ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ ବରଂ ଭାରତୀୟ ଶାସନ ବ୍ୟବସ୍ଥାର ସବୁଠୁ ଶକ୍ତିଶାଳୀ ସାଧନ ମଧ୍ୟରୁ ଗୋଟିଏ। ଏଭଳି ବିସ୍ତାରର ଯଥାର୍ଥତା ରହିଛି। କାରଣ ଆର୍ଥିକ ଅପରାଧ ପ୍ରକ୍ରିୟାରେ ପରିବର୍ତ୍ତନ ଘଟିଛି। ମନିଲଣ୍ଡରିଂ, ସେଲ୍‌ କମ୍ପାନୀ, ଡିଜିଟାଲ କାରବାର, ଅଫ୍‌ଶୋର କ୍ଷେତ୍ରାଧିକାର, ସାଇବର ଠକେଇ ନେଟୱର୍କ ଏବଂ ବର୍ଦ୍ଧିତ କ୍ରିପ୍ଟୋକରେନ୍ସି ଚ୍ୟାନେଲ ମାଧ୍ୟମରେ ଅପରାଧ ବୃଦ୍ଧି ପାଉଛି। ଏହାର ଯାଞ୍ଚ ପାଇଁ ଅଧିକ ତଦନ୍ତକାରୀ, ଆଇନ ବିଶେଷଜ୍ଞ ଏବଂ ପୂର୍ବାପେକ୍ଷା ଅଧିକ ସାଂଗଠନିକ ପରିବେଶ ଆବଶ୍ୟକ। ସେହି ଦୃଷ୍ଟିରୁ ପୁନର୍ଗଠନ ଅନିବାର୍ଯ୍ୟ । ଯଦି ସରକାର ଅର୍ଥନୈତିକ ଅପରାଧର ମୁକାବିଲା ଏବଂ ଅବୈଧ ସମ୍ପତ୍ତି ପୁନରୁଦ୍ଧାର ପାଇଁ ଚିନ୍ତା କରୁଛନ୍ତି, ତେବେ ଇଡି କ୍ଷମତାକୁ ସୁଦୃଢ଼ କରାଯିବା ଦରକାର। ଇଡି ସମର୍ଥକଙ୍କ ମତରେ, ଏହି ଏଜେନ୍ସି ଶକ୍ତିଶାଳୀ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଇଡିର ସମାଲୋଚକଙ୍କ ମତରେ,ଏହା ରାଜନୈତିକ ବିରୋଧୀଙ୍କ ବିରୋଧରେ ଏକ ଅସ୍ତ୍ର ପାଲଟିଯାଇଛି। ଇଡିକୁ ନେଇ ଏଭଳି ସବୁ ଅବଧାରଣା ଯୁକ୍ତିଯୁକ୍ତ ହେଉ କି ନ ହେଉ, ସେସବୁ ସର୍ବସାଧାରଣରେ ଆଲୋଚନାର ବିଷୟ ହୋଇଯାଇଛି। ଏହି ପୁନର୍ଗଠନ କେବଳ ଅଧିକ ପଦବୀ ସୃଷ୍ଟି କରୁନାହିଁ, ବରଂ ଇଡିର ସ୍ଥିତିକୁ ଦୃଢ଼ କରୁଛି। ଆର୍ଥିକ ଅପରାଧ ବୃଦ୍ଧି ପାଉଥିବା ସମୟରେ ଏକ ଶକ୍ତିଶାଳୀ ଇଡି ଆବଶ୍ୟକ ହୋଇପାରେ। କିନ୍ତୁ କେବଳ ଶକ୍ତି କେବେ ବି ଯଥେଷ୍ଟ ନୁହେଁ। ଏହାର କାର୍ଯ୍ୟ ସ୍ବଚ୍ଛ, ସ୍ଥିର ଏବଂ ରାଜନୈତିକ ସନ୍ଦେହ ବାହାରେ ରହିବ ବୋଲି ଆଶା କରାଯିିବା ସ୍ବାଭାବିକ। ବର୍ଦ୍ଧିତ ଶକ୍ତି ପ୍ରୟୋଗ କରି ଇଡି କିପରି ଲୋକଙ୍କ ବିଶ୍ୱାସ ବଜାୟ ରଖିବ ତାହା ହେବ ତା’ ପାଇଁ ପ୍ରକୃତ ଆହ୍ବାନ।
ଦକ୍ଷ ମହିଳା ଅଧିକାରୀ
ହରିୟାଣାରେ ଏକ ସମୟରେ ପ୍ରଥମ ଥର ପାଇଁ ୭ ଜଣ ମହିଳା ଆଇଏଏସ୍‌ ଅଧିକାରୀ ଡେପୁଟି କମିଶନର ଭାବରେ କାର୍ଯ୍ୟ କରୁଛନ୍ତି। ବାବୁମାନଙ୍କ ମତରେ, ଏହା ହେଉଛି ଏକ ଭିନ୍ନ ପ୍ରଶାସନିକ ବ୍ୟବସ୍ଥା। ତଥାପି ସାମାଜିକ ଦୃଷ୍ଟିରୁ ଭାରତର ପୁରୁଷପ୍ରଧାନ ବ୍ୟବସ୍ଥାରେ ଏହା ଏକ ସ୍ପଷ୍ଟ ପରିବର୍ତ୍ତନକୁ ପ୍ରତିଫଳିତ କରେ। କେବଳ ସଂଖ୍ୟାରେ ନୁହେଁ ବରଂ ଜଣେ କେମିତି କାମ କରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ। ଜଣେ ଡେପୁଟି କମିଶନର ଆଇନ ଶୃଙ୍ଖଳା ଏବଂ ଜମି ବିବାଦଠାରୁ ଆରମ୍ଭକରି କଲ୍ୟାଣକାରୀ ସେବା ତଥା ବିପର୍ଯ୍ୟୟ ପରିଚାଳନା ପର୍ଯ୍ୟନ୍ତ ସବୁକିଛି କରନ୍ତି। ମନଦୀପ କୌର ଏବଂ ପ୍ରୀତିଙ୍କ ପରି ଅଧିକାରୀଙ୍କୁ ମହିଳା ସକାଶେ ଏହି ଦାୟିତ୍ୱ ଦିଆଯାଇନାହିଁ, ବରଂ ବ୍ୟବସ୍ଥାରେ ସେମାନେ ଦକ୍ଷତା ବଳରେ ନିଜର ସ୍ଥାନ ହାସଲ କରିଛନ୍ତି। ଗୋଟିଏ ପିଢ଼ି ପୂର୍ବରୁ କ୍ଷେତ୍ରୀୟ ନିଯୁକ୍ତିରେ ମହିଳାଙ୍କ ଏପରି କେନ୍ଦ୍ରୀକରଣ ଅସାଧାରଣ ହୋଇଥାନ୍ତା। ଏବେ ଏହା ସାଧାରଣ ହୋଇଯାଉଛି, ଯାହା ସିଭିଲ ସର୍ଭିସର ବିକାଶର କଥା କହୁଛିି। ମହିଳା ଅଧିକାରୀମାନେ ଆଉ କେବଳ କିଛି ବିଭାଗ ମଧ୍ୟରେ ସୀମିତ ନାହାନ୍ତି କିମ୍ବା ନେତୃତ୍ୱ ଭୂମିକାରେ ସେମାନଙ୍କୁ ପୃଥକ୍‌ ଭାବରେ ଦେଖାଯାଉନାହିଁ। ସେମାନେ ଜିଲା ପ୍ରଶାସନ ପରିଚାଳନା ସହ ଯୋଜନା କାର୍ଯ୍ୟକାରୀ ଏବଂ ଅନେକ ଲକ୍ଷ ଲୋକଙ୍କୁ ସିଧାସଳଖ ପ୍ରଭାବିତ କରୁଥିବା ନୀତି ନିର୍ଦ୍ଧାରଣ କରୁଛନ୍ତି। ତଥାପି ପ୍ରକୃତ ପରୀକ୍ଷା ଏବେ ହରିୟାଣାର ୭ ଜଣ ମହିଳା ଡେପୁଟି କମିଶନର ଏସବୁ କାର୍ଯ୍ୟ କରୁଛନ୍ତି କି ନାହିଁ ତାହା ଉପରେ ହେଉନାହିଁ। ବରଂ ଏବେଠୁ କିଛି ବର୍ଷ ପରେ ଏଭଳି ସଂଖ୍ୟକ ମହିଳାଙ୍କ ନିଯୁକ୍ତିର ଆବଶ୍ୟକତାକୁ ଅନୁଭବ କରାଯିବ କି ନାହିଁ ତାହା ଦେଖିବାକୁ ହେବ। ଯେଉଁଦିନ ଏପରି ନିଯୁକ୍ତି ଖବର ବନ୍ଦ ହୋଇଯିବ, ସେହିଦିନ ପ୍ରକୃତ ସାଙ୍ଗଠନିକ ପରିବର୍ତ୍ତନ ମୂଳପୋଛ ହୋଇଯିବ।
ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ
ମହାରାଷ୍ଟ୍ର କ୍ୟାଡର ଆଇପିଏସ୍‌ ଅଧିକାରୀ ଅବଦୁର ରହମାନ୍‌ଙ୍କ ସ୍ବେଚ୍ଛାକୃତ ଅବସର ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଛନ୍ତି। ଏହା ସ୍ମରଣକରାଇ ଦିଏ ଯେ, ସରକାର ପ୍ରକ୍ରିୟାକୁ ଦଣ୍ଡ ଭାବରେ ବ୍ୟବହାର କରିପାରିବେ ନାହିଁ। ମହାରାଷ୍ଟ୍ର କ୍ୟାଡର୍‌ର ଆଇପିଏସ୍‌ ଅଧିକାରୀ ରହମାନ ନାଗରିକତ୍ୱ (ସଂଶୋଧନ) ଆଇନକୁ ସର୍ବସାଧାରଣରେ ବିରୋଧ କରିବା ଏବଂ ସିଏଏ ବିରୋଧୀ ପ୍ରତିବାଦରେ ଭାଗନେବା ପରେ ସମାଲୋଚନାର ଶିକାର ହୋଇଥିଲା। ସ୍ବେଚ୍ଛାକୃତ ଅବସର ପାଇଁ ତାଙ୍କ ଅନୁରୋଧକୁ କେନ୍ଦ୍ର ପ୍ରତ୍ୟାଖ୍ୟାନ କରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଷୟ ଉଲ୍ଲେଖ କରିଥିଲା। ସୁପ୍ରିମକୋର୍ଟ ଏବେ ସେହି ନିଷ୍ପତ୍ତିରେ ତ୍ରୁଟି ପାଇ କହିଛନ୍ତି ଯେ, ସରକାର ରହମାନଙ୍କ ଅବସରକୁ କାହିଁକି ଅଟକାଇବା ଉଚିତ ତାହା ଯଥାର୍ଥ ଦର୍ଶାଇ ପାରିନାହାନ୍ତି। ରହମାନ ସାର୍ବଜନୀନ ଭାବେ ବିରୋଧ କରିବା ଠିକ୍‌ କି ଭୁଲ୍‌ ତାହା ବଡ଼ କଥା ନୁହେଁ। ହେଲେ ବାବୁମାନେ ରାଜନୈତିକ ନିରପେକ୍ଷତା ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ । ପ୍ରଶ୍ନ ହେଉଛି ଜଣେ ଅଧିକାରୀଙ୍କର ଚାକିରି ଛାଡିବା ଅଧିକାରକୁ ଅସ୍ବୀକାର କରିବା ପାଇଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି କରାଯାଇପାରିବ କି? ଏଠାରେ ସୁପ୍ରିମକୋର୍ଟଙ୍କ ରାୟ ଗୁରୁତ୍ୱପୂର୍ଣ୍ଣ। ସମଗ୍ର ଅମଲାତନ୍ତ୍ରରେ ଅଧିକାରୀମାନେ ପ୍ରାୟତଃ ଅଭିଯୋଗ କରନ୍ତି ଯେ, ତଦନ୍ତ ଅନେକ ବର୍ଷ ଧରି ଲାଗି ରହିଥାଏ ଏବଂ ଉତ୍ତରଦାୟିତ୍ୱ ବଦଳରେ ନିୟନ୍ତ୍ରଣ ପ୍ରକ୍ରିୟାକୁ ଅସ୍ତ୍ର କରାଯାଏ। ଯଦିଓ ସର୍ବୋଚ୍ଚ ନ୍ୟାୟାଳୟ ସରକାରୀ କର୍ମଚାରୀଙ୍କ ପ୍ରତିବାଦକୁ ସମର୍ଥନ କରିନାହାନ୍ତି, ତଥାପି ଏହି ରାୟ ଏକ ମୌଳିକ ଶାସନ ନୀତିକୁ ପୁନଃନିଶ୍ଚିତ କରିଛି ଯେ ଜଣେ ଅଧିକାରୀଙ୍କୁ ଅନିଶ୍ଚିତତାରେ ରଖିବା ପାଇଁ ନିୟମଗୁଡ଼ିକୁ ବାଛି ବାଛି ବ୍ୟବହାର କରାଯାଇପାରିବ ନାହିଁ।

ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ୍‌
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?