ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ

ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ ଦୃଶ୍ୟପଟକୁ ଦେଖିଲେ ଅନେକଙ୍କର ଜନସେବା ଅପେକ୍ଷା ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଜଡ଼ିତ ରହିଥିବା ବିଷୟ ପ୍ରବଳମାତ୍ରାରେ ଲୋକଲୋଚନକୁ ଆସିଯାଉଥିବାରୁ ଯୁବବର୍ଗ ସେଥିପ୍ରତି ଆକର୍ଷିତ ହୋଇ ନ ଥାଆନ୍ତି। କିନ୍ତୁ ଗତ କିଛିଦିନ ହେବ ଦେଶର ‘ଜେନ୍‌ ଜି’ ବର୍ଗ ରାଜନୀତି ପ୍ରତି ଇଚ୍ଛା ପ୍ରକାଶ କରିଛନ୍ତି। ଏହି ଆଗ୍ରହ କୌଣସି ପାରମ୍ପରିକ ଦଳ କିମ୍ୱା ରାଜନେତାଙ୍କ ଯୋଗୁ ନୁହେଁ, ବରଂ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ୍‌ କରୁଥିବା ଏକ ପତଙ୍ଗ ‘କକ୍‌ରୋଚ’ର ବାର୍ତ୍ତାବହଙ୍କୁ ନେଇ। ସେ ହେଲେ ୩୧ ବର୍ଷୀୟ ମରାଠୀ ଯୁବକ ଅଭିଜିତ ଦୀପ୍‌କେ। କକ୍‌ରୋଚ ଜନତା ପାର୍ଟି(ସିଜେପି) ନାମରେ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ୍‌ କରୁଥିବା ବ୍ୟଙ୍ଗାତ୍ମକ ଗୋଷ୍ଠୀର ପ୍ରତିଷ୍ଠାତା ଦୀପ୍‌କେଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା। ସିଜେପିର ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ୨୩ ମିଲିୟନ ଅନୁଗାମୀ ହୋଇଗଲେଣି, ଯାହାକି ବିଶ୍ୱର ସର୍ୱବୃହତ୍‌ କର୍ମୀଙ୍କ ଦଳ କୁହାଯାଉଥିବା ଭାଜପାର ୯.୪ ମିଲିୟନଠାରୁ ବହୁ ଅଧିକ। ସୂଚନା ଦିଆଯାଇପାରେ ଯେ, ୧୫ ମେ’ ୨୦୨୬ରେ ଏକ ଶୁଣାଣି ସମୟରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସୂର୍ଯ୍ୟକାନ୍ତ ସାମ୍ୱିଧାନିକ ଅନୁଷ୍ଠାନଗୁଡ଼ିକୁ ଆକ୍ରମଣ କରୁଥିବା କେତେକ ବେକାର ଯୁବକ ଏବଂ କର୍ମୀଙ୍କୁ କକ୍‌ରୋଚ ସହିତ ତୁଳନା କରିଥିଲେ। ସେହି ଶବ୍ଦକୁ ବିଦ୍ରୂପାତ୍ମକ ଭାବେ ନେଇ ଦୀପ୍‌କେ ସୋସିଆଲ ମିଡିଆରେ ସିଜେପି ଗଢ଼ି ଯୁବବର୍ଗଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି। ତେଣୁ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ବର୍ଣ୍ଣନା କରିବାର ଅବକାଶ ସୃଷ୍ଟି ହୋଇଛି।
ଅଭିଜିତ ଦୀପ୍‌କେ ୨୯ ସେପ୍ଟେମ୍ୱର ୧୯୯୫ରେ ମହାରାଷ୍ଟ୍ରର ପୁଣେଠାରେ ଜନ୍ମଗ୍ରହଣ କରିଥିଲେ। ସେ ପୁଣେରୁ ସାମ୍ୱାଦିକତା ଡିଗ୍ରୀ ସମାପ୍ତ କରିଥିଲେ। ପରେ ସେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ରେ ସୋସିଆଲ ମିଡିଆ ଇଣ୍ଟର୍ନ ଭାବରେ କାର୍ଯ୍ୟ କରିଥିଲେ। ୨୦୨୦ରୁ ୨୦୨୩ ମଧ୍ୟରେ ସେ ଦଳର ସୋସିଆଲ ମିଡିଆ ସହ ନିର୍ୱାଚନ ପ୍ରଚାର କାର୍ଯ୍ୟରେ ଜଡ଼ିତ ଥିଲେ। ୨୦୨୦ ଦିଲ୍ଲୀ ବିଧାନସଭା ନିର୍ୱାଚନ ସମୟରେ ଆପ୍‌ ପାଇଁ ମିମ୍‌-ଆଧାରିତ ଡିଜିଟାଲ ଅଭିଯାନରେ କାମ କରିଥିଲେ। ଏପରିକି ଜଣେ ରାଜନୈତିକ ଯୋଗାଯୋଗ ରଣନୀତିକାର ଭାବେ ଖୁବ୍‌ ନାମ କମାଇଥିଲେ। ଆପ୍‌ ପାଇଁ ନ୍ୟାରେଟିଭ ନିର୍ମାଣ, ଜନସାଧାରଣ ମେସେଜିଂ ଏବଂ ଡିଜିଟାଲ ପ୍ଲାଟଫର୍ମ କିପରି ରାଜନୈତିକ ମତାମତ ଗଠନ କରେ, ସେଥିରେ ତାଙ୍କ କାର୍ଯ୍ୟ କେନ୍ଦ୍ରିତ ଥିଲା।
ଅରବିନ୍ଦ କେଜ୍‌ରିୱାଲଙ୍କ ନେତୃତ୍ୱରେ ଦିଲ୍ଲୀରେ ଦଳ ଏକ ବଡ଼ ବିଜୟ ହାସଲ କରିବାରେ ତାଙ୍କ ଅବଦାନ ଅବିସ୍ମରଣୀୟ। ହେଲେ କେଜ୍‌ରିଓ୍ୱାଲ ଯେତେବେଳେ କ୍ଷମତାଲୋଭୀ ହୋଇଗଲେ, ସେତେବେଳେ ସେ ତାଙ୍କୁ ଛାଡ଼ି ଉଚ୍ଚଶିକ୍ଷା ପାଇଁ ବିଦେଶ ପଳାଇଗଲେ। ଦୀପ୍‌କେ ଆମେରିକାର ବୋଷ୍ଟନ ବିଶ୍ୱବିଦ୍ୟାଳୟରେ ଜନସମ୍ପର୍କ (ପବ୍ଲିକ୍‌ ରିଲେଶନ୍ସ)ରେ ଦୁଇବର୍ଷିଆ ମାଷ୍ଟର୍ସ ଡିଗ୍ରୀ ହାସଲ କରି ଉତ୍ତୀର୍ଣ୍ଣ ହୋଇଛନ୍ତି।
ଆମେରିକାରେ ରହୁଥିବା ଦୀପ୍‌କେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ‘କକ୍‌ରୋଚ’ ଶବ୍ଦକୁ ନେଇ ଉପହାସ ଛଳରେ ସୋସିଆଲ ମିଡିଆରେ ଗୋଟେ ନ୍ୟାରେଟିଭ୍‌ କଲାରୁ ଅନଲାଇନ୍‌ରେ ଝଡ଼ ସୃଷ୍ଟି ହୋଇଯାଇଛି।
୧ ଜୁନ୍‌ରେ ସେ କହିଥିଲେ ଯେ, ଗତ କିଛି ଦିନ ମଧ୍ୟରେ ସେ ଆମେରିକାରେ ଅନେକ ଚାକିରି ଅଫର ପାଇଥିଲେ ମଧ୍ୟ ସେଗୁଡ଼ିକୁ ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ ସେ ନିଜ ଦେଶକୁ ଭଲପାଆନ୍ତି ଏବଂ ଦେଶ ପାଇଁ କିଛି କରିବାକୁ ଚାହାନ୍ତି। ‘X’ରେ ପୋଷ୍ଟ କରାଯାଇଥିବା ଏକ ଭିଡିଓ ବାର୍ତ୍ତାରେ ଦୀପ୍‌କେ ଜଣାଇଥିଲେ ଯେ, ପ୍ରଶ୍ନପତ୍ର ପ୍ରଘଟ ଏବଂ ସିବିଏସ୍‌ଇ ଫଳାଫଳ ସଂକ୍ରାନ୍ତ ବିବାଦ ଯୋଗୁ ଉପୁଜିଥିବା ଅସ୍ୱାଭାବିକ ସ୍ଥିତିକୁ ନେଇ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ପାଇଁ ଜୁନ୍‌ ୬ ରେ ଭାରତ ଫେରୁଛନ୍ତି। ତାଙ୍କ କହିବା ଅନୁଯାୟୀ ସେ ଜୁନ୍‌ ୬ରେ ପହଞ୍ଚତ୍ ଯନ୍ତରମନ୍ତରଠାରେ ବିଶାଳ ସମାବେଶକୁ ସମ୍ୱୋଧନ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ସିଜେପି ସମର୍ଥନକାରୀଙ୍କ ପୋଷ୍ଟ୍‌କୁ ହଟାଇପାରନ୍ତି, କିନ୍ତୁ ସେମାନଙ୍କୁ ହଟାଇପାରିବେ ନାହିଁ। ତାଙ୍କ ସହ ସାମାଜିକ କର୍ମୀ ସୋନମ୍‌ ଓ୍ୱାଙ୍ଗ୍‌ଚୁକ୍‌ ସାମିଲ ହୋଇଥିଲେ। ଏପରିକି ସିଜେପିର ଆନ୍ଦୋଳନକୁ ଆପ୍‌, ଶିବସେନା(ୟୁବିଟି) ସମେତ କେତେକ ବିରୋଧୀ ଦଳ ସମର୍ଥନ କରିବା ଦୀପ୍‌କେଙ୍କ ବ୍ୟକ୍ତିତ୍ୱକୁ ବ୍ୟାପକ କରିଛି।
ଭାରତ ଆସିବା ପୂର୍ୱରୁ ସେ ସାମାଜିକ ଗଣମାଧ୍ୟମରେ ଯୁବବର୍ଗଙ୍କୁ ଲକ୍ଷ୍ୟ କରି କହିଥିଲେ, ‘ଆମେ ଯାହା ବି ହୋଇଛେ, ତାହା କେବଳ ଏହି ଦେଶ ଯୋଗୁ। ଏବେ ସମୟ ଆସିଛି ଦେଶ ପାଇଁ କିଛି କରିବାର। ତେଣୁ ସମ୍ୱିଧାନ ଉପରେ ବିଶ୍ୱାସ ରଖୁଥିବା ସମସ୍ତ ଶାନ୍ତିପ୍ରିୟ ତଥା ‘କକ୍‌ରୋଚ’ (ସମର୍ଥକ) ମାନେ, ଆସନ୍ତୁ ଏକାଠି ହୋଇ ଅନେକ ଲକ୍ଷ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା। ଅବଶ୍ୟ ଏହି କଥା ରାଷ୍ଟ୍ର ହେବା ପରେ ଦୀପ୍‌କେଙ୍କ ମାତାପିତା ଭୟଭୀତ ହୋଇପଡ଼ିଥିଲେ। ଭାରତରେ ପହଞ୍ଚିବା ମାତ୍ରେ ସେ ଗିରଫ ହୋଇପାରନ୍ତି ବୋଲି ସେମାନେ ଚିନ୍ତା ପ୍ରକଟ କରିଥିଲେ। ତାଙ୍କ ପିତା ଭଗବାନ ଦୀପ୍‌କେ କହିଥିଲେ, ସୋସିଆଲ ମିଡିଆରେ କକ୍‌ରୋଚ ଜନତା ପାର୍ଟିର ହଠାତ୍‌ ଆବିର୍ଭାବ ତାଙ୍କୁ ଗଭୀର ଚିନ୍ତିତ କରିଦେଇଛି। ସେ ପୁଣି କହିଥିଲେ, ଯେତେବେଳେ ଏଭଳି ବ୍ୟକ୍ତିମାନଙ୍କ ଲୋକପ୍ରିୟତା ବଢ଼ିଯାଏ, ସେମାନେ ଗିରଫ ହୁଅନ୍ତି। ଏପରିକି ‘ରଏଟର୍ସ’ ସହ କଥାବାର୍ତ୍ତା ବେଳେ ଦୀପ୍‌କେ କହିଛନ୍ତି, ”ରାଜନୀତିକୁ ସେ ଘୃଣା କରନ୍ତି ଏବଂ ସେଥିରେ କୌଣସି ଆଗ୍ରହ ନାହିଁ। ସିଜେପିକୁ ଏକ ମଜାକ ଭାବେ ଆରମ୍ଭ କରିଥିଲେ। ତେବେ ତାଙ୍କୁ ମିଳିଥିବା ସମର୍ଥନକୁ ଦେଖିଲେ ମନେହୁଏ ଯେ ଅନେକ ଲୋକ ପ୍ରକୃତରେ ସେ କିଛି ପଦକ୍ଷେପ ନିଅନ୍ତୁ ବୋଲି ଚାହୁଁଛନ୍ତି। ବିଶେଷକରି ‘ଜେନ୍‌ ଜି’ ମୋଠାରୁ ବହୁ ଆଶା ରଖିଛି। ସେମାନେ ଚାହୁଁନାହାନ୍ତି ଯେ, ଏହା କେବଳ ଆଉ ଏକ ମିମ୍‌ ହୋଇ ରହିଯାଉ। ଏହି ଅଭିଯାନକୁ ଏକ ବିଶ୍ୱସନୀୟ ଆନ୍ଦୋଳନରେ ପରିଣତ କରିବା ପାଇଁ ଆଲୋଚନା କରୁଛନ୍ତି। ତେବେ ଏହା ଏକ ରାଜନୈତିକ ଦଳ ହେବ କି ନାହିଁ, ସେ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ।“ ତାଙ୍କର ଅଧିକାଂଶ ଅନୁଗାମୀ ପାକିସ୍ତାନରୁ ବୋଲି ହେଉଥିବା ଦାବିର ଜବାବ ଦେଇ ଦୀପ୍‌କେ ପୂର୍ୱରୁ ତାଙ୍କ ଫଲୋଅର୍ସ ଆନାଲିଟିକ୍ସର ଏକ ସ୍କ୍ରିନ ରେକର୍ଡିଂ ଶେୟାର କରିଥିଲେ। ସେଥିରୁ ଜଣାପଡ଼ିଥିଲା ଯେ, ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟର ପ୍ରାୟ ୨ କୋଟି ୩ ଲକ୍ଷ ଫଲୋଅର୍ସଙ୍କ ମଧ୍ୟରୁ ପ୍ରାୟ ୯୫ ପ୍ରତିଶତ ଭାରତର ଏବଂ ଏହା ପରେ ଆମେରିକା ଭଳି ଦେଶ ରହିଛନ୍ତି, ଯେଉଁଠାରେ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟ ରୁହନ୍ତି। ସେ କହିଛନ୍ତି, ଏହି ଅନୁଗାମୀମାନଙ୍କ ମଧ୍ୟରୁ ଦୁଇତୃତୀୟାଂଶରୁ ଅଧିକ ହେଉଛନ୍ତି ଜେନ୍‌-ଜି।’ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ତାଙ୍କୁ ସମର୍ଥନ କରି ପହଞ୍ଚତ୍ଥିବା ଯୁବବର୍ଗ ଦେଶରେ ବିକଳ୍ପ ଚାହିଁଲେଣି ବୋଲି ସଦ୍ୟ ଚିତ୍ରରୁ ଅନୁମେୟ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri