କିଏ ଏହି ସୁପ୍ରିମକୋର୍ଟରେ ରେର୍କଡ ସୃଷ୍ଟି କରିଥିବା ଫାତିମା ବିବି, ପଦ୍ମ ଭୂଷଣରେ ହେବେ ସମ୍ମାନିତ

ନୂଆଦିଲ୍ଲୀ,୨୬।୧: ପଦ୍ମ ପୁରସ୍କାରରେ ସମ୍ମାନିତ ହେବାକୁ ଥିବା ବ୍ୟକ୍ତିତ୍ୱଙ୍କ ନାମ ଘୋଷଣା କରାଯାଇଛି। ଏଥର ପ୍ରଥମ ଥର ପାଇଁ ୧୩୨ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଉଛି। ତାଲିକାରେ ୪୦ଜଣ ଓବିସି, ୯ଖ୍ରୀଷ୍ଟିଆନ ଓ ୮ଜଣ ମୁସଲମାନ ଇତ୍ୟାଦି ଅଛନ୍ତି। ଏଥିମଧ୍ୟରୁ ପୂର୍ବବର୍ଷ ନଭେମ୍ବରରେ ଦୁନିଆରୁ ଅଲବିଦା ନେଇଥିବା ଏମ ଫାତିମା ବିବିଙ୍କର ନାଁ ମଧ୍ୟ ସାମିଲ୍‌ ଅଛି। ସେ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରିପତି ଭାବରେ ଗୌରବ ଅର୍ଜନ କରିଥିଲେ। କେବଳ ଶୀର୍ଷ ନ୍ୟାୟଳୟ ନୁହେଁ ସେ ବାର କାଉନସିଲିଂରେ ମଧ୍ୟ ଗୋଲ୍ଡ ମେଡାଲ ଜିତିଥିବା ପ୍ରଥମ ମହିଳା ଥିଲେ।

୧୯୨୭ ଏପ୍ରିଲ ୩୦ରେ କେରଳର ପାଥନମିଟ୍ଟାରେ ଫାତିମା ଜନ୍ମ ଗ୍ରହଣ କରିଥିଲେ। ସଫଳତମ ବିଚାରପତି ହେବାରେ ତାଙ୍କ ବାପାଙ୍କ ଯୋଗଦାନ ବହୁତ ଥିଲା। ତାଙ୍କ ବାପା ତାଙ୍କୁ ଓକିଲ ଭାବେ ଦେଖିବାକୁ ଚାହୁଁଥିଲେ। ସେ କେରଳରେ ପ୍ରଥମେ ତାଙ୍କର ଓକିଲ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ୧୯୮୩ରେ ଉଚ୍ଚ ନ୍ୟାୟଳୟର ବିଚାରପତି ହୋଇଥିଲେ। ୧୯୮୯ରେ ସୁପ୍ରିମକୋର୍ଟର ସେ ପ୍ରଥମ ମହିଳା ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଯାହା ସୁପ୍ରିମକୋର୍ଟ ଇତିହାସରେ ଲିପିବଦ୍ଧ ହୋଇଥିଲା।

ଅବସର ପରେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ସଦସ୍ୟ ଓ ପରେ ସେ ତାମିଲନାଡୁର ରାଜ୍ୟପାଳ ହୋଇଥିଲେ। ଦାୟିତ୍ୱ ସମ୍ଭାଳିବା ପରେ ତାଙ୍କ କାର୍ଯ୍ୟକାଳ ବିବାଦିତ ରହିଥିଲା। ୨୦୦୧ରେ ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ଜୟଲଳିତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇଥିଲେ। ବିଶେଷ କରି ସେହିବର୍ଷ TANSI ଭୂମି ମାମଲାରେ ସାମିଲ ଥିବା କାରଣରୁ ତାଙ୍କୁ ନିର୍ବାଚନ ଲଢିବା ପାଇଁ ଅଯୋଗ୍ୟ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?