Posted inଜାତୀୟ

୧୯୭୪ ରୁ ୧୯୯୮ ପର୍ଯ୍ୟନ୍ତ ଭାରତ କାହିଁକି କରିପାରି ନ ଥିଲା ଆଣବିକ ପରୀକ୍ଷଣ? କମଲ ନାଥଙ୍କ ଦ୍ୱାରା ସୂଚନା ଲିକ୍‌: ଉଇକିଲିକ୍ସ ରିପୋର୍ଟ…

ଭୋପାଳ,୧୬।୧୦ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ ଦିନ ବାକି ଅଛି, ଏଭଳି ପରିସ୍ଥିତିରେ ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ପରସ୍ପରକୁ ଦୋଷାରୋପ କରିବା ଏବଂ ବିରୋଧ କରିବା ପ୍ରକ୍ରିୟା ଜାରି ରହିଛି। ଏହି ସମୟରେ ୪ ମାସର ପୁରୁଣା ରିପୋର୍ଟ ପୁଣି ଭାଇରାଲ ହେବାରେ ଲାଗିଛି। ଏହି ରିପୋର୍ଟରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଅତି ନିକଟତମ ବିବେଚନା କରାଯାଉଥିବା ମଧ୍ୟପ୍ରଦେଶ କଂଗ୍ରେସ କମିଟି ସଭାପତି କମଲ ନାଥଙ୍କ ବିରୋଧରେ ଏକ ସମ୍ବେଦନଶୀଳ ଅଭିଯୋଗ ଆସିଛି। ବାସ୍ତବରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନକ୍କ ବିରୋଧରେ ଆମେରିକାକୁ ପରମାଣୁ ପରୀକ୍ଷଣ ବିଷୟରେ ସୂଚନା ଲିକ୍‌ କରିଥିବା ଅଭିଯୋଗ ହୋଇଛି।

ସୋସିଆଲ ମିଡିଆରେ ୱିକିଲିକ୍ସ ରିପୋର୍ଟରେ କମଲ ନାଥ ୧୯୭୬ ମସିହାରେ ଆମେରିକାକୁ ଭାରତର ଆଣବିକ ଚୁକ୍ତି ବିଷୟରେ ଗୁପ୍ତ ସୂଚନା ଦେଇଥିବା ଅଭିଯୋଗ ହୋଇଛି। ଆମେରିକାର କୂଟନୀତିର ୱିକିଲିକ୍ସର ପବ୍ଲିକ ଲାଇବ୍ରେରୀର ଡକ୍ୟୁମେଣ୍ଟକୁ ନେଇ ଦେଶର ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ୱିକିଲିକ୍ସ ଏହାର ଏକ ରିପୋର୍ଟରେ ଦାବି କରିଛି ଭାରତ ପରମାଣୁ ପରୀକ୍ଷଣ କରିବା ପୂର୍ବରୁ କମଲ ନାଥ ଆମେରିକାର ଦୂତାବାସକୁ ଏହା ବିଷୟରେ ସୂଚନା ଲିକ କରିଥିଲେ। ୱିକିଲିକ୍ସର ଏହି ସମ୍ପୂର୍ଣ୍ଣ ରିପୋର୍ଟ ଏହାର ଅଫିସିଆଲ ୱେବସାଇଟରେ ମଧ୍ୟ ଉପଲବ୍ଧ, ଯେଉଁଥିରେ ପୂର୍ବତନ ସିଏମ କମଲ ନାଥଙ୍କ ନାମ ଲେଖାଯାଇଛି। ଏହାକୁ ନେଇ ଭାଜପା କମଲନାଥଙ୍କୁ  ଟାର୍ଗେଟ କରୁଛି।

ଏହା ମଧ୍ୟପ୍ରଦେଶ ରାଜନୀତିରେ ଏକ ଆଲୋଡ଼ନ ସୃଷ୍ଟି କରିଛି। ଭାଜପା କହିଛି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନିକଟତମ କମଲ ନାଥ ଦେଶ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ଭାଜପା ନେତାମାନେ କହିଛନ୍ତି ଭାରତ ୧୮ ମେ ୧୯୭୪ ରେ ଇନ୍ଦିରା ସରକାର ସମୟରେ ପ୍ରଥମ ପରମାଣୁ ପରୀକ୍ଷା କରିଥିଲା, କିନ୍ତୁ ଏହା ପରେ ଭାରତ ଦୀର୍ଘ ବର୍ଷ ଧରି ଦ୍ୱିତୀୟ ପରୀକ୍ଷା କରିପାରି ନ ଥିଲା। କାରଣ ଯେତେବେଳେ ବି ଭାରତ ସରକାର ଏହିପରି କିଛି କରିବାକୁ ଯାଉଥିଲେ, ଦେଶ ଭିତରୁ କେହି ଜଣେ ଆମେରିକାକୁ ସୂଚନା ଲିକ କରିଥିଲେ ଏବଂ ଅନ୍ତର୍ଜାତୀୟ ଚାପରେ ଭାରତକୁ ଏହାର ପରୀକ୍ଷା ବନ୍ଦ କରିବାକୁ ପଡିଥିଲା। ଭାଜପା କହିଛି ଯେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସରକାର କେନ୍ଦ୍ରରେ ଥିଲେ ସେତେବେଳେ ଦେଶ ଦ୍ୱିତୀୟ ପରମାଣୁ ପରୀକ୍ଷଣ କରିବାକୁ ସକ୍ଷମ ହୋଇଥିଲା ଏବଂ ପ୍ରଧାନମନ୍ତ୍ରୀ ବାଜପେୟୀ ଏବଂ ମିସାଇଲମ୍ୟାନ ଏପିଜେ ଅବଦୁଲ କଲାମ ଏହି ମାମଲାକୁ ଅତ୍ୟନ୍ତ ଗୁପ୍ତ ରଖିଥିଲେ। ତା’ପରେ ରାଜସ୍ଥାନର ପୋଖରାନ ରେ ୧୯୯୮ ମେ ୧୧ ଏବଂ ୧୩ରେ ଭାରତ ଗୋଟିଏ ପରେ ଗୋଟିଏ ପରମାଣୁ ପରୀକ୍ଷଣ କରିଥିଲା। ଏହା ପରେ ହିଁ ଆମେରିକା ଜାଣିବାକୁ ପାଇଲା ଭାରତ ପରମାଣୁ ପରୀକ୍ଷଣ ସଫଳତାର ସହ କରିଛି। ଅଟଳ ବିହାରୀ କହିଥିଲେ ଆମେ କାହାକୁ ଆକ୍ରମଣ କରିବା ପାଇଁ ନୁହେଁ, ବରଂ ନିଜକୁ ସୁରକ୍ଷିତ ରଖିବା ପାଇଁ ଏହି ପରୀକ୍ଷା କରୁଛୁ।
ଭାଜପା ନେତା କପିଲ ମିଶ୍ର କହିଥିଲେ ଅନେକ ବର୍ଷ ଧରି ଦେଶ ଜାଣି ନ ଥିଲା କିଏ ପରମାଣୁ ପରୀକ୍ଷଣ ବିଷୟରେ ସୂଚନା ବିଦେଶକୁ ଲିକ କରିଛି। ବର୍ତ୍ତମାନ ଉଇକିଲିକ୍ସ ଏହି ନେତାଙ୍କ ନାମ କମଲ ନାଥ ବୋଲି ପ୍ରକାଶ କରିଛି। କମଲ ନାଥ ଦେଶ ସୁରକ୍ଷା ସହ ଆପୋଷ ବୁଝାମଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?