Posted inଜାତୀୟ

ରାଜସ୍ଥାନ ନିର୍ବାଚନ ପ୍ରଚାରରୁ ଦୂରେଇ ରହୁଛନ୍ତି ରାହୁଲ, ଘରୋଇ କନ୍ଦଳ ହେବ କି କାଳ

ଜୟପୁର,୧୧।୧୧: ୫ରାଜ୍ୟର ନିର୍ବାଚନ ନେଇ ଅକ୍ଟୋବର ୯ରୁ ବାଜି ସାରିଛି ନିର୍ବାଚନୀ ବିଗୁଲ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହି ୫ରାଜ୍ୟର ବିଧାନସଭା ନିର୍ବାଚନକୁ ସେମିଫାଇନାଲ ଭାବରେ ଦେଖାଯାଇଛି। ସେମିଫାଇନାଲର ପ୍ରଥମ ରାଉଣ୍ଡରେ ମିଜୋରାମରେ ମତଦାନ ସରିଥିବାବେଳେ ଛତିଶଗଡରେ ଦ୍ୱିତୀୟ ପର୍ଯ୍ୟାୟର ମତଦାନ ହେବା ବାକି ରହିଛି। ଆଗକୁ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲଙ୍ଗାନାରେ ନିର୍ବାଚନ ପାଇଁ ସବୁ ଦଳ ଅଣ୍ଟା ଭିଡି ସାରିଲେଣି। ଭାଜପା ଓ କଂଗ୍ରେସ ସବୁ ରାଜ୍ୟରେ ନିର୍ବାଚନୀ ପ୍ରଚାର ଜୋରଦାର କରିଥିବାବେଳେ ଟକ୍କର ମଧ୍ୟ ଜୋରଦାର ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।
ନଭେମ୍ବର ୨୫ରେ ରାଜସ୍ଥାନରେ ମତଦାନ ଥିବାବେଳେ ଏଠାରେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କମାଣ୍ଡ ସମ୍ଭାଳିଛନ୍ତି। କିନ୍ତୁ କଂଗ୍ରେସ ପକ୍ଷରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କମାଣ୍ଡ ସମ୍ଭାଳିଥିବା ଦେଖିବାକୁ ମିଳିଛି। ନିର୍ବାଚନ ବିଗୁଲ ବାଜିବା ପର ଠାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏପର୍ଯ୍ୟନ୍ତ ରାଜସ୍ଥାନ ପ୍ରଚାର ମଇଦାନକୁ ଓହ୍ଲାଇ ନାହାନ୍ତି। ଯାହାକୁ ନେଇ ରାଜନୈତିକ ମହଲରେ କଳ୍ପନାଜଳ୍ପନା ଲାଗି ରହିଛି। ଏହାକୁ ନେଇ ବିଭିନ୍ନ ପ୍ରକାର ଅନୁମାନ ମଧ୍ୟ ଲଗାଯାଉଛି।
ରାଜସ୍ଥାନରେ କଂଗ୍ରେସ ପାର୍ଟିର ଷ୍ଟାର ପ୍ରଚାରକ ଲିଷ୍ଟରେ ରାହୁଲଙ୍କ ନାଁ ତୃତୀୟରେ ରହିଛି। ପ୍ରଥମ ନମ୍ବରରେ ମଲ୍ଲିକାର୍ଜ୍ଜୁନ ଖାର୍ଗେ ଥିବାବେଳେ ଦ୍ୱିତୀୟ ନମ୍ବରରେ ସୋନିଆ ଗାନ୍ଧୀ ଅଛନ୍ତି। କିନ୍ତୁ ରାହୁଲଙ୍କ ରାଜସ୍ଥାନ ପ୍ରଚାର ମଇଦାନକୁ ନ ଓହ୍ଲାଇବା କିଛି ଅଲଗା ଦିଗ ଦର୍ଶାଉଛି। ପାର୍ଟିର ଘରେଇ କନ୍ଦଳକୁ ନେଇ ରାହୁଲ ନିର୍ବାଚନ ପ୍ରଚାରରୁ ଦୂରେଇ ରହୁଛନ୍ତି ବୋଲି ଅନୁମାନ କରାଯାଉଛି।
ଯଦିଓ ଏଠାରେ ଜୋରଦାର ଟକ୍କର ହେବ ବୋଲି ରାହୁଲ ଗାନ୍ଧୀ କହି ସାରିଛନ୍ତି କିନ୍ତୁ ଏଠାକୁ ନ ଆସିବା ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି। ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି, ରାହୁଲଙ୍କ ଫୋକସ ଅନ୍ୟ ୪ରାଜ୍ୟ ଉପରେ ରହିଛି। ବିଗୁଲ ବାଜିବା ପର ଠାରୁ ପ୍ରିୟଙ୍କା ଗାନ୍ଧୀ ୨ଟି ରାଲି ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖାର୍ଗେ ୨ଟି ଜନସଭାକୁ ସମ୍ବୋଧିତ କରି ସାରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ରାହୁଲଙ୍କର ଦେଖା ଦର୍ଶନ ମିଳିପାରୁ ନାହିଁ। ଶେଷ ଥର ପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ସେପ୍ଟେମ୍ବର ୨୩ରେ ଜୟପୁରରେ ରାହୁଲ ଏକ ସମ୍ମିଳନୀରେ ଭାଗ ନେଇଥିଲେ। ଏହା ପୂର୍ବରୁ ଅଗଷ୍ଟ ୯ରେ ବାଂସବାଡା ଜିଲାର ମାନଗଢ ଧାମରେ ଏକ ରାଲିରେ ଯୋଗ ଦେଇଥିଲେ। ତେବେ ଦିଓ୍ବାଲୀ ପରେ ରାହୁଲ ପ୍ରଚାର ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?