Posted inଫୁରସତ

କଳା ବିଲେଇ ରାସ୍ତା ପାର୍‌ ହେଲେ କାହିଁକି ଅଶୁଭ ବୋଲି ବିଚାର କରାଯାଏ, ଜାଣନ୍ତୁ…

କୁହାଯାଏ, ରାସ୍ତାରେ ଗଲା ବେଳେ ଯଦି କଳା ବିଲେଇଟିଏ ପାସ୍‌ କରେ ତେବେ ଭୁଲ୍‌ରେ ମଧ୍ୟ ସେହି ରାସ୍ତାରେ ଆଗକୁ ଯିବା ଉଚିତ୍‌ ନୁହଁ। ଯଦିଓ ଏହା ଏକ ଅନ୍ଧବିଶ୍ୱାସ ତଥାପି ଏହା ପଛରେ ଏକ କାରଣ ରହିଛି।

କିଛି ଲୋକ ଏହାକୁ ବିଶ୍ୱାସ କରି ଗାଡ଼ି ଅଟକାଇଥାନ୍ତି ଅଥବା ସେହି ରାସ୍ତାରେ ନ ଯାଇ ଅନ୍ୟ ବାଟ ଦେଇ ଯାଇଥାନ୍ତି। ଆଉ କିଛି ଲୋକ ଏହାକୁ ଅବିଶ୍ୱାସ ବା ଅନ୍ଧବିଶ୍ୱାସ କହି ଗାଡ଼ି ଚଳାଇ ଯାଇଥାନ୍ତି। ତେବେ ଭାରତୀୟ ସଂସ୍କୃତିରେ କଳା ରଙ୍ଗକୁ ଶନି ବୋଲି ବିବେଚନା କରାଯାଇଥାଏ। ସେହିପରି ବିଲେଇକୁ ରାହୁଙ୍କ ବାହନ ବୋଲି ବିବେଚନା କରାଯାଏ। ଏପରି ସ୍ଥିତିରେ କଳା ବିଲେଇକୁ ଦେଖିବା ଶନି ଏବଂ ରାହୁଙ୍କ କ୍ରୋଧ ବୋଲି ଧାରଣା ରହିଛି।

ପୁରାତନ କାଳରେ ଲୋକମାନଙ୍କ ପାଖରେ ଗାଡ଼ିମୋଟର ନ ଥିଲା। ବଳଦ ଗାଡ଼ି ବା ଶଗଡ଼ ହିଁ ଏକମାତ୍ର ମାଧ୍ୟମ ଥିଲା। ଶଗଡ଼ ଚାଲିବା ସମୟରେ ବିଲେଇ ଯଦି ମଝିରେ ଆସୁଥିଲା, ତେବେ ଶଗଡ଼ିଆମାନେ ଏହାକୁ ଦେଖି ଭୟଭୀତ ହୋଇ ଶଗଡ଼ ଅଟକାଇ ଦେଉଥିଲେ। ଏପରିକି ଶଗଡ଼ରେ ବସିଥିବା ଯାତ୍ରୀମାନେ ଭୟରେ ପଡ଼ିଯାଇ ଖଣ୍ଡିଆ ଖାବରା ହେଉଥିଲେ। ପରେ ଶଗଡ଼ିଆମାନେ କିଛି ସମୟ ଶଗଡ଼ ଅଟକାଇ ଦେଉଥିଲେ। ବିଲେଇ ଯିବା ପରେ ଶଗଡ଼ ପୁଣି ଗନ୍ତବ୍ୟ ପଥରେ ଆଗଉଥିଲା। ସେହି ପ୍ରଥା ଯାହାକି ଆଜି ପର୍ଯ୍ୟନ୍ତ ରହିଆସିଛି।

ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେତେବେଳେ ବିଲେଇମାନେ ରାସ୍ତା ଅତିକ୍ରମ କରନ୍ତି, ସେମାନେ ଏକ କୋଣରେ ଠିଆ ହୁଅନ୍ତି। ଲୋକମାନେ ଏହା ମଧ୍ୟ ବିଶ୍ୱାସ କରନ୍ତି ଯେ ବିଲେଇଠାରୁ ଦୂରରେ ରହିବା ଉଚିତ୍‌ କାରଣ ଏହାର ଖରାପ ପ୍ରଭାବ ମଣିଷ ଉପରେ ପଡ଼େ। କିନ୍ତୁ ଏହା ମଧ୍ୟ ଏକ ଅନ୍ଧବିଶ୍ୱାସ। ବିଲେଇମାନେ ସାଧାରଣତଃ ଅନ୍ୟ କେତେକ ପ୍ରାଣୀ କିମ୍ବା ମଣିଷ ଦେଖି ଡରିଯାଆନ୍ତି। ତେଣୁ ସେମାନେ ଭୟରେ ରାସ୍ତାରେ ଠିଆ ହୋଇଯାଆନ୍ତି। ଶାସ୍ତ୍ର ଅନୁଯାୟୀ, ବିଲେଇମାନଙ୍କୁ ମଧ୍ୟ ନକାରାତ୍ମକ ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ। ସେଥିପାଇଁ ବିଲେଇମାନଙ୍କୁ ଘରେ ପାଳିବା ଉଚିତ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

୬ ଘଣ୍ଟାରେ ଜେଲକୁ ଫେରିଲେ ଇମ୍ରାନ, ହସ୍ପିଟାଲରେ ହେଲା….

ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଡୁଆ କମିବାର ନାଁ ନେଉନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଇସଲାମାବାଦର ଶିଫା…

ଯୁବତୀଙ୍କ ଉପରେ କାର ମାଡ଼ିଦେଲେ ସାଂସଦଙ୍କ ପୁଅ: ଆଉ ତା’ପରେ ଘଟିଲା…

ହାଇଦ୍ରାବାଦ,୨୧।୮:ହାଇଦ୍ରାବାଦରେ ଏକ ଆଷ୍ଟନ ମାର୍ଟିନ କାର ଧକ୍କା ଦେବାରୁ ଜଣେ ୨୬ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରାଜ୍ୟ ସଭା ସାଂସଦ ଲିଙ୍ଗାମନେନି ରମେଶଙ୍କ…

ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବାବେଳେ ଘରୁ ଶୁଭିଲା ଚିତ୍କାର: ଆଉ ତା’ପରେ ଘଟିଲା..

ଦେବଗଡ,୨୧୮(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନାଞ୍ଚଳ ଗୁରୁସଙ୍ଗ ଗ୍ରାମରେ ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା…

ରୁଫ୍‌ଟପ୍ ସୋଲାର ସ୍ଥାପନରେ ଓଡ଼ିଶାର ବଡ଼ ସଫଳତା, ଦେଶରେ ୭ମ ସ୍ଥାନ

ଭୁବନେଶ୍ୱର, ୨୧।୮: ‘ପିଏମ୍‌ ସୂର୍ଯ୍ୟଘର ମୁଫ୍‌ତ ବିଜ୍‌ଲି’ ଯୋଜନା ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି…

ଆର୍‌ଏସ୍‌ଏସ୍‌ ବିରୋଧରେ ପ୍ରତିବନ୍ଧକ ଲଗାଅ: ଆମେରିକୀୟ ସଂସ୍ଥା

ଓ୍ବାଶିଂଟନ,୨୧।୮(ପି.ଟି.): ଆମେରିକାର ଏକ ଧାର୍ମିକ ସ୍ବାଧୀନ ପରାମର୍ଶଦାତା ସଂସ୍ଥାର ଅଧିକାରୀମାନେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ବିରୋଧରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଏଥିସହ ସେମାନେ…

ଖାଉଟିଙ୍କୁ ମହଙ୍ଗା ମାଡ଼: ହୁ ହୁ ହୋଇ ବଢୁଛି ଚିନି ଦର

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ):ରାଜ୍ୟରେ ଗତ କିଛିଦିନ ଧରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ହୁ ହୁ ହୋଇ ବଢ଼ିଚାଲିଛି। ପିଆଜ, ରସୁଣ, ଅଦା ଓ…

ଇମ୍ରାନ ଖାନଙ୍କୁ ନେଇ ବଡ଼ ଖବର, ରାତିଅଧରେ ହସ୍ପିଟାଲରେ ଭର୍ତ୍ତି

ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଇସଲାମାବାଦସ୍ଥିତ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାତି ପ୍ରାୟ ୧ଟା ୫ ମିନିଟ୍‌ରେ ତାଙ୍କୁ ଅଦିଆଲା…

ଅସମ୍ଭାଳ ସ୍ଥିତିରେ ଝାରପଡ଼ା ଜେଲ: ଡ୍ରାଇଭର ଗିରଫ ପରେ…

ଭୁବନେଶ୍ୱର,୨୧।୮(ତ୍ରିନାଥ ମହାନ୍ତି):ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଜଣ ଅନ୍‌ଲାଇନ୍‌ ଅଟୋ ଡ୍ରାଇଭର ଗିରଫ ହୋଇ ଜେଲ ଯାଇଛନ୍ତି। ଜେଲ ଯିବା ପରେ ଏବେ ଝାରପଡ଼ା ଜେଲ କର୍ତ୍ତୃପକ୍ଷଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri