Posted inଜାତୀୟ

ଅବସର ନେବେ ଚନ୍ଦ୍ରଚୂଡ଼, ଜାଣନ୍ତୁ କିଏ ହେବେ ପରବର୍ତ୍ତୀ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୧୩ା୫: ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଆସନ୍ତା ନଭେମ୍ବର ୧୦ରେ ତାଙ୍କ ପଦରୁ ଅବସର ନେବେ। ସେ ୯ ନଭେମ୍ବର ୨୦୨୨ରେ ଭାରତର ୫୦ତମ ପ୍ରଧାନ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ୨ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଲେଣି। ଯଦି ଆମେ ସୁପ୍ରିମକୋର୍ଟ ବିଚାରପତିଙ୍କ ବରିଷ୍ଠତା ତାଲିକାକୁ ଦେଖିବା, ତେବେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ପରେ ଆସନ୍ତା ୮ ବର୍ଷ ମଧ୍ୟରେ ଜଷ୍ଟିସ ଜେ.ବି ପାରଦୀଓ୍ବାଲା ଏକମାତ୍ର ବିଚାରପତି ହେବେ ଯିଏକି ପ୍ରଧାନ ବିଚାରପତି ପଦରେ ୨ ବର୍ଷରୁ ଅଧିକ ସମୟ ରହିବେ। ଏହା ବ୍ୟତୀତ କୌଣସି ମୁଖ୍ୟ ବିଚାରପତି କେହି ବି ୧ ବର୍ଷରୁ ଅଧିକ ସମୟ ଚେୟାରରେ ରହି ନାହାନ୍ତି।

ଭାରତର ପ୍ରଧାନ ବିଚାରପତି ହେଉଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ। ମୁଖ୍ୟ ବିଚାରପତି ହେଉଛନ୍ତି ‘ମାଷ୍ଟର ଅଫ ରୋଷ୍ଟର’ ଏବଂ ଦୁଇ କିମ୍ବା ଅଧିକ ବିଚାରପତିଙ୍କ ଏକ ବେଞ୍ଚ ଗଠନ ଏବଂ ସେମାନଙ୍କୁ ମାମଲା ନ୍ୟସ୍ତ କରିବାର ଅଧିକାର ଅଛି। ପ୍ରଧାନ ବିଚାରପତି ମଧ୍ୟ ସୁପ୍ରିମକୋର୍ଟ କଲେଜିୟମର ମୁଖ୍ୟ, ଯାହା ସୁପ୍ରିମକୋର୍ଟରୁ ହାଇକୋର୍ଟରେ ବିଚାରପତି ନିଯୁକ୍ତ କରିବାକୁ ସୁପାରିସ କରନ୍ତି। ଏହା ବ୍ୟତୀତ ପ୍ରଧାନ ବିଚାରପତି ମଧ୍ୟ ସୁପ୍ରିମକୋର୍ଟର ସମସ୍ତ ପ୍ରଶାସନିକ କାର୍ଯ୍ୟର ଯତ୍ନ ନିଅନ୍ତି।

ଭାରତରେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତିମାନେ କଲେଜିୟମ ସିଷ୍ଟମ ମାଧ୍ୟମରେ ନିଯୁକ୍ତ ହୁଅନ୍ତି। ଭାରତର ପ୍ରଧାନ ବିଚାରପତିଙ୍କ ବ୍ୟତୀତ ସୁପ୍ରିମକୋର୍ଟ କଲେଜିୟମରେ ୪ ଜଣ ବରିଷ୍ଠ ବିଚାରପତି ଅଛନ୍ତି। ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ସୁପାରିସ କରନ୍ତି। ଏହା ବ୍ୟତୀତ ବିଚାରପତିଙ୍କ ସ୍ଥାନାନ୍ତର ଉପରେ ମଧ୍ୟ କଲେଜିୟମ ନିଷ୍ପତ୍ତି ନିଏ।

ଭାରତର ସମ୍ବିଧାନରେ କଲେଜିୟମ ବ୍ୟବସ୍ଥା ପାଇଁ କୌଣସି ଣସି ବ୍ୟବସ୍ଥା ନାହିଁ। ଅକ୍ଟୋବର ୧୯୯୮ରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲା। ସେବେଠାରୁ ଏହି ବ୍ୟବସ୍ଥା ମାଧ୍ୟମରେ ବିଚାରପତି ନିଯୁକ୍ତ ହୋଇଥିଲେ। ୨୦୧୪ରେ କଲେଜିୟମ ବ୍ୟବସ୍ଥାରେ ଜାତୀୟ ଜୁଡିସିଆଲ ନିଯୁକ୍ତି ଆୟୋଗ (ଏନ୍‌ଜେଏସି) ଗଠନ କରାଯାଇଥିଲା, କିନ୍ତୁ ମାମଲା ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇ କୋର୍ଟ ଏହାକୁ ଅସାମ୍ବିଧାନିକ ଘୋଷଣା କରିଥିଲେ।

ଚନ୍ଦ୍ରଚୂଡ଼ଙ୍କ ପରେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ବରିଷ୍ଠତା ତାଲିକାରେ ଦ୍ୱିତୀୟ ସ୍ଥାନରେ ରହି ପରବର୍ତ୍ତୀ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି। ଯଦି ବରିଷ୍ଠତା ନୀତି ଅନୁସରଣ କରାଯାଏ, ତେବେ ଜଷ୍ଟିସ ସଞ୍ଜୀବ ଖାନ୍ନା ୧୧ ନଭେମ୍ବର ୨୦୨୪ରେ ଦେଶର ୫୧ତମ ପ୍ରଧାନ ବିଚାରପତି ହେବେ। ତାଙ୍କର କାର୍ଯ୍ୟକାଳ ୬ ମାସ ହେବ ଏବଂ ସେ ୧୩ ମେ’ ୨୦୨୫ରେ ଅବସର ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?