ଖ୍ରୀଷ୍ଟିଆନ ପରିବାରକୁ ଜୀବନ୍ତ ଜାଳିଦେଇଥିବା ଦାରା ସିଂ କିଏ? ୨୬ ବର୍ଷ ଜେଲଦଣ୍ଡ ପରେ ଏବେ ଚର୍ଚ୍ଚାରେ, ବଜରଙ୍ଗ ଦଳ ସହ…

କେନ୍ଦୁଝର/ନୂଆଦିଲ୍ଲୀ,୧୫।୭: ଓଡ଼ିଶାର କେନ୍ଦୁଝର ଜିଲା ଜେଲ୍‌ରେ ବନ୍ଦୀ ଥିବା ରବୀନ୍ଦ୍ର ପାଲ ସିଂ ଓରଫ ଦାରା ସିଂ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ବିଗତ ୨୬ ବର୍ଷ ଧରି ଜେଲରେ ଥିବା ୬୨ ବର୍ଷୀୟ ଦାରାଙ୍କୁ ମୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୯୯୯ ମସିହାର ବହୁ ଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିସନାରୀ ଗ୍ରାହମ ଷ୍ଟୁଅର୍ଟ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁଅଙ୍କୁ ଜୀବନ୍ତ ଜାଳିଦେବା ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ ଥିଲେ। ଏବେ ତାଙ୍କର ସମୟ ପୂର୍ବରୁ ମୁକ୍ତି ପାଇଁ ଓଡ଼ିଶା ଷ୍ଟେଟ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ(ଓଡ଼ିଶା ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ) ସୁପାରିଶ କରିଛି।

ଦାରାଙ୍କ ପକ୍ଷରୁ ଦାୟର ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟର ବିଚାରପତି ମନୋଜ ମିଶ୍ର ଏବଂ ବିଚାରପତି ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠ ଶୁଣାଣି କରିଛନ୍ତି। ଅଦାଲତ ଓଡ଼ିଶା ସରକାରଙ୍କୁ ତାଙ୍କ ମୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବା ଲାଗି କୋର୍ଟ ରାଜ୍ୟ ସରକାରଙ୍କୁ ସମୟ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୯ ତାରିଖରେ ହେବ।

ଦାରା ସିଂଙ୍କ ଓକିଲ ଏ.ପି. ସିଂଙ୍କ କହିବା ଅନୁସାରେ, ଦଣ୍ଡ ସମୀକ୍ଷା ବୋର୍ଡ ପୂର୍ବରୁ ବୈଠକ କରି ଏହି ଆବେଦନ ଉପରେ ବିଚାର କରିସାରିଛି। ଜେଲରେ ତାଙ୍କ ଉତ୍ତମ ବ୍ୟବହାର ଆଧାରରେ ତାଙ୍କୁ ମୁକ୍ତ କରାଯିବାକୁ ବୋର୍ଡ ସୁପାରିସ କରିଥିଲା। ବର୍ତ୍ତମାନ କେବଳ ତାଙ୍କ ଗୃହ ଜିଲାର ଠିକଣା ଯାଞ୍ଚ କରିବା କାର୍ଯ୍ୟ ଚାଲିଛି। ତେବେ ସର୍ବୋଚ୍ଚ ଅଦାଲତଙ୍କ ଏହି ନିର୍ଦ୍ଦେଶ ସନାତନ ଧର୍ମର ଜୟ ବୋଲି ଦାରାଙ୍କ ଓକିଲ କହିଛନ୍ତି।

ଓଡ଼ିଶା ସରକାରଙ୍କ ରିମିଶନ ନୀତି କ’ଣ?
ଦାରା ସିଂ ଗତ ୨୬ ବର୍ଷ ହେବ ବିନା କୌଣସି ପାରୋଲ୍‌ରେ ଜେଲ୍‌ରେ ଅଛନ୍ତି। ଓଡ଼ିଶା ସରକାରଙ୍କ ରିମିଶନ ନୀତି ଅନୁସାରେ, ଯଦି କୌଣସି କଏଦୀଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଯାଇଥାଏ, ତେବେ ୨୫ ବର୍ଷର ଜେଲଦଣ୍ଡ କାଟିବା ପରେ ଏବଂ ସଜା ସମୀକ୍ଷା ବୋର୍ଡର ଅନୁମୋଦନ କ୍ରମେ ସେ ସମୟ ପୂର୍ବରୁ ମୁକ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି। ଦାରା ସିଂ ମୂଳତଃ ଉତ୍ତର ପ୍ରଦେଶର ଅରିଆ ଜିଲ୍ଲାର ବାସିନ୍ଦା ଅଟନ୍ତି।

କ’ଣ ଥିଲା ଗ୍ରାହାମ ଷ୍ଟେନ୍ସ ହତ୍ୟାକାଣ୍ଡ?
୧୯୯୯ ଜାନୁଆରୀ ୨୧ ତାରିଖ ରାତିରେ କେନ୍ଦୁଝର ଜିଲାର ମନୋହରପୁର ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଅଷ୍ଟ୍ରେଲୀୟ ମିସନାରୀ ଗ୍ରାହମ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁଅ ଫିଲିପ (୧୦) ଓ ଟିମୋଥି (୬) ଏକ ଖ୍ରୀଷ୍ଟିୟାନ ସମାବେଶରେ ଯୋଗଦେବା ପରେ ଗୋଟିଏ ଗାଡ଼ି ଭିତରେ ଶୋଇଥିବା ସମୟରେ ଦାରାଙ୍କ ନେତୃତ୍ୱରେ ଉତ୍ତ୍ୟକ୍ତ ଗୋଷ୍ଠୀ ଗାଡ଼ିକୁ ବାହାରୁ ବନ୍ଦ କରି ନିଆଁ ଲଗାଇ ଦେଇଥିଲେ। ଏଥିରେ ତିନିଜଣଯାକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଷ୍ଟେନ୍ସ ହିନ୍ଦୁମାନଙ୍କୁ ଜବରଦସ୍ତ ଧର୍ମାନ୍ତରୀକରଣ କରୁଥିବା ଅଭିଯୋଗ ଆଣି ଏହି କାଣ୍ଡ ଭିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଜଷ୍ଟିସ ଡି.ପି. ୱାଧୱା କମିଶନ ତାଙ୍କ ତଦନ୍ତ ରିପୋର୍ଟରେ ଏପରି ବେଆଇନ ଧର୍ମାନ୍ତରୀକରଣର କୌଣସି ପ୍ରମାଣ ପାଇ ନ ଥିଲେ। ଷ୍ଟେନ୍ସ ସେଠାରେ କୁଷ୍ଠ ରୋଗୀଙ୍କ ସେବା ପାଇଁ ଏକ ଆଶ୍ରମ ଚଲାଉଥିଲେ। ଏହି ଘଟଣା ସେତେବେଳେ ଅନ୍ତର୍ଜାତୀୟ ଦୃଷ୍ଟି ଆକର୍ଷଣ କରିଥିଲେ। ଦେଶବ୍ୟାପି ଏହାକୁ ନେଇ ଉତ୍ତେଜନା ଦେଖାଦେବା ସହ ଅନ୍ତର୍ଜାତୀୟସ୍ତରରେ ଦୃଢ଼ ନିନ୍ଦା କରାଯାଇଥିଲା।

ଅପରପକ୍ଷେ ଏହି ମାମଲାରେ ସିବିଆଇ (CBI)ର ସ୍ବତନ୍ତ୍ର ଅଦାଲତ ଦାରା ସିଂଙ୍କ ସମେତ ୧୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୦୩ ମସିହାରେ ଦାରା ସିଂଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା, କିନ୍ତୁ ୨୦୦୫ରେ ଓଡ଼ିଶା ହାଇକୋର୍ଟ ଏହାକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ, ଯାହାକୁ ୨୦୧୧ରେ ସୁପ୍ରିମକୋର୍ଟ କାଏମ ରଖିଥିଲେ। ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟତମ କଏଦୀ ମହେନ୍ଦ୍ର ହେମ୍ବ୍ରମ ଗତବର୍ଷ ଜେଲ୍‌ରୁ ମୁକ୍ତ ହୋଇଥିବା ବେଳେ ନାବାଳକ ଥିବା ଚେନ୍‌ଚୁ ହାଁସଦାଙ୍କୁ ୨୦୦୮ରେ ଖଲାସ କରାଯାଇଥିଲା। ବର୍ତ୍ତମାନ ଦାରା ସିଂ ମୁକ୍ତ ହେବା ପରେ ଏହି ଘଟଣାର ସମସ୍ତ ଦୋଷୀ ଜେଲ୍‌ରୁ ବାହାରକୁ ଆସିଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?