Posted inଫୁରସତ

ନବଜାତ ଶିଶୁ କାନ୍ଦନ୍ତି କାହିଁକି: କ’ଣ କୁହେ ବିଜ୍ଞାନ, ପୁରାଣ…

ଅସହନୀୟ ପ୍ରସବ ଯନ୍ତ୍ରଣା ପରେ ମା’ ଜନ୍ମଦିଏ ସନ୍ତାନକୁ। ଆଉ ଯେବେ ସେ ଶୁଣେ ଶିଶୁର ପ୍ରଥମ କୁଆଁ କୁଆଁ କାନ୍ଦ ତା’ ମନରେ ଭରିଯାଏ ଅଫୁରନ୍ତ ଆନନ୍ଦ। ଭୁଲିଯାଏ ସେ ସବୁ କଷ୍ଟ ଯନ୍ତ୍ରଣାକୁ। ତେବେ ସବୁ ନବଜାତ ଶିଶୁ କାନ୍ଦନ୍ତି କାହିଁକି ସେକଥା କେବେ ଭାବିଛନ୍ତି? ଏମିତିକି ଯଦି ଶିଶୁ ନ କାନ୍ଦନ୍ତି, ଜବରଦସ୍ତ ପିଠିକୁ ଥାପୁଡ଼େଇ ଥାପୁଡ଼େଇ ଅବା ଗଳା ସଫାକରି କନ୍ଦାଯାଏ। ଆଉ ଏମିତି କାହିଁକି କରାଯାଏ ଜାଣନ୍ତୁ ସେ ସମ୍ପର୍କରେ…

ଶିଶୁ ଜନ୍ମ ହେଉ ହେଉ କାନ୍ଦିବା ତା’ର ଜୀବିତ ଓ ସୁସ୍ଥ ଥିବାର ସଙ୍କେତ ଦିଏ। ତେଣୁ ନବଜାତ ଶିଶୁ କାନ୍ଦିବା ନିହାତି ଜରୁରୀ। ଏହି କାନ୍ଦ ସେମାନଙ୍କର ସୁସ୍ଥତାକୁ ଦର୍ଶାଏ। ମା’ ଗର୍ଭରେ ନଅ ମାସ ରହିବା ପରେ ଯେବେ ଶିଶୁ ବାହାରକୁ ଆସେ ନୂଆ ଏକ ପରିବେଶରେ ଶ୍ୱାସ ନେବା କଷ୍ଟକର ହୋଇଯାଏ। ତେଣୁ ସେ କାନ୍ଦେ। ବିଶେଷଜ୍ଞଙ୍କ ମତରେ ଶିଶୁ କାନ୍ଦିବା ଦ୍ୱାରା ସେମାନଙ୍କ ଫୁସ୍‌ଫୁସ୍‌ ଓ ହୃତ୍‌ପିଣ୍ଡ ଠିକ୍‌ଭାବେ କାମ କରୁଛି ବୋଲି ଜଣାପଡ଼େ। କେତେଜଣ ବିଶେଷଜ୍ଞ କହନ୍ତି, ଶିଶୁ ଦିନକୁ ୨-୩ ଘଣ୍ଟା କାନ୍ଦିବା ଜରୁରୀ।

ଚିକିତ୍ସା ବିଜ୍ଞାନ ଅନୁସାରେ, ଯେତେବେଳେ ମା’ ଗର୍ଭରେ ଶିଶୁ ଥାଏ, ସେ ଏକ ପ୍ୟାକେଟ ଭିତରେ ଥାଏ। ସେହି ପ୍ୟାକେଟ ଭିତରେ ଏକ ସ୍ବତନ୍ତ୍ର ତରଳ ପଦାର୍ଥ ଥାଏ। ଗର୍ଭ ଭିତରେ ଶିଶୁର ଫୁସ୍‌ଫୁସ୍‌ ତ ତିଆରି ହୋଇଯାଇଥାଏ, ହେଲେ କାମ କରି ନ ଥାଏ। କାରଣ ସେତେବେଳେ ଜୀବିତ ରହିବା ଲାଗି ନାକ ଅବା ପାଟିରେ ଶ୍ୱାସକ୍ରିୟା କରିବାର ଆବଶ୍ୟକତା ନ ଥାଏ। ଫଳରେ ଏହି ଲିକ୍ୱିଡ୍‌ ଶିଶୁର ଫୁସ୍‌ଫୁସ୍‌କୁ ଚାଲିଯାଏ। ଯେବେ ଶିଶୁ ଜନ୍ମହୁଏ ଗର୍ଭରେ ତାକୁ ଜୀବିତ ରଖିଥିବା ଏହି ଲିକ୍ୱିଡ ଶିଶୁର ମୃତ୍ୟୁର କାରଣ ବି ହୋଇପାରେ। ତେଣୁ ଶିଶୁ ଜନ୍ମ ହେଉହେଉ ଡାକ୍ତର ପିଲାର ଦୁଇ ଗୋଡ଼ ଧରି ଓଲଟା ଲଟକାଇ ଧରନ୍ତି। ଏଭଳି କରିବା ଦ୍ୱାରା ଫୁସ୍‌ଫୁସ୍‌ରେ ଜମିଥିବା ଲିକ୍ୱିଡ୍‌ ବାହାରିଯାଏ ଓ ଶିଶୁ ଶ୍ୱାସକ୍ରିୟ କରିବା ଆରମ୍ଭ କରି କାନ୍ଦିବା ଆରମ୍ଭ କରିଦିଏ। ଲିକ୍ୱିଡ ଫୁସ୍‌ଫୁସ୍‌ରୁ ବାହାରିଯିବା ପରେ ଫୁସ୍‌ଫୁସ୍‌ କାମ କରିବା ଆରମ୍ଭ କରିଥାଏ, ଯାହାକି ଶେଷନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ କାମ କରିଚାଲେ। ଚିକିତ୍ସା ବିଜ୍ଞାନ ଅନୁସାରେ ଫୁସ୍‌ଫୁସ୍‌ କାମ କରିବା ଲାଗି କାନ୍ଦିବା ଜରୁରୀ। ଅର୍ଥାତ୍‌ ଯଦି ଶିଶୁ ଜନ୍ମ ପରେ ଜୋର୍‌ରେ କାନ୍ଦେ ତେବେ ଜଣାଯାଏ ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ। ଆଉ ଯଦି ଶିଶୁ ଧୀର ସ୍ବରରେ କାନ୍ଦେ ତାହା ଦର୍ଶାଏ ଯେ, ତା’ର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଥାଇପାରେ। ଏବେ ପ୍ରଶ୍ନ ଆସେ ଶିଶୁ ହସିଲେ ବି ତ ଫୁସ୍‌ଫୁସ୍‌ କାମ କରିବା ଆରମ୍ଭ କରିବ। ତେବେ ଶିଶୁ କାନ୍ଦେ କାହିଁକି? ହସେନାହିଁ କାହିଁକି? ଏହାର ଉତ୍ତର ଏଯାଏ ମେଡିକାଲ ସାଇନ୍ସ ପାଖରେ ନାହିଁ।
ପୌରାଣିକ କଥାନୁସାରେ: ଶିଶୁ ଜନ୍ମ ହେବା ପରେ ପରେ କାନ୍ଦିବା ପଛର ପୌରାଣିକ କଥା ବି ରହିଛି। ବିଷ୍ଣୁ ପୁରାଣରେ ଏହାର ଉତ୍ତର ଉଲ୍ଲେଖ ରହିଛି। ସୃଷ୍ଟିକର୍ତ୍ତା ବ୍ରହ୍ମା ମଣିଷକୁ ନିଜ ଭଳି ଗଢ଼ିଛନ୍ତି। ସେଥିପାଇଁ ମଣିଷକୁ ତାଙ୍କର ଅଂଶ ବୋଲି କୁହାଯାଏ। ଯେବେ ବ୍ରହ୍ମା ପ୍ରଥମ ମଣିଷ ତିଆରି କରିଥିଲେ ଓ ନିଜ କୋଳରେ ରଖି ଆତ୍ମାର ସ୍ଥାନାନ୍ତରଣ କଲେ, ମଣିଷ ଉଠୁ ଉଠୁ କହିଲା -ମୁଁ କେଉଁଠି ଅଛି? ମୁଁ କେଉଁଠି ଅଛି?

ଆତ୍ମା ନିଜ ଲୋକରେ ଥିଲା। ହଠାତ୍‌ ତାକୁ ଏକ ଶରୀର ଦିଆଗଲା। ତା’ର ସ୍ଥାନରେ ପରିବର୍ତ୍ତନ ହେଲା। ଯେହେତୁ ଆତ୍ମା ସମ୍ବନ୍ଧିତ ଏହି ପ୍ରକ୍ରିୟା ନିରନ୍ତର ଚାଲିବ, ତାକୁ ବନ୍ଦ କରିହେବନି। ତେଣୁ ଆତ୍ମା ଯେପରି ନୂଆ ଶରୀର ପାଇ ଉଠୁ ଉଠୁ -ମୁଁ କେଉଁଠି ଅଛି ନ କୁହେ, ସେଥିପାଇଁ ବ୍ରହ୍ମା ଶିଶୁଙ୍କ ସ୍ବରକୁ ନିୟନ୍ତ୍ରିତ କରିଦେଲେ। ହେଲେ କୁହାଯାଏ ଏବେବି ଯଦି ଭଲରେ ଶୁଣାଯାଏ ନବଜାତ ଶିଶୁର ପ୍ରଥମ କାନ୍ଦରେ ବିଷ୍ଣୁ ପୁରାଣରେ ଉଲ୍ଲେଖ କରାଯାଇଥିବା ମୁଁ କେଉଁଠି ଅଛି? ମୁଁ କେଉଁଠି ଅଛି? ଶୁଭିବ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

ଗୁଲିଗପ ଇତିହାସକୁ ବଦଳାଇପାରେ ନାହିଁ

କୋଣାର୍କଠାରେ ସୂର୍ଯ୍ୟଙ୍କ ଉପାସନାର ସବିଶେଷ ଆଲୋଚନା ଅନେକଙ୍କ ମନରେ ପ୍ରଶ୍ନ ଉଠାଇପାରେ। ଇତିହାସ ବା ଐତିହ୍ୟ ପ୍ରସଙ୍ଗରେ ଉପାସନା ଧାରାକୁ ଏତେ ଗୁରୁତ୍ୱ ଦେବାର କାରଣ କ’ଣ!…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri