ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି ଲଗାତର ୪୩୯୯ ଦିନ କାର୍ଯ୍ୟକାଳ ପୂରଣ କରି ଜବାହରଲାଲ ନେହେରୁଙ୍କ ୪୩୯୮ ଦିନର ରେକର୍ଡକୁ ପଛରେ ପକାଇବାକୁ ଯାଉଛନ୍ତି। ଏଠାରେ ଲଗାତର ଶବ୍ଦର ବ୍ୟବହାର ଅଜବ ଲାଗେ, କାରଣ ଇନ୍ଦିରା ଗାନ୍ଧୀ ପ୍ରାୟ ୬୦୦୦ ଦିନ ପାଇଁ ପ୍ରଧାନମନ୍ତ୍ରୀ ଥିଲେ। ନିଃସନ୍ଦେହ ଯେ, ଆମ ନେତା ମଧ୍ୟ ସମୟକ୍ରମେ ଏହି ସଂଖ୍ୟା ଅତିକ୍ରମ କରିବେ। କୌତୂହଳପୂର୍ଣ୍ଣ କଥା ହେଉଛି, ମାଧବ ଦାବି କରନ୍ତି, ନିଶ୍ଚିତ ରୂପେ ମୋଦି ଭାରତର ସବୁଠାରୁ ପ୍ରଭାବଶାଳୀ ତଥା ସଫଳ ପ୍ରଧାନମନ୍ତ୍ରୀ ଭାବରେ ମନେରହିବେ। କାରଣ ମୋଦି ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ତୃତୀୟ କାର୍ଯ୍ୟକାଳର ମଧ୍ୟଭାଗରେ ଅଛନ୍ତି। ତଥାପି, ଭାରତୀୟ ରାଜନୈତିକ ଦୃଶ୍ୟପଟରେ ତାଙ୍କର ଅଧିକ ପ୍ରାଧାନ୍ୟ ଥିବାବେଳେ ସେ ଅପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି। ଯଦି ସେ ଆଗକୁ ଅନେକ ବର୍ଷ ଦେଶର ନେତୃତ୍ୱ ନିଅନ୍ତି, ତେବେ ନିଶ୍ଚିତ ଭାବରେ ଆହୁରି ରେକର୍ଡ ଭାଙ୍ଗିବେ ବୋଲି ସେ କହିଛନ୍ତି। ହଁ, ଦୀର୍ଘକାଳ କାର୍ଯ୍ୟକାଳ କିମ୍ୱା ଅଧିକ ଦିନ ପଦବୀରେ ରହିବା କେତେକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଶାସନର ସ୍କୋରବୋର୍ଡ ବା ସଫଳତା ତାଲିକାରେ କ’ଣ ଅଛି ତାହା ଦର୍ଶକଙ୍କ ଦୃଷ୍ଟିକୋଣରୁ ପ୍ରାସଙ୍ଗିକ ହୋଇଥାଏ। ଏଠାରେ ସମସ୍ୟା ହେଉଛି, ଦୀର୍ଘ କାର୍ଯ୍ୟକାଳକୁ ଦେଖିଲେ ତଥ୍ୟ ସ୍ପଷ୍ଟ ନୁହେଁ। ମାଧବ କୁହନ୍ତି, ମୋଦିଙ୍କ ସଫଳତା ମଧ୍ୟରୁ ଗୋଟିଏ ହେଉଛି ଗତ ଏକ ଦଶନ୍ଧିରେ ଭାରତର ଜିଡିପି ଦୁଇଗୁଣ ହୋଇଛି। କିନ୍ତୁ ସ୍ୱାଧୀନତା ପରଠାରୁ ଏହା ପ୍ରତ୍ୟେକ ଦଶନ୍ଧିରେ ଦ୍ୱିଗୁଣିତ ହୋଇଆସିଛି; ନିଶ୍ଚିତ ଭାବରେ ଏହା ୧୯୬୦ ପରଠାରୁ ହୋଇଛି (ସେହି ସମୟରୁ ବିଶ୍ୱ ବ୍ୟାଙ୍କ ତଥ୍ୟ ଅଛି)। ଆଉ କ’ଣ ବା କୁହାଯାଇପାରେ? ମାଧବ କୁହନ୍ତି, ବୈଦେଶିକ ନୀତିରେ ମୋଦି ଏକ ଗୌରବମୟ ଇତିହାସ ରଚିଛନ୍ତି। ହେଲେ ଏହା କିପରି ହୋଇଛି ତାହା ଆମେ ଜାଣୁ ନାହୁଁ। ବିଶ୍ୱରେ ଘଟୁଥିବା ଘଟଣାକୁ ଦେଖିଲେ, ନିଷ୍କର୍ଷରେ ପହଞ୍ଚିବା ଯେ ଭାରତରେ ଅସଙ୍ଗତି ରହିଛି ଏବଂ ଠିକ୍‌ ଭାବରେ ଅଭିଯୋଗ କରାଯାଇପାରେ ଯେ ଏହା ପ୍ରାୟତଃ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଗୋଡାଣିଆ ହୋଇଛି। ଆଜି ସେ ବିଷୟକୁ ଯିବା ନାହିଁ।
ତେବେ ମୁଖ୍ୟ ପ୍ରଶ୍ନ ହେଉଛି, ମୋଦି ଚାଲିଯିବା ପରେ ଛଅ ଦଶନ୍ଧି ଧରି ତାଙ୍କୁ କିପରି ଲୋକେ ମନେରଖିବେ? ନେହେରୁଙ୍କ ମୃତ୍ୟୁର ୬୨ ବର୍ଷ ପରେ ତାଙ୍କ ବିଷୟରେ ଏବେ ଆମେ ଯେପରି କହୁଛୁ ଏବଂ ଲେଖୁଛୁ, ୨୦୮୬ ମସିହାରେ ଭାରତରେ ମୋଦିଙ୍କ ବିଷୟରେ ଲୋକମାନେ କ’ଣ ଲେଖୁଥିବେ ଏବଂ କହୁଥିବେ? ମୋର ବିଚାର ହେଉଛି, ଆମେ (ଆମ ମଧ୍ୟରୁ ଯେଉଁମାନେ ସେତେବେଳୁ ଏବେଯାଏ ଅଛୁ ଏବଂ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି) ହୁଏତ ମୋଦିଙ୍କ ବିଷୟରେ ଆଦୌ କିଛି କହୁନାହୁଁ। କାରଣ କୌଣସି ବିଷୟ, ଲୋକ ଏବଂ ଘଟଣାଗୁଡ଼ିକ ସମୟକ୍ରମେ ଶୀଘ୍ର ଫିକା ପଡ଼ିଯାଏ। ଗାଭାସ୍କରଙ୍କ ଜାଗା ତେନ୍ଦୁଲକର ନେଲେ ଏବଂ ତାଙ୍କ ସ୍ଥାନ ପୂରଣ କଲେ କୋହଲି, ଯାହାଙ୍କ ସ୍ଥାନ ନେଇଛନ୍ତି ବୈଭବ। ସବୁବେଳେ ଏକ ଚମକପ୍ରଦ ନୂତନ ବିଷୟ ସାମ୍ନାକୁ ଆସେ ଏବଂ ନୂଆ ପିଢ଼ିର ତାରକାମାନେ ପୂର୍ୱ ବିଷୟ ତୁଳନାରେ ଅଧିକ ସକ୍ରିୟ ଓ ତୀବ୍ର ହୋଇଥାନ୍ତି। ଯଦି ଏହା ସତ୍ୟ, ତେବେ ନେହେରୁ କାହିଁକି କ୍ଷୀଣ ହୋଇନାହାନ୍ତି ଏବଂ ମାଧବଙ୍କ ସହ ଆମ ଭଳି ଏବର ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସକମାନେ ଜବାହରଲାଲ ସ୍ୱର୍ଗକୁ ଯିବାର ଅନେକ ଦିନ ପରେ ମଧ୍ୟ ତାଙ୍କୁ କାହିଁକି ସମାଧିରୁ ବାହାର କରୁଛୁ? ନେହେରୁ ଏବେ ମଧ୍ୟ ଆମ ସହିତ ଅଛନ୍ତି। ଏହାର କାରଣ ହେଉଛି ତାଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ। ପ୍ରଥମଟି ହେଉଛି ସେ କଳ୍ପନା କରିଥିବା ସମସ୍ତ ପ୍ରକାରର ଶିକ୍ଷାଗତ, ବୈଜ୍ଞାନିକ, ସାଂସ୍କୃତିକ, ଚିକିତ୍ସା ପ୍ରତିଷ୍ଠାନ ସବୁ ନିର୍ମାଣ କରିଥିଲେ। ଏହି ସଫଳତା ଆମ ଦେଶରେ ଏବଂ ବିଶ୍ୱରେ ବିରଳ। ମୋଦି କଳ୍ପନା ଏବଂ କାର୍ଯ୍ୟକାରୀ କରିଥିବା ବିଷୟଗୁଡ଼ିକ ସହିତ ନେହେରୁ ନିର୍ମାଣ କରିଥିବା ପ୍ରକଳ୍ପଗୁଡ଼ିକର ତୁଳନା କରନ୍ତୁ। କୌଣସି ଗୋଟିଏ ବି ଉଦାହରଣ ଦେବା କଷ୍ଟକର। ଭାରତର ଭବିଷ୍ୟତ ପାଇଁ ମୋଦି ଉପହାର ଦେଇଥିବା ନୀତି ଆୟୋଗକୁ ଛାଡ଼ିଦେଲେ ଆଉ କ’ଣ ଦେଇଛନ୍ତି? ତାହା କହିବା କଷ୍ଟକର। ନେହେରୁ ତାଙ୍କ ହାତଗଢ଼ା ଅନୁଷ୍ଠାନଗୁଡ଼ିକ ଭଳି ଆମ ପାଇଁ ଯେଉଁ ଦ୍ୱିତୀୟ ବିଷୟ ଛାଡ଼ିଯାଇଛନ୍ତି ତାହା ମଧ୍ୟ ଆମ ଚାରିପାଖରେ ଅଛି, ଯାହାକୁ ଭାରତର ସିଦ୍ଧାନ୍ତ କୁହାଯାଏ। ଅର୍ଥାତ୍‌ ଧର୍ମ, ସଂସ୍କୃତି ଓ ବିଚାରକୁ ନେଇ ଏକ ବହୁବିଧ ସମାଜ, ଯାହା ଆଧୁନିକତାର ପଥରେ ଅଗ୍ରସର ହେଉଛି।
ଏଠାରେ ଆମେ ସ୍ୱୀକାର କରିପାରିବା, ମୋଦି ଏକ ପରିବର୍ତ୍ତନ ଆଣିଛନ୍ତି ଏବଂ ଅତୀତକୁ ଏପରି ଭାବରେ ପୃଥକ କରିଛନ୍ତି, ଯାହା ତାଙ୍କ ଅସ୍ତିତ୍ୱହୀନ ସଂସ୍ଥାଗୁଡ଼ିକ ତୁଳନାରେ ଦୀର୍ଘସ୍ଥାୟୀ ହୋଇପାରେ। ମାଧବ ଶେଷରେ ଲେଖିଛନ୍ତି, ”କେବଳ ସଂଖ୍ୟା ମୋଦିଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରେ ନାହିଁ। ବିଶ୍ୱର ସର୍ୱବୃହତ୍‌ ଗଣତନ୍ତ୍ରର ନେତା ଭାବରେ ସେ ଯେଉଁ ଶାସନ ଗୁଣବତ୍ତା, ଆଦର୍ଶଗତ ଦୃଷ୍ଟିକୋଣ ଏବଂ ପ୍ରଭାବଶାଳୀ ବିକାଶ ଏଜେଣ୍ଡା ଆଣିଛନ୍ତି ତାହା ତାଙ୍କୁ ଭାରତୀୟ ରାଜନୀତିର ଉଜ୍ଜ୍ୱଳ ନକ୍ଷତ୍ର ଭାବେ ସ୍ଥାନ ଦେଇଛି।“ ଆମ ଦେଖୁଥିବା ଭାରତରେ ପୃଥକୀକରଣ ଓ ନିର୍ଯାତନାର ଆଇନ ଏବଂ ନୀତିଗୁଡ଼ିକ ତାଙ୍କୁ ଉଜ୍ଜ୍ୱଳ ତାରକା କରିଛି। ବୁଲଡୋଜର, ଭିଡ଼ହତ୍ୟା, ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌)ଭଳି ଆହୁରି ଅନେକ ବିଷୟ ଅଛି, ଯାହାର ଅଧିକାଂଶ ନିଶ୍ଚିତ ଭାବରେ ନୂଆ ନ ହେଲେ ବି ତୀବ୍ରତା ନୂଆ ଏବଂ ଏହା ଭାରତକୁ ମୋଦିଙ୍କ ଉପହାର। ଆମେ ଯାହା ଅନୁଭବ କରିଛୁ ତାହା ୨୦୮୬ ପର୍ଯ୍ୟନ୍ତ ରହିବ କି ନାହିଁ ନିିଶ୍ଚିତ ନୁହେଁ। ଆଶା କରାଯାଏ ଏହା ନ ହେଉ। କିନ୍ତୁ ତାହା ପରେ ଏହା ମୋ ପାଇଁ ଅପ୍ରାସଙ୍ଗିକ, କାରଣ ମୁଁ ଏହାକୁ ଦେଖିବା ପାଇଁ ରହି ନ ଥିବି। ମୋର ଅନୁମାନ, ଗତ ୧୨ ବର୍ଷ ମଧ୍ୟରେ ମୋଦି ଛାଡ଼ିଯାଇଥିବା ପ୍ରମାଣ ଆଧାରିତ ବିଷୟଗୁଡ଼ିକ ଯଦି ଆଉ ଏକ ଦଶନ୍ଧି କିମ୍ୱା ତା’ଠାରୁ ଅଧିକ ସମୟ ପାଇଁ ଜାରି ରହେ କିମ୍ୱା ଆହୁରି ଛଅ ଦଶନ୍ଧି ଧରି ଲାଗିରହେ, ତେବେ ମୋଦିଙ୍କୁ ପ୍ରକୃତରେ ସମସ୍ତେ ମନେରଖିବେ, ହୁଏତ ମାଧବ ଯେଉଁ କାରଣ ପାଇଁ ଚାହଁୁଛନ୍ତି ସେଥିପାଇଁ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

ପରିଚୟ ଖୋଜୁଛି ଭଦ୍ରକ ଗୁଡ଼

ଉପକୂଳ ଓଡ଼ିଶାରେ ଆଖୁଚାଷ କହିଲେ ଭଦ୍ରକ ଆଖୁକୁ ବୁଝାଏ। ଭଦ୍ରକ ଗୁଡ଼ର ବି ସେତିକି ଚାହିଦା ଥିଲା। ା ଯାଜପୁର, ବାଲେଶ୍ୱର,କେନ୍ଦୁଝରକୁ ଭଦ୍ରକ ଗୁଡ଼ ରପତ୍ାନି ହୁଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri