Posted inଫୁରସତ

କଳା ବିଲେଇ ରାସ୍ତା ପାର୍‌ ହେଲେ କାହିଁକି ଅଶୁଭ ବୋଲି ବିଚାର କରାଯାଏ, ଜାଣନ୍ତୁ…

କୁହାଯାଏ, ରାସ୍ତାରେ ଗଲା ବେଳେ ଯଦି କଳା ବିଲେଇଟିଏ ପାସ୍‌ କରେ ତେବେ ଭୁଲ୍‌ରେ ମଧ୍ୟ ସେହି ରାସ୍ତାରେ ଆଗକୁ ଯିବା ଉଚିତ୍‌ ନୁହଁ। ଯଦିଓ ଏହା ଏକ ଅନ୍ଧବିଶ୍ୱାସ ତଥାପି ଏହା ପଛରେ ଏକ କାରଣ ରହିଛି।

କିଛି ଲୋକ ଏହାକୁ ବିଶ୍ୱାସ କରି ଗାଡ଼ି ଅଟକାଇଥାନ୍ତି ଅଥବା ସେହି ରାସ୍ତାରେ ନ ଯାଇ ଅନ୍ୟ ବାଟ ଦେଇ ଯାଇଥାନ୍ତି। ଆଉ କିଛି ଲୋକ ଏହାକୁ ଅବିଶ୍ୱାସ ବା ଅନ୍ଧବିଶ୍ୱାସ କହି ଗାଡ଼ି ଚଳାଇ ଯାଇଥାନ୍ତି। ତେବେ ଭାରତୀୟ ସଂସ୍କୃତିରେ କଳା ରଙ୍ଗକୁ ଶନି ବୋଲି ବିବେଚନା କରାଯାଇଥାଏ। ସେହିପରି ବିଲେଇକୁ ରାହୁଙ୍କ ବାହନ ବୋଲି ବିବେଚନା କରାଯାଏ। ଏପରି ସ୍ଥିତିରେ କଳା ବିଲେଇକୁ ଦେଖିବା ଶନି ଏବଂ ରାହୁଙ୍କ କ୍ରୋଧ ବୋଲି ଧାରଣା ରହିଛି।

ପୁରାତନ କାଳରେ ଲୋକମାନଙ୍କ ପାଖରେ ଗାଡ଼ିମୋଟର ନ ଥିଲା। ବଳଦ ଗାଡ଼ି ବା ଶଗଡ଼ ହିଁ ଏକମାତ୍ର ମାଧ୍ୟମ ଥିଲା। ଶଗଡ଼ ଚାଲିବା ସମୟରେ ବିଲେଇ ଯଦି ମଝିରେ ଆସୁଥିଲା, ତେବେ ଶଗଡ଼ିଆମାନେ ଏହାକୁ ଦେଖି ଭୟଭୀତ ହୋଇ ଶଗଡ଼ ଅଟକାଇ ଦେଉଥିଲେ। ଏପରିକି ଶଗଡ଼ରେ ବସିଥିବା ଯାତ୍ରୀମାନେ ଭୟରେ ପଡ଼ିଯାଇ ଖଣ୍ଡିଆ ଖାବରା ହେଉଥିଲେ। ପରେ ଶଗଡ଼ିଆମାନେ କିଛି ସମୟ ଶଗଡ଼ ଅଟକାଇ ଦେଉଥିଲେ। ବିଲେଇ ଯିବା ପରେ ଶଗଡ଼ ପୁଣି ଗନ୍ତବ୍ୟ ପଥରେ ଆଗଉଥିଲା। ସେହି ପ୍ରଥା ଯାହାକି ଆଜି ପର୍ଯ୍ୟନ୍ତ ରହିଆସିଛି।

ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେତେବେଳେ ବିଲେଇମାନେ ରାସ୍ତା ଅତିକ୍ରମ କରନ୍ତି, ସେମାନେ ଏକ କୋଣରେ ଠିଆ ହୁଅନ୍ତି। ଲୋକମାନେ ଏହା ମଧ୍ୟ ବିଶ୍ୱାସ କରନ୍ତି ଯେ ବିଲେଇଠାରୁ ଦୂରରେ ରହିବା ଉଚିତ୍‌ କାରଣ ଏହାର ଖରାପ ପ୍ରଭାବ ମଣିଷ ଉପରେ ପଡ଼େ। କିନ୍ତୁ ଏହା ମଧ୍ୟ ଏକ ଅନ୍ଧବିଶ୍ୱାସ। ବିଲେଇମାନେ ସାଧାରଣତଃ ଅନ୍ୟ କେତେକ ପ୍ରାଣୀ କିମ୍ବା ମଣିଷ ଦେଖି ଡରିଯାଆନ୍ତି। ତେଣୁ ସେମାନେ ଭୟରେ ରାସ୍ତାରେ ଠିଆ ହୋଇଯାଆନ୍ତି। ଶାସ୍ତ୍ର ଅନୁଯାୟୀ, ବିଲେଇମାନଙ୍କୁ ମଧ୍ୟ ନକାରାତ୍ମକ ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ। ସେଥିପାଇଁ ବିଲେଇମାନଙ୍କୁ ଘରେ ପାଳିବା ଉଚିତ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri