ପ୍ରଧାନମନ୍ତ୍ରୀ କାହିଁକି ନିଅନ୍ତି ଶପଥ? ଶପଥ ଭାଙ୍ଗିଲେ ହେବ…

ନୂଆଦିଲ୍ଲୀ,୯।୬: ଜୁନ ୯ରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଜବାହରଲାଲ ନେହେରୁଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ନେତା ଯିଏ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ତେବେ ମୋଦି ୨୪ବର୍ଷରେ ୭ଥର ଶପଥ ଗ୍ରହଣ କରିବାର ରେକର୍ଡ କରିଛନ୍ତି। ୪ଥର ମୁଖ୍ୟମନ୍ତ୍ରୀ ଭାବେ ଏବଂ ବର୍ତ୍ତମାନ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।

ଅକ୍ଟୋବର ୨୦୦୧ରେ ୫୧ବର୍ଷ ବୟସରେ ପ୍ରଥମ ଥର ପାଇଁ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ତା’ପରେ ଡିସେମ୍ବର ୨୦୦୨ରେ ସେ ଦ୍ୱିତୀୟ ଥର ପାଇଁ CM ଭାବରେ ଶପଥ ଗ୍ରହଣ କରିଥିଲେ। ଡିସେମ୍ବର ୨୦୦୭ ଓ ଡିସେମ୍ବର ୨୦୧୨ରେ ମଧ୍ୟ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ମୋଟ ଉପରେ ଚାରିଥର CM ଭାବରେ ଶପଥ ନେଇଥିଲେ। ତା’ପରେ ୨୦୧୪ ଏବଂ ୨୦୧୯ରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଆଉ ଏବେ ପୁଣି ଥରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।

ତେବେ ରାଷ୍ଟ୍ରପତିଙ୍କ ଠାରୁ ପ୍ରଧାନମନ୍ତ୍ରୀ, ଏମପି, ବିଧାୟକ ଇତ୍ୟାଦି ପର୍ଯ୍ୟନ୍ତ ପଦ ସମ୍ଭାଳିବା ପୂର୍ବରୁ ଭାରତର ସମ୍ବିଧାନରେ ଶପଥ ଗ୍ରହଣ କରିବାର ବ୍ୟବସ୍ଥା ରହିଛି। ସମ୍ବିଧାନର ଧାରା ୭୫ରେ ଦର୍ଶାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଶପଥ ନେବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ଶପଥର ଫର୍ମାଟ ଧାରା 75 (4) ରେ ଦିଆଯାଇଛି। ସେହିଭଳି, ଧାରା ୯୯ରେ ସଂସଦର ସମସ୍ତ ସଦସ୍ୟଙ୍କ ଶପଥ ସହ ଜଡିତ ଏକ ବ୍ୟବସ୍ଥା ରହିଛି।

ସମ୍ବିଧାନ ଅନୁଯାୟୀ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଦେଶର ନୂଆ ପ୍ରଧାନମନ୍ତ୍ରୀର ଶପଥ ଗ୍ରହଣ କରିବା ସହ ଗୋପନୀୟତା ପ୍ରଦାନ କରନ୍ତି। ପ୍ରଧାନମନ୍ତ୍ରୀଙ୍କ ସହିତ କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ଶପଥ ନିଅନ୍ତି। ତେବେ ଏହି ଶପଥର ଦୁଇଟି ଅଂଶ ରହିଛି। ପ୍ରଥମଟି ହେଉଛି ପଦ ଏବଂ ଦ୍ୱିତୀୟଟି ହେଉଛି ଗୋପନୀୟତା।

ପ୍ରଧାନମନ୍ତ୍ରୀ କିମ୍ବା ମନ୍ତ୍ରୀମାନେ ଶପଥ ଗ୍ରହଣ କରିବା ସମୟରେ ସେମାନେ ଭାରତର ସମ୍ବିଧାନ, ସାର୍ବଭୌମତ୍ୱ ତଥା ସମ୍ମାନ ରକ୍ଷା କରିବେ ବୋଲି ଶପଥ ନିଅନ୍ତି। ଏବଂ ନିଜ କର୍ତ୍ତବ୍ୟକୁ ସଚ୍ଚୋଟ ଭାବରେ ପାଳନ କରିବେ ବୋଲି ଦୃଢ ସଂକଳ୍ପ ନିଅନ୍ତି।

ଶପଥର ଦ୍ୱିତୀୟ ଭାଗ ହେଉଛି ଗୋପନୀୟତା। ଏଥିରେ ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀମାନେ ଶପଥ ନିଅନ୍ତିି ଯେ, ଯେକୌଣସି ଗୋପନୀୟତା ତାଙ୍କ ସମ୍ମୁଖରେ ଅଣାଗଲେ କିମ୍ବା ସେମାନଙ୍କୁ ଜଣା ପଡ଼ିଥିଲେ, ସେମାନେ ତା’ଙ୍କୁ ଗୁପ୍ତ ରଖିବେ। ଏହାକୁ କୌଣସି ସ୍ଥାନରେ ପ୍ରକାଶ କରିବ ନାହିଁ । ଶପଥ ପରେ ପ୍ରଧାନମନ୍ତ୍ରୀଙ୍କୁ ଏକ ପ୍ରମାଣପତ୍ର ପ୍ରଦାନ କରାଯାଏ। ଯେଉଁଥିରେ ଶପଥ ଗ୍ରହଣ କରିବାର ତାରିଖ ଏବଂ ସମୟ ଲେଖାଯାଇଥାଏ। ଏଥିରେ ପ୍ରଧାନମନ୍ତ୍ରୀ ଦସ୍ତଖତ କରଥା’ନ୍ତି।

ସାମ୍ବିଧାନିକ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ପଦ କିମ୍ବା ଗୋପନୀୟତାର ଶପଥ ଭାଙ୍ଗିଲେ ଦୁଇ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ପ୍ରଥମଟି ହେଉଛି ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ, ମନ୍ତ୍ରୀ କିମ୍ବା ଏମପିଙ୍କୁ ସଂସଦରୁ ନିଲମ୍ବନ କରିବା ସହ ସଦସ୍ୟତା ରଦ୍ଦ ଭଳି ପଦକ୍ଷେପ ନିଆଯାଇପାରେ। ଏହା ବ୍ୟତୀତ ଅପରାଧିକ ମାମଲାରେ ମଧ୍ୟ ଏକ ମାମଲା ପଞ୍ଜିକୃତ ହୋଇଥାଏ। ଯଦି ଦୋଷୀ ସାବ୍ୟସ୍ତ ହେବା ପରେ ଦଣ୍ଡ ଦୁଇ ବର୍ଷରୁ ଅଧିକ ହେବ, ତେବେ ସଦସ୍ୟତା ରଦ୍ଦ କରାଯିବ। ଏବଂ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?