ରାଜନେତାମାନେ କାହିଁକି ପିନ୍ଧିଥା’ନ୍ତି ଧଳା ପୋଷାକ, ଭାରତୀୟ ରାଜନୀତିରେ କ’ଣ ରହିଛି ଏହାର ଗୁରୁତ୍ୱ?

ନୂଆଦିଲ୍ଲୀ,୨୯।୮: ଆଜି ଦେଶରେ ଅନେକ ରାଜନୈତିକ ଦଳ ଅଛନ୍ତି। ଦେଶରେ ଉପସ୍ଥିତ ଥିବା ସମସ୍ତ ରାଜନୈତିକ ଦଳର ଭିନ୍ନ ନାମ, ପ୍ରତୀକ ଏବଂ ପାର୍ଟିର ସମ୍ବିଧାନ ଅଲଗା ଅଲଗା ରହିଛି। କିନ୍ତୁ ଗୋଟିଏ କଥା ଲକ୍ଷ୍ୟ କରିଛନ୍ତି କି ସବୁ ଜିନିେ ଭିନ୍ନ ପରେ ବି ଭାରତର ଅଧିକାଂଶ ନେତା କେବଳ ଧଳା ପୋଷାକ ପିନ୍ଧନ୍ତି। କେବଳ ଏତିକି ନୁହେଁ ଦେଶର ରାଜନେତାମାନେ ଏହି ଧଳା ପୋଷାକରେ ସବୁଆଡେ ଯିବାକୁ ପସନ୍ଦ କରନ୍ତି। କିନ୍ତୁ ଏହା ପଛର କାରଣ ଆପଣ ଜାଣନ୍ତି କି? ଆସନ୍ତୁ ଜାଣିବା…

ସଂସଦ ଠାରୁ ଆରମ୍ଭ କରି ରାଜାରାସ୍ତା ପର୍ଯ୍ୟନ୍ତ ପ୍ରତି ଦଳର ନେତାଙ୍କ ମଧ୍ୟରେ ଆରେପ-ପ୍ରତ୍ୟାରୋପ ଜାରି ରହିଛି। କିନ୍ତୁ ସମସ୍ତଙ୍କ ମଧ୍ୟରେ ଗୋଟିଏ ସମାନତା ରହିଛି। ତାହା ହେଉଛି ବେଶଭୂଷା। ଆମ ଦେଶର ନେତାମାନେ ସବୁଠି ଧଳାକୂର୍ତ୍ତା ପାଇଜାମାରେ ଦେଖାଯାନ୍ତି। କିନ୍ତୁ ଏହା ପଛର କାରଣ ବହୁତ କମ ଲୋକ ଜାଣନ୍ତି ।

ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ, ଶୋକଦିବସ ସମୟରେ ଲୋକମାନେ ପ୍ରାୟତ ଧଳା ରଙ୍ଗର ପୋଷାକ ପିନ୍ଧନ୍ତ। ତେବେ ରାଜନେତାମାନେ କାହିଁକି ସବୁବେଳେ ଧଳା ପୋଷାକ ପିନ୍ଧନ୍ତି? ଏହି ଧଳା ପୋଷାକ ପିନ୍ଧିବା ଏବେର ଘଟଣା ନୁହେଁ ଏହା ବହୁତ ପୁରୁଣା।

ରାଜନେତାଙ୍କ ଧଳା ପୋଷାକ ପିନ୍ଧିବା ଭାରତର ସ୍ବାଧୀନତା ସଂଗ୍ରାମରୁ ଆସିଛି। ଯେତେବେଳେ ଭାରତୀୟ ସ୍ବାଧୀନତା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀ ସ୍ବଦେଶୀ ନାରା ଦେଇଥିଲେ, ଲୋକମାନେ ବିଦେଶୀ ପୋଷାକ ଏକାଠି କରି ନିଆଁ ଲଗାଇ ଦେଇଥିଲେ।

ଏହା ପରେ ଗାନ୍ଧୀ ଭାରତୀୟଙ୍କୁ ଚରଖାରୁ ନିର୍ମିତ ଖଦି ପୋଷାକ ପିନ୍ଧିବାକୁ ପ୍ରେରଣା ଦେଇଥିଲେ। ଗାନ୍ଧିଜୀ ଏହାକୁ ଆତ୍ମନିର୍ଭରଶୀଳତାର ପ୍ରତୀକ ଭାବରେ ଦେଖିଥିଲେ। ସେତେବେଳେ ଖଦିରେ ତିଆରି ପୋଷାକ ପ୍ରାୟତଃ ଧଳା ରଙ୍ଗର ଥିଲା। ସେହି ଦିନଠାରୁ, ସ୍ବାଧୀନତା ସଂଗ୍ରାମକୁ ସମର୍ଥନ କରୁଥିବା ସମସ୍ତ ନେତା ମଧ୍ୟ ଏହାକୁ ଗ୍ରହଣ କରିଥିଲେ। ଆଉ ଧୀରେ ଧୀରେ ଧଳା ରଙ୍ଗ ରାଜନେତାଙ୍କ ବେଶଭୂଷାର ଅଂଶ ପାଲଟିଗଲା। ସେବେଠାରୁ ରାଜନୀତି ଏବଂ ସାମାଜିକ ସେବା ସହିତ ଜଡିତ ଲୋକମାନେ ଧଳା ପୋଷାକ ପିନ୍ଧିବା ଆରମ୍ଭ କଲେ। କାରଣ ଏହି ରଙ୍ଗ ସରଳତାର ପ୍ରତୀକ।

ଜୀବନରେ ପ୍ରତ୍ୟେକ ରଙ୍ଗର ନିଜସ୍ବ ଗୁରୁତ୍ୱ ରହିଛି। ପ୍ରତ୍ୟେକ ରଙ୍ଗ ଏକ ନିର୍ଦ୍ଦିଷ୍ଟ ଗୁଣ ସହିତ ଜଡିତ। ସେହିଭଳି ଧଳା ରଙ୍ଗ ଶାନ୍ତି, ଶୁଦ୍ଧତା ଏବଂ ଜ୍ଞାନର ପ୍ରତୀକ ଭାବରେ ବିବେଚନା କରାଯାଏ। ପ୍ରିୟଜନଙ୍କ ମୃତ୍ୟୁ ହେଲେ ଲୋକମାନେ ଧଳା ପୋଷାକ ପିନ୍ଧନ୍ତି। ଧଳା ରଙ୍ଗ ଶାନ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ। କିନ୍ତୁ ଆମ ଦେଶରେ ବିଭିନ୍ନ ଧର୍ମ ଅନୁଯାୟୀ ଧଳା ରଙ୍ଗ ପିନ୍ଧାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?