Posted inଫୁରସତ

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା। ଦକ୍ଷିଣ ମେକ୍ସିକୋର ଓକ୍ସାକା ରାଜ୍ୟର ଟିଲ୍ଟେପେକ ଗାଁକୁ ଦୀର୍ଘ ସମୟ ଧରି ଅନ୍ଧତ୍ୱ ସମସ୍ୟା ସହ ଯୋଡ଼ି ଦେଖାଯାଉଥିଲା।

ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଥିଲା ଯେ ଏକ ରହସ୍ୟମୟ ଗଛର ଅଭିଶାପ ଯୋଗୁ ଗାଁରେ ଲୋକଙ୍କ ଆଖିର ଦୃଷ୍ଟି ଚାଲିଯାଉଛି। ପିଢ଼ି ପରେ ପିଢ଼ି ଏହି କାହାଣୀ ଚାଲିଆସିଥିଲା। ହେଲେ ପରବର୍ତ୍ତୀ ସମୟରେ ଡାକ୍ତର ଓ ବୈଜ୍ଞାନିକଙ୍କ ଅନୁସନ୍ଧାନରୁ ଏହି ରହସ୍ୟ ପଛର ଅନ୍ୟ ଏକ କାରଣ ସାମ୍ନାକୁ ଆସିଥିଲା।

ଟିଲ୍ଟେପେକର ଲୋକମାନେ ଜାପୋଟେକ ସମୁଦାୟର। ସ୍ଥାନୀୟ ପରମ୍ପରାରେ ‘ବାୱିନି’ ବା ‘ଲାୱଜେଲା’ ନାମରେ ପରିଚିତ ଏକ ଗଛକୁ ନେଇ ଅନେକ କାହାଣୀ ରହିଥିଲା।

ସ୍ଥାନୀୟ ଅନ୍ଧବିଶ୍ୱାସ ଅନୁସାରେ, ଯିଏ ଏହି ଗଛକୁ ଦେଖୁଥିଲା ତା’ର ଆଖିର ଦୃଷ୍ଟି ସବୁଦିନ ପାଇଁ ଚାଲିଯାଉଥିଲା। ଏହି ବିଶ୍ୱାସ ଯୋଗୁ ଗଛଟିକୁ ଅତ୍ୟନ୍ତ ବିପଜ୍ଜନକ ବୋଲି ଧରାଯାଉଥିଲା। ଗାଁରେ ଅନ୍ଧତ୍ୱର ଘଟଣା ବଢ଼ିବା ସହ ଏହି କାହାଣୀ ଆହୁରି ମଜବୁତ ହୋଇଥିଲା।

ଡାକ୍ତର ଓ ବୈଜ୍ଞାନିକମାନେ ଏହି ଘଟଣାର ଯାଞ୍ଚ କରିବା ପରେ ଏହା ପଛରେ କୌଣସି ଅଲୌକିକ ଶକ୍ତି ନଥିବା ଜଣାପଡ଼ିଥିଲା। ଅନ୍ଧତ୍ୱ ସମସ୍ୟାଟି କୀଟପତଙ୍ଗର କାମୁଡ଼ା ଓ ପରଜୀବୀ ସଂକ୍ରମଣ ସହ ଜଡ଼ିତ ଥିବା ଜଣାପଡ଼ିଥିଲା।

ଗାଁକୁ ନେଇ ଆଉ ଏକ ଭୁଲ ଧାରଣା ଥିଲା ଯେ ଏଠାକାର ପିଲାମାନେ ଜନ୍ମରୁ ଅନ୍ଧ ହୋଇଥାନ୍ତି। କିନ୍ତୁ ଉପଲବ୍ଧ ସୂଚନା ଅନୁସାରେ, ପିଲାମାନେ ସାଧାରଣ ଦୃଷ୍ଟିଶକ୍ତି ସହ ଜନ୍ମ ନେଇପାରନ୍ତି। ପରବର୍ତ୍ତୀ ସମୟରେ ସଂକ୍ରମିତ କଳା ମାଛିର ବାରମ୍ବାର କାମୁଡ଼ା ଯୋଗୁ ସେମାନେ ପରଜୀବୀ ସଂକ୍ରମଣର ଶିକାର ହୋଇପାରନ୍ତି। ଧୀରେ ଧୀରେ ଏହି ସଂକ୍ରମଣ ଆଖିକୁ କ୍ଷତି ପହଞ୍ଚାଇ ଗୁରୁତର ଦୃଷ୍ଟି ସମସ୍ୟା କିମ୍ବା ଅନ୍ଧତ୍ୱର କାରଣ ହୋଇପାରେ।

ଏହି କଳା ମାଛି କେବଳ ମଣିଷଙ୍କୁ ନୁହେଁ, ଅଞ୍ଚଳରେ ରହୁଥିବା ପଶୁମାନଙ୍କୁ ମଧ୍ୟ କାମୁଡ଼ିପାରେ। ଫଳରେ କୁକୁର, ବିଲେଇ ଓ ଗୃହପାଳିତ ପଶୁମାନେ ମଧ୍ୟ ସଂକ୍ରମିତ ହୋଇ ସ୍ବାସ୍ଥ୍ୟ ସମସ୍ୟାର ଶିକାର ହୋଇପାରନ୍ତି।

ମଣିଷ ଓ ପଶୁ ଉଭୟଙ୍କ ଉପରେ ଏହାର ପ୍ରଭାବ ଥିବାରୁ ଟିଲ୍ଟେପେକ୍କୁ ନେଇ ରହସ୍ୟମୟ କାହାଣୀ ଆହୁରି ମଜବୁତ ହୋଇଥିଲା। କିନ୍ତୁ ବୈଜ୍ଞାନିକ ଅନୁସନ୍ଧାନ ଅନୁସାରେ, ଏହା କୌଣସି ଅଭିଶପ୍ତ ଗଛର କାହାଣୀ ନୁହେଁ; ବରଂ ଏକ ସଂକ୍ରାମକ ପରଜୀବୀ ରୋଗ ସହ ଜଡ଼ିତ ସମସ୍ୟା ଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?