ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ ଥିଲେ ସୁଦ୍ଧା ଏହାକୁ ୨୦୦୦ ମସିହା ପୂର୍ବରୁ ଚାରିଟି ମହାସାଗର ଯଥା: ପ୍ରଶାନ୍ତ ମହାସାଗର, ଆଟ୍‌ଲାଣ୍ଟିକ୍‌ ମହାସାଗର, ଭାରତୀୟ ମହାସାଗର ଓ ଆଣ୍ଟାର୍କଟିକା ମହାସାଗରରେ ବିଭକ୍ତ କରାଯାଇଥିଲା। ବର୍ତ୍ତମାନ ଗୋଟିଏ ନୂତନ ମହାସାଗର ‘ଦକ୍ଷିଣ ମହାସାଗର’ର ସୀମା ନିର୍ଦ୍ଧାରଣ କରାଯାଇଛି। ଏହା ଆଣ୍ଟାର୍କଟିକା ମହାଦେଶକୁ ଘେରି ରହିଛି ଏବଂ ୬୦ ଡିଗ୍ରୀ ଅକ୍ଷାଂଶ ପର୍ଯ୍ୟନ୍ତ ବ୍ୟାପିଛି। ଏହା ବ୍ୟତୀତ ଅନେକ ସାଗର ଓ ଉପସାଗରକୁ ଚିହ୍ନଟ କରାଯାଇ ନାମକରଣ କରାଯାଇଛି।
ପୃଥିବୀରେ ଜୀବଜଗତର ଉଦ୍ଭବ ଓ ବୃଦ୍ଧିରେ ସାଗର ଓ ମହାସାଗରଗୁଡ଼ିକର ଅନନ୍ୟ ଅବଦାନ ରହିଛି। ପୃଥିବୀ ବ୍ୟତୀତ ଅନ୍ୟ କେଉଁ ଗ୍ରହ କିମ୍ବା ଉପଗ୍ରହରେ ଜଳୀୟ ସାଗର ଆବିଷ୍କୃତ ହୋଇନାହିଁ। ସାଗରରେ ପ୍ରଥମେ ଜୀବ ସୃଷ୍ଟି ହୋଇ ବିବର୍ତ୍ତନ ପ୍ରକ୍ରିୟାରେ ପୃଥିବୀରେ ଜୀବଜଗତ ଗଢ଼ି ଉଠିଛି।
ପୃଥିବୀର ବାୟୁମଣ୍ଡଳରେ ଥିବା ଅମ୍ଳଜାନର ଅର୍ଦ୍ଧାଧିକ ସାଗର ଦେଇଥାଏ। ପୁନଶ୍ଚ ଆମେ ବାୟୁମଣ୍ଡଳକୁ ନିର୍ଗତ କରୁଥିବା ଅଧିକାଂଶ ଅଙ୍ଗାରକାମ୍ଳକୁ ଏହା ଶୋଷଣ କରିଥାଏ। ଫଳରେ ଏହା ପୃଥିବୀର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ। ଅବଶ୍ୟ ବିଗତ କେତେବର୍ଷରେ ଆମେ କଳକାରଖାନାରୁ ଏତେ ଅଧିକ ପରିମାଣରେ ଅଙ୍ଗାରକାମ୍ଳ ନିର୍ଗତ କରୁଛେ ଯେ, ବାୟୁମଣ୍ଡଳରେ ଏହାର ପରିମାଣ ବୃଦ୍ଧି ପାଇ ପୃଥିବୀର ତାପମାତ୍ରା ବଢ଼ୁଛି।
ସାଗର ହେଉଛି ପୃଥିବୀର ଅଧିକାଂଶ ଜୈବ ବିବିଧତାର ଆବାସସ୍ଥଳ। ପୃଥିବୀର ସାଗରଗୁଡ଼ିକ ଉପରେ ତିନିଶହ କୋଟିରୁ ଅଧିକ ଲୋକ ନିଜର ଜୀବିକା ପାଇଁ ନିର୍ଭର କରିଥାଆନ୍ତି। ପୃଥିବୀର ମୋଟ ବାଣିଜ୍ୟ କାରବାରରେ ନବେ ପ୍ରତିଶତରୁ ଅଧିକ ସାମଗ୍ରୀ ସାଗର ଦେଇ ପରିବହନ କରାଯାଇଥାଏ। ସାଗର ଜଳରୁ ଖାଇବା ଲୁଣ ସମେତ ଅନେକ ପ୍ରକାର ଲବଣ ସଂଗ୍ରହ କରାଯାଏ। ପୃଥିବୀରେ ଜଳଚକ୍ରର ମୁଖ୍ୟ କାରକ ହେଉଛି ସାଗର। ଏହାର ଜଳ ବାଷ୍ପୀଭୂତ ହୋଇ ବାୟୁମଣ୍ଡଳକୁ ଯାଏ ଏବଂ ବର୍ଷା ଆକାରରେ ପୃଥିବୀରେ ପଡ଼େ। ସବୁଜଗୃହ ଗ୍ୟାସ୍‌ ଦ୍ୱାରା ଉତ୍ପନ୍ନ ହେଉଥିବା ଉତ୍ତାପର ନବେ ପ୍ରତିଶତରୁ ଅଧିକ ସାଗର ଶୋଷଣ କରିଥାଏ।
ସମୁଦ୍ର ଶଯ୍ୟା ତଳେ ପ୍ରଚୁର ପରିମାଣର ପେଟ୍ରୋଲିୟମ ତୈଳ ଓ ପ୍ରାକୃତିକ ଗ୍ୟାସ ଅଛି। ଏହାକୁ ଉତ୍ତୋଳନ କରି ଆମର ଶକ୍ତି ସମସ୍ୟାର ସମାଧାନ କରାଯାଉଛି। ପୁନଶ୍ଚ ସମୁଦ୍ର ଶଯ୍ୟା ତଳେ ପ୍ରଚୁର ପରିମାଣର ମିଥେନ ହାଇଡ୍ରେଟ ଚିହ୍ନଟ କରାଯାଇଛି। ଏହାକୁ ସଂଗ୍ରହ କରି ଇନ୍ଧନ ଭାବେ ବ୍ୟବହାର କରିବା ପାଇଁ ଗବେଷଣା ଚାଲିଛି। ଏହା ସଫଳ ହୋଇପାରିଲେ ଏହା ଶକ୍ତିର ଗୋଟିଏ ବଡ଼ ଉତ୍ସ ଭାବେ ପରିଗଣିତ ହେବ।
ଏତଦ୍‌ବ୍ୟତୀତ ସମୁଦ୍ର ଶଯ୍ୟାତଳେ ଅନେକ ପ୍ରକାର ଖଣିଜ ପଦାର୍ଥ ଅଛି। ଏହାକୁ ଉତ୍ତୋଳନ କରିବା ପାଇଁ ଚେଷ୍ଟା ଚାଲିଛି। ଆସନ୍ତା ଦଶନ୍ଧିରେ ସାଗର ଓ ମହାସାଗରଗୁଡ଼ିକ ଆମ ଅର୍ଥନୀତିର ଏକ ମୁଖ୍ୟ ଅଙ୍ଗ ହେବାର ଆଶା କରାଯାଉଛି। ଏହାକୁ ନୀଳ ଅର୍ଥନୀତି ଭାବେ ଦର୍ଶାଯାଉଛି।
ସାଗର ଓ ମହାସାଗରରୁ ଆମେ ଅନେକ ଉପକାର ପାଉଥିଲେ ମଧ୍ୟ ମନୁଷ୍ୟକୃତ ପ୍ରଦୂଷଣରୁ ଏହା ମୁକ୍ତ ହୋଇନାହିଁ। ସମୁଦ୍ର ବେଳାଭୂମି ଓ ଜାହାଜଗୁଡ଼ିକରୁ ସମୁଦ୍ରକୁ ଫିଙ୍ଗା ଯାଉଥିବା ପ୍ଲାଷ୍ଟିକ୍‌ ପଦାର୍ଥ ସାମୁଦ୍ରିକ ଜୀବ ପ୍ରତି ବିପଦ ସୃଷ୍ଟି କରିଛି। ପ୍ଲାଷ୍ଟିକ୍‌ ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ପ୍ରାୟ ଦଶ ଲକ୍ଷ ସାମୁଦ୍ରିକ ପକ୍ଷୀ ଓ ଏକ ଲକ୍ଷ ସାମୁଦ୍ରିକ ଜୀବ ପ୍ରଭାବିତ ହେଉଛନ୍ତି। ତୈଳବାହୀ ଜାହାଜ ଦୁର୍ଘଟଣା ଯୋଗୁ ଅନେକ ପେଟ୍ରୋଲିୟମ ପଦାର୍ଥ ସମୁଦ୍ର ଜଳରେ ମିଶି ସାମୁଦ୍ରିକ ଜୀବଗୁଡ଼ିକ ପାଇଁ ବିପଦର କାରଣ ହୋଇଛି। ଯୁଦ୍ଧ ସମୟରେ ଅନେକ କ୍ଷେପଣାସ୍ତ୍ର ସମୁଦ୍ରରେ ପଡ଼ି ଏହାକୁ ପ୍ରଦୂଷଣ କରୁଛି।
ମନୁଷ୍ୟସମାଜ ପ୍ରତି ମହାସାଗରର ଅବଦାନ ଏବଂ ଏହାର ପ୍ରଦୂଷଣ ନିୟନ୍ତ୍ରଣ ନିମିତ୍ତ ଜନସଚେତନତା ସୃଷ୍ଟି କରିବା ପାଇଁ ମିଳିତ ଜାତିସଂଘ ଜୁନ୍‌ ୮ ତାରିଖକୁ ‘ବିଶ୍ୱ ମହାସାଗର ଦିବସ’ ଭାବେ ପାଳନ କରୁଛି। ୨୦୦୯ରୁ ଏହା ପାଳନ କରାଯାଉଛି ଏବଂ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ବିଷୟ ନିର୍ବାଚନ କରାଯାଇ ତାହା ଉପରେ ଆଲୋଚନା ହେଉଛି। ଚଳିତ ବର୍ଷର ବିଷୟ ହେଉଛି ‘ଆମ ନୀଳଗ୍ରହ ପାଇଁ ଦୃଢ଼ ସାମୁଦ୍ରିକ ସୁରକ୍ଷିତ ଅଞ୍ଚଳ’। ସାମୁଦ୍ରିକ ସୁରକ୍ଷିତ ଅଞ୍ଚଳରେ ଜୈବ ବିବିଧତାର ସଂରକ୍ଷଣ ପାଇଁ ମନୁଷ୍ୟର କାର୍ଯ୍ୟକଳାପକୁ ବିଭିନ୍ନ ଆଇନ ଦ୍ୱାରା ନିୟନ୍ତ୍ରଣ କରାଯାଇଥାଏ। ଏଣୁ ଏହିସବୁ ଅଞ୍ଚଳର ବିସ୍ତାର କରି ଆମର ଭବିଷ୍ୟତ ବଂଶଧରମାନଙ୍କ ପାଇଁ ଉତ୍ତମ ସାମୁଦ୍ରିକ ବାସସ୍ଥାନର ବ୍ୟବସ୍ଥା କରିବା ହେଉଛି ଆମ ସମସ୍ତଙ୍କର କର୍ତ୍ତବ୍ୟ।

ଇଂ ମାୟାଧର ସ୍ବାଇଁ

ଲକ୍ଷ୍ମୀବିହାର ଫେଜ୍‌-୧, ଭୁବନେଶ୍ୱର
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

‘ରାହୁଲ ଦେଶର ବଦନାମ କରୁଛନ୍ତି’ ରାମଲୀଳା ମୈଦାନ ରାଲିକୁ ନେଇ ଜେ.ପି. ନଡ୍ଡାଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ,୧।୧୧: ଭାଜପା ନେତା ଜେ.ପି. ନଡ୍ଡା ‘ଇଣ୍ଡିଆ’ (INDIA) ମେଣ୍ଟର ରାଲିକୁ ନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ନଭେମ୍ବର ୧ରେ ହେବାକୁ ଥିବା ଏହି ରାଲିକୁ…

ଖୋଲା ଛାତ ଥିବା ବସରେ ଗଲେ ରାହୁଲ ଗାନ୍ଧୀ, ଅଖିଳେଶ, ମମତା, ଫାରୁକ…

ନୂଆଦିଲ୍ଲୀ,୧।୧୧: ରାମଲୀଳା ମୈଦାନରେ ‘ଇଣ୍ଡିଆ’ (INDIA) ମେଣ୍ଟର ରାଲି ପୂର୍ବରୁ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଖୋଲା ଛାତ ଥିବା ବସରେ ମିଣ୍ଟୋ ବ୍ରିଜ ଅଭିମୁଖେ…

ବନ୍ୟାଞ୍ଚଳ ବୁଲି କ୍ଷୟକ୍ଷତିର ଅନୁଧ୍ୟାନ, ପ୍ରଶାସନ ପକ୍ଷରୁ ଖାଦ୍ୟ ବଣ୍ଟନ

ଗଞ୍ଜାମ, ୧।୧୧ (ଅନାଥ ତରାଇ): ଋଷିକୁଲ୍ୟା ନଦୀରେ ବନ୍ୟା ଯୋଗୁଁ ଗଞ୍ଜାମ ବ୍ଲକର ବିଭିନ୍ନ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

ଅଷ୍ଟ୍ରେଲିଆର ପରାଜୟ ସମସ୍ତ ସମୀକରଣ ବଦଳାଇ ଦେଇଛି; ଜାଣନ୍ତୁ ଭାରତୀୟ ଦଳ କିପରି WTC ଫାଇନାଲରେ ପହଞ୍ଚିବ

ନୂଆଦିଲ୍ଲୀ,୧।୧୧: ତୃତୀୟ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୧୭୬ ରନରେ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। ଏହି ଫଳାଫଳ…

କଇଁ ଫୁଲ ତୋଳିବା ହେଲା କାଳ! ପୋଖରୀରେ ବୁଡ଼ି ୩ ଶିଶୁ ମୃତ, ଆଉ ଜଣେ ନିଖୋଜ ସନ୍ଦେହ

ଶ୍ଚିନ୍ତକୋଇଲି (ଅଶୋକ କୁମାର ମହାପାତ୍ର): କଟକ ଜିଲା ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ୩ ଜଣ ଶିଶୁଙ୍କ…

କଲଭର୍ଟ ଧୋଇଗଲା, ଯାତାୟାତ ବନ୍ଦ ବାଇକ୍‌ ପାର୍‌ କରାଇବାକୁ ନେଉଛନ୍ତି ୨୦୦ ଟଙ୍କା

ରାଇକିଆ, ୩୧/୧୦ (ପ୍ରଦୀପ ବେହେରା): କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ୍‌ରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ପୋଲ ଭାଙ୍ଗିଯିବା ଯୋଗୁଁ ଜରୁରୀ…

ତେଲ ବଜାରରେ ହଲଚଲ: ପହିଲାରୁ ଶସ୍ତା ହେଲା ପେଟ୍ରୋଲ? ଜାଣନ୍ତୁ ତାଜା ରେଟ୍‌…

ନୂଆଦିଲ୍ଲୀ,୧।୧୧: ଆଜି, ଅର୍ଥାତ ୧ ନଭେମ୍ୱର ୨୦୨୬ରେ ଦେଶର ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଅନ୍ତର୍ଜାତୀୟ…

ବିଶ୍ୱର ସବୁଠାରୁ ବଡ଼ ୟୁଟ୍ୟୁବରଙ୍କୁ ପରାସ୍ତ କରି ବିଶାଳ ପୁରସ୍କାର ରାଶି ଜିତିଲେ ହାର୍ଦ୍ଦିକ ପାଣ୍ଡ୍ୟା, ପରେ କଲେ ଏମିତି ମିଳୁଛି ଖୁବ…

ନୂଆଦିଲ୍ଲୀ,୧।୧୧: ମିଷ୍ଟର ବିଷ୍ଟ (MrBeast) ନିକଟରେ ଭାରତ ଗସ୍ତ କରିଥିଲେ, ଯେଉଁଠାରେ ସେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଏକ ବେସବଲ ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?