ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ ଥିଲେ ସୁଦ୍ଧା ଏହାକୁ ୨୦୦୦ ମସିହା ପୂର୍ବରୁ ଚାରିଟି ମହାସାଗର ଯଥା: ପ୍ରଶାନ୍ତ ମହାସାଗର, ଆଟ୍‌ଲାଣ୍ଟିକ୍‌ ମହାସାଗର, ଭାରତୀୟ ମହାସାଗର ଓ ଆଣ୍ଟାର୍କଟିକା ମହାସାଗରରେ ବିଭକ୍ତ କରାଯାଇଥିଲା। ବର୍ତ୍ତମାନ ଗୋଟିଏ ନୂତନ ମହାସାଗର ‘ଦକ୍ଷିଣ ମହାସାଗର’ର ସୀମା ନିର୍ଦ୍ଧାରଣ କରାଯାଇଛି। ଏହା ଆଣ୍ଟାର୍କଟିକା ମହାଦେଶକୁ ଘେରି ରହିଛି ଏବଂ ୬୦ ଡିଗ୍ରୀ ଅକ୍ଷାଂଶ ପର୍ଯ୍ୟନ୍ତ ବ୍ୟାପିଛି। ଏହା ବ୍ୟତୀତ ଅନେକ ସାଗର ଓ ଉପସାଗରକୁ ଚିହ୍ନଟ କରାଯାଇ ନାମକରଣ କରାଯାଇଛି।
ପୃଥିବୀରେ ଜୀବଜଗତର ଉଦ୍ଭବ ଓ ବୃଦ୍ଧିରେ ସାଗର ଓ ମହାସାଗରଗୁଡ଼ିକର ଅନନ୍ୟ ଅବଦାନ ରହିଛି। ପୃଥିବୀ ବ୍ୟତୀତ ଅନ୍ୟ କେଉଁ ଗ୍ରହ କିମ୍ବା ଉପଗ୍ରହରେ ଜଳୀୟ ସାଗର ଆବିଷ୍କୃତ ହୋଇନାହିଁ। ସାଗରରେ ପ୍ରଥମେ ଜୀବ ସୃଷ୍ଟି ହୋଇ ବିବର୍ତ୍ତନ ପ୍ରକ୍ରିୟାରେ ପୃଥିବୀରେ ଜୀବଜଗତ ଗଢ଼ି ଉଠିଛି।
ପୃଥିବୀର ବାୟୁମଣ୍ଡଳରେ ଥିବା ଅମ୍ଳଜାନର ଅର୍ଦ୍ଧାଧିକ ସାଗର ଦେଇଥାଏ। ପୁନଶ୍ଚ ଆମେ ବାୟୁମଣ୍ଡଳକୁ ନିର୍ଗତ କରୁଥିବା ଅଧିକାଂଶ ଅଙ୍ଗାରକାମ୍ଳକୁ ଏହା ଶୋଷଣ କରିଥାଏ। ଫଳରେ ଏହା ପୃଥିବୀର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ। ଅବଶ୍ୟ ବିଗତ କେତେବର୍ଷରେ ଆମେ କଳକାରଖାନାରୁ ଏତେ ଅଧିକ ପରିମାଣରେ ଅଙ୍ଗାରକାମ୍ଳ ନିର୍ଗତ କରୁଛେ ଯେ, ବାୟୁମଣ୍ଡଳରେ ଏହାର ପରିମାଣ ବୃଦ୍ଧି ପାଇ ପୃଥିବୀର ତାପମାତ୍ରା ବଢ଼ୁଛି।
ସାଗର ହେଉଛି ପୃଥିବୀର ଅଧିକାଂଶ ଜୈବ ବିବିଧତାର ଆବାସସ୍ଥଳ। ପୃଥିବୀର ସାଗରଗୁଡ଼ିକ ଉପରେ ତିନିଶହ କୋଟିରୁ ଅଧିକ ଲୋକ ନିଜର ଜୀବିକା ପାଇଁ ନିର୍ଭର କରିଥାଆନ୍ତି। ପୃଥିବୀର ମୋଟ ବାଣିଜ୍ୟ କାରବାରରେ ନବେ ପ୍ରତିଶତରୁ ଅଧିକ ସାମଗ୍ରୀ ସାଗର ଦେଇ ପରିବହନ କରାଯାଇଥାଏ। ସାଗର ଜଳରୁ ଖାଇବା ଲୁଣ ସମେତ ଅନେକ ପ୍ରକାର ଲବଣ ସଂଗ୍ରହ କରାଯାଏ। ପୃଥିବୀରେ ଜଳଚକ୍ରର ମୁଖ୍ୟ କାରକ ହେଉଛି ସାଗର। ଏହାର ଜଳ ବାଷ୍ପୀଭୂତ ହୋଇ ବାୟୁମଣ୍ଡଳକୁ ଯାଏ ଏବଂ ବର୍ଷା ଆକାରରେ ପୃଥିବୀରେ ପଡ଼େ। ସବୁଜଗୃହ ଗ୍ୟାସ୍‌ ଦ୍ୱାରା ଉତ୍ପନ୍ନ ହେଉଥିବା ଉତ୍ତାପର ନବେ ପ୍ରତିଶତରୁ ଅଧିକ ସାଗର ଶୋଷଣ କରିଥାଏ।
ସମୁଦ୍ର ଶଯ୍ୟା ତଳେ ପ୍ରଚୁର ପରିମାଣର ପେଟ୍ରୋଲିୟମ ତୈଳ ଓ ପ୍ରାକୃତିକ ଗ୍ୟାସ ଅଛି। ଏହାକୁ ଉତ୍ତୋଳନ କରି ଆମର ଶକ୍ତି ସମସ୍ୟାର ସମାଧାନ କରାଯାଉଛି। ପୁନଶ୍ଚ ସମୁଦ୍ର ଶଯ୍ୟା ତଳେ ପ୍ରଚୁର ପରିମାଣର ମିଥେନ ହାଇଡ୍ରେଟ ଚିହ୍ନଟ କରାଯାଇଛି। ଏହାକୁ ସଂଗ୍ରହ କରି ଇନ୍ଧନ ଭାବେ ବ୍ୟବହାର କରିବା ପାଇଁ ଗବେଷଣା ଚାଲିଛି। ଏହା ସଫଳ ହୋଇପାରିଲେ ଏହା ଶକ୍ତିର ଗୋଟିଏ ବଡ଼ ଉତ୍ସ ଭାବେ ପରିଗଣିତ ହେବ।
ଏତଦ୍‌ବ୍ୟତୀତ ସମୁଦ୍ର ଶଯ୍ୟାତଳେ ଅନେକ ପ୍ରକାର ଖଣିଜ ପଦାର୍ଥ ଅଛି। ଏହାକୁ ଉତ୍ତୋଳନ କରିବା ପାଇଁ ଚେଷ୍ଟା ଚାଲିଛି। ଆସନ୍ତା ଦଶନ୍ଧିରେ ସାଗର ଓ ମହାସାଗରଗୁଡ଼ିକ ଆମ ଅର୍ଥନୀତିର ଏକ ମୁଖ୍ୟ ଅଙ୍ଗ ହେବାର ଆଶା କରାଯାଉଛି। ଏହାକୁ ନୀଳ ଅର୍ଥନୀତି ଭାବେ ଦର୍ଶାଯାଉଛି।
ସାଗର ଓ ମହାସାଗରରୁ ଆମେ ଅନେକ ଉପକାର ପାଉଥିଲେ ମଧ୍ୟ ମନୁଷ୍ୟକୃତ ପ୍ରଦୂଷଣରୁ ଏହା ମୁକ୍ତ ହୋଇନାହିଁ। ସମୁଦ୍ର ବେଳାଭୂମି ଓ ଜାହାଜଗୁଡ଼ିକରୁ ସମୁଦ୍ରକୁ ଫିଙ୍ଗା ଯାଉଥିବା ପ୍ଲାଷ୍ଟିକ୍‌ ପଦାର୍ଥ ସାମୁଦ୍ରିକ ଜୀବ ପ୍ରତି ବିପଦ ସୃଷ୍ଟି କରିଛି। ପ୍ଲାଷ୍ଟିକ୍‌ ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ପ୍ରାୟ ଦଶ ଲକ୍ଷ ସାମୁଦ୍ରିକ ପକ୍ଷୀ ଓ ଏକ ଲକ୍ଷ ସାମୁଦ୍ରିକ ଜୀବ ପ୍ରଭାବିତ ହେଉଛନ୍ତି। ତୈଳବାହୀ ଜାହାଜ ଦୁର୍ଘଟଣା ଯୋଗୁ ଅନେକ ପେଟ୍ରୋଲିୟମ ପଦାର୍ଥ ସମୁଦ୍ର ଜଳରେ ମିଶି ସାମୁଦ୍ରିକ ଜୀବଗୁଡ଼ିକ ପାଇଁ ବିପଦର କାରଣ ହୋଇଛି। ଯୁଦ୍ଧ ସମୟରେ ଅନେକ କ୍ଷେପଣାସ୍ତ୍ର ସମୁଦ୍ରରେ ପଡ଼ି ଏହାକୁ ପ୍ରଦୂଷଣ କରୁଛି।
ମନୁଷ୍ୟସମାଜ ପ୍ରତି ମହାସାଗରର ଅବଦାନ ଏବଂ ଏହାର ପ୍ରଦୂଷଣ ନିୟନ୍ତ୍ରଣ ନିମିତ୍ତ ଜନସଚେତନତା ସୃଷ୍ଟି କରିବା ପାଇଁ ମିଳିତ ଜାତିସଂଘ ଜୁନ୍‌ ୮ ତାରିଖକୁ ‘ବିଶ୍ୱ ମହାସାଗର ଦିବସ’ ଭାବେ ପାଳନ କରୁଛି। ୨୦୦୯ରୁ ଏହା ପାଳନ କରାଯାଉଛି ଏବଂ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ବିଷୟ ନିର୍ବାଚନ କରାଯାଇ ତାହା ଉପରେ ଆଲୋଚନା ହେଉଛି। ଚଳିତ ବର୍ଷର ବିଷୟ ହେଉଛି ‘ଆମ ନୀଳଗ୍ରହ ପାଇଁ ଦୃଢ଼ ସାମୁଦ୍ରିକ ସୁରକ୍ଷିତ ଅଞ୍ଚଳ’। ସାମୁଦ୍ରିକ ସୁରକ୍ଷିତ ଅଞ୍ଚଳରେ ଜୈବ ବିବିଧତାର ସଂରକ୍ଷଣ ପାଇଁ ମନୁଷ୍ୟର କାର୍ଯ୍ୟକଳାପକୁ ବିଭିନ୍ନ ଆଇନ ଦ୍ୱାରା ନିୟନ୍ତ୍ରଣ କରାଯାଇଥାଏ। ଏଣୁ ଏହିସବୁ ଅଞ୍ଚଳର ବିସ୍ତାର କରି ଆମର ଭବିଷ୍ୟତ ବଂଶଧରମାନଙ୍କ ପାଇଁ ଉତ୍ତମ ସାମୁଦ୍ରିକ ବାସସ୍ଥାନର ବ୍ୟବସ୍ଥା କରିବା ହେଉଛି ଆମ ସମସ୍ତଙ୍କର କର୍ତ୍ତବ୍ୟ।

ଇଂ ମାୟାଧର ସ୍ବାଇଁ

ଲକ୍ଷ୍ମୀବିହାର ଫେଜ୍‌-୧, ଭୁବନେଶ୍ୱର
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

Watch: ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଭାଙ୍ଗଡ଼ା ନାଚିଲେ ଈଶାନ କିଶନ, କିନ୍ତୁ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୯: ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଦୁଲିପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଡ୍ର’ରେ ଶେଷ ହେବା ପରେ ‘ଇଷ୍ଟ ଜୋନ’ (East Zone) ଚାମ୍ପିୟନ…

ହିଟ୍‌ମ୍ୟାନ୍‌ଙ୍କ ଟି-ଶର୍ଟକୁ ନେଇ ବଢୁଛି ଚର୍ଚ୍ଚା: କାହାକୁ ନେଇ କଲେ ଏମିତି କଟାକ୍ଷ, ଜାଣନ୍ତୁ

ନୂଆଦିଲ୍ଲୀ,୧୦।୮: ଆଜିକାଲି ସୋସିଆଲ ମିଡିଆରେ ରୋହିତ ଶର୍ମାଙ୍କ ଏକ ଟି-ଶର୍ଟ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଲୋକମାନେ ଏହାକୁ ଅଜିତ ଅଗରକରଙ୍କ ସହ ଯୋଡ଼ି ଦେଖୁଛନ୍ତି। ସୋନି…

ପାକିସ୍ତାନକୁ ଧୂଳି ଚଟେଇଲା ଭାରତ: ଏସିଆ କପ୍‌ରେ ଏକପାଖିଆ ବିଜୟ

ନୂଆଦିଲ୍ଲୀ,୧୦।୯: କ୍ରିକେଟ୍‌ରେ ସଫଳତା ପରେ ଭାରତର ଝିଅମାନେ ଏବେ ହକିରେ ମଧ୍ୟ ପାକିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ କରିଛନ୍ତି। ମଙ୍ଗୋଲିଆରେ ଚାଲିଥିବା ମହିଳା ଜୁନିୟର ଏସିଆ କପ୍‌ରେ…

ଓଡ଼ିଶା, ଆଇଏଚ୍‌ସି, ଆଦାନୀ ମଧ୍ୟରେ ୧୪ ନୂଆ ପ୍ରକଳ୍ପ ପାଇଁ ଏମ୍‌ଓୟୁ

ଭୁବନେଶ୍ୱର, ୧୦।୯(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ଦ୍ୱିତୀୟ ଦିନରେ ଓଡ଼ିଶା ବୈଦେଶିକ ନିବେଶ କ୍ଷେତ୍ରରେ ଏକ ବିରାଟ ସଫଳତା ହାସଲ କରିଛି।…

ଦୁର୍ଲଭ ସଂଯୋଗର ଚମକିବ ୪ ରାଶିର ମହିଳାଙ୍କ ଭାଗ୍ୟ! ଧନବର୍ଷା ସହ ଖୋଲିବ ସୌଭାଗ୍ୟର ଦ୍ୱାର, ଜାଣନ୍ତୁ ସେହି ରାଶି କିଏ…

ଏଥର ହରତାଳିକା ତୀଜ ଓ ଗଣେଶ ଚତୁର୍ଥୀର ସଂଯୋଗକୁ ଧାର୍ମିକ ଦୃଷ୍ଟିରୁ ବେଶ ବିଶେଷ ମନେ କରାଯାଉଛି। ହିନ୍ଦୁ ଧର୍ମରେ ଉଭୟ ପର୍ବର ରହିଛି ବିଶେଷ ମହତ୍ତ୍ୱ।…

ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ

ଖୋର୍ଦ୍ଧା,୧୦ା୯(ପ୍ରଭାତ ପାଣିଗ୍ରାହୀ): ଏମ୍‌ଏସ୍‌ଏମ୍‌ଇ ବିଭାଗର କମିଶନର-କମ୍‌-ସଚିବ ତଥା ଇଲେକ୍ଟୋରାଲ ରୋଲ ପର୍ଯ୍ୟବେକ୍ଷକ ରଶ୍ମିତା ପଣ୍ଡା, ଖୋର୍ଦ୍ଧା ଜିଲାକୁ ଦ୍ୱିତୀୟ ଥର ଗସ୍ତରେ ଆସି ଏସ୍‌ଆଇଆର ସମ୍ପର୍କିତ କାର୍ଯ୍ୟର…

ସରକାରଙ୍କ ବଡ ଘୋଷଣା: ପ୍ରତ୍ୟେକ ମହିଳାଙ୍କୁ ମିଳିବ ୧ ଲକ୍ଷ ଟଙ୍କା

ଲକ୍ଷ୍ନୌ,୧୦।୯: ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବହୁତ କମ ସମୟ ବାକି ଅଛି। ଫଳସ୍ବରୂପ ଭାଜପା ସମେତ ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରସ୍ତୁତିକୁ…

ବାଇକ୍‌ରେ ମଦ ଲଦି ଏ ଦୋକାନରୁ ସେ ଦୋକାନକୁ ଚାଲାଣ

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଯୁବକମାନେ ବାଇକ୍‌ରେ ଲଦି ମଦକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri