Posted inଜାତୀୟ

କାହିଁକି ପଛରେ ପଡ଼ିଲେ ଡିକେଏସ୍‌

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୯ା୫: ଉଭୟ ସିଦ୍ଦାରାମାୟା ଏବଂ ଡି.କେ. ଶିବକୁମାର (ଡିକେଏସ୍‌) କର୍ନାଟକ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିଲେ। କିନ୍ତୁ ସିଦ୍ଦାରାମାୟାଙ୍କ ପଲା ଭାରି ଥିବା ଫଳାଫଳ ଆସିବା ପରଠୁ ଏକପ୍ରକାର ସ୍ପଷ୍ଟ ଥିଲା। କର୍ନାଟକ କଂଗ୍ରେସ ସଭାପତି ଶିବକୁମାର କଠିନ ପରିଶ୍ରମ କରି ଦଳ ପାଇଁ ଆଶାତୀତ ସଫଳତା ଆଣିଦେବା ସତ୍ତ୍ୱେ ତାଙ୍କୁ ବଡ଼ ପଦବୀ ପାଇବା ଲାଗି ୨୦୨୪ ଲୋକ ସଭା ନିର୍ବାଚନ ଫଳାଫଳ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ। ସିଦ୍ଦାରାମାୟାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲେ ହେଁ ଶିବକୁମାରଙ୍କ ଡିଲ୍‌ ମଧ୍ୟ କମ୍‌ ଲାଭଜନକ ନୁହେଁ। ଦୁହିଙ୍କୁ ହାଇକମାଣ୍ଡ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ରୂପେ ଚୟନ କରିବା ପଛର କେତେକ କାରଣ ସମ୍ପର୍କରେ ଉଲ୍ଲେଖ କରାଗଲା।
ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ଥିବାରୁ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ପଛରେ ପଡ଼ିଛି। କେନ୍ଦ୍ରରେ କ୍ଷମତାସୀନ ଭାଜପା ସରକାର ଏହି ମାମଲାଗୁଡ଼ିକୁ ଆଗକୁ ବଢ଼ାଇବା ନେଇ ଯଥେଷ୍ଟ ସମ୍ଭାବନା ରହିଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା କଂଗ୍ରେସ ପାଇଁ ଅଡ଼ୁଆ ସ୍ଥିତି ଉପୁଜାଇପାରେ। ବିଶେଷକରି କର୍ନାଟକର ବିଦାୟୀ ବୋମାଇ ସରକାର ବିରୋଧରେ କଂଗ୍ରେସ ‘୪୦ ପ୍ରତିଶତ କମିଶନ ସରକାର’ ସ୍ଲୋଗାନ ଦେଇ ଜିତିଥିବାରୁ ଭାଜପା ଶିବକୁମାରଙ୍କ ଆଳରେ କଂଗ୍ରେସକୁ ଦୁର୍ନୀତିଗ୍ରସ୍ତ ବୋଲି ସାବ୍ୟସ୍ତ କରିବାକୁ ଉଦ୍ୟମ କରିପାରେ। ଶିବକୁମାରଙ୍କ ବିରୋଧରେ ସିବିଆଇ ମଧ୍ୟ ତଦନ୍ତ ଚଳାଇଛି। ଏହା ଉପରେ କର୍ନାଟକ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଥିବାବେଳେ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ସର୍ବୋଚ୍ଚ ଅଦାଲତ ଜୁଲାଇରେ ଏହାର ଶୁଣାଣି କରିବେ। ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ନ କରାଇବା ପଛରେ ଏହାକୁ ସବୁଠୁ ବଡ଼ କାରଣ ବୋଲି କୁହାଯାଉଛି।
ହେଉଛନ୍ତି କର୍ନାଟକ ବିଧାୟକମାନଙ୍କ ମଧ୍ୟରେ ସର୍ବାଧିକ ଗ୍ରହଣଯୋଗ୍ୟ ଜନନେତା। ରାଜ୍ୟର ସବୁ ଅଞ୍ଚଳରେ ତାଙ୍କ ଅପିଲକୁ ଶୁଣାଯାଇଥାଏ। ସଂଖ୍ୟାଧିକ କଂଗ୍ରେସ ବିଧାୟକ ମଧ୍ୟ ସିଦ୍ଦାରାମାୟାଙ୍କୁ ସମର୍ଥନ କରୁଛନ୍ତି। ଦଳରେ ତାଙ୍କ ସ୍ଥିତି ଓ ପୂରା ୫ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ ଅଭିଜ୍ଞତା ସିଦ୍ଦାରାମାୟାଙ୍କ ସପକ୍ଷରେ କାମ କରିଛି। ଜଣେ ପ୍ରଶାସକ ଭାବେ ସିଦ୍ଦାରାମାୟାଙ୍କୁ ତାଙ୍କ ପୂର୍ବ କ୍ୟାବିନେଟ ସହଯୋଗୀମାନେ ମଧ୍ୟ ପସନ୍ଦ କରନ୍ତି।
ଓବିସି ଭୋକାଲିଙ୍ଗା ଜାତିର। ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲେ ଅନ୍ୟ ଜାତିଗୁଡ଼ିକର ଲୋକେ କଂଗ୍ରେସକୁ ନାପସନ୍ଦ କରିଥାନ୍ତେ। ନିର୍ବାଚନରେ ମିଳିଥିବା ୪୨% ଭୋଟ ସବୁ ବର୍ଗର। ତେଣୁ ଅଣଭୋକାଲିଙ୍ଗା ଭୋଟରଙ୍କୁ ହାତଛଡ଼ା କରିବା ଭଳି ରିସ୍କ ନେବାକୁ କଂଗ୍ରେସ ଚାହିଁ ନ ଥିବ।
ସିଦ୍ଦାରାମାୟାଙ୍କ ସପକ୍ଷରେ ଥିବା ସତ୍ତ୍ୱେ ଶିବକୁମାରଙ୍କ ଦୃଢ଼ ମୂଲଚାଲ କଂଗ୍ରେସକୁ ‘ଜଣେ ବ୍ୟକ୍ତି, ଗୋଟିଏ ପଦବୀ’ ନୀତିରୁ ବିଚ୍ୟୁତ କରିଛି। ଶିବକୁମାର ଉପମୁଖ୍ୟମନ୍ତ୍ରୀ ପଦରେ ଥାଇ ପିସିସି ସଭାପତି ରହିବେ। ଫଳରେ ଦଳରେ ତାଙ୍କ ଦଖଲ ରହିବା ସହ କ୍ୟାବିନେଟ ଉପରେ ମଧ୍ୟ ବିଶେଷ ପ୍ରଭାବ ରହିବ।
ଓ ତାଙ୍କ ଅନୁଗତ ବିଧାୟକମାନଙ୍କୁ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିବା ଆଶା କରାଯାଉଛି। ମନ୍ତ୍ରିମଣ୍ଡଳରେ କ୍ଷମତା ସନ୍ତୁଳନ ଯେମିତି ନ ବିଗିଡ଼େ ଏହା ତାକୁ ସୁନିଶ୍ଚିତ କରିବ।
ନିଜ ପୂର୍ବ ସରକାର (୨୦୧୩-୨୦୧୮) ଅମଳରେ ପ୍ରଥମ ବର୍ଷରେ ଶିବକୁମାରଙ୍କୁ କ୍ୟାବିନେଟରେ ସାମିଲ କରି ନ ଥିଲେ। ଏପରି କି ବର୍ତ୍ତମାନର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ମଧ୍ୟ ସେ ଅଣଦେଖା କରିଥିଲେ। ଏହାକୁ ନେଇ ସେତେବେଳେ ସିଦ୍ଦାରାମାୟା ଜଣେ ଏକଚ୍ଛତ୍ରବାଦୀ ବୋଲି ଅନେକେ ମନେକରିଥିଲେ। ତେଣୁ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଇ କଂଗ୍ରେସ ଏକ ଭିନ୍ନ ବାର୍ତ୍ତା ଦେବାକୁ ଉଦ୍ୟମ କରିଛି। ଭାରତୀୟ ରାଜନୀତିରେ ୧ ବର୍ଷ ହେଉଛି ଲମ୍ବା ସମୟ। ୨୦୨୪ ନିର୍ବାଚନ ପରେ କଂଗ୍ରେସ ଶିବକୁମାରଙ୍କଠାରୁ ପିସିସି ମୁଖ୍ୟ ପଦ ନେଇ ତାଙ୍କୁ କେବଳ ମୁଖ୍ୟମନ୍ତ୍ରୀ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

‘EVM ଉପରେ ପ୍ରଶ୍ନ ଉଠାଇଥିବାରୁ କଂଗ୍ରେସ କ୍ଷମା ମାଗିବା ଉଚିତ୍‌’

ଗୋଆ,୨୭ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି, ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ୍‌।...

କାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଏହି ଲୋକମାନେ ରାମ ଏବଂ...

ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା, ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ବି ମିଳିଲା ନାହିଁ ଜାମିନ୍‌

ରାଞ୍ଚି,୨୭।୪: ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ...

ପୁଣି ଆହତ ହେଲେ ମମତା ବାନାର୍ଜୀ, ହେଲିକପ୍ଟର ଚଢ଼ିବା ବେଳେ ଗୋଡ଼ ଖସିଲା…

କୋଲକାତା,୨୭।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଆହତ ହୋଇଛନ୍ତି । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ଗୋଡ ଖସିଯିବା ଯୋଗୁ ସେ ପଡିଯାଇଥିଲେ ।...

‘କଂଗ୍ରେସ ମୁସଲମାନଙ୍କ ଭୋଟ୍‌ ଚାହୁଁଛି ହେଲେ ପ୍ରାର୍ଥୀ ନୁହେଁ’

ନୂଆଦିଲ୍ଲୀ,୨୭।୪: ଲୋକ ସଭା ନିର୍ବାଚନରେ କଂଗ୍ରେସ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ନ ଦେବାରୁ ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ କଂଗ୍ରେସ ନେତା ଆରିଫ...

ଧନଞ୍ଜୟ ସିଂଙ୍କୁ ଝଟକା: ଜାମିନ ମଞ୍ଜୁର, ହେଲେ ଲଢିପାରିବେନି ନିର୍ବାଚନ

ପ୍ରୟାଗରାଜ,୨୭।୪: ଆହ୍ଲାବାଦ ହାଇକୋର୍ଟ ଜୈନପୁରର ପୂର୍ବତନ ଏମପି ଧନଞ୍ଜୟ ସିଂଙ୍କ ଜାମିନକୁ ଅନୁମୋଦନ କରିଛନ୍ତି କିନ୍ତୁ ତାଙ୍କ ଦଣ୍ଡାଦେଶ ଶୁଣାଣିକୁ ମନା କରି ଦେଇଛନ୍ତି। ଏହି...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

‘ଜୟ ଶ୍ରୀରାମ’ ଲେଖି ପରୀକ୍ଷାରେ ପାସ୍‌, ମିଳିଛି ୬୦% ମାର୍କ

ଲକ୍ଷ୍ନୌ,୨୭।୪: ପରୀକ୍ଷା ଖାତାରେ କିଛି ଛାତ୍ରୀଛାତ୍ର ଗୀତ କିମ୍ବା ଫିଲ୍ମ ସମ୍ପର୍କରେ ଲେଖିଥିବା ମାମଲା ନିଶ୍ଚୟ ଶୁଣିଥିବେ। ଆଉ ଏହି ପରୀକ୍ଷା ଖାତା ଭାଇରାଲ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri