୍ର କୁମାର ଝାଙ୍କର): ଅଭିନବ ଉପାୟରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଆଚାର କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରାଯାଇ ଟ୍ରେନ ଯୋଗେ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?